| 31/10/24 |
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
|
ମଧୁବନ |
| “ମିଠେ ବଚ୍ଚେ:- ତୁମେ ନିର୍ଦ୍ଦେଶ ଦିଅ - ହେ ଭୂତମାନେ ତୁମେ ମୋ ପାଖକୁ ଆସିପାରିବ ନାହିଁ, ତୁମେ ସେମାନଙ୍କୁ ଏହିଭଳି ଡରାଇବା ଦ୍ୱାରା ସେମାନେ ପଳାଇଯିବେ ।” | |
| ପ୍ରଶ୍ନ:- | ଈଶ୍ୱରୀୟ ନିଶାରେ ରହୁଥିବା ସନ୍ତାନମାନଙ୍କର ଜୀବନର ଶୋଭା କ’ଣ? |
| ଉତ୍ତର:- |
ସେବା ହିଁ ତାଙ୍କ ଜୀବନର ଶୋଭା ଅଟେ । ଯଦି ତୁମକୁ ଏହି ନିଶା ରହୁଛି ଯେ ଆମକୁ ଈଶ୍ୱରୀୟ ଲଟେରୀ ମିଳିଛି ତେବେ ସେବାରେ ସଉକ ରହିବା ଉଚିତ୍ । କିନ୍ତୁ ତୁମର ବାଣୀ ଦ୍ୱାରା ସେତେବେଳେ କାହାକୁ ତୀର ଲାଗିବ ଯେତେବେଳେ ତୁମ ଭିତରେ କୌଣସି ଭୂତ ନ ଥିବେ । ପ୍ରଶ୍ନ:- ଶିବବାବାଙ୍କର ସନ୍ତାନ ବୋଲି କହିବାର ହକଦାର କିଏ ? ଉତ୍ତର:- ଯାହାଙ୍କର ନିଶ୍ଚୟ ରହିଛି ଯେ ଭଗବାନ ଆମର ପିତା ଅଟନ୍ତି, ମୁଁ ଏପରି ସର୍ବୋଚ୍ଚ ପିତାଙ୍କର ସନ୍ତାନ ଅଟେ, ଏପରି ନିଶାରେ ରହୁଥିବା ଯୋଗ୍ୟ ସନ୍ତାନ ହିଁ ଶିବବାବାଙ୍କର ସନ୍ତାନ କହିବାର ହକଦାର ଅଟନ୍ତି । ଯଦି ଚରିତ୍ର ଠିକ୍ ନାହିଁ, ଚଳଣିରେ ରାଜକୀୟତା ନାହିଁ ତେବେ ସେ ଶିବବାବାଙ୍କର ସନ୍ତାନ ବୋଲାଇ ପାରିବେ ନାହିଁ । |
ଓମ୍ ଶାନ୍ତି । ଶିବବାବା ମନେ ଅଛନ୍ତି? ସ୍ୱର୍ଗର ରାଜତ୍ତ୍ୱ ମନେ ଅଛି? ଏଠାରେ ଯେତେବେଳେ ବସୁଛ ସେତେବେଳେ ବୁଦ୍ଧିରେ ଆସିବା ଦରକାର ଯେ, ଆମେ ଅବିନାଶୀ ବାବାଙ୍କର ସନ୍ତାନ ଅଟୁ ଏବଂ ଆମେ ନିତ୍ୟ ବାବାଙ୍କୁ ମନେ ପକାଉଛୁ । ବାବାଙ୍କୁ ମନେ ପକାଇବା ବିନା ଆମେ ବର୍ସା ଅର୍ଥାତ୍ ସମ୍ପତ୍ତି ନେଇପାରିବୁ ନାହିଁ । କେଉଁ ସମ୍ପତ୍ତି? ପବିତ୍ରତାର ସମ୍ପତ୍ତି । ତେବେ ସେଥିପାଇଁ ସେହିଭଳି ପୁରୁଷାର୍ଥ ମଧ୍ୟ କରିବାକୁ ହେବ । କେବେ ବି କୌଣସି ବିକାରର କଥା ଯେପରି ଆମ ପାଖକୁ ଆସିପାରିବ ନାହିଁ । କେବଳ ବିକାରର କଥା ନୁହେଁ । ଗୋଟିଏ ଭୂତ ନୁହେଁ ପରନ୍ତୁ କୌଣସି ବି ଭୂତ ଯେପରି ଆସିପାରିବ ନାହିଁ । ଏପରି ଶୁଦ୍ଧ ଅହଂକାର ରହିବା ଦରକାର । ବହୁତ ଉଚ୍ଚରୁ ଉଚ୍ଚ ଭଗବାନଙ୍କର ଆମେ ଉଚ୍ଚରୁ ଉଚ୍ଚ ସନ୍ତାନ ନା । ତେଣୁ କଥାବାର୍ତ୍ତା, ଚାଲି-ଚଳନ କେତେ ରାଜକୀୟ ହେବା ଦରକାର । ବାବା ଚାଲି-ଚଳନରୁ ବୁଝିଥାଆନ୍ତି ଯେ ଇଏ ତ ବିଲ୍କୁଲ୍ ୱର୍ଥ ନଟ୍ ଏ ପେନୀ ବା ପାଇ ପଇସା ମୂଲ୍ୟର ନୁହେଁ । ଇଏ ତ ମୋର ସନ୍ତାନ କହିବାର ହକଦାର ବି ନୁହେଁ । ଲୌକିକ ପିତାଙ୍କର ମଧ୍ୟ ଅଯୋଗ୍ୟ ସନ୍ତାନମାନଙ୍କୁ ଦେଖି ମନ ଭିତରେ ଏପରି ସଂକଳ୍ପ ଆସିଥାଏ । ତେବେ ଇଏ ମଧ୍ୟ ବାବା ଅଟନ୍ତି । ପିଲାମାନେ ଜାଣିଛନ୍ତି ବାବା ଆମକୁ ଶିକ୍ଷା ଦେଉଛନ୍ତି କିନ୍ତୁ କେହି-କେହି ଏପରି ବି ଅଛନ୍ତି ଯିଏକି ବିଲ୍କୁଲ୍ ବୁଝୁ ନାହାଁନ୍ତି । ବେହଦର ବାବା ଆମକୁ ବୁଝାଉଛନ୍ତି, କିନ୍ତୁ ସେହି ନିଶ୍ଚୟ କିମ୍ବା ଖୁସି ତୁମମାନଙ୍କ ଭିତରେ ନାହିଁ । ତୁମ ସନ୍ତାନମାନଙ୍କର ବୁଦ୍ଧି କେତେ ଉଚ୍ଚ ହେବା ଉଚିତ୍ । ଆମେ କେତେ ଉଚ୍ଚ ବାବାଙ୍କର ସନ୍ତାନ । ବାବା କେତେ ବୁଝାଉଛନ୍ତି । ମନ ଭିତରେ ଚିନ୍ତନକର ଆମେ କେତେ ଉଚ୍ଚରୁ ଉଚ୍ଚ ବାବାଙ୍କର ସନ୍ତାନ ଅଟୁ, ତେଣୁ ଆମର ଚରିତ୍ର କେତେ ଉଚ୍ଚ ହେବା ଦରକାର । ଏହି ଦେବୀ-ଦେବତାମାନଙ୍କର ଯେଉଁ ମହିମା ରହିଛି, ତାହା ଆମର ହେବା ଉଚିତ୍ । ପ୍ରଜାମାନଙ୍କର କ’ଣ ବା ମହିମା ହେବ । ମହିମାରେ କେବଳ ଲକ୍ଷ୍ମୀ-ନାରାୟଣଙ୍କୁ ହିଁ ଦେଖାଇଛନ୍ତି । ତେଣୁ ପିଲାମାନେ କେତେ ଭଲ ଭାବେ ସେବା କରିବା ଦରକାର । ଉଭୟ ଲକ୍ଷ୍ମୀ-ନାରାୟଣ ଏହିଭଳି ସେବା କରିଛନ୍ତି ନା । ସେଥିପାଇଁ ବୁଦ୍ଧି କେତେ ଶ୍ରେଷ୍ଠ ହେବା ଦରକାର । କେତେକ ସନ୍ତାନମାନଙ୍କଠାରେ ତ କୌଣସି ଫରକ ଦେଖାଯାଉ ନାହିଁ । ମାୟାଠାରୁ ହାରିଗଲେ ଆହୁରି ହିଁ ଅଧିକ ବିଗିଡ଼ି ଯାଇଥା’ନ୍ତି । ନଚେତ୍ ଅନ୍ତରରେ କେତେ ନିଶା ବା ଖୁସି ରହିବା ଦରକାର । ଆମେ ବେହଦ ବାବାଙ୍କର ସନ୍ତାନ ଅଟୁ । ବାବା କହୁଛନ୍ତି ସମସ୍ତଙ୍କୁ ମୋର ପରିଚୟ ଦେଇଚାଲ । ସେବା ଦ୍ୱାରା ହିଁ ତୁମର ଶୋଭା ବଢିବ, ତେବେ ଯାଇ ବାବାଙ୍କ ହୃଦୟରେ ସ୍ଥାନ ପାଇ ପାରିବ । ସନ୍ତାନ ସିଏ ଯିଏ ପିତାଙ୍କର ହୃଦୟ ସିଂହାସନରେ ରହିଥାଏ । ପିତାର ସନ୍ତାନମାନଙ୍କ ପ୍ରତି କେତେ ସ୍ନେହ ରହିଥାଏ । ପିଲାମାନଙ୍କୁ ମୁଣ୍ଡ ଉପରେ ଚଢାଇଥା’ନ୍ତି । ଏତେ ମୋହ ରହିଥାଏ କିନ୍ତୁ ତାହା ତ ହଦର (ବିନାଶୀ) ମାୟାବୀ ମୋହ । ଇଏ ତ ହେଉଛି ବେହଦର ବା ଅବିନାଶୀ ମୋହ । ଏପରି କୌଣସି ବାପା ନ ଥିବେ ଯିଏକି ନିଜର ପିଲାକୁ ଦେଖି ଖୁସୀ ହେଉ ନ ଥିବେ । ମାତା-ପିତା(ବାବା-ମମ୍ମା) ତ ତୁମମାନଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି । ଏଠାରେ ଯେତେବେଳେ ବସୁଛ ସେତେବେଳେ ଭାବିବା ଉଚିତ୍ ଯେ ଭଗବାନ ଆମକୁ ପାଠ ପଢାଉଛନ୍ତି । ବାବା ଆମର ଓବିଡ଼ିଏଣ୍ଟ ଟୀଚର ଅର୍ଥାତ୍ ଆଜ୍ଞାକାରୀ ଶିକ୍ଷକ ଅଟନ୍ତି । ତେବେ ବେହଦର ବାବା ନିଶ୍ଚୟ କୌଣସି ସେବା କରିଥିବେ ସେଥିପାଇଁ ତ’ ତାଙ୍କର ଗାୟନ ହେଉଛି ନା । ଏହା କେତେ ଆଶ୍ଚର୍ଯ୍ୟଜନକ କଥା । ତାଙ୍କର କେତେ ମହିମା ଗାନ କରାଯାଉଛି । ଏଠାରେ ବସିଛ ତେବେ ବୁଦ୍ଧିରେ ନିଶା (ବହୁତ ଖୁସି) ରହିବା ଉଚିତ । ସନ୍ନ୍ୟାସୀମାନେ ତ ନିବୃତ୍ତି ମାର୍ଗର । ତାଙ୍କର ଧର୍ମ ହିଁ ଅଲଗା । ଏକଥା ମଧ୍ୟ ଏବେ ବାବା ବୁଝାଉଛନ୍ତି । ତୁମେ ସନ୍ନ୍ୟାସ ମାର୍ଗ ବିଷୟରେ ଜାଣି ନ ଥିଲ । ତୁମେ ତ’ ଗୃହସ୍ଥ ଆଶ୍ରମରେ ରହି ଭକ୍ତି ଆଦି କରୁଥିଲ, ତୁମକୁ ପୁଣି ଜ୍ଞାନ ମିଳିଲା, ସେମାନଙ୍କୁ ତ ଜ୍ଞାନ ମିଳିବାର ନାହିଁ । ତୁମେ କେତେ ଉଚ୍ଚ ପାଠ ପଢୁଛ ଆଉ କେତେ ସାଧାରଣ ଭାବେ ତଳେ ବସିଛ । ଦିଲୱାଡ଼ା ମନ୍ଦିରରେ ମଧ୍ୟ ତୁମେ ତଳେ ତପସ୍ୟାରେ ବସିଛ, ଉପରେ ବୈକୁଣ୍ଠ ରହିଛି । ଉପରେ ବୈକୁଣ୍ଠର ଚିତ୍ର ଦେଖି ମନୁଷ୍ୟମାନେ ଭାବୁଛନ୍ତି ଉପରେ ସ୍ୱର୍ଗ ରହିଛି ।
ତେବେ ତୁମ ସନ୍ତାନମାନଙ୍କ ମନ ଭିତରେ ଏହି ସବୁ କଥା ଆସିବା ଉଚିତ୍ ଯେ, ଏହା ଏକ ସ୍କୁଲ । ଆମେ ଏଠାରେ ପାଠପଢୁଛୁ । ତୁମେ କେଉଁଠାକୁ ବି ବୁଲିବାକୁ ଯାଅ, କିନ୍ତୁ ବୁଦ୍ଧିରେ ଏହି ଖିଆଲ ଚାଲିଲେ ବହୁତ ମଜା ଆସିବ । ବେହଦର ବାବାଙ୍କୁ ତ ଦୁନିଆରେ କେହି ବି ଜାଣିନାହାଁନ୍ତି । ବାପାଙ୍କର ସନ୍ତାନ ହୋଇ ବାପାଙ୍କ ଜୀବନ କାହାଣୀକୁ ନ ଜାଣିବା, ଏପରି ବୁଦ୍ଧୁ କେବେ ଦେଖିଛ । ବାବାଙ୍କୁ ନ ଜାଣିବା କାରଣରୁ କହୁଛନ୍ତି ସିଏ ସର୍ବବ୍ୟାପୀ ଅଟନ୍ତି । ଭାଗବାନଙ୍କୁ ହିଁ କହିଦେଉଛନ୍ତି ଯେ ସେ ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ । ଏବେ ତୁମ ଭିତରେ କେତେ ଖୁସି ରହିବା ଉଚିତ୍ । ଆମେ କେତେ ଉଚ୍ଚ ପୂଜ୍ୟ ଥିଲୁ । ପୁଣି ଆମେ ହିଁ ପୂଜାରୀ ହୋଇଛୁ । ଯେଉଁ ଶିବବାବା ତୁମକୁ ଏତେ ଉଚ୍ଚ କରାଉଛନ୍ତି ପୁଣି ଡ଼୍ରାମା ଅନୁସାରେ ତୁମେ ହିଁ ତାଙ୍କର ପୂଜା ଆରମ୍ଭ କରୁଛ । ଏ କଥାକୁ ଦୁନିଆ ଜାଣିନାହିଁ ଯେ ଭକ୍ତି କେବେ ଆରମ୍ଭ ହେଉଛି । ବାବା ତୁମ ସନ୍ତାନମାନଙ୍କୁ ପ୍ରତିଦିନ ବୁଝାଉଛନ୍ତି ଯେ ଏଠାରେ ବସିଥିବା ବେଳେ ଆନ୍ତରିକ ଖୁସି ରହିବା ଦରକାର ନା । ଆମକୁ କିଏ ପାଠ ପଢାଉଛନ୍ତି ! ଭଗବାନ ଆସି ପାଠ ପଢାଉଛନ୍ତି - ଏ କଥା କେବେ କେହି ଶୁଣି ମଧ୍ୟ ନ ଥିବେ । ସେମାନେ ତ ଭାବୁଛନ୍ତି ଗୀତାର ଭଗବାନ ଶ୍ରୀକୃଷ୍ଣ ଅଟନ୍ତି, ତେଣୁ କୃଷ୍ଣ ହିଁ ପାଠ ପଢାଉଥିବେ । ଆଚ୍ଛା, ଭାବିନିଅ ଶ୍ରୀକୃଷ୍ଣ ପାଠ ପଢାଉଛନ୍ତି, ତେବେ ମଧ୍ୟ ତୁମର କେତେ ଉଚ୍ଚ ଅବସ୍ଥା ରହିବା ଦରକାର । ମନୁଷ୍ୟ ମତ ଏବଂ ଈଶ୍ୱରଙ୍କ ମତ ଉପରେ ଗୋଟିଏ ବହି ମଧ୍ୟ ଅଛି । ଦେବତାମାନଙ୍କୁ ତ କାହାର ମତ ନେବାର ଆବଶ୍ୟକତା ହିଁ ନାହିଁ । ମନୁଷ୍ୟମାନେ ହିଁ ଈଶ୍ୱରଙ୍କର ମତ ଚାହୁଁଛନ୍ତି । ଦେବତାମାନଙ୍କୁ ତ ପୂର୍ବ ଜନ୍ମରେ ମତ ମିଳିଥିଲା ଯାହା ଫଳରେ ସେମାନେ ସେହିଭଳି ଉଚ୍ଚ ପଦ ପାଇଛନ୍ତି । ଏବେ ତୁମ ସନ୍ତାନମାନଙ୍କୁ ଶ୍ରେଷ୍ଠ ହେବା ପାଇଁ ଶ୍ରୀମତ ମିଳୁଛି । ଈଶ୍ୱରୀୟ ମତ ଏବଂ ମନୁଷ୍ୟ ମତ ଭିତରେ କେତେ ଫରକ ରହିଛି । ମନୁଷ୍ୟ ମତ କ’ଣ କହୁଛି ଏବଂ ଈଶ୍ୱରୀୟ ମତ କ’ଣ କହୁଛି । ତେବେ ନିଶ୍ଚିତ ଭାବେ ଈଶ୍ୱରୀୟ ମତରେ ଚାଲିବାକୁ ପଡିବ । ଯେମିତିକି ପିଲାମାନେ କାହା ସହିତ ମିଶିବାକୁ ଗଲାବେଳେ ସାଥୀରେ କିଛି ଉପହାର ନେଇଯାଉ ନାହାଁନ୍ତି । ମନେ ପଡୁ ନାହିଁ କାହାକୁ କେଉଁ ଉପହାର ଦେବା ଦରକାର । ଏହି ମନୁଷ୍ୟ ମତ ଏବଂ ଈଶ୍ୱରୀୟ ମତ ମଧ୍ୟରେ ଅନ୍ତର ବହୁତ ଜରୁରୀ ଅଟେ । ତୁମେ ମନୁଷ୍ୟ ଥିଲ, ତେଣୁ ତୁମ ପାଇଁ ଆସୁରୀ ମତ ଥିଲା, ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି । ଏଥିରେ କେତେ ଫରକ ରହିଛି । ଏହି ଶାସ୍ତ୍ର ଆଦି ସବୁ ମନୁଷ୍ୟମାନଙ୍କ ଦ୍ୱାରା ହିଁ ରଚନା ହୋଇଛି । ବାବା କ’ଣ କୌଣସି ଶାସ୍ତ୍ର ପଢି ଆସୁଛନ୍ତି କି? ବାବା କହୁଛନ୍ତି ମୁଁ କ’ଣ କୌଣସି ପିତାର ସନ୍ତାନ କି? ମୁଁ କ’ଣ କୌଣସି ଗୁରୁଙ୍କର ଶିଷ୍ୟ କି, ଯାହାଙ୍କଠାରୁ ଶିଖିଛି? ତେଣୁ ଏ ସବୁ କଥା ମଧ୍ୟ ବୁଝାଇବା ଦରକାର । ଯଦିଓ ଏ କଥା ଜାଣିଛନ୍ତି ଯେ ସେମାନେ ମାଙ୍କଡ଼ ବୁଦ୍ଧିଯୁକ୍ତ ଅଟନ୍ତି କିନ୍ତୁ ମନ୍ଦିର ଯୋଗ୍ୟ ହେବାବାଲା ମଧ୍ୟ ଅଛନ୍ତି ନା । ଏହିପରି ବହୁତ ମନୁଷ୍ୟ ଅଛନ୍ତି ଯେଉଁମାନେ କି ମନୁଷ୍ୟ ମତରେ ଚାଲିଥା’ନ୍ତି ପୁଣି ତୁମେ ଶୁଣାଉଛ କି ଆମେ ଈଶ୍ୱରୀୟ ମତ ଦ୍ୱାରା କ’ଣ ହେଉଛୁ, ସେ ଆମକୁ ପାଠ ପଢାଉଛନ୍ତି । ଭଗବାନୁବାଚ - ଆମେ ତାଙ୍କ ପାଖକୁ ପାଠ ପଢିବାକୁ ଯାଉଛୁ । ଆମେ ପ୍ରତିଦିନ ଏକ ଘଣ୍ଟା, ୪୫ ମିନିଟ୍ ପାଇଁ ସେଠାକୁ ଯାଉଛୁ । କ୍ଲାସରେ ଅଧିକ ସମୟ ମଧ୍ୟ ନେବା ଉଚିତ୍ ନୁହେଁ । ଯୋଗର ଯାତ୍ରା ତ ଚାଲି-ବୁଲି ମଧ୍ୟ ହୋଇପାରିବ । ଜ୍ଞାନ ଏବଂ ଯୋଗ ଉଭୟ ବହୁତ ସହଜ । ଅଲଫ ( ଆଲ୍ଲା) ଗୋଟିଏ ମାତ୍ର ଶବ୍ଦ । ଭକ୍ତିମାର୍ଗରେ ତ ଢେର ଶାସ୍ତ୍ର ରହିଛି, ଯଦି ସବୁ ଶାସ୍ତ୍ରକୁ ଏକତ୍ର କରାଯିବ ତେବେ ସାରା ଘର ଶାସ୍ତ୍ରରେ ଭରିଯିବ । ଏଥିପାଇଁ କେତେ ଖର୍ଚ୍ଚ ହୋଇଥିବ । ଏବେ ବାବା ତ’ ବହୁତ ସହଜ ରାସ୍ତା ବତାଉଛନ୍ତି, କେବଳ ବାବାଙ୍କୁ ମନେ ପକାଅ । ତେବେ ବାବାଙ୍କର ବର୍ସା ହିଁ ହେଉଛି ସ୍ୱର୍ଗର ରାଜତ୍ୱ । ତୁମେ ବଶ୍ୱର ମାଲିକ ଥିଲ ନା । ଭାରତ ସ୍ୱର୍ଗ ଥିଲା ନା । କ’ଣ ତୁମେ ଭୁଲିଯାଇଛ? ଏହାକୁ ମଧ୍ୟ ଡ଼୍ରାମାର ଭାବି (ପୂର୍ବ ନିଶ୍ଚିତ) କୁହାଯାଏ । ଏବେ ବାବା ଆସିଛନ୍ତି । ବାବା ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ପାଠପଢାଇବାକୁ ଆସିଥା’ନ୍ତି । ବେହଦ ବାବାଙ୍କର ବର୍ସା ନିଶ୍ଚୟ ନୂଆ ଦୁନିଆ ଅଥବା ସ୍ୱର୍ଗ ହିଁ ହେବ ନା । ଏହା ତ’ ବିଲ୍କୁଲ୍ ସାଧାରଣ କଥା । କିନ୍ତୁ କଳ୍ପର ଆୟୁଷକୁ ଲକ୍ଷ ଲକ୍ଷ ବର୍ଷ କହିଦେଇଥିବା କାରଣରୁ ବୁଦ୍ଧିରେ ଯେପରି ତାଲା ଲାଗିଯାଇଛି ଏବଂ ସେହି ତାଲା ଖୋଲୁ ହିଁ ନାହିଁ । ଏପରି ତାଲା ଲାଗି ଯାଇଛି ଯାହାକି ଏତେ ସହଜ କଥା ମଧ୍ୟ ବୁଝୁନାହାଁନ୍ତି । ବାବା ବୁଝାଉଛନ୍ତି, ମାତ୍ର ଗୋଟିଏ କଥା, ବାସ୍ । ଅଧିକ କିଛି ପାଠ ପଢାଇବା ଉଚିତ୍ ନୁହେଁ । ଏଠାରେ ତୁମେ ଗୋଟିଏ ସେକେଣ୍ଡରେ କାହାକୁ ମଧ୍ୟ ସ୍ୱର୍ଗବାସୀ କରାଇପାରିବ । କିନ୍ତୁ ଏହା ସ୍କୁଲ୍, ସେଥିପାଇଁ ତୁମର ପାଠପଢା ଚାଲୁ ରହିଛି । ଜ୍ଞାନସାଗର ବାବା ତୁମକୁ ଏତେ ଜ୍ଞାନ ଦେଉଛନ୍ତି ଯେ ସାଗରକୁ କାଳିକରି, ସମଗ୍ର ଜଙ୍ଗଲକୁ କଲମ କରିଦେଲେ ମଧ୍ୟ ତାହାର ଅନ୍ତ ହୋଇପାରିବ ନାହିଁ । ଜ୍ଞାନକୁ ଧାରଣ କରିବାର କେତେ ସମୟ ହେଲାଣି । ଭକ୍ତିକୁ ତ ଅଧାକଳ୍ପ ହୋଇଛି । ଏବେ ଏହି ଗୋଟିଏ ଜନ୍ମରେ ତ ତୁମକୁ ଜ୍ଞାନ ମିଳୁଛି । ବାବା ତୁମକୁ ନୂଆ ଦୁନିଆ ନିମନ୍ତେ ପଢାଉଛନ୍ତି । ସେହି ଦୁନିଆର ସ୍କୁଲରେ ତ ତୁମେ କେତେ ସମୟ ପାଠ ପଢୁଛ । ୫ ବର୍ଷରୁ ଆରମ୍ଭ କରି ୨୦-୨୨ ବର୍ଷ ପର୍ଯ୍ୟନ୍ତ ପାଠ ପଢୁଛ । ରୋଜଗାର କମ୍ ଏବଂ ବହୁତ ଖର୍ଚ୍ଚ କଲେ କ୍ଷତି ହୋଇଯିବ ନା ।
ବାବା କେତେ ସାଲବେଣ୍ଟ ବା ଧନବାନ କରାଉଛନ୍ତି, ପୁଣି ଇନ୍ସାଲବେଣ୍ଟ ବା ଦରିଦ୍ର ହୋଇଯାଉଛନ୍ତି । ଏବେ ଭାରତର ଅବସ୍ଥା ଦେଖ କ’ଣ ହେଲାଣି । ତୁମକୁ ଏହି କଥାକୁ ସାହସର ସହିତ ବୁଝାଇବା ଦରକାର । ମାତାମାନେ ଏଥିରେ ପ୍ରଥମେ ଆଗଭର ହେବା ଉଚିତ୍ । ତୁମମାନଙ୍କର ହିଁ ଗାୟନ ରହିଛି ବନ୍ଦେ ମାତରମ୍ । ଧରିତ୍ରୀକୁ ବନ୍ଦେ ମାତରମ୍ କୁହାଯିବ ନାହିଁ । ବନ୍ଦେ ମାତରମ୍ ମନୁଷ୍ୟମାନଙ୍କୁ କୁହାଯାଉଛି । ଯେଉଁ ସନ୍ତାନମାନେ ବନ୍ଧନମୁକ୍ତ ସେହିମାନେ ହିଁ ଏହି ସେବା କରିଥା’ନ୍ତି । ସେମାନେ ମଧ୍ୟ ଯେପରି କଳ୍ପ ପୂର୍ବରୁ ବନ୍ଧନମୁକ୍ତ ହୋଇଥିଲେ, ସେହିପରି ଏବେ ମଧ୍ୟ ହେଉଛନ୍ତି । ଏବେ ଦେଖ ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି । ଜାଣିଛନ୍ତି ଆମକୁ ବାବା ମିଳିଛନ୍ତି, ତେଣୁ ଭାବୁଛନ୍ତି ଏବେ ବାବାଙ୍କର ହିଁ ସେବା କରିବାକୁ ହେବ । ଯେଉଁମାନେ ବନ୍ଧନରେ ଅଛୁ ବୋଲି କହୁଛନ୍ତି ସେମାନଙ୍କୁ ଛେଳି ବା ମେଣ୍ଢା କୁହାଯିବ । ଗଭର୍ଣ୍ଣମେଣ୍ଟ କେବେହେଲେ କହିପାରିବ ନାହିଁ ଯେ ତୁମେ ଈଶ୍ୱରୀୟ ସେବା କର ନାହିଁ । କଥା କହିବାର ବା ଜ୍ଞାନ ବୁଝାଇବାରେ ସାହସ ଦରକାର । ଯାହାଙ୍କଠାରେ ଜ୍ଞାନ ରହିଛି ସେମାନେ ତ ଏତିକି କଥାରେ ସହଜରେ ବନ୍ଧନ ମୁକ୍ତ ହୋଇଯାଇ ପାରିବେ । ଜଜ୍ଙ୍କୁ ମଧ୍ୟ ବୁଝାଇପାରିବ - ଆମେ ଆଧ୍ୟାତ୍ମିକ ସେବା କରିବାକୁ ଚାହୁଁଛୁ । ଆତ୍ମିକ ପିତା ଆମମାନଙ୍କୁ ପାଠ ପଢାଉଛନ୍ତି । ପୁଣି ବି ଖ୍ରୀଷ୍ଟିୟାନ୍ମାନେ କହୁଛନ୍ତି ମୁକ୍ତି ପ୍ରଦାନ କର, ଗାଇଡ଼୍ ହୁଅ । ଭାରତବାସୀଙ୍କଠାରୁ ମଧ୍ୟ ତାଙ୍କର ବୁଦ୍ଧି ଭଲ । ତୁମ ସନ୍ତାନମାନଙ୍କ ଭିତରେ ଯେଉଁମାନେ ଭଲ ବୁଦ୍ଧିମାନ୍ ଅଛନ୍ତି ସେମାନଙ୍କର ସେବାର ସଉକ ବହୁତ ରହୁଛି । ସେମାନେ ଜାଣିଛନ୍ତି ଈଶ୍ୱରୀୟ ସେବା ଦ୍ୱାରା ବହୁତ ବଡ ଲଟେରୀ ମିଳିବ । କେତେକ ପିଲା ତ ଲଟେରୀ ଆଦିକୁ ବୁଝୁ ହିଁ ନାହାଁନ୍ତି । ସେମାନେ ସେଠାକୁ ବା ସ୍ୱର୍ଗକୁ ଯାଇ ଦାସ-ଦାସୀ ହେବେ । ସେମାନେ ମନ ଭିତରେ ଭାବନ୍ତି ଦାସୀ ହେଉ ଅଥବା ଚଣ୍ଡାଳ ହେଉ, ସ୍ୱର୍ଗରେ ତ ଆସିବୁ ନା! ତାଙ୍କର ଚାଲି-ଚଳଣି ମଧ୍ୟ ସେହିପରି ଦେଖିବାକୁ ମିଳିଥାଏ । ତୁମେ ବୁଝିପାରୁଛ ଯେ, ବେହଦର ବାବା ଆମକୁ ବୁଝାଉଛନ୍ତି । ଏହି ଦାଦା (ବ୍ରହ୍ମାବାବା) ମଧ୍ୟ ବୁଝାଉଛନ୍ତି, ବାବା ଏହାଙ୍କ ଦ୍ୱାରା ପିଲାମାନଙ୍କୁ ପାଠ ପଢାଉଛନ୍ତି । କେହି କେହି ତ ଏତିକି ବି ବୁଝୁନାହାଁନ୍ତି । ଏଠାରୁ ବାହାରକୁ ଗଲେ ସବୁ ଖଲାସ । ଏଠାରେ ବସି ଥିଲେ ମଧ୍ୟ ଯେପରି କିଛି ବୁଝୁନାହାଁନ୍ତି । ବୁଦ୍ଧି ବାହାରେ ଇତସ୍ତତ ହେଉଛି ଏଣେ ତେଣେ ଧକ୍କା ଖାଉଛି । ସେମାନଙ୍କ ଭିତରୁ ଗୋଟିଏ ହେଲେ ବି ଭୂତ ବାହାରୁ ନାହିଁ । ଶିକ୍ଷାଦାତା କିଏ ଏବଂ କ’ଣରୁ କ’ଣ ହେଉଛନ୍ତି, ଏ କଥା ଜଣାନାହିଁ! ସେଠାରେ ସାହୁକାରମାନଙ୍କର ମଧ୍ୟ ଦାସ-ଦାସୀ ହେବେ ନା । ଏବେ ମଧ୍ୟ ସାହୁକାରମାନଙ୍କ ପାଖରେ କେତେ ଚାକର-ବାକର ରହୁଛନ୍ତି । ତୁମମାନଙ୍କୁ ତ ଏବେ ସେବାରେ ଏକଦମ୍ ଉଡ଼ିବା ଦରକାର । ତୁମେ ସନ୍ତାନମାନେ ଶାନ୍ତି ସ୍ଥାପନା ଅର୍ଥେ ନିମିତ୍ତ ହୋଇଛ, ବିଶ୍ୱରେ ସୁଖ-ଶାନ୍ତିର ସ୍ଥାପନା କରୁଛ । ବାସ୍ତବରେ ତୁମେ ଜାଣିଛ ଆମେ ଶ୍ରୀମତ ଆଧାରରେ ସେହି ରାଜତ୍ୱ ସ୍ଥାପନା କରୁଛୁ, ଏଥିରେ କୌଣସି ପ୍ରକାରର କେହି ଅଶାନ୍ତି ହେବା ଉଚିତ୍ ନୁହେଁ । ବାବା (ବ୍ରହ୍ମାବାବା) ଏଠାରେ ମଧ୍ୟ ଏପରି ବହୁତ ଭଲ-ଭଲ ଘର ଦେଖିଛନ୍ତି । ଗୋଟିଏ ଘରେ ୬-୭ ଜଣ ବୋହୂ ବହୁତ ସ୍ନେହରେ ରହୁଛନ୍ତି, ବିଲ୍କୁଲ୍ ଶାନ୍ତି ରହିଥାଏ । ସେମାନେ କୁହନ୍ତି - ଆମ ପାଖରେ ତ ସ୍ୱର୍ଗ ବିରାଜମାନ କରୁଛି । କୌଣସି ଲଢେଇ-ଝଗଡା ନ ଥାଏ । ସମସ୍ତେ ଆଜ୍ଞାକାରୀ ଥା’ନ୍ତି, ସେ ସମୟରେ ବାବା (ବ୍ରହ୍ମାବାବା)ଙ୍କର ମଧ୍ୟ ସନ୍ନ୍ୟାସୀ ହେବାର ଖିଆଲ ଥିଲା । ଦୁନିଆରୁ ବୈରାଗ୍ୟ ରହୁଥିଲା । ବର୍ତ୍ତମାନ ତ ଏହା ବେହଦର ବୈରାଗ୍ୟ ଅଟେ । ଏହି ଦୁନିଆର କୌଣସି ବି କଥା ଯେପରି ମନେ ନ ରହୁ । ବାବା ତ ପିଲାମାନଙ୍କର ନାମ ମଧ୍ୟ ଭୁଲିଯାଉଛନ୍ତି । ପିଲାମାନେ କହୁଛନ୍ତି ବାବା ଆପଣ ଆମକୁ ମନେପକାଉଛନ୍ତି ? ବାବା କହୁଛନ୍ତି ମୋତେ ତ ସମସ୍ତଙ୍କୁ ଭୁଲିବାକୁ ହେବ । ନା ଭୁଲ, ନା ମନେପକାଅ । ଏହା ବେହଦର ବୈରାଗ୍ୟ ଅଟେ ନା । ଏଠାରେ ସମସ୍ତଙ୍କୁ ଭୁଲିବାକୁ ହେବ । ଆମେ ଏଠାକାର ନିବାସୀ ନୋହୁଁ ନା । ବାବା ଆସିଛନ୍ତି - ତୁମକୁ ସ୍ୱର୍ଗର ସମ୍ପତ୍ତି ଦେବା ପାଇଁ । ବେହଦର ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ବିଶ୍ୱର ମାଲିକ ହୋଇଯିବ । ତୁମେ ଏହି ବ୍ୟାଜ୍ ଦ୍ୱାରା ମଧ୍ୟ ବହୁତ ଭଲ ଭାବେ ବୁଝାଇପାରିବ । କେହି ମାଗିଲେ କୁହ ବୁଝିକରି ନିଅ । ଏହି ବ୍ୟାଜ୍କୁ ବୁଝିଗଲେ ତୁମକୁ ବିଶ୍ୱର ବାଦାଶାହୀ ମିଳିପାରିବ । ଶିବବାବା ଏହି ବ୍ରହ୍ମାଙ୍କ ଦ୍ୱାରା ନିର୍ଦ୍ଦେଶ ଦେଉଛନ୍ତି କି ମୋତେ ମନେପକାଇଲେ ତୁମେ ଏହିପରି (ଲକ୍ଷ୍ମୀ-ନାରାୟଣ) ହୋଇଯିବ । ଗୀତାପାଠୀ ଭଲ ଭାବରେ ବୁଝିପାରିବେ, ଯେଉଁମାନେ ଦେବତା ଧର୍ମର ହୋଇଥିବେ, କେହି କେହି ପ୍ରଶ୍ନ ପଚାରୁଛନ୍ତି ଦେବତାମାନେ କାହିଁକି ତଳକୁ ଖସୁଛନ୍ତି? ଆରେ, ଏହି ଚକ୍ର ଘୂରିଚାଲିଛି । ପୁନର୍ଜନ୍ମ ନେଇ ନେଇ ତଳକୁ ତ ଓହ୍ଲାଇବେ ନା! ଚକ୍ରକୁ ତ ଘୂରିବାକୁ ହିଁ ହେବ । ପ୍ରତ୍ୟେକଙ୍କର ହୃଦୟରେ ଏହି କଥା ନିଶ୍ଚୟ ଆସୁଛି ଯେ ମୁଁ ସେବା କାହିଁକି କରିପାରୁ ନାହିଁ । ନିଶ୍ଚୟ ମୋ ପାଖରେ କୌଣସି ଦୁର୍ବଳତା ରହିଛି । ମାୟାର ଭୂତ ନାକକୁ ଧରିଛି ।
ଏବେ ତୁମେ ସନ୍ତାନମାନେ ବୁଝୁଛ ଆମକୁ ଏବେ ଘରକୁ ଯିବାକୁ ହେବ ଏବଂ ନୂଆ ଦୁନିଆକୁ ଆସି ରାଜତ୍ୱ କରିବୁ । ତୁମେ ମୁସାଫିର ବା ଯାତ୍ରୀ ଅଟ ନା । ଦୂରଦେଶରୁ ଏଠାକୁ ଆସି ଅଭିନୟ କରୁଛ । ଏବେ ତୁମ ବୁଦ୍ଧିରେ ରହିଛି ଆମକୁ ଅମରଲୋକକୁ ଯିବାକୁ ହେବ । ଏହି ମୃତ୍ୟୁଲୋକ ଖଲାସ୍ ହୋଇଯିବ । ବାବା ତ ବହୁତ ବୁଝାଉଛନ୍ତି । ତେଣୁ ଭଲ ଭାବରେ ଧାରଣ କରିବାକୁ ହେବ । ଏହାକୁ ପୁଣି ମନନ-ଚିନ୍ତନ କରିବା ଦରକାର । ଏ କଥା ମଧ୍ୟ ବାବା ବୁଝାଇଛନ୍ତି କର୍ମଭୋଗର ବେମାରୀ ସବୁ ବାହାରକୁ ବାହାରିବ । ମାୟା ବହୁତ ହଇରାଣ କରିବ କିନ୍ତୁ ଏଥିରେ ଦ୍ୱଦ୍ୱରେ ପଡିବାର ନାହିଁ । ଟିକିଏ କିଛି ବି ହେଲେ ବ୍ୟସ୍ତ ହୋଇଯାଇଥା’ନ୍ତି । ବେମାରୀ ସମୟରେ ମନୁଷ୍ୟମାନେ ଭଗବାନଙ୍କୁ ଆହୁରି ଅଧିକ ମନେ ପକାଇଥା’ନ୍ତି । ବଙ୍ଗଳାରେ ଯଦି କେହି ଅଧିକ ବେମାରରେ ପଡିଯା’ନ୍ତି ତାଙ୍କୁ କହନ୍ତି ଯେ ରାମ ରାମ କୁହ । ଦେଖନ୍ତି ଯେ ଏବେ ମୃତ୍ୟୁ ପାଖେଇ ଆସିଲାଣି, ତେବେ ହରିବୋଲ, ହରିବୋଲ କହି ଗଙ୍ଗାରେ ବୁଡାଇ ଦିଅନ୍ତି, ପୁଣି ତାଙ୍କୁ ଆଣି ଜଳାଇବା କ’ଣ ଦରକାର । ଗଙ୍ଗାରେ ପକାଇଦିଅ ନା । କଇଁଛ ମାଛ ପ୍ରଭୃତିଙ୍କର ଶିକାର ହୋଇଯିବ । କିଛି କାମରେ ଆସିଯିବ । ପାରସୀ ଲୋକମାନେ ଶବକୁ ରଖି ଦିଅନ୍ତି ତେଣୁ ସେହି ହାଡ଼ ମଧ୍ୟ କାମରେ ଆସିଥାଏ । ବାବା କହୁଛନ୍ତି ତୁମେ ଆଉ ସବୁ କଥା ଭୁଲି ମୋତେ ମନେପକାଅ । ଆଚ୍ଛା ।
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର :—
(୧) ବନ୍ଧନମୁକ୍ତ ହୋଇ ଭାରତର ସଚ୍ଚା ସେବା କରିବାକୁ ହେବ । ଗର୍ବର ସହିତ ବୁଝାଇବା ଉଚିତ୍ ଯେ ଆମକୁ ରୁହାନୀ ବାବା ପଢାଉଛନ୍ତି, ଆମେ ରୁହାନୀ ସେବା କରୁଛୁ । ଈଶ୍ୱରୀୟ ସେବା କରିବାରେ ଉତ୍ସାହ ଆସିବା ଉଚିତ୍ ।
(୨) କର୍ମଭୋଗର ବେମାରୀ ଅଥବା ମାୟାର ତୋଫାନରେ ଦ୍ୱନ୍ଦ୍ୱରେ ପଡିବା ଅଥବା ବ୍ୟସ୍ତ ହେବା ଅନୁଚିତ୍ । ବାବା ଯେଉଁ ଜ୍ଞାନ ଦେଇଛନ୍ତି ତାକୁ ମନନ ଚିନ୍ତନ କରି ବାବାଙ୍କୁ ମନେ ପକାଇ ହର୍ଷିତ ହୋଇ ରହିବାକୁ ହେବ ।
| ବରଦାନ:- |
ନିରାକାର ଏବଂ ସାକାର ଦୁଇଟିଯାକ ରୂପର ସ୍ମାରକୀକୁ ବିଧିପୂର୍ବକ ପାଳନ କରୁଥିବା ଶ୍ରେଷ୍ଠ ଆତ୍ମା ଭବ । ଦୀପାବଳୀ ପର୍ବ ଅନେକ ଗୁଡିଏ ଅବିନାଶୀ ଜାଗ୍ରତ ଦୀପମାନଙ୍କର ସ୍ମାରକୀ ଅଟେ । ତୁମେ ସବୁ ଚମକୁଥିବା ଆତ୍ମାମାନେ ଜଳୁଥିବା ଦୀପର ଶିଖା ଭଳି ଦେଖାଯାଉଛ, ସେଥିପାଇଁ ହିଁ ତୁମ ଦିବ୍ୟ ଜ୍ୟୋତି ସ୍ୱରୂପ ଆତ୍ମାମାନଙ୍କର ସ୍ମାରକୀକୁ ସ୍ଥୂଳ ଦୀପର ଜ୍ୟୋତି ରୂପରେ ଦେଖାଇଛନ୍ତି, ତେବେ ଗୋଟିଏ ପଟେ ନିରାକାରୀ ଆତ୍ମାର ସ୍ୱରୂପର ସ୍ମାରକୀ ରହିଛି, ଅନ୍ୟ ପଟେ ତୁମମାନଙ୍କର ହିଁ ଭବିଷ୍ୟତ ସାକାର ଦିବ୍ୟ ସ୍ୱରୂପ ଲକ୍ଷ୍ମୀ ରୂପରେ ମଧ୍ୟ ସ୍ମାରକୀ ରହିଛି । ଏହି ଦୀପମାଳା ହିଁ ତୁମମାନଙ୍କୁ ଦେବପଦ ପ୍ରାପ୍ତ କରାଉଛି । ତେଣୁ ତୁମେ ଶ୍ରେଷ୍ଠ ଆତ୍ମାମାନେ ନିଜର ସ୍ମାରକୀକୁ ନିଜେ ହିଁ ପାଳନ କରୁଛ । |
| ସ୍ଲୋଗାନ:- | ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କରିବା ପାଇଁ ପ୍ରଥମେ ନିଜର ଭାବନାକୁ ଶୁଭ ଏବଂ ବିଶାଳ କରିଦିଅ । |
*** ଓମ୍ ଶାନ୍ତି ***