| 28/02/25 |
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
|
ମଧୁବନ |
| “ମିଠେ ବଚ୍ଚେ:- ଯଦି ଶାନ୍ତିରେ ରହିବାକୁ ଚାହୁଁଛ ତେବେ ଅଶରୀରୀ ହୁଅ, ଏହି ଦେହର ସ୍ମୃତିରେ ଆସିବା ଦ୍ୱାରା ହିଁ ଅଶାନ୍ତି ସୃଷ୍ଟି ହେଉଛି, ସେଥିପାଇଁ ନିଜର ସ୍ୱଧର୍ମରେ ସ୍ଥିତ ହୋଇ ରୁହ ।” | |
| ପ୍ରଶ୍ନ:- | - ଯଥାର୍ଥ ଯୋଗ କ’ଣ? ଯୋଗ ସମୟରେ କେଉଁ କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ? |
| ଉତ୍ତର:- | - ନିଜକୁ ଏହି ଦେହଠାରୁ ଅଲଗା ଏକ ଚୈତନ୍ୟ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବାକୁ ହେବ – ଏହା ହିଁ ହେଉଛି ଯଥାର୍ଥ ଯୋଗ । କୌଣସି ବି ଦେହ ମନେ ନ ପଡ଼ୁ, ଏଥିପ୍ରତି ଧ୍ୟାନ ଦେବା ବହୁତ ଜରୁରୀ । ସଦାସର୍ବଦା ଯୋଗଯୁକ୍ତ ହୋଇ ରହିବା ପାଇଁ ଜ୍ଞାନର ନିଶା ଚଢ଼ି ରହିବା ଦରକାର, ବୁଦ୍ଧିରେ ରହୁ ଯେ ବାବା ଆମକୁ ସାରା ବିଶ୍ୱର ମାଲିକ କରୁଛନ୍ତି, ଆମେ ସାରା ସମୁଦ୍ର, ସହିତ ସମଗ୍ର ଧରାପୃଷ୍ଠର ମାଲିକ ହେଉଛୁ । |
| ଗୀତ:- | ତୁହ୍ମେ ପା କେ ହମନେ ... |
ଓମ୍ ଶାନ୍ତି । ଓମ୍ ର ଅର୍ଥ ହିଁ ହେଉଛି ଅହମ୍ ଆତ୍ମା ଅର୍ଥାତ୍ ମୁଁ ଆତ୍ମା । ମନୁଷ୍ୟ ପୁଣି ଭାବୁଛନ୍ତି ଓମ୍ ଅର୍ଥ ଭଗବାନ, କିନ୍ତୁ ବାସ୍ତବରେ ତାହା ନୁହେଁ । ଓମ୍ ଅର୍ଥ ମୁଁ ଆତ୍ମା, ଏହା ମୋର ଶରୀର । କହିଥା’ନ୍ତି ନା - ଓମ୍ ଶାନ୍ତି ଅର୍ଥାତ୍ ଅହମ୍ ଆତ୍ମା । ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି । ଆତ୍ମା ନିଜର ପରିଚୟ ଦେଇଥାଏ । ମନୁଷ୍ୟ ଯଦିଓ ଓମ୍ ଶାନ୍ତି କହନ୍ତି କିନ୍ତୁ ଓମ୍ର ଅର୍ଥ କେହି ବି ବୁଝନ୍ତି ନାହିଁ । ଓମ୍ ଶାନ୍ତି ଶବ୍ଦ ବହୁତ ଭଲ । ମୁଁ ଆତ୍ମା, ମୋର ସ୍ୱଧର୍ମ ହେଉଛି ଶାନ୍ତ । ମୁଁ ଆତ୍ମା ଶାନ୍ତିଧାମର ନିବାସୀ । ଏହାର ଅର୍ଥ କେତେ ସରଳ । କୌଣସି ଲମ୍ବା-ଚଉଡ଼ା ଗପ ନୁହେଁ । ବର୍ତ୍ତମାନର ମନୁଷ୍ୟ ଏକଥା ମଧ୍ୟ ଜାଣିନାହାଁନ୍ତି ଯେ, ଏହା ନୂଆ ଦୁନିଆ ନା ପୁରୁଣା ଦୁନିଆ । ନୂଆ ଦୁନିଆ ପୁଣି ପୁରୁଣା କେବେ ହେଉଛି, ପୁରୁଣାରୁ ପୁଣି ନୂଆ କେବେ ହେଉଛି - ଏକଥା କେହି ହେଲେ ଜାଣି ନାହାଁନ୍ତି । ଯଦି କାହାକୁ ବି ପଚରାଯାଏ ଦୁନିଆ ନୂଆ କେବେ ହେଉଛି ଏବଂ ପୁଣି ପୁରୁଣା କିପରି ହେଉଛି? ତେବେ କେହି ହେଲେ କହିପାରିବେ ନାହିଁ । ଏହା ତ କଳିଯୁଗ, ପୁରୁଣା ଦୁନିଆ । ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଏ । ଆଚ୍ଛା, ନୂଆ ଦୁନିଆ ପୁଣି ପୁରୁଣା ହେବା ପାଇଁ କେତେ ବର୍ଷ ଲାଗୁଛି? ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ମନୁଷ୍ୟ ହୋଇ ମଧ୍ୟ ଏ କଥା ଜାଣିନାହାଁନ୍ତି । ସେଥିପାଇଁ ଏମାନଙ୍କୁ ଜୀବଜନ୍ତୁଙ୍କଠାରୁ ମଧ୍ୟ ହୀନ ବୋଲି କୁହାଯାଏ । ଜୀବଜନ୍ତୁ ତ ଏଭଳି କହନ୍ତି ନାହିଁ । ମନୁଷ୍ୟମାନେ କହନ୍ତି ଯେ, ଆମେ ପତିତ, ହେ ପତିତ-ପାବନ ଆସ । କିନ୍ତୁ ତାଙ୍କୁ ବିଲ୍କୁଲ୍ ଜାଣିନାହାଁନ୍ତି । ପାବନ ଶବ୍ଦ କେତେ ସୁନ୍ଦର । ପାବନ ଦୁନିଆ ସ୍ୱର୍ଗ ନୂଆ ଦୁନିଆକୁ ହିଁ କୁହାଯିବ । ଚିତ୍ର ମଧ୍ୟ ଦେବତାମାନଙ୍କର ରହିଛି କିନ୍ତୁ କେହି ହେଲେ ବୁଝିପାରୁ ନାହାଁନ୍ତି, ଏହି ଲକ୍ଷ୍ମୀ-ନାରାୟଣ ନୂଆ ପାବନ ଦୁନିଆର ମାଲିକ ଥିଲେ । ଏସବୁ କଥା ବେହଦର ବାବା ହିଁ ବସି ପିଲାମାନଙ୍କୁ ବୁଝାଉଛନ୍ତି । ନୂଆ ଦୁନିଆ ସ୍ୱର୍ଗକୁ କୁହାଯାଉଛି । ଦେବତାମାନଙ୍କୁ କୁହାଯାଏ ସ୍ୱର୍ଗବାସୀ । ଏବେ ତ ହେଉଛି ପୁରୁଣା ଦୁନିଆ, ନର୍କ । ଏଠାରେ ମନୁଷ୍ୟ ନର୍କବାସୀ ଅଟନ୍ତି । ଯଦି କେହି ମରିଯାଆନ୍ତି ତେବେ କହିଥା’ନ୍ତି ଯେ ଇଏ ସ୍ୱର୍ଗବାସୀ ହେଲେ ତେବେ ଏହା ନିଶ୍ଚିତ ନର୍କ ଦୁନିଆ ଅଟେ, ତୁମେ ଏକଥା ହିସାବ କରି ମଧ୍ୟ କହିଦେଇପାରିବ । ବାସ୍ତବରେ ଏହା ହେଉଛି ନର୍କ କିନ୍ତୁ ଯଦି ତୁମେ ନର୍କବାସୀ କହିବ ତେବେ ବିଗିଡି ଯିବେ । ବାବା ବୁଝାଉଛନ୍ତି ଦେଖିବାକୁ ଯଦିଓ ଚେହେରା ମନୁଷ୍ୟ ସଦୃଶ କିନ୍ତୁ ଚରିତ୍ର ହେଉଛି ମାଙ୍କଡ଼ ସଦୃଶ । ଏହାର ଗାୟନ ମଧ୍ୟ ରହିଛି ନା । ନିଜେ ମନ୍ଦିରକୁ ଯାଇ ଦେବତାମାନଙ୍କ ଆଗରେ ଗାୟନ କରୁଛନ୍ତି ଯେ - ଆପଣ ସର୍ବଗୁଣ ସମ୍ପନ୍ନ ... କିନ୍ତୁ ନିଜ ପାଇଁ କ’ଣ କହିବେ? ମୁଁ ପାପୀ ନୀଚ । କିନ୍ତୁ ସିଧା ଯଦି କହିବ ଯେ ତୁମେ ବିକାରୀ ତେବେ ବିଗିଡ଼ି ଯିବେ ସେଥିପାଇଁ ବାବା କେବଳ ପିଲାମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି ଏବଂ ତୁମମାନଙ୍କୁ ହିଁ ବୁଝାଉଛନ୍ତି । ବାବା ବାହାର ଲୋକଙ୍କ ସହିତ କଥାବାର୍ତ୍ତା ହେଉ ନାହାଁନ୍ତି କାହିଁକିନା କଳିଯୁଗୀ ମନୁଷ୍ୟ ହେଲେ ନର୍କବାସୀ । ଏବେ ତୁମେ ହେଉଛ ସଙ୍ଗମଯୁଗ ନିବାସୀ । ତୁମେ ଏବେ ପବିତ୍ର ହେଉଛ । ତୁମେମାନେ ଜାଣିଛ, ଆମ ବ୍ରାହ୍ମଣମାନଙ୍କୁ ଶିବବାବା ପାଠ ପଢ଼ାଉଛନ୍ତି । ସେ ହେଉଛନ୍ତି ପତିତ-ପାବନ । ଆମ ସମସ୍ତ ଆତ୍ମାମାନଙ୍କୁ ନେଇଯିବା ପାଇଁ ବାବା ଆସିଛନ୍ତି । ଏହା କେତେ ସରଳ କଥା । ବାବା କହୁଛନ୍ତି - ପିଲାମାନେ, ତୁମେମାନେ ଶାନ୍ତିଧାମରୁ ଏଠାକୁ ପାର୍ଟ କରିବା ପାଇଁ ଆସୁଛ । ଏହି ଦୁଃଖଧାମରେ ସମସ୍ତେ ଦୁଃଖୀ, ସେଥିପାଇଁ କହୁଛନ୍ତି ମନକୁ କିପରି ଶାନ୍ତି ମିଳିବ? ଏପରି କହୁନାହାଁନ୍ତି - ଆତ୍ମାକୁ କିପରି ଶାନ୍ତି ମିଳିବ? ଆରେ ତୁମେ କହୁଛ ନା ଓମ୍ ଶାନ୍ତି । ମୋର ସ୍ୱଧର୍ମ ହେଉଛି ଶାନ୍ତି । ପୁଣି ଶାନ୍ତି କାହିଁକି ମାଗୁଛ? ନିଜ ଆତ୍ମାକୁ ଭୁଲି ଦେହ-ଅଭିମାନରେ ଆସିଯାଉଛ । ଆତ୍ମାମାନେ ତ ଶାନ୍ତିଧାମର ନିବାସୀ ଅଟନ୍ତି । ତେବେ ଏଠାରେ ଶାନ୍ତି କେଉଁଠାରୁ ମିଳିବ? ଅଶରୀରୀ ହେଲେ ହିଁ ଶାନ୍ତି ମିଳିବ । ଶରୀର ସହିତ ଆତ୍ମା ଅଛି, ତେଣୁ ତାକୁ ନିଶ୍ଚିତ ଭାବେ ଚଲାବୁଲା ତ କରିବାକୁ ପଡ଼ୁଛି । ମୁଁ ଆତ୍ମା ଶାନ୍ତିଧାମରୁ ଏଠାକୁ ପାର୍ଟ କରିବାକୁ ଆସିଛି । ଏକଥା ମଧ୍ୟ କେହି ବୁଝିପାରୁନାହାଁନ୍ତି ଯେ ରାବଣ ହିଁ ଆମର ଶତ୍ରୁ । କେବେଠାରୁ ଏହି ରାବଣ ତୁମର ଶତ୍ରୁ ହୋଇଛି? ଏହା ମଧ୍ୟ କେହି ଜାଣି ନାହାଁନ୍ତି । ବଡ଼-ବଡ଼ ବିଦ୍ୱାନ, ପଣ୍ଡିତମାନେ ମଧ୍ୟ ଜାଣି ନାହାଁନ୍ତି ଯେ ରାବଣ କିଏ, ଯାହାର ଆମେ ପିତୁଳା ତିଆରି କରି ଜଳାଉଛୁ । ଯାହାକୁ ଜନ୍ମ-ଜନ୍ମାନ୍ତର ଜଳାଇ ଆସୁଛୁ, କିଛି ହେଲେ ଜାଣିନାହାଁନ୍ତି । ଯଦି କାହାକୁ ବି ପଚାରାଯାଏ - ରାବଣ କିଏ? ତେବେ କହିବେ ଏସବୁ ତ କଳ୍ପନା । ଏହିପରି ବହୁତ କହିଥା’ନ୍ତି । ବାସ୍ତବରେ କଳ୍ପନାର ଅର୍ଥ କ’ଣ? କହନ୍ତି ଏହା ସଂକଳ୍ପର ଦୁନିଆ । ଯିଏ ଯେପରି ସଂକଳ୍ପ କରିଥାଏ ତାହା ହୋଇଯାଏ । ଅର୍ଥ କିଛି ବି ବୁଝନ୍ତି ନାହିଁ । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । କେହି ତ ଭଲ ଭାବରେ ବୁଝିଯାଉଛନ୍ତି, କେହି ବୁଝୁ ନାହାଁନ୍ତି । ଯିଏ ଭଲ ଭାବରେ ବୁଝୁଛନ୍ତି ତାଙ୍କୁ ସୁପୁତ୍ର ବୋଲି କୁହାଯାଏ ଏବଂ ଯିଏ ବୁଝୁନାହାଁନ୍ତି ସିଏ ଲଗେ ଅର୍ଥାତ୍ ସାବତ ସନ୍ତାନ ଅଟନ୍ତି । ସାବତ ସନ୍ତାନ କ’ଣ ଉତ୍ତରାଧିକାରୀ ହୋଇପାରିବ କି! ବାବାଙ୍କ ପାଖରେ ମାତେଲେ (ନିଜର ସନ୍ତାନ) ମଧ୍ୟ ଅଛନ୍ତି ଏବଂ ସୌତେଲେ (ସାବତ ସନ୍ତାନ) ମଧ୍ୟ ଅଛନ୍ତି । ନିଜର ସନ୍ତାନମାନେ ତ ପୂରା ବାବାଙ୍କ ଶ୍ରୀମତରେ ଚାଲିଥା’ନ୍ତି । ସାବତ ସନ୍ତାନମାନେ ଚାଲିବେ ନାହିଁ । ବାବା କହି ଦିଅନ୍ତି, ଇଏ ମୋ ମତରେ ଚାଲୁନାହାଁନ୍ତି । ରାବଣର ମତରେ ଚାଲୁଛନ୍ତି । ରାମ ଏବଂ ରାବଣ ଦୁଇଟି ଅକ୍ଷର ରହିଛି । ରାମରାଜ୍ୟ ଏବଂ ରାବଣ ରାଜ୍ୟ । ଏହା ହେଉଛି ସଙ୍ଗମ । ବାବା ବୁଝାଉଛନ୍ତି - ଏ ସବୁ ବ୍ରହ୍ମାକୁମାର-କୁମାରୀମାନେ ଶିବବାବାଙ୍କଠାରୁ ବର୍ସା ନେଉଛନ୍ତି । ତୁମେ ନେବ? ଶ୍ରୀମତରେ ଚାଲିବ? ତେବେ କହନ୍ତି କେଉଁ ମତ? ବାବା ଶ୍ରୀମତ ଦେଉଛନ୍ତି ଯେ ପବିତ୍ର ହୁଅ । କହନ୍ତି ମୁଁ ପବିତ୍ର ରହିବି ପୁଣି ଯଦି ମୋ ସ୍ୱାମୀ ନ ମାନିବେ ତେବେ ମୁଁ କାହା କଥା ମାନିବି? ସେ ତ ମୋର ପତି ପରମେଶ୍ୱର କାରଣ ଭାରତର ଏହି କଥା ଶିଖାଯାଇଥାଏ ଯେ, ପତି ହେଉଛନ୍ତି ତୁମର ଗୁରୁ, ଈଶ୍ୱର ସବୁ କିଛି । କିନ୍ତୁ ବାସ୍ତବରେ ଏପରି କେହି ଭାବୁ ନାହାଁନ୍ତି । ସେ ସମୟରେ ହଁ କରି ଦିଅନ୍ତି କିନ୍ତୁ କିଛି ବି ମାନନ୍ତି ନାହିଁ । ତଥାପି ମଧ୍ୟ ଗୁରୁମାନଙ୍କ ପାଖକୁ, ମନ୍ଦିର ଇତ୍ୟାଦିକୁ ଯାଆନ୍ତି । ସ୍ୱାମୀ କହନ୍ତି ତୁମେ ବାହାରକୁ ଯାଅ ନାହିଁ ମୁଁ ରାମଙ୍କର ମୂର୍ତ୍ତି ତୁମ ପାଇଁ ଘରେ ଆଣି ରଖି ଦେବି ପୁଣି ତୁମେ ଅଯୋଧ୍ୟା ଆଦି ସ୍ଥାନକୁ ଯାଇ କାହିଁକି ଭଟକୁଛ? କିନ୍ତୁ କେହି ମାନୁ ନାହାଁନ୍ତି । ଏହା ହେଉଛି ଭକ୍ତିମାର୍ଗର ଧକ୍କା । ତାହା ତ ନିଶ୍ଚିତ ଖାଇବେ । କେବେ ବି କେହି ମାନିବେ ନାହିଁ । ଭାବନ୍ତି ତାହା ତ ତାଙ୍କର ମନ୍ଦିର ଅଟେ । ଆରେ ତୁମେ ରାମଙ୍କୁ ମନେ ପକାଇବ ନା ମନ୍ଦିରକୁ? କିନ୍ତୁ ବୁଝନ୍ତି ନାହିଁ । ତେଣୁ ବାବା ବୁଝାଉଛନ୍ତି ଭକ୍ତିମାର୍ଗରେ ମଧ୍ୟ କହୁଛ ହେ ଭଗବାନ ଆସ, ଏଠାକୁ ଆସି ଆମର ସଦ୍ଗତି କର କାରଣ ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ସିଏ ହିଁ ଅଟନ୍ତି । ଆଚ୍ଛା ସେ କେବେ ଆସନ୍ତି - ଏ କଥା ମଧ୍ୟ କେହି ଜାଣିନାହାଁନ୍ତି ।
ବାବା ବୁଝାଉଛନ୍ତି ରାବଣ ହିଁ ତୁମର ଶତ୍ରୁ ଅଟେ । ରାବଣର କଥା ତ ବହୁତ ବିଚିତ୍ର ଯାହାକୁ ବର୍ଷ ବର୍ଷ ହେବ ଜଳାଇ ଆସୁଛନ୍ତି କିନ୍ତୁ ସିଏ ତ ମରୁନାହିଁ । ରାବଣ କ’ଣ ଜିନିଷ ଏକଥା କେହି ହେଲେ ଜାଣିନାହାଁନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଆମକୁ ବେହଦର ବାବାଙ୍କଠାରୁ ବର୍ସା ମିଳୁଛି । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଶିବଙ୍କୁ କେହି ହେଲେ ମଧ୍ୟ ଜାଣିନାହାଁନ୍ତି । ଗଭର୍ଣ୍ଣମେଣ୍ଟକୁ ମଧ୍ୟ ତୁମେ ବୁଝାଉଛ । ଶିବ ତ ହେଉଛନ୍ତି ଭଗବାନ ସେ ହିଁ କଳ୍ପ-କଳ୍ପ ଆସି ଭାରତକୁ ନର୍କରୁ ସ୍ୱର୍ଗ ଭିକାରୀରୁ ରାଜକୁମାର କରୁଛନ୍ତି । ପତିତକୁ ପାବନ କରୁଛନ୍ତି । ସେ ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ଏହି ସମୟରେ ସବୁ ମନୁଷ୍ୟ ମାତ୍ରେ ଏଠାରେ ଅଛନ୍ତି । ଖ୍ରୀଷ୍ଟଙ୍କର ଆତ୍ମା ମଧ୍ୟ କୌଣସି ନା କୌଣସି ଜନ୍ମ ନେଇ ଏଠାରେ ଅଛନ୍ତି । ମଝିରେ କେହି ହେଲେ ବି ଘରକୁ ଫେରି ଯାଇପାରିବେ ନାହିଁ । ସମସ୍ତଙ୍କର ସଦ୍ଗତିଦାତା ହେଉଛନ୍ତି ଏକମାତ୍ର ବଡ଼ ବାପା । ଆସନ୍ତି ମଧ୍ୟ ସେ ଭାରତକୁ । ବାସ୍ତବରେ ଭକ୍ତି ମଧ୍ୟ ତାଙ୍କର ହିଁ କରିବା ଉଚିତ୍ ଯିଏକି ସମସ୍ତଙ୍କୁ ସଦ୍ଗତି ଦେଇଥା’ନ୍ତି । ସେହି ନିରାକାର ବାବା ଏଠାରେ ତ ନାହାଁନ୍ତି । ତାଙ୍କୁ ସର୍ବଦା ଉପରେ ଅଛନ୍ତି ବୋଲି ଭାବି ମନେପକାଇଥା’ନ୍ତି । କିନ୍ତୁ ଶ୍ରୀକୃଷ୍ଣଙ୍କୁ ଉପରେ ଅଛନ୍ତି ବୋଲି କେହି ହେଲେ ଭାବନ୍ତି ନାହିଁ । ଅନ୍ୟ ସମସ୍ତଙ୍କୁ ତଳେ ଅର୍ଥାତ୍ ଏହିଠାରେ ହିଁ ମନେ ପକାଇଥା’ନ୍ତି । ଶ୍ରୀକୃଷ୍ଣଙ୍କୁ ମଧ୍ୟ ଏହିଠାରେ ହିଁ ମନେ ପକାଇଥା’ନ୍ତି । ତୁମ ପିଲାମାନଙ୍କର ମନେ ପକାଇବା ଯଥାର୍ଥ ଅଟେ । ତୁମେ ନିଜକୁ ଏହି ଦେହରୁ ଅଲଗା, ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଉଛ । ବାବା କହୁଛନ୍ତି ତୁମକୁ କାହାର ବି ଦେହ ମନେପଡିବା ଉଚିତ୍ ନୁହେଁ । ଏହା ଧ୍ୟାନ ରଖିବା ବହୁତ ଜରୁରୀ । ତୁମେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ବାବା ଆମକୁ ସାରା ବିଶ୍ୱର ମାଲିକ କରୁଛନ୍ତି । ସାରା ସମୁଦ୍ର, ସାରା ଧରଣୀ, ସାରା ଆକାଶର ମାଲିକ କରୁଛନ୍ତି । ଏବେ ତ କେତେ ଟୁକୁଡ଼ା-ଟୁକୁଡ଼ା ହୋଇଯାଇଛି । ଜଣକୁ ଅନ୍ୟ ଜଣେ ତାର ସୀମାକୁ ଆସିବାକୁ ଦେଉନାହାଁନ୍ତି । ସେଠାରେ ଏଭଳି କଥା ହୁଏ ନାହିଁ । ଭଗବାନ ତ ହେଉଛନ୍ତି ହିଁ ଏକମାତ୍ର ବାବା । ଏପରି ନୁହେଁ ଯେ ସମସ୍ତେ ବାପା ହିଁ ବାପା ଅଟନ୍ତି । ଏଭଳି ମଧ୍ୟ କହିଥା’ନ୍ତି, ହିନ୍ଦୁ-ଚିନି ଭାଇ-ଭାଇ, ହିନ୍ଦୁ-ମୁସଲମାନ ଭାଇ-ଭାଇ କିନ୍ତୁ ଏହାର ବାସ୍ତବ ଅର୍ଥକୁ ବୁଝି ନାହାଁନ୍ତି । ଏପରି କେବେ କହିବେ ନାହିଁ ଯେ ହିନ୍ଦୁ-ମୁସଲମାନ ଭଉଣୀ-ଭାଇ । ନାଁ । ଆତ୍ମାମାନେ ହେଉଛନ୍ତି ପରସ୍ପର ଭାଇ-ଭାଇ । କିନ୍ତୁ ଏହି କଥାକୁ ଜାଣିନାହାଁନ୍ତି । କେବଳ ଶାସ୍ତ୍ର ଆଦି ଶୁଣି ସତ୍-ସତ୍ କରିଥା’ନ୍ତି । କିନ୍ତୁ ଏହାର ଅର୍ଥ କିଛି ନାହିଁ । ବାସ୍ତବରେ ଏହା ହେଉଛି ଅସତ୍ୟ, ମିଥ୍ୟା । ସତ୍ୟଖଣ୍ଡରେ ସତ୍ ହିଁ ସତ୍ କହିଥା’ନ୍ତି । ଏଠାରେ ମିଥ୍ୟା ହିଁ ମିଥ୍ୟା ରହିଛି । କାହାକୁ ଯଦି କହିବ ଯେ ତୁମେ ମିଛ କହୁଛ ତେବେ ବିଗିଡ଼ି ଯିବେ । ତୁମେ ସତ୍ୟ କଥା କହୁଛ ତଥାପି ମଧ୍ୟ କେହି କେହି ଗାଳି ଦେବାକୁ ଲାଗି ପଡିଥା’ନ୍ତି । ଏବେ ବାବାଙ୍କୁ ତ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ତୁମେ ପିଲାମାନେ ଏବେ ଦୈବୀଗୁଣ ଧାରଣ କରୁଛ । ତୁମେମାନେ ଜାଣିଛ, ଏବେ ୫ ତତ୍ତ୍ୱ ମଧ୍ୟ ତମଃପ୍ରଧାନ ହୋଇଯାଇଛି । ଆଜି କାଲି ମନୁଷ୍ୟମାନେ ଭୂତମାନଙ୍କର ମଧ୍ୟ ପୂଜା କରୁଛନ୍ତି । ସେମାନଙ୍କୁ କେବଳ ଭୂତର ହିଁ ସ୍ମୃତି ରହିଥାଏ । ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ । ଭୂତମାନଙ୍କୁ ମନେ ପକାଅ ନାହିଁ । ଗୃହସ୍ଥ ବ୍ୟବହାରରେ ରହି ବୁଦ୍ଧିର ଯୋଗ ବାବାଙ୍କ ସାଥିରେ ରଖ । ଏବେ ଦେହୀ-ଅଭିମାନୀ ହେବାକୁ ପଡ଼ିବ । ଯେତେ ବାବାଙ୍କୁ ମନେ ପକାଇବ ସେତେ ବିକର୍ମ ବିନାଶ ହେବ । ଜ୍ଞାନର ତୃତୀୟ ନେତ୍ର ତୁମକୁ ମିଳୁଛି ।
ଏବେ ତୁମକୁ ବିକର୍ମାଜିତ୍ ହେବାକୁ ପଡ଼ିବ । ତାହା ହେଉଛି ବିକର୍ମାଜିତ୍ ସଂବତ । ଏହା ବିକର୍ମୀ ସଂବତ । ତୁମେ ଯୋଗବଳ ଦ୍ୱାରା ବିକର୍ମ ଉପରେ ବିଜୟ ପ୍ରାପ୍ତ କରୁଛ । ଭାରତର ଯୋଗ ତ ପ୍ରସିଦ୍ଧ । କିନ୍ତୁ ମନୁଷ୍ୟ ଜାଣି ନାହଁନ୍ତି । ସନ୍ନ୍ୟାସୀମାନେ ବାହାରେ ଯାଇ କହନ୍ତି ଯେ, ଆମେ ଭାରତର ଯୋଗ ଶିଖାଇବାକୁ ଆସିଛୁ, ସେମାନେ ଜାଣିନାହାଁନ୍ତି ଯେ ଏମାନେ ହେଉଛନ୍ତି ହଠଯୋଗୀ । ସେମାନେ ରାଜଯୋଗ ଶିଖାଇପାରିବେ ନାହିଁ । ତୁମେ ହେଉଛ ରାଜଋଷି । ସେମାନେ ହେଲେ ହଦର ସନ୍ନ୍ୟାସୀ ତୁମେ ହେଲ ବେହଦର ସନ୍ନ୍ୟାସୀ । ଏମାନଙ୍କ ଭିତରେ ରାତି-ଦିନର ଫରକ ରହିଛି । ତୁମ ବ୍ରାହ୍ମଣମାନଙ୍କ ବିନା ଆଉ କେହି ବି ରାଜଯୋଗ ଶିଖାଇ ପାରିବେ ନାହିଁ । ଏହା ହେଉଛି ନୂଆ କଥା । ତେଣୁ ନୂଆମାନେ କିଛି ବି ବୁଝିପାରିବେ ନାହିଁ, ସେଥିପାଇଁ ନୂଆମାନଙ୍କୁ କେବେ ଅନୁମତି ଦିଆଯାଏ ନାହିଁ । ଏହା ଇନ୍ଦ୍ରସଭା ଅଟେ ନା । ଏହି ସମୟରେ ସମସ୍ତେ ପଥରବୁଦ୍ଧି ଅଟନ୍ତି । ସତ୍ୟଯୁଗରେ ତୁମର ପାରସବୁଦ୍ଧି ରହୁଛି । ଏହା ହେଲା ସଙ୍ଗମ । ଏକମାତ୍ର ବାବାଙ୍କ ବିନା ପଥରରୁ ପାରସ କେହି କରିପାରିବେ ନାହିଁ । ତୁମେ ପାରସବୁଦ୍ଧି ହେବା ପାଇଁ ଏଠାକୁ ଆସିଛ । ବାସ୍ତବରେ ଭାରତ ସୁନାର ଚଢ଼େଇ ଥିଲା । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । ଏମାନେ କେବେ ରାଜ୍ୟ କରୁଥିଲେ, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ଆଜିଠାରୁ ୫ ହଜାର ବର୍ଷ ପୂର୍ବେ ଏମାନଙ୍କର ରାଜ୍ୟ ଥିଲା । ପୁଣି ଏମାନେ କୁଆଡ଼େ ଗଲେ । ତୁମେ କହିପାରିବ ଏମାନେ ୮୪ ଜନ୍ମ ଭୋଗ କରି ଯାଇଛନ୍ତି । ଏବେ ତମୋପ୍ରଧାନ ହୋଇଯାଇଛନ୍ତି, ପୁଣି ବାବାଙ୍କ ଦ୍ୱାରା ସତ୍ତ୍ୱପ୍ରଧାନ ହେଉଛନ୍ତି । ତତ୍ତ୍ତ୍ୱମ୍ । ଏହି ଜ୍ଞାନ ବାବାଙ୍କ ବିନା କୌଣସି ସାଧୁ-ସନ୍ଥ ଆଦି ଦେଇପାରିବେ ନାହିଁ । ତାହା ଭକ୍ତିମାର୍ଗ, ଏହା ହେଲା ଜ୍ଞାନ ମାର୍ଗ । ତୁମମାନଙ୍କ ପାଖରେ ଯେଉଁ ଭଲ ଭଲ ଗୀତ ଅଛି ତାକୁ ଶୁଣିଲେ ତୁମର ଲୋମ ଟାଙ୍କୁରି ଉଠିବ । ଖୁସିର ପାରଦ ଏକଦମ୍ ଚଢ଼ିଯିବ । ପୁଣି ସେ ନିଶା ସ୍ଥାୟୀ ମଧ୍ୟ ରହିବା ଦରକାର । ଏହା ହେଉଛି ଜ୍ଞାନ ଅମୃତ । ସେମାନେ ମଦ ପିଇଲେ ତାଙ୍କୁ ନିଶା ଚଢ଼ିଥାଏ, ଏଠାରେ ଏହା ଜ୍ଞାନ ଅମୃତ ଅଟେ । ତୁମର ଏହି ନିଶା ଛାଡ଼ିବା ଉଚିତ୍ ନୁହେଁ । ସର୍ବଦା ଚଢ଼ି ରହିବା ଉଚିତ୍ । ତୁମେ ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖି କେତେ ଖୁସି ହେଉଛ । ଜାଣିଛ ଆମେ ଶ୍ରୀମତ ଆଧାରରେ ପୁନର୍ବାର ଶ୍ରେଷ୍ଠାଚାରୀ ହେଉଛୁ । ଏଠାରେ ସବୁ କିଛି ଦେଖୁଥିଲେ ମଧ୍ୟ ବୁଦ୍ଧିଯୋଗ ବାବା ଏବଂ ବର୍ସା ସହିତ ଲାଗି ରହୁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗବଳ ଦ୍ୱାରା ବିକର୍ମ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଏଠାରେ ସବୁ କିଛି ଦେଖୁଥିଲେ ମଧ୍ୟ ବୁଦ୍ଧିଯୋଗ ବାବା ଏବଂ ତାଙ୍କର ସମ୍ପତ୍ତି ସହିତ ଲାଗିରହୁ ।
(୨) ବାବାଙ୍କର ସମ୍ପତ୍ତିର ପୂରା ଅଧିକାର ପ୍ରାପ୍ତ କରିବା ପାଇଁ ବାବାଙ୍କର ପ୍ରକୃତ ସନ୍ତାନ ହେବାକୁ ପଡ଼ିବ । ଏକମାତ୍ର ବାବାଙ୍କର ହିଁ ଶ୍ରୀମତରେ ଚାଲିବାକୁ ପଡ଼ିବ । ବାବା ଯାହା ବୁଝାଉଛନ୍ତି ତାକୁ ଭଲ ଭାବରେ ବୁଝି ଅନ୍ୟମାନଙ୍କୁ ବୁଝାଇବାକୁ ପଡିବ ।
| ବରଦାନ:- |
ଦିବ୍ୟବୁଦ୍ଧିର ଲିଫ୍ଟ ଦ୍ୱାରା ତିନିଲୋକରେ ଭ୍ରମଣ କରୁଥିବା ସହଜଯୋଗୀ ଭବ । ସଂଗମଯୁଗରେ ସବୁ ପିଲାଙ୍କୁ ଦିବ୍ୟବୁଦ୍ଧି ରୂପୀ ଲିଫ୍ଟ ମିଳିଛି । ଏହି ବିଚିତ୍ର ଲିଫ୍ଟ ଦ୍ୱାରା ତିନିଲୋକରେ ଯେଉଁଠି ଚାହିଁବ ସେଠାରେ ପହଞ୍ଚିପାରିବ । କେବଳ ସ୍ମୃତିର ସ୍ୱୀଚ୍ ଅନ୍ କରିବା ମାତ୍ରେ ଗୋଟିଏ ସେକେଣ୍ଡରେ ପହଞ୍ଚିଯିବ ଏବଂ ଯେତେ ସମୟ ଯେଉଁ ଲୋକରେ ଅନୁଭବ କରିବାକୁ ଚାହିଁବ ସେତେ ସମୟ ସେଠାରେ ସ୍ଥିତ ହୋଇପାରିବ । ତେବେ ଏହି ଲିଫ୍ଟକୁ ବ୍ୟବହାର କରିବା ପାଇଁ ଅମୃତବେଳାରେ ସାବଧାନତା ପୂର୍ବକ ସ୍ମୃତିର ସ୍ୱୀଚ୍କୁ ଯଥାର୍ଥ ଭାବରେ ସେଟ୍ କର । ଅଧିକାରୀ ସ୍ୱରୂପରେ ଏହି ଲିଫ୍ଟକୁ କାର୍ଯ୍ୟରେ ଲଗାଅ, ତେବେ ସହଜଯୋଗୀ ହୋଇଯିବ, ମେହନତ ସମାପ୍ତ ହୋଇଯିବ । |
| ସ୍ଲୋଗାନ:- | ମନକୁ ସର୍ବଦା ମଉଜରେ ରଖିବା ହିଁ ଜୀବନ ଜିଇଁବାରେ କଳା । |
*** ଓମ୍ ଶାନ୍ତି ***