ଓଡ଼ିଆ ମୁରଲି · Brahma Kumaris

ଆଜିର ମୁରଲି · ମଇ 17, 2026

ଓମ୍ ଶାନ୍ତି · BapDada · ମଇ 17, 2026

ଆଜିର ମୁରଲି — ପ୍ରତିଦିନ ସକାଳେ ନୂଆ।

18
ଡାଉନଲୋଡ୍ PDF
0:00--:--

ପାଠ ବାଛନ୍ତୁ → ହାଇଲାଇଟ୍ / ବକ୍ସ / ଅଣ୍ଡରଲାଇନ୍

17/05/26
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ଅବ୍ୟକ୍ତ ବାପଦାଦା”
ପୁନରାବୃତ୍ତି: ୧୧-୦୨-୨୦ ମଧୁବନ

“ଶିବଙ୍କର ଜନ୍ମ ଦିନରେ କ୍ରୋଧ ରୂପ ଅରଖ ଫୁଲ ବାପଦାଦାଙ୍କୁ ଅର୍ପଣ କରି ଦର୍ପଣ ହୁଅ, ପବିତ୍ର ପ୍ରବୃତ୍ତିର ପ୍ରତ୍ୟକ୍ଷ ପ୍ରମାଣ ଦ୍ୱାରା ପ୍ରତ୍ୟକ୍ଷତାକୁ ପାଖେଇ ଆଣ ।”

ଆଜି ସମ୍ମୁଖରେ ବସିଥିବା ଏବଂ ଦେଶ ବିଦେଶରେ ଚାରିଆଡେ ବସିଥିବା ସବୁ ପିଲାମାନେ ଅତି ଆନନ୍ଦର ସହିତ ବାବାଙ୍କର ତଥା ନିଜର ଜନ୍ମ ଦିନ ପାଳନ କରିବାର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଦେଉଛନ୍ତି । ତୁମେ ସମସ୍ତେ ସମ୍ମୁଖରେ ବସିଛ ଏବଂ ଦୂର ଦୂରାନ୍ତରେ ବସିଥିବା ପିଲାମାନେ ବିଜ୍ଞାନର ସାଧନ ଗୁଡିକ ଦ୍ୱାରା ମଧ୍ୟ ଖୁସି ଖୁସିରେ ସେମାନଙ୍କର ଦିଲ୍‌ର ଅଭିନନ୍ଦନ ଦେଉଛନ୍ତି । ତୁମେ ସମସ୍ତେ ଯେଉଁମାନେ ବି ଏଠାକୁ ଆସିଛ ବାବାଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ, ନା ନିଜର ଜନ୍ମ ଦିନ ମଧ୍ୟ ପାଳନ କରିବା ପାଇଁ ଆସିଛ? କାହିଁକିନା ଏହି ଜୟନ୍ତୀ ଏକ ବିଚିତ୍ର ଜୟନ୍ତୀ ଅଟେ, କାହିଁକି ବିଚିତ୍ର ଅଟେ ଜାଣିଛ? ପିତାଙ୍କର ଏବଂ ପିଲାମାନଙ୍କର ଜୟନ୍ତୀ ଅର୍ଥାତ୍ ଜନ୍ମ ଦିନ ଏକାଠି ପାଳନ ହେଉଛି । ସାରା କଳ୍ପ ଭିତରେ ଏଭଳି ଜୟନ୍ତୀ କେବେ ବି ହୋଇନଥାଏ । ସାରା କଳ୍ପରେ ଚକ୍ର ଲଗାଇ ଆସ, ଏହା ଏକ ବିଚିତ୍ର ଜୟନ୍ତୀ ଅଟେ । ତେଣୁ ବାପଦାଦା ସବୁ ପିଲାଙ୍କୁ ପଚାରୁଛନ୍ତି ଯେ ତୁମେ ସମସ୍ତେ ବାବାଙ୍କୁ ଅଭିନନ୍ଦନ ଦେବା ପାଇଁ ଆସିଛ ନା ବାବାଙ୍କଠାରୁ ଅଭିନନ୍ଦନ ନେବା ପାଇଁ ଆସିଛ? ବାପଦାଦା ତ ଏକା ଏକା କିଛି ବି କରନ୍ତି ନାହିଁ କାହିଁକିନା ଜନ୍ମ ହେବା ମାତ୍ରକେ ଯଜ୍ଞର ରଚନା କରିଲେ ଏବଂ ଯଜ୍ଞରେ ତ ବ୍ରାହ୍ମଣ ଦରକାର । ତେଣୁ ତୁମମାନଙ୍କର ଜନ୍ମ ମଧ୍ୟ ପିତାଙ୍କ ସାଥୀରେ ହିଁ ହୋଇଛି । ଏହାର ସ୍କାରକୀ ରୂପରେ ଶିବରାତ୍ରି ପାଳନ କରିବା ସମୟରେ ଶିବଙ୍କ ସହିତ ଶାଳଗ୍ରାମମାନଙ୍କୁ ମଧ୍ୟ ପୂଜା କରିଥାଆନ୍ତି ଏବଂ ଅନେକ ଅନେକ ଶାଳଗ୍ରାମ ମାନଙ୍କୁ ପୂଜା କରିଥାଆନ୍ତି । ତେଣୁ ଏହି ଜୟନ୍ତୀ ଆଶ୍ଚର୍ଯ୍ୟଜନକ ଜୟନ୍ତୀ ଅଟେ, ସେଥିପାଇଁ ଏହି ଜୟନ୍ତୀକୁ ହୀରା ତୁଲ୍ୟ ଜୟନ୍ତୀ କୁହାଯାଉଛି । ତେଣୁ ବାପଦାଦା ନିଜର ସମସ୍ତ ସାଥୀ ପିଲାମାନଙ୍କୁ ପଦ୍ମାପଦ୍ମଗୁଣା ବାହୁର ମାଳା ପିନ୍ଧାଇ ପଦ୍ମାପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । ଏହା ମଧ୍ୟ ପିତା ଏବଂ ପିଲାମାନଙ୍କର ଅତି ଆନ୍ତରିକ ସ୍ନେହର ପ୍ରତୀକ ଅଟେ । ତେଣୁ ବାପଦାଦା ପିଲାମାନଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି ଯେ ଏକାଠି ରହିବା ଏବଂ ଏକାଠି ସାଥୀ ହୋଇ ଘରକୁ ଯିବା । ତେବେ କୁହ ପିଲାମାନଙ୍କର ମଧ୍ୟ ବାପଦାଦାଙ୍କ ସହିତ ଏହି ପ୍ରତିଶ୍ରୃତି ଅଛି ନା! ସଂଗମଯୁଗରେ ମଧ୍ୟ ସାଥୀରେ ରହିଛୁ ଏବଂ ଏକାଠି ସାଥୀ ହୋଇ ରହିବୁ ମଧ୍ୟ । ବିଶ୍ୱର ସେବା ମଧ୍ୟ ସାଥୀ ହୋଇ କରିବୁ । ରହିବା ମଧ୍ୟ ସାଥୀ ହୋଇ ଏବଂ ଉଡିଲେ ମଧ୍ୟ ସାଥୀ ହୋଇ ଉଡିଯିବା । ତେବେ କୁହ ତୁମମାନଙ୍କର ମଧ୍ୟ ଏହି ପ୍ରତିଶ୍ରୃତି ରହିଛି ନା, ସାଥୀରେ ରହିବୁ, ସାଥୀରେ ଯିବୁ ଏବଂ ବ୍ରହ୍ମାବାବାଙ୍କ ସାଥୀରେ ବିଶ୍ୱ ଉପରେ ରାଜ୍ୟ କରିବୁ । କ’ଣ ପକ୍କା ପ୍ରତିଶ୍ରୃତି ଦେଇଛ ତ? ଏହା ହିଁ ହେଉଛି ଏହି ଶିବ ଜୟନ୍ତୀର ବିଶେଷତା ।

ବାପଦାଦା ଅମୃତବେଳାରୁ ଦେଖୁଛନ୍ତି ଯେ ଭିନ୍ନ ଭିନ୍ନ ସ୍ଥାନର ପିଲାମାନେ ବହୁତ ଖୁସିର ସହିତ ଅଭିନନ୍ଦନ ଏବଂ ଶୁଭେଚ୍ଛା ପଠାଇ ଚାଲିଛନ୍ତି । ତୁମେମାନେ ତ ଏବେ ସମ୍ମୁଖରେ ବସି ଅଭିନନ୍ଦନ ଦେଉଛ ମଧ୍ୟ ଏବଂ ନେଉଛ ମଧ୍ୟ । ଦେବା ଏବଂ ନେବା ଏକା ସାଥୀରେ ହେଉଛି । ତୁମେ ଭଗବାନଙ୍କର ପିଲାମାନେ କେତେ ଭାଗ୍ୟବାନ ଅଟ ଯାହାକି ସମ୍ମୁଖରେ ବସି ଜନ୍ମ ଦିନ ପାଳନ କରୁଛ । ସମସ୍ତଙ୍କର ଚେହେରା ଖୁସିବାସିଆ ଏବଂ ଖୁସିରେ ଉଡୁଥିବାର ଦେଖାଯାଉଛି । ଗୋଟିଏ ପଟେ ବାପଦାଦା ପିଲାମାନଙ୍କର ଭାଗ୍ୟକୁ ଦେଖୁଛନ୍ତି ଏବଂ ଅନ୍ୟ ପଟେ ଭକ୍ତମାନଙ୍କୁ ମଧ୍ୟ ଦେଖୁଛନ୍ତି । ସେମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ଡାକୁଛନ୍ତି ଆସ ଆସ କିନ୍ତୁ ତୁମେମାନେ ଏକାଠି ବସି ଜୟନ୍ତୀ ପାଳନ କରୁଛ । ବାପଦାଦା ଦେଖୁଛନ୍ତି ଭକ୍ତମାନଙ୍କର ଅନୁଭୂତି ମଧ୍ୟ କିଛି କମ୍ ନୁହେଁ । ଯାହା ସବୁ ତୁମେମାନେ ଏଠାରେ ବାସ୍ତବିକ ରୂପରେ କରୁଛ ତା’ର ସ୍ମାରକୀ ରୂପରେ ସେମାନେ ମଧ୍ୟ କେତେ ସୁନ୍ଦର ଭାବରେ ବିଧିବିଧାନ ପାଳନ କରୁଛନ୍ତି । ତୁମେମାନେ ମଧ୍ୟ ବ୍ରତ ରଖିଛ, ତେଣୁ ସେମାନେ ମଧ୍ୟ ସ୍କାରକୀ ରୂପରେ ବ୍ରତ ରଖିବାର ବିଧି ଆପଣାଇଛନ୍ତି । ସେମାନେ କେବଳ ଗୋଟିଏ ଦିନ ପାଇଁ ବା କିଛି ସମୟ ପାଇଁ ବ୍ରତ ରଖୁଛନ୍ତି କିନ୍ତୁ ତୁମେମାନେ କେଉଁ ବ୍ରତ ରଖିଛ? ସମସ୍ତେ ବାବାଙ୍କ ପାଖରେ ବ୍ରତ ରଖିବାର ପ୍ରତିଶ୍ରୃତି ଦେଇଛ ନା! ତୁମେମାନେ ତ ବାବାଙ୍କ ପାଖରେ ଖୁସି ଖୁସିରେ ବ୍ରତ ରଖିଛ ଯେ ବାବା, ଆମେ ଏହି ସମ୍ପୂର୍ଣ୍ଣ ବ୍ରାହ୍ମଣ ଜନ୍ମ ପାଇଁ ବ୍ରତ ଧାରଣ କରିଛୁ । କ’ଣ ବ୍ରତ ଧାରଣ କରିଛ ତ? କେଉଁ ବ୍ରତ କରିଛ? ପବିତ୍ରତାର ବ୍ରତ । ଯଦିଓ ଗୋଟିଏ ଜନ୍ମ ପାଇଁ ବ୍ରତ ଧାରଣ କରିଛ କିନ୍ତୁ ଏହି ଗୋଟିଏ ଜନ୍ମର ପବିତ୍ରତାର ବ୍ରତ ୨୧ ଜନ୍ମ ପର୍ଯ୍ୟନ୍ତ ଚାଲିବ । ସେମାନେ ତ ଅଳ୍ପ ସମୟ ପାଇଁ ଖାଇବା ପିଇବାର ବ୍ରତ ରଖୁଛନ୍ତି ଏବଂ ରାତ୍ରି ଉଜାଗର ରହିବାର କାର୍ଯ୍ୟ କରୁଛନ୍ତି । କିନ୍ତୁ ଏବେ ତୁମମାନଙ୍କର ଏହି ଗୋଟିଏ ଜନ୍ମର ଜାଗରଣ ଦ୍ୱାରା ସମସ୍ତେ ଅନ୍ଧକାରରୁ ଆଲୋକକୁ ଆସିଯାଇଛ ଏବଂ ଏହି ଅଜ୍ଞାନ ନିଦ୍ରାରୁ ଜାଗରଣ ମଧ୍ୟ ତୁମମାନଙ୍କର ୨୧ ଜନ୍ମ ପର୍ଯ୍ୟନ୍ତ କାୟମ ରହିବ । ଏବେ ତୁମେମାନେ ଏଭଳି ଜାଗରଣ କରିଛ ଯାହାକି ସାରା ବିଶ୍ୱ ତୁମମାନଙ୍କର ଜାଗରଣ ଦ୍ୱାରା ଜାଗ୍ରତ ଜ୍ୟୋତି ହୋଇ ରହିବ । କୌଣସି ବି ଦୁଃଖ ଅଶାନ୍ତିର ଅନ୍ଧକାର ରହିବ ନାହିଁ । ଏବେ କୁହ, ତୁମେମାନେ ସାରା ବିଶ୍ୱକୁ ଅନ୍ଧକାରରୁ ଆଲୋକକୁ ଆଣିଛ, ତେଣୁ ଏହି ଅବିନାଶୀ ଏବଂ ମହାନ ବ୍ରତ ଭଲ ଲାଗୁଛି ତ? କଷ୍ଟ ଲାଗୁ ନାହିଁ ତ? କ’ଣ ସହଜ ନା କଷ୍ଟକର? ସହଜ ଲାଗୁଛି ତ? ଯେଉଁମାନଙ୍କୁ ସହଜ ଲାଗୁଛି ସେମାନେ ହାତ ଉଠାଅ । କେବେ କେବେ ମୁଶକିଲ୍ ଲାଗୁ ନାହିଁ ତ? କେବେ ମୁଶକଲ୍ ଲାଗୁଛି କି? ନା, କାହିଁକିନା ତୁମେମାନେ ଜାଣିଛ ଯେ ପବିତ୍ରତା ଆମର ଜନ୍ମ ସିଦ୍ଧ ଅଧିକାର ଅଟେ, ସେଥିପାଇଁ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ କିନ୍ତୁ ମନ-ବଚନ-କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ମଧ୍ୟ ପବ୍ରିତତା । ପବିତ୍ରତାର ସଂସ୍କାରକୁ ସହଜରେ ଧାରଣ କରିନେଇଛ । ତେବେ ପବିତ୍ରତାର ସଂକଳ୍ପ ତ କରିଛ କିନ୍ତୁ ଏବେ ସମୟ ଅନୁସାରେ ବାପଦାଦା ସମୟର ଚେତାବନୀ ତ ଦେଇ ଛାଲିଛନ୍ତି । ଯେପରି ପବ୍ରିତତାର ବ୍ରତକୁ ସାହସ ରଖି ନିଜର ସ୍ୱଧର୍ମ ମନେ କରି ଧାରଣ କରିଛ ସେହିପରି ତୁମ ଭିତରେ କ୍ରୋଧ ରୂପକ ଯେଉଁ ଦ୍ୱିତୀୟ ଭୂତଟି ରହିଛି, ଆଜି ବାପଦାଦା ପଚାରୁଛନ୍ତି ଯେ ଗୋଟିଏ ମହାଭୂତକୁ ତ ବ୍ରତ ଧାରଣ କରି ବୃତ୍ତିକୁ ହିଁ ବଦଳାଇ ଦେଇଛ କିନ୍ତୁ ଦ୍ୱିତୀୟ ନମ୍ବରରେ ଯେଉଁ ଭୂତଟି ରହିଛି କ୍ରୋଧ ରୂପକ ଭୂତ, ତା’ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିବାର ସଂକଳ୍ପ କରିଛ, ନା ଦ୍ୱିତୀୟ ନମ୍ବର ଭାବି ତାକୁ ଅନୁମତି ଦେଇ ଦେଇଛ? କାହିଁକିନା କ୍ରୋଧ ହିଁ ସମସ୍ତଙ୍କ ସହିତ ସମ୍ପର୍କରେ ଆସୁଛି । ତେଣୁ ଆଜିର ଦିନରେ ଯେତେବେଳେ ବି କେହି ଜନ୍ମ ଦିନ ପାଳନ କରିଥାଆନ୍ତି ସେତେବେଳେ ପରସ୍ପରକୁ ଉପହାର ମଧ୍ୟ ଦେଇଥାଆନ୍ତି, ତେଣୁ ଆଜି ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରଥମ ନମ୍ବର ଭୂତ ଉପରେ ଯେପରି ସାହସର ସହିତ ଏବଂ ବାବାଙ୍କର ସାହାଯ୍ୟ ଦ୍ୱାରା ଅଧିକାଂଶ ପିଲା ବିଜୟ ପ୍ରାପ୍ତ କରି ଆଗକୁ ବଢିଚାଲିଛନ୍ତି, କ’ଣ ସେହିପରି କ୍ରୋଧ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିପାରିବ? କାହିଁକିନା କୌଣସି ବି ଭୂତ ଦୁଃଖୀ ତ ନିଶ୍ଚିତ କରିବ ଏବଂ କ୍ରୋଧ ରୂପକ ଭୂତ ତ ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ଆସୁଛି । ନିଜ ମନ ଭିତରେ ମଧ୍ୟ ଯେତେବେଳେ କ୍ରୋଧ ଆସୁଛି ସେତେବେଳେ ନିଜେ ମଧ୍ୟ କ୍ରୋଧର ବଶୀଭୂତ ହୋଇଯାଉଛ । ଏବେ ଯେହେତୁ ବାବାଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ, ତେଣୁ ଆଜି ବାପଦାଦା ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ ସମସ୍ତଙ୍କଠାରୁ କ୍ରୋଧରୂପକ ଭୂତକୁ ଉପହାର ରୂପରେ ନେବା ପାଇଁ ଚାହୁଁଛନ୍ତି । କ’ଣ ହୋଇପାରିବ ତ? ହୋଇ ପାରିବ ତ? ଯେଉଁମାନେ ଭାବୁଛନ୍ତି ଯେ ଆଜିର ଦିନରେ ଆମେ ଉପହାର ରୂପରେ ଦେଇପାରିବୁ, ମନରେ ମଧ୍ୟ ନୁହେଁ କି ସ୍ୱପ୍ନରେ ମଧ୍ୟ ନୁହେଁ । କ’ଣ ଏହିଭଳି ସଂକଳ୍ପ ରଖି ସାହସର ସହିତ ନିଜକୁ ଆଗକୁ ବଢାଇବାର ଶକ୍ତି ଅଛି ତ? ଅଛି ତ? କ’ଣ ବାବାଙ୍କ ସମ୍ମୁଖରେ ସାହସର ସହିତ ସଂକଳ୍ପ କରିପାରିବ? କ’ଣ ଏହିଭଳି ସଂକଳ୍ପ କରି ବାବାଙ୍କଠାରୁ ଉପହାର ନେବ? ତେବେ ଏହି ଗୋଟିଏ ଉପହାର ବଦଳରେ ଆଉ ଦୁଇଟି ଉପହାର ନିଅ । ଯଦି କ୍ରୋଧ ଉପରେ ବିଜୟ ପାଇଗଲ ତେବେ ଅନ୍ୟ ବିକାର ଗୁଡିକ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିବାର ସାହସ ଆସିବ । ତେବେ କେଉଁମାନେ ଭାବୁଛନ୍ତି ଯେ ଆମେ ବାବାଙ୍କୁ ଏହି ଉପହାର ଦେବୁ ଏବଂ ବାବାଙ୍କଠାରୁ ମଧ୍ୟ ଉପହାର ନେବୁ, ସେମାନେ ହାତ ଉଠାଅ । ଆଚ୍ଛା, ପତାକା ହଲାଉଛନ୍ତି । କୁମାରୀମାନେ ମଧ୍ୟ ଚେଷ୍ଟା କର ।

ବାପଦାଦାଙ୍କୁ ପିଲାମାନଙ୍କର ସାହସକୁ ଦେଖି ବହୁତ ଭଲ ଲାଗୁଛି । ତୁମେମାନେ ତ ଦୃଶ୍ୟ ଦେଖୁଛ ନା! ଫଟୋ ମଧ୍ୟ ଉଠାଅ, ହାତ ଉଠାଅ । ସମସ୍ତଙ୍କର ଫଟୋ ଉଠାଅ । ବାପଦାଦା ମଧ୍ୟ ଏହିଭଳି ସାହସ ପାଇଁ ତୁମମାନଙ୍କୁ ପ୍ରତିଦିନ ଅମୃତବେଳାରେ ଯେତେବେଳେ ମିଳନ କରୁଛ, ସେତେବେଳେ ବିଶେଷ କରି ଅନୁଭବୀ ଆତ୍ମା ହେବାର ଅଭିନନ୍ଦନ ଦେବେ କାହିଁକିନା ଏତେ ସବୁ ପିଲାମାନେ ନିଜ ନିଜ ସ୍ଥାନରେ ରହି ମଧ୍ୟ ଯେତେବେଳେ ଲୋକମାନେ ଦେଖିବେ ଯେ ଏମାନେ ଏତେ ଜଣ ଏକାଠି ରହୁଛନ୍ତି, ଘର ଗୃହସ୍ଥକୁ ମଧ୍ୟ ସମ୍ଭାଳୁଛନ୍ତି, ଘରଦ୍ୱାର ଛାଡି ମଧ୍ୟ ଯାଇ ନାହାଁନ୍ତି କିନ୍ତୁ ଘର ଗୃହସ୍ଥକୁ ପବିତ୍ର କରିଛନ୍ତି, ତେବେ କ’ଣ ହୋଇଯିବ? ତେବେ ତୁମମାନଙ୍କ ଭିତରେ ଯେଉଁ ଶୁଭଭାବନା ରହିଛି ଯେ ଆତ୍ମାମାନଙ୍କର ଧାଡି ଲାଗିଯାଉ ସେହି ଧାଡି ତୁମକୁ ଦେଖିବାକୁ ମିଳିବ କାହିଁକିନା କ୍ରୋଧ ପ୍ରତ୍ୟକ୍ଷରେ ଦେଖାଯାଉଛି । ଯେତେବେଳେ ବାସ୍ତବିକ ରୂପରେ ଦେଖିବେ ଯେ ଏମାନେ କେବଳ ପବିତ୍ରତା ଶବ୍ଦ କହୁନାହାଁନ୍ତି କିନ୍ତୁ ପବିତ୍ର ରହି ଦେଖାଉଛନ୍ତି, ତେଣୁ ତୁମେମାନେ ଯେଉଁ ପ୍ରତ୍ୟକ୍ଷତା ଚାହୁଁଛ ଏହା ହିଁ ପ୍ରତ୍ୟକ୍ଷ ପ୍ରମାଣ ଅଟେ, ଏହି ଆଧାରରେ ହିଁ ସମସ୍ତେ ଆକର୍ଷିତ ହୋଇ ଆପେ ଆପେ ଆସିବେ । କିନ୍ତୁ କ’ଣ ହେଉଛି କହିବୁ? କ’ଣ କହୁଛ? କ୍ରୋଧ ଆସିବାର କାରଣ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଦେଖଯାଉଛି ଯେ କେଉଁଠି ନା କେଉଁଠି ଈର୍ଷା ରହିଛି ଏବଂ ତା’ ସହିତ କିଛି ନା କିଛି ଦେଖିବା ଦ୍ୱାରା ବ୍ୟର୍ଥ ବିଚାରର ବୀଜ ମଧ୍ୟ କ୍ରୋଧକୁ ଜନ୍ମ ଦେଉଛ, କାହିଁକିନା ବ୍ୟର୍ଥ ଚିନ୍ତନ ବୀଜ ଅଟେ ଯେଉଁ ବୀଜରୁ କ୍ରୋଧ ଜନ୍ମ ନେଉଛି ଏବଂ ଏଥିପାଇଁ ଗୋଟିଏ ଶବ୍ଦ ନିମିତ୍ତ ହେଉଛି, ସେହି ଗୋଟିଏ ଶବ୍ଦ ରୂପୀ ବୀଜକୁ ଯଦି ସମାପ୍ତ କରିଦେବ ତେବେ ସବୁ କଥା ସହଜ ହୋଇଯିବ । ସେହି ଗୋଟିଏ ଶବ୍ଦ ହେଲା “କାହିଁକି’’ ଏହା କାହିଁକି ହେଲା? ଏପରି କାହିଁକି କରିଲ? ଇଏ ଏପରି କାହିଁକି କରୁଛି? ଏହି କାହିଁକି ଶବ୍ଦର ଧାଡି ବହୁତ ଲମ୍ବା ଅଟେ । ଦେଖ ତୁମେ ଯଦି କ୍ୟୁ ଶବ୍ଦକୁ ଇଂରାଜୀରେ ଲେଖିବ ତେବେ କେତେ ମୁଶକିଲ୍‌ରେ ଲେଖାଯିବ କିନ୍ତୁ ଯଦି ‘ଏ’ ଲେଖିବ ତେବେ କେତେ ସହଜ ଅଟେ । ତେଣୁ ବାପଦାଦା ଆଜି ଏହି କଥା ଚାହୁଁଛନ୍ତି ଯେ ଏହି କ୍ୟୋଁ ଅର୍ଥାତ୍ କାହିଁକି ଶବ୍ଦର କ୍ୟୁ ଅର୍ଥାତ୍ ଧାଡିକୁ ସମାପ୍ତ କର । ତାହାଦ୍ୱାରା ତୁମମାନଙ୍କର ଯେଉଁ ଆଶା ରହିଛି ଶୀଘ୍ର ଶୀଘ୍ର ବାବାଙ୍କର ପ୍ରତ୍ୟକ୍ଷତା ହେଉ, ସମସ୍ତଙ୍କର ଦିଲ୍ ଭିତରେ ବାବାଙ୍କର ସ୍ନେହର ପତାକା ଉଡୁ ଏବଂ ସମସ୍ତଙ୍କର ଦିଲ୍ ଏହି ଗୀତ ଗାଉ ଯେ ଆମର ବାବା ଆସିଗଲେ । ମିଠା ବାବା ଆସିଗଲେ । ଏହି କଥା ଚାହୁଁଛ ନା! ସମସ୍ତଙ୍କ ଦିଲ୍ ଭିତରେ କିପରି ଶୀଘ୍ର ଶୀଘ୍ର ପ୍ରତ୍ୟକ୍ଷର ପତାକା ଉଡୁ । ତେବେ ଏଥିପାଇଁ କାହିଁକି, କ’ଣ, କିପରି ହେବ, ଏହି ସବୁ କା, କ, କି ର ଭାଷାକୁ ସମାପ୍ତ କରି, କ ରେ କମାଲ୍ ଅର୍ଥାତ୍ ଚମତ୍କାର ଶବ୍ଦ କୁହ । କ, କା, କି କୁହ ନାହିଁ । ବାପଦାଦା ଯେତେବେଳେ ପିଲାମାନଙ୍କର ବୋଡିଙ୍ଗ୍ ସ୍କୁଲ୍ ଖୋଲିଥିଲେ, ପାକିସ୍ତାନରେ ଥିବା ସମୟର କଥା, ଆଦି ସମୟରେ ତ ଜଗଦମ୍ବା ପିଲାମାନଙ୍କୁ ଏହି କଥା କହୁଥିଲେ ଯେ ଏହି କ, କା, କି ର ଭାଷା କୁହ ନାହିଁ । ତେବେ ଅଧିକ କେଁ, କେଁ କିଏ କରିଥାଏ? ଏହା କ’ଣ ଶୁଣିବାକୁ ଭଲ ଲାଗେ କି? ତେଣୁ ଏବେ ଆଉ କାହିଁକି କାହିଁକି ର ଧାଡି ଲଗାଅ ନାହିଁ । ଆଜ୍ଞା ହଁ, ଆଜ୍ଞା ବହୁତ ଭଲ, ଭଲ କଥା ଆମେ ସବୁ ମିଳିମିଶି କରିବା, ସମସ୍ତେ ଉଡିବା, ଏହିଭଳି ଭାଷା କୁହ । କ’ଣ ଭାଷାର ପରିବର୍ତ୍ତନ ହୋଇପାରିବ? କ, କା, କି ନୁହେଁ, ଯଦି ଏହି ଶବ୍ଦ ଗୁଡିକର ଧାଡିକୁ ଛାଡି ଦେବ, ତେବେ ପ୍ରତ୍ୟକ୍ଷତାର ଧାଡି ଲାଗିବ ।

ଦେଖ ଶିବଙ୍କ ଉପରେ ଅରଖ ଫୁଲ ହିଁ ଚଢାଇ ଥାଆନ୍ତି, ଯେହେତୁ ଆଜି ସମସ୍ତେ ଶିବରାତ୍ରି ପାଳନ କରୁଛ, ଶିବଙ୍କର ଜନ୍ମ ଦିନ ପାଳନ କରୁଛ ତେବେ ସମସ୍ତେ ଏହି କ୍ରୋଧ ରୂପକ ଅରଖ ଫୁଲକୁ ବାପଦାଦାଙ୍କୁ ଅର୍ପଣ କରିଦିଅ, ତାହାହେଲେ ତୁମେମାନେ ଦର୍ପଣ ହୋଇଯିବ । କ’ଣ ପସନ୍ଦ ତ? ପସନ୍ଦ ତ? ଆଚ୍ଛା! ତେବେ ଆଗକୁ ବାପଦାଦା ହୋଲୀ ସମୟରେ ତ ଆସିବେ ସେତେବେଳେ ଫଳାଫଳ ପଚାରିବେ । ଏଥିରେ ଥକି ଯିବ ନାହିଁ । କ’ଣ କରିବି ହୋଇପାରିଲା ନାହିଁ, ନା ନିଶ୍ଚୟବୁଦ୍ଧି ହୋଇ କର । ମୋତେ କରିବାକୁ ହିଁ ହେବ ଏବଂ ହାତ ମଧ୍ୟ ଉଠାଇଛ, ହାତ ଉଠାଇବା ଅର୍ଥ ବାବାଙ୍କୁ ଦେଇଦେଲ । ଦେଇଦେଲ ନା! ପୁଣି ଥରେ ହାତ ଉଠାଅ । ଦାଦୀମାନେ ଦେଖୁଛ ତ? ତାଳି ବଜାଅ । କେବେ ବି ସାହସ ହରାଇବ ନାହିଁ । ଯଦି ଟିକିଏ କମ୍ ବି ହୋଇଗଲା ତେବେ ବି ଆଗକୁ ଠିକ୍ କରିବାର ସାହସ ରଖିବ, କିନ୍ତୁ ଛାଡିବାର ନାହିଁ । ଆଗକୁ ବଢିଚାଲିବ । ବାପଦାଦା କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ରୂପରେ ଅଛନ୍ତି, ତୁମେମାନେ କହୁଛ ନା ବାପଦାଦା ଏକାଠି ଅଛନ୍ତି, ଯୁଗଳ ଅଟନ୍ତି । ତେଣୁ ଏହିଭଳି ସମୟରେ ଯଦି କିଛି ବି ଭୁଲ୍ ହୋଇଗଲା ତେବେ ବାପଦାଦାଙ୍କର ଯୁଗଳ ରୂପକୁ ସମ୍ମୁଖକୁ ଆଣି ପୁନର୍ବାର ଅର୍ପଣ କରି ଦିଅ । କିନ୍ତୁ ବାପଦାଦା ଚାହୁଁଛନ୍ତି ଯେ ମୋ’ର ସବୁ ପିଲା ନମ୍ବରୱାନ ହୁଅନ୍ତୁ, ଦାନ କରିଦେଇଥିବା ଜିନିଷ ତ ଅନ୍ୟର ଅମାନତ ହୋଇଗଲା ନା । ହାତ ଉଠାଇବା ଅର୍ଥ ଦେଇ ଦେଲ, ତେଣୁ ଏବେ ଆଉ ତୁମର ନୁହେଁ । ଅମାନତ୍ ଅଟେ । ପୁଣି ଯଦି ସଂକଳ୍ପରେ ମଧ୍ୟ ଆସିଯାଏ ତେବେ ଭାବିବ ମୁଁ ଅନ୍ୟର ଅମାନତକୁ ଆତ୍ମସାତ୍ କରୁଛି, ଏହାକୁ ଖରାପ ଭାବିଥାଆନ୍ତି । ଦାନ ଦେଇଥିବା ଜିନିଷକୁ କେବେ ବି ଫେରସ୍ତ ନିଆଯାଏ ନାହିଁ କାହିଁକିନା ଏହା ମୋ’ର ନୁହେଁ ।

ଆଜି ବାପଦାଦା ଚାରିଆଡର ଯେଉଁମାନେ ପରଦାରେ ମଧ୍ୟ ଦେଖୁଛନ୍ତି । ସେଠାରେ ବସି ମଧ୍ୟ ସମସ୍ତେ ଖୁସି ମନରେ ଦେଖୁଛନ୍ତି ଏବଂ ସଂକଳ୍ପ ମଧ୍ୟ କରୁଛନ୍ତି, ତେବେ ମଧୁବନ ବା ସବୁ ସେଣ୍ଟର ଗୁଡିକ କ’ଣ ହୋଇଯିବ? ସବୁ ସେଣ୍ଟର ନିର୍ବିଘ୍ନ ଭବର ବରଦାନୀ ହୋଇଯିବେ । କ’ଣ ପସନ୍ଦ ତ! ପସନ୍ଦ ତ? କାହିଁକିନା ଏବେ ଦୁଃଖ ଅଶାନ୍ତି କାରଣରୁ ଦୁନିଆର ବାତାବରଣ ଏଭଳି ହୋଇଯିବ ଯାହାକି ତୁମମାନଙ୍କୁ ଅନ୍ୟ ଆତ୍ମାମାନଙ୍କ ଉପରେ ଦୟା ଆସିବ, କାହିଁକିନା ତୁମେମାନେ ପୂର୍ବଜ ଅଟ, ପୂଜ୍ୟ ମଧ୍ୟ ଅଟ । ତେବେ ପୂର୍ବଜ ଆତ୍ମାମାନେ କାହାର ବି ଦୁଃଖ ଦୁର୍ଦ୍ଦଶାକୁ ଦେଖିପାରିବେ ନାହିଁ । ଯାହାର ଯାହା ପ୍ରତି ସ୍ନେହ ଥାଏ, ଦୟାଭାବ ଥାଏ ତା’ର ଦୁଃଖ ସେ ଦେଖିପାରେ ନାହିଁ । ତେଣୁ ବାବା ବୁଝାଉଛନ୍ତି ଯେ ସମୟ ତୁମକୁ ପରିବର୍ତ୍ତନ କରିବା ପୂର୍ବରୁ ତୁମେମାନେ ପୁରୁଷାର୍ଥର ପ୍ରାପ୍ତିର ପ୍ରାରବ୍ଧ ଏବେଠାରୁ ହିଁ ଅନୁଭବ କର କାହିଁକିନା ତୁମମାନଙ୍କୁ ଶିକ୍ଷା ଦେବାବାଲା ସମୟ ନୁହେଁ, ସମୟ ତୁମମାନଙ୍କର ଟୀଚର ନୁହେଁ । ତେଣୁ ବାପଦାଦା ଚାହୁଁଛନ୍ତି ଯେ ହୋଲୀ ଅବସରରେ ପ୍ରତ୍ୟେକ ପିଲା ନିଜ ନିଜର ଫଳାଫଳ ଲେଖି କରି ଦିଅନ୍ତୁ, ଅଧିକ ଲମ୍ବା ଚଉଡା ଲେଖିବାର ନାହିଁ, କାହିଁକିନା ପଢିବାକୁ ମଧ୍ୟ କାହାକୁ ସମୟ ନାହିଁ । କିନ୍ତୁ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ତୁମମାନଙ୍କୁ ଯେପରି ବରଦାନର କାର୍ଡ ମିଳୁଛି ନା, ତାହା କେତେ ଛୋଟ, ସେଥିରେ କେବଳ ଓ.କେ. ଲେଖ । କେବଳ ଓ.କେ. ଶବ୍ଦ ହିଁ ଲେଖିବ । ଯଦି ପୁରୁଷାର୍ଥ କରିବା ଭିତରେ କିଛି ଭୁଲ୍ ଭାଲ୍ ହୋଇଯାଇଛି ତେବେ ଓ.କେ. ମଝିରେ ଗାର ଟାଣି ଦେବ । ସହଜ ଅଟେ ନା । ଅଧିକ କାଗଜ ନଷ୍ଟ କରିବ ନାହିଁ । ଯଦି ଅଧିକ ଥର ଭୁଲ୍ ହୋଇଥିବ, ଥରେ, ଦୁଇଥର, ତିନିଥର ତେବେ ଗାର ପକାଇ ଚାଲିବ ଏବଂ ହୋଲୀ ପୂର୍ବରୁ ମଧୁବନକୁ ପଠାଇବେ । ଯଦିଓ ସମସ୍ତଙ୍କର ଏକାଠି କରି ଟୀଚର ଭଉଣୀମାନେ ହିଁ ପଠାନ୍ତୁ । ତାହା ଦ୍ୱାରା ବାପଦାଦାଙ୍କ ପାଖରେ ଫଳାଫଳ ପହଞ୍ଚିଯିବ, ଏଥିରେ ପ୍ରଥମ ନମ୍ବର କିଏ ହେବ? ତା’ପରେ ବାପଦାଦା ତୁମମାନଙ୍କୁ ପଦ୍ମାପଦ୍ମଗୁଣା ଆନ୍ତରିକ ସ୍ନେହର ଉପହାର ଦେବେ । ଆଚ୍ଛା!

ଡବଲ ବିଦେଶୀମାନେ ଅଛନ୍ତି ନା! ହାତ ଉଠାଅ । କ’ଣ ନମ୍ବର ନେବ ତ! ଦେଖିବା ବିଦେଶବାଲା ଆଗ ନମ୍ବର ନେଉଛନ୍ତି, ନା ଭାରତବାଲା ନେଉଛନ୍ତି । ଭଲ କଥା । ବାପଦାଦା ତ ସମସ୍ତଙ୍କୁ ପ୍ରାର୍ଥୀ ରୂପରେ ଦେଖୁ ନାହାଁନ୍ତି, କିନ୍ତୁ ବାବାଙ୍କର ଆଶାକୁ ପୂରଣ କରୁଥିବା ଆଶାର ଦୀପ ରୂପରେ ଦେଖିବାକୁ ଚାହୁଁଛନ୍ତି । ଆଚ୍ଛା - ମଧୁବନ କ’ଣ କରିବ? ମଧୁବନବାଲା ହାତ ଉଠାଅ । ତଳ ଉପର ସବୁଆଡର ମଧୁବନନିବାସୀ ହାତ ଉଠାଅ । ଉପରେ ଅର୍ଥାତ୍ ପାଣ୍ଡବଭବନ, ଜ୍ଞାନ ସରୋବର ଇତ୍ୟାଦି ସ୍ଥାନରେ ରହୁଥିବା ପିଲାମାନେ ମଧ୍ୟ ହାତ ଉଠାଅ, ଲମ୍ବା ହାତ ଉଠାଅ ଏବଂ ହାତ ହଲାଅ । ଆଚ୍ଛା - ମଧୁବନକୁ ନମ୍ବର ତ ନେବା ଦରକାର ନା । କ’ଣ ନେବା ଦରକାର ନା! ନେବା ଉଚିତ୍ କାହିଁକିନା ସମସ୍ତେ ମଧୁବନକୁ ବହୁତ ଶୀଘ୍ର କପୀ କରିଥାଆନ୍ତି । ଆଚ୍ଛା!

ଚାରିଆଡର ଯୁଗଳ ଅବସ୍ଥାରେ ରହୁଥିବା ପିଲାମାନେ ଦେଖୁଛନ୍ତି ଏବଂ ଶୁଣୁଛନ୍ତି ମଧ୍ୟ କିନ୍ତୁ ଯେଉଁ ପିଲାମାନେ ଏବେ ଶୁଣୁ ବି ନାହାଁନ୍ତି ସେମାନେ ମୁରଲୀ ଦ୍ୱାରା ତ ନିଶ୍ଚିତ ଶୁଣିବେ । ତେଣୁ ଚାରିଆଡର ସ୍ନେହୀ ସହଯୋଗୀ ବାବାଙ୍କର ମିଠା ମିଠା, ପ୍ୟାରା ପ୍ୟାରା ପିଲାମାନଙ୍କୁ ବାପଦାଦା ପଦ୍ମାପଦ୍ମଗୁଣା ଅଭିନନ୍ଦନ ମଧ୍ୟ ଦେଉଛନ୍ତି ଏବଂ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି, ଏବଂ ତା’ ସହିତ ପ୍ରତ୍ୟକ୍ଷତାର ପତାକା ଶୀଘ୍ର ଶୀଘ୍ର ଉଡାଇବା ପାଇଁ ସଂକଳ୍ପ ମଧ୍ୟ ଦେଉଛନ୍ତି । ସମୟକୁ ଅପେକ୍ଷା କର ନାହିଁ, ସମୟକୁ ନିଜର ଶିକ୍ଷକ କର ନାହିଁ, ଯେବେକି ସ୍ୱଂୟ ବାବା ତୁମର ପିତା, ଶିକ୍ଷକ ଏବଂ ସତ୍‌ଗୁରୁ ଅଟନ୍ତି, ତେଣୁ ଯେପରି ତୁମମାନଙ୍କର ଜଗଦମ୍ବା କରିଥିଲେ, ଦୁଇଟି ଶବ୍ଦ ଆଧାରରେ ହିଁ ପ୍ରଥମ ନମ୍ବର ଦେଇଗଲେ । ତାହାହେଲା, ବାବାଙ୍କର କହିବା ଏବଂ ଜଗଦମ୍ବାଙ୍କର କରିବା - ଏହିଭଳି ତୀବ୍ର ପୁରୁଷାର୍ଥ କରି ନମ୍ବର ନେଇଗଲେ । ତୁମେମାନେ ମଧ୍ୟ ମାନୁଛ ନା, ତେଣୁ ତୁମେମାନେ ମଧ୍ୟ ଜଗଦମ୍ବା ମା’କୁ ଅନୁକରଣ କର । ଆଚ୍ଛା! ସମସ୍ତଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ବହୁତ ବହୁତ ଆନ୍ତରିକ ଆଶୀର୍ବାଦ ସ୍ୱୀକାର କରିବା ହୁଅ । ତା’ ସହିତ ପିତା ନିଜର ସନ୍ତାନମାନଙ୍କୁ ମାଲିକ ପଣିଆରେ ଦେଖିବା ସହିତ ନମସ୍ତେ କରୁଛନ୍ତି ।

ବାପଦାଦା ସମସ୍ତ ଜୋନ୍ ଗୁଡିକୁ କହିଛନ୍ତି ଯେ ସମସ୍ତେ ୱାରିସ୍ ଅର୍ଥାତ୍ ଉତ୍ତରାଧିକାରୀ ଏବଂ ମାଇକ୍ ଅର୍ଥାତ୍ ବିଶିଷ୍ଟ ଲୋକ ଯେଉଁମାନଙ୍କ କଥାକୁ ବହୁତ ଲୋକ ଶୁଣିବେ, ସେହିଭଳି ପ୍ରଭାବଶାଳୀ ମାଇକ୍ ଯାହାଙ୍କର ଅନୁଭବକୁ ଶୁଣି ଅନ୍ୟମାନଙ୍କୁ ପ୍ରେରଣା ମିଳିଯିବ ଯେ ମୁଁ ମଧ୍ୟ ଏହିଭଳି ହେବି, ଯିଏକି ସମସ୍ତଙ୍କୁ ସନ୍ତୁଷ୍ଟ କରିପାରୁଥିବ । ତେଣୁ ସବୁ ଜୋନ୍‌ଗୁଡିକ ଏହିଭଳି ତାଲିକା ପଠାଇବ । ଆଜି ବାପଦାଦା ଦେଖିଛନ୍ତି ଯେ ଦିଲ୍ଲୀର ପିଲାମାନେ ତାଲିକା ପଠାଇଛନ୍ତି । ବାପଦାଦା ସେମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । ଯେତେବେଳେ ସବୁ ଜୋନ୍ ପଠାଇବେ ସେତେବେଳେ ତୁମମାନଙ୍କୁ ମଧ୍ୟ ଫଳାଫଳ ଶୁଣାଇବୁ କେତେ ଜଣ ୱାରିସ୍ ଆତ୍ମା ପ୍ରସ୍ତୁତ ହୋଇଛନ୍ତି । ଚେକିଙ୍ଗ୍ ମଧ୍ୟ କରାଯିବ, ଏମିତି ନୁହେଁ ଯେ ଲିଷ୍ଟ ଆସିଗଲା ବୋଲି ମାନିଯିବୁ । ଗୁପ୍ତ ରୂପରେ ଚେକିଙ୍ଗ୍ ମଧ୍ୟ କରାଯିବ । ଆଚ୍ଛା, ଆରମ୍ଭରୁ ମଧ୍ୟ ଶୁଭେଚ୍ଛା ଏବଂ ଅଭିନନ୍ଦନ ମିଳିଥିଲା, ଏବେ ମଧ୍ୟ ବାପଦାଦା ଜଣ ଜଣଙ୍କର ନାମକୁ ଦିଲ୍‌ରେ ମନେ ପକାଇ ପଦ୍ମାପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । ବାବାଙ୍କ ପାଖରେ ତ ସବୁ ପିଲାଙ୍କର ଚିତ୍ର ସୂକ୍ଷ୍ମବତନରେ ପ୍ରକଟ ହୋଇ ରହିଛି । ତେବେ ବାପଦାଦା ମଧ୍ୟ ପିଲାମାନଙ୍କର ଜନ୍ମଦିନ ପାଳନ କରିଲେ ଏବଂ ପିଲାମାନେ ମଧ୍ୟ ବାପଦାଦାଙ୍କର ଜନ୍ମଦିନ ପାଳନ କରିଲେ, ତେଣୁ ଦୁଇଜଣଙ୍କୁ ଅଭିନନ୍ଦନ । ଆଚ୍ଛା!

ବରଦାନ:- ସମସ୍ତଙ୍କୁ ସମ୍ମାନ ଦେବା ସହିତ ନିଜର ରେକର୍ଡକୁ ଠିକ୍ ରଖୁଥିବା ସମସ୍ତଙ୍କର ସ୍ନେହୀ ଭବ ।
ଯିଏ ଯେତିକି ସମସ୍ତଙ୍କୁ ରିଗାର୍ଡ ଅର୍ଥାତ୍ ସମ୍ମାନ ଦେଇଥାଆନ୍ତି, ସେହି ଅନୁସାରେ ସେ ନିଜର ରେକର୍ଡକୁ ମଧ୍ୟ ଠିକ୍ ରଖି ପାରିବେ । ତେଣୁ ଅନ୍ୟମାନଙ୍କୁ ରିଗାର୍ଡ ଦେବା ଅର୍ଥ ନିଜର ରେକର୍ଡକୁ ଠିକ୍ ରଖିବା । ଯେପରି ଏହି ଈଶ୍ୱରୀୟ ଯଜ୍ଞର ସହଯୋଗୀ ହେବା ହିଁ ସହଯୋଗ ନେବା ଅଟେ, ସେହିପରି ରିଗାର୍ଡ ଦେବା ହିଁ ରିଗାର୍ଡ ନେବା ଅଟେ । ଗୋଟିଏ ଥର ଦେବା ଏବଂ ଅନେକ ଥର ନେବାର ହକ୍‌ଦାର ହୋଇଯିବା । ଏମିତି ବି କୁହାଯାଏ ଛୋଟମାନଙ୍କୁ ସ୍ନେହ ଏବଂ ବଡମାନଙ୍କୁ ସମ୍ମାନ ଦିଅ କିନ୍ତୁ ଯିଏ ସମସ୍ତଙ୍କୁ ବଡ ମନେ କରି ସମ୍ମାନ ଦେଇଥାଏ ସେ ସମସ୍ତଙ୍କର ସ୍ନେହୀ ହୋଇଯାଏ । ସେଥିପାଇଁ ସବୁ କଥାରେ “ପ୍ରଥମେ ଆପଣ” ଅର୍ଥାତ୍ ଅନ୍ୟମାନଙ୍କୁ ଆଗକୁ ରଖିବାର ପାଠକୁ ନିଜ ଜୀବନରେ ଦୃଢତା ପୂର୍ବକ ଧାରଣ କର ।
ସ୍ଲୋଗାନ:- ବାପଦାଦାଙ୍କଠାରୁ ମିଳିଥିବା ଶିକ୍ଷାଗୁଡିକ ଯଥା ସମୟରେ ମନେ ପଡିବା ହିଁ ତୀବ୍ର ପୁରୁଷାର୍ଥ ଅଟେ ।
 
*** ଓମ୍ ଶାନ୍ତି ***
ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର । ଯେଉଁମାନେ ସବୁ ପ୍ରକାରର ସେବା କରିଥାଆନ୍ତି ସେମାନଙ୍କୁ ବିଶେଷ ଭାବରେ ଏହି କଥା ପ୍ରତି ଧ୍ୟାନ ଦେବାକୁ ହେବ ଯେ କୌଣସି ବି ପରିସ୍ଥିତିରେ ନିଜର ସ୍ଥିତି ସର୍ବଦା ଏକରସ ଅର୍ଥାତ୍ ସ୍ଥିର ରହୁଥିବ, ତେବେ ଯାଇ ସଫଳତା ମିଳିବ । ଶ୍ରୀମତରେ ଯେତେବେଳେ ମନମନ, ଦେହ ଅଭିମାନର ମତ, ଶୁଦ୍ର ପଣିଆର ମତକୁ ମିଶାଇ ଦେଉଛ, ସେତେବେଳେ ତୁମର ସ୍ଥିତି ଏକରସ ରହିପାରୁ ନାହିଁ । ମନ ଯଦି ଭିନ୍ନ ଭିନ୍ନ ରସରେ ବୁଡି ରହିବ, ତେବେ ସ୍ଥିତି ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ରହିବ । ଯଦି ଗୋଟିଏ ରସରେ ସ୍ଥିତ ରହିବ, ତେବେ ସ୍ଥିତି ମଧ୍ୟ ଏକରସ ରହିବ । ବିଶେଷ ସୂଚନା:- ମାସର ତୃତୀୟ ରବିବାରର ଯୋଗାଭ୍ୟାସ ଆଜି ମାସର ତୃତୀୟ ରବିବାର, ସବୁ ଭାଇ ଭଉଣୀମାନେ ଏକତ୍ରିତ ହୋଇ ସନ୍ଧ୍ୟା ୬.୩୦ ମିନିଟ୍ ଠାରୁ ୭.୩୦ ମି. ପର୍ଯ୍ୟନ୍ତ ନିଜର ପୂର୍ବଜ ଏବଂ ପୂଜ୍ୟ ସ୍ୱରୂପର ସ୍ୱମାନ ଦ୍ୱାରା ପୂରା କଳ୍ପ ବୃକ୍ଷକୁ ନିଜର ଶୁଭଭାବନା ଏବଂ ଶୁଭକାମନାର ଶକ୍ତିଶାଳୀ କିରଣ ଦେବାର ସେବା କରିବା ହେବେ ।

ମୁରଲି କ'ଣ?

ମୁରଲି ହେଉଛି ବ୍ରହ୍ମାକୁମାରୀମାନଙ୍କ ଦୈନିକ ଆଧ୍ୟାତ୍ମିକ ଶିକ୍ଷା, ଯାହା ପ୍ରତିଦିନ ସକାଳେ ମଧୁବନରୁ ପ୍ରକାଶିତ ହୁଏ। ଏଠାରେ ଆପଣ ଆଜିର ମୁରଲି ଓଡ଼ିଆରେ ପଢ଼ିପାରିବେ, ଅଡିଓ ଶୁଣିପାରିବେ ଏବଂ PDF ଡାଉନଲୋଡ୍ କରିପାରିବେ। ଅଧ୍ୟୟନରେ ସହାୟତା ପାଇଁ ପାଠରେ ହାଇଲାଇଟ୍ କରିପାରିବେ — ଆପଣଙ୍କ ଚିହ୍ନ ଏହି ବ୍ରାଉଜରରେ ସୁରକ୍ଷିତ ରହେ।

28ଟି ଭାଷାରେ ମୁରଲି

Daily Murli · Madhuban ଉତ୍ସ: ମଧୁବନ ମୁରଲି ବିଭାଗ ଏହା ଏକ ସ୍ୱତନ୍ତ୍ର ପାଠକ ଆପ୍, ସରକାରୀ ୱେବସାଇଟ୍ ନୁହେଁ।