ଓଡ଼ିଆ ମୁରଲି · Brahma Kumaris

ଆଜିର ମୁରଲି · ନଭେମ୍ବର 16, 2026

ଓମ୍ ଶାନ୍ତି · BapDada · ନଭେମ୍ବର 16, 2026

ଆଜିର ମୁରଲି — ପ୍ରତିଦିନ ସକାଳେ ନୂଆ।

18
ଡାଉନଲୋଡ୍ PDF
0:00--:--

ପାଠ ବାଛନ୍ତୁ → ହାଇଲାଇଟ୍ / ବକ୍ସ / ଅଣ୍ଡରଲାଇନ୍

16/11/26
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
ମଧୁବନ
“ମିଠେ ବଚ୍ଚେ:- ତୁମମାନଙ୍କର ଚାଲି-ଚଳଣ ବହୁତ-ବହୁତ ମିଠା ଏବଂ ରାଜକୀୟ ହେବା ଉଚିତ୍‌, କ୍ରୋଧର ଭୂତ ବିଲ୍‌କୁଲ୍ ରହିବା ଉଚିତ୍ ନୁହେଁ ।”
ପ୍ରଶ୍ନ:- ୨୧ ଜନ୍ମର ପ୍ରାରବ୍ଧ ପାଇବା ପାଇଁ ପିଲାମାନଙ୍କୁ କେଉଁ କଥା ଉପରେ ନିଶ୍ଚିତ ଧ୍ୟାନ ରଖିବାକୁ ହେବ?
ଉତ୍ତର:- ଏହି ଦୁନିଆରେ ରହି, ସବୁ କିଛି କାର୍ଯ୍ୟ କରି, ବୁଦ୍ଧିର ଯୋଗ ଏକମାତ୍ର ସଚ୍ଚା ପ୍ରେମିକଙ୍କ ସାଥୀରେ ରହୁ । ତୁମ ଭିତରେ ଏପରି କୌଣସି ଖରାପ ଅଭ୍ୟାସ ନ ରହୁ ଯାହାଦ୍ୱାରା ବାବାଙ୍କର ଇଜ୍ଜତ ଯିବ । ଘରେ ରହି ମଧ୍ୟ ଏତେ ସ୍ନେହ ସହାନୁଭୂତିର ସହିତ ରୁହ ଯାହାକି ଅନ୍ୟମାନେ ଭାବିବେ ଯେ ଏହାଙ୍କ ଭିତରେ ତ ବହୁତ ଭଲ ଦୈବୀଗୁଣ ରହିଛି ।
ଗୀତ:- ଜାଗ ସଜନିଆଁ ଜାଗ....

ଓମ୍ ଶାନ୍ତି । ମିଠା-ମିଠା ରୁହାନୀ ପିଲାମାନେ ଗୀତ ଶୁଣିଲେ । ଏହାର ଅର୍ଥ ମଧ୍ୟ ନିଶ୍ଚୟ ପିଲାମାନେ ବୁଝିଯାଇଥିବେ । ବାବା ଆସି ନୂଆ ନୂଆ କଥା ଶୁଣାଉଛନ୍ତି । ନୂଆ ଦୁନିଆର ନୂଆ ଯୁଗ ପାଇଁ ଏହି କଥା ପିଲାମାନେ ୫ ହଜାର ବର୍ଷ ପୂର୍ବରୁ ଶୁଣିଥିଲେ । ଏବେ ପୁଣି ଥରେ ଶୁଣୁଛନ୍ତି । ବାକି ମଝିରେ କେବଳ ଭକ୍ତିମାର୍ଗର କଥା ହିଁ ଶୁଣିଛନ୍ତି । ସତ୍ୟଯୁଗରେ ଏସବୁ କଥା ହେବ ନାହିଁ । ସେଠାରେ ହେଉଛି ଜ୍ଞାନର ପ୍ରାରବ୍ଧ । ଏବେ ତୁମେ ସନ୍ତାନମାନେ ନୂଆ ଦୁନିଆ ପାଇଁ ସଚ୍ଚା ରୋଜଗାର କରୁଛ । ଜ୍ଞାନକୁ ରୋଜଗାରର ଉତ୍ସ ବୋଲି କୁହାଯାଇଥାଏ । ପାଠ ପଢିବା ଦ୍ୱାରା କେହି ବାରିଷ୍ଟର, ଇଞ୍ଜିନିୟର ଆଦି ହୋଇଥା’ନ୍ତି । ଏହା ଦ୍ୱାରା ଆମଦାନୀ ବି ହୋଇଥାଏ । ତୁମେ ଏହି ପାଠପଢିବା ଦ୍ୱାରା ରାଜାମାନଙ୍କର ରାଜା ହେଉଛ । ଏହା କେତେ ଜବରଦସ୍ତ ରୋଜଗାର ଅଟେ । ଏବେ ତୁମମାନଙ୍କର ଏହି ନିଶ୍ଚୟ ଅଛି, ଯଦି ଟିକିଏ ବି ସଂଶୟ ଅଛି ତେବେ ଆଗକୁ ଗଲେ ନିଶ୍ଚୟ ହୋଇଯିବ । ସେକେଣ୍ଡରେ ଜୀବନମୁକ୍ତିର ଗାୟନ ରହିଛି । ବାବାଙ୍କର ହେଲ ଏବଂ ବର୍ସାର ମାଲିକ ହୋଇଗଲ । ଯେଉଁ ବାବା ସ୍ୱର୍ଗର ରଚୟିତା ଅଟନ୍ତି ସିଏ ଆସିଛନ୍ତି ଆମକୁ ମାଲିକ କରିବା ପାଇଁ । ଏହା ତ ପିଲାମାନଙ୍କର ନିଶ୍ଚୟ ହେବା ଦରକାର । ତୁମେମାନେ ଏ କଥା ବି ଜାଣିଛ ଯେ ଆମର ଦୁଇଜଣ ପିତା ଅଛନ୍ତି । ଜଣେ ହେଲେ ଲୌକିକ ପିତା, ଦ୍ୱିତୀୟ ହେଉଛନ୍ତି ପାରଲୌକିକ, ଯାହାଙ୍କୁ କହୁଛନ୍ତି ପରମପିତା ପରମାତ୍ମା ବା ଈଶ୍ୱର ପିତା । ଲୌକିକ ପିତାଙ୍କୁ କେବେ ପରମପିତା କହିବେ ନାହିଁ । ସମସ୍ତଙ୍କର ସୁଖଦାତା, ଶାନ୍ତିଦାତା ସେହି ଜଣେ ହିଁ ପାରଲୌକିକ ପିତା ଅଟନ୍ତି । ସତ୍ୟଯୁଗରେ ସମସ୍ତେ ସୁଖୀ ରହିଥାନ୍ତି । ବାକି ଆତ୍ମାମାନେ ଶାନ୍ତିଧାମରେ ରହିଥାନ୍ତି । ସତ୍ୟଯୁଗରେ ତୁମ ପାଖରେ ସୁଖ-ଶାନ୍ତି, ଧନ-ଦୌଲତ, ନିରୋଗୀ ଶରୀର ସବୁ କିଛି ଥିଲା । ତେଣୁ ଏହିପରି ସବୁଠାରୁ ପ୍ରିୟ ବାବାଙ୍କୁ ସମସ୍ତେ ଡାକୁଛନ୍ତି । ସାଧୁ-ସନ୍ଥ ଲୋକମାନେ ବି ସାଧନା କରୁଛନ୍ତି, କିନ୍ତୁ କାହାର ସାଧନା କରୁଛନ୍ତି, ଏକଥା ଜାଣିନାହାଁନ୍ତି । ସେମାନେ ବ୍ରହ୍ମର ସାଧନା କରିଥା’ନ୍ତି । କହୁଛନ୍ତି ଆମେ ବ୍ରହ୍ମରେ ଲୀନ ହୋଇଯିବୁ, କିନ୍ତୁ ବ୍ରହ୍ମରେ କେହି ଲୀନ ହୋଇପାରିବେ ନାହିଁ । ବ୍ରହ୍ମଙ୍କୁ ୟାଦ କଲେ ପାପ କଟେ ନାହିଁ । ବାବା କହୁଛନ୍ତି ମୋତେ ୟାଦ କର । ସର୍ବଶକ୍ତିମାନ୍ ମୁଁ ନା ବ୍ରହ୍ମ, ବ୍ରହ୍ମ ତ ରହିବାର ସ୍ଥାନ ଅଟେ? ବ୍ରହ୍ମ ମହତତ୍ତ୍ୱରେ ସବୁ ଆତ୍ମାମାନେ ନିବାସ କରିଥାନ୍ତି, ତେଣୁ ବ୍ରହ୍ମକୁ ସେମାନେ ଭଗବାନ ବୋଲି ଭାବି ନେଇଛନ୍ତି । ଯେପରି ଭାତରବାସୀମାନେ ହିନ୍ଦୁସ୍ଥାନରେ ରହିବା କାରଣରୁ ନିଜର ଧର୍ମ ହିନ୍ଦୁ ବୋଲି ଭାବି ନେଇଛନ୍ତି । ସେହିପରି ବ୍ରହ୍ମତତ୍ତ୍ୱ ରହିବାର ସ୍ଥାନକୁ ପରମାତ୍ମା ବୋଲି ଭାବି ନେଇଛନ୍ତି । ତାହା ହେଉଛି ବ୍ରହ୍ମାଣ୍ଡ । ସେଠାରେ ଆତ୍ମାମାନେ ଜ୍ୟୋତିର୍ବିନ୍ଦୁ ଅଣ୍ଡା ଆକାରରେ ରହିଥାନ୍ତି, ସେଥିପାଇଁ ତାକୁ ବ୍ରହ୍ମାଣ୍ଡ କହୁଛନ୍ତି । ଏହା ହେଉଛି ମନୁଷ୍ୟ ସୃଷ୍ଟି । ବ୍ରହ୍ମାଣ୍ଡ ଅଲଗା, ମନୁଷ୍ୟ ସୃଷ୍ଟି ଅଲଗା ଅଟେ । ଆତ୍ମା କ’ଣ - ଏକଥା କେହି ବି ଜାଣିନାହାଁନ୍ତି । କହୁଛନ୍ତି ମଧ୍ୟ ଭ୍ରୁକୁଟୀ ମଧ୍ୟରେ ଚମକୁଛି ଅଜବ ତାରକା । ପୁଣି କହୁଛନ୍ତି ଆତ୍ମା ଅଙ୍ଗୁଳି ସଦୃଶ ଅଟେ । କିନ୍ତୁ ବାବା କହୁଛନ୍ତି ଯେ ଆତ୍ମା ବିଲ୍‌କୁଲ ସୂକ୍ଷ୍ମ ବିନ୍ଦୁ ଅଟେ, ଯାହାକୁ କି ଏହି ଆଖି ଦ୍ୱାରା ଦେଖିପାରିବ ନାହିଁ, ଆତ୍ମାକୁ ଦେଖିବା ପାଇଁ, ଧରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି । କିନ୍ତୁ ଆତ୍ମା ବିଷୟରେ କିଛି ଜାଣିପାରୁନାହାଁନ୍ତି ।

ତୁମେ ସନ୍ତାନମାନେ ଜାଣିଛ ଯେ ଏବେ ତୁମକୁ ଭାରତକୁ ସ୍ୱର୍ଗ କରିବା ପାଇଁ ବାବାଙ୍କର ସହଯୋଗୀ ମଧ୍ୟ ହେବାକୁ ପଡିବ । ବାବା ଭାରତକୁ ହିଁ ଆସୁଛନ୍ତି । ଶିବଜୟନ୍ତୀ ଭାରତରେ ହିଁ ପାଳନ କରୁଛନ୍ତି । ଯେପରି ଖ୍ରୀଷ୍ଟ ଆସିଥିଲେ ତେଣୁ ଖ୍ରୀଷ୍ଟିୟାନମାନେ କ୍ରିସମାସ୍ ବା ବଡଦିନ ପାଳନ କରୁଛନ୍ତି । ଖ୍ରୀଷ୍ଟ କେବେ ଆସିଥିଲେ ସେକଥା ମଧ୍ୟ ସେମାନେ ଜାଣିଛନ୍ତି । କିନ୍ତୁ ଭାରତବାସୀମାନେ ଏକଥା ଜାଣିନାହାଁନ୍ତି ଯେ ବାବା କେବେ ଆସିଥିଲେ, କୃଷ୍ଣ କେବେ ଆସିଥିଲେ? କାହା ବିଷୟରେ ବି ସେମାନେ ଜାଣିନାହାଁନ୍ତି । ସାରା ମହିମା କୃଷ୍ଣଙ୍କର ଗାଉଛନ୍ତି । ତାଙ୍କୁ ଦୋଳିରେ ଝୁଲାଉଥାନ୍ତି, ସ୍ନେହ କରୁଛନ୍ତି କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ତାଙ୍କର ଜନ୍ମ କେବେ ହୋଇଥିଲା । କହିଦେଉଛନ୍ତି ଦ୍ୱାପରରେ କୃଷ୍ଣ ଗୀତା ଶୁଣାଇଥିଲେ । କିନ୍ତୁ କୃଷ୍ଣ ତ ଦ୍ୱାପରରେ ଆସୁନାହାଁନ୍ତି । ଏକମାତ୍ର ବାବାଙ୍କର ହିଁ ଲୀଳା ରହିଛି । ତେବେ ତାଙ୍କ ପାଇଁ କହୁଛନ୍ତି ଯେ ତୁମର ଗତି ମତ... କୃଷ୍ଣ ହେଉଛନ୍ତି ସତ୍ୟଯୁଗର ରାଜକୁମାର । ପ୍ରଥମରୁ ମାତାଙ୍କୁ ସାକ୍ଷାତ୍‌କାର ହୋଇଯାଇଥାଏ କି ଯୋଗବଳ ଦ୍ୱାରା ପିଲା ଜନ୍ମ ହେବାର ଅଛି । ସେଠାରେ ଶରୀର ମଧ୍ୟ ଏହିପରି ତ୍ୟାଗ କରିଥା’ନ୍ତି । ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାନ୍ତି । ସେଥିପାଇଁ ସର୍ପର ଉଦାହରଣ ଦିଆଯାଇଛି । ବାସ୍ତବରେ ସନ୍ନ୍ୟାସୀମାନେ ଏହି ଉଦାହରଣ ଦେଇ ପାରିବେ ନାହିଁ । ତୁମେମାନେ ବିକାରୀ ମନୁଷ୍ୟମାନଙ୍କୁ ବସାଇ ଜ୍ଞାନର ଭୁଁ-ଭୁଁ କରି ତମୋପ୍ରଧାନରୁ ସତ୍ୱପ୍ରଧାନ କରିଦେଉଛ । ଏହା ତୁମର ଧନ୍ଦା ଅଟେ - ଭୁଁ ଭୁଁ କରି ତୁମେମାନେ ମନୁଷ୍ୟକୁ ଦେବତା କରି ଦେଉଛ । କଇଁଛ ଆଦିର ଉଦାହରଣ ମଧ୍ୟ ବର୍ତ୍ତମାନ ସମୟର ଅଟେ । କର୍ମ କରି ପୁଣି ଯେତିକି ସମୟ ମିଳୁଛି ବାବାଙ୍କୁ ୟାଦ କରିବାକୁ ହେବ । ତୁମେମାନେ ଜାଣିଛ ଯେ ଏହା ଆମର ଅନ୍ତିମ ଜନ୍ମ ଅଟେ । ଏହା ଆମର ପୁରୁଣା ଶରୀର, ଏବେ ନାଟକ ପୂରା ହେବାର ଅଛି । ଏହାର କର୍ମଭୋଗ ଚୁକ୍ତ କରିବାକୁ ହେବ । ଯେବେ ସତ୍ୱପ୍ରଧାନ ହୋଇଯିବୁ ତେବେ ପୁଣି ତୁମର କର୍ମାତୀତ ଅବସ୍ଥା ହୋଇଯିବ, ପୁଣି ଆମେ ଏହି ଶରୀରରେ ଆଉ ରହିପାରିବା ନାହିଁ । କର୍ମାତୀତ ଅବସ୍ଥା ହୋଇଗଲା ପରେ ଆମେ ଶରୀର ଛାଡି ଦେବା, ତା’ପରେ ଲଢେଇ ଆରମ୍ଭ ହୋଇଯିବ । ମଶା ସଦୃଶ ସମସ୍ତଙ୍କର ଶରୀର ବିନାଶ ହୋଇ ଆତ୍ମାମାନେ ଘରକୁ ଚାଲିଯିବେ । ପବିତ୍ର ନ ହେଲେ ତ କେହି ଘରକୁ ଯାଇପାରିବେ ନାହିଁ । ଏହା ହେଉଛି ରାବଣ ଦ୍ୱାରା ସ୍ଥାପନ କରାଯାଇଥିବା ଦୁଃଖଧାମ ଏବଂ ତାହା ହେଲା ରାମଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଶିବାଳୟ । ବାସ୍ତବରେ ପରମାତ୍ମାଙ୍କ ନାମ ହେଉଛି ଶିବ, ନା କି ରାମ । ସତ୍ୟଯୁଗ ଶିବାଳୟରେ ସମସ୍ତ ଦେବତାମାନେ ରହିଥାନ୍ତି । ପୁଣି ଭକ୍ତିମାର୍ଗରେ ଶିବଙ୍କର ପ୍ରତିମା ପାଇଁ ମନ୍ଦିର, ଶିବାଳୟ ଆଦି ତିଆରି କରୁଛନ୍ତି । ବର୍ତ୍ତମାନ ଏହା ଶିବବାବାଙ୍କର ସିଂହାସନ ଅଟେ । ଆତ୍ମା ଏହି ସିଂହାସନ ଉପରେ ବିରାଜମାନ ଅଛି । ବାବା ମଧ୍ୟ ସେଠାରେ ପାଖରେ ଆସି ବିରାଜମାନ ହେଉଛନ୍ତି ଏବଂ ପାଠ ପଢାଉଛନ୍ତି । ବାବା ସବୁବେଳେ ତ ରହୁନାହାଁନ୍ତି । ୟାଦ କଲେ ହିଁ ସିଏ ଆସିବେ । ବାବା କହୁଛନ୍ତି - ମୁଁ ତୁମର ବେହଦର ପିତା ଅଟେ । ମୋଠାରୁ ହିଁ ତୁମମାନଙ୍କୁ ବର୍ସା ମିଳିବ । ବ୍ରହ୍ମା କ’ଣ ବେହଦର ବାବା ଅଟନ୍ତି କି ଏଣୁ ତୁମେମାନେ ମୋତେ ୟାଦ କର । ମିଠା ପିଲାମାନେ ଜାଣିଛନ୍ତି ଯେ ବାବା ଜ୍ଞାନର ସାଗର ଅଟନ୍ତି, ସ୍ନେହର ସାଗର ଅଟନ୍ତି । ତେଣୁ ତୁମ ସନ୍ତାନମାନଙ୍କୁ ମଧ୍ୟ ସ୍ନେହର ସାଗର ହେବାକୁ ପଡିବ । ସ୍ତ୍ରୀ-ପୁରୁଷ ପରସ୍ପରକୁ ସଚ୍ଚା ପ୍ରେମ କରି ନ ଥାନ୍ତି, ସେମାନେ ତ କାମ ବିକାରକୁ ହିଁ ପ୍ରେମ ବୋଲି ଭାବୁଛନ୍ତି କିନ୍ତୁ ବାବା କହିଛନ୍ତି ଯେ କାମ ମହାଶତ୍ରୁ ଅଟେ । ଏହା ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । ଦେବତାମାନେ ନିର୍ବିକାରୀ ଥିଲେ, ସେଥିପାଇଁ ତ କହୁଛନ୍ତି - କୃଷ୍ଣଙ୍କ ପରି ସନ୍ତାନ ମିଳୁ, କୃଷ୍ଣଙ୍କ ପରି ସ୍ୱାମୀ ମିଳୁ । କୃଷ୍ଣପୁରୀକୁ ୟାଦ କରୁଛନ୍ତି ନା । ଏବେ ବାବା କୃଷ୍ଣପୁରୀ ସ୍ଥାପନ କରୁଛନ୍ତି । ତୁମେ ନିଜେ ଶ୍ରୀକୃଷ୍ଣଙ୍କ ପରି ଅଥବା ମୋହନଙ୍କ ପରି ହୋଇପାରିବ । ଆହୁରି ମଧ୍ୟ ରାଜକୁମାର-ରାଜକୁମାରୀ ହେବେ । ତେବେ ଏ ସବୁ ଏହିଠାରେ ହିଁ ହେଉଛନ୍ତି । ସେମାନଙ୍କର ମଧ୍ୟ ତାଲିକା ରହିଥାଏ । ମାଳାରେ ୮ ଦାନା ବି ରହିଛି ତ ୧୦୮ ଦାନା ବି ରହିଛି । ଲୋକମାନେ ୯ ରତ୍ନର ମୁଦି ପିନ୍ଧିଥାନ୍ତି । ତେବେ ଏହି ୮ ଜଣ କିଏ? ମଝିରେ କିଏ ଅଛନ୍ତି? ଏକଥା ବି ତୁମେମାନେ ଜାଣିଛ ଯେ ମିଠା-ମିଠା ବାବାଙ୍କ ଦ୍ୱାରା ଆମେ ରତ୍ନ ସଦୃଶ ହେଉଛୁ । ବାବା କହୁଛନ୍ତି - ପିଲାମାନେ ପରସ୍ପର ସହିତ ବହୁତ ସ୍ନେହରେ ଚାଲିବାକୁ ହେବ । ନଚେତ୍ ବାବାଙ୍କର ନାମ ବଦନାମ କରିଦେବ । ପୁଣି ସତଗୁରୁଙ୍କୁ ନିନ୍ଦା କରିଲାବାଲାଙ୍କୁ ଠାବ ମିଳିବ ନାହିଁ । ସମସ୍ତଙ୍କୁ ଏହି ମନ୍ତ୍ର ବି ବତାଇବାକୁ ହେବ ଯେ ଏକମାତ୍ର ବାବାଙ୍କୁ ୟାଦ କର ତେବେ ତୁମଠାରେ ଥିବା ଖାଦ ବାହାରିଯବ । ଘରେ ମଧ୍ୟ ସେତିକି ସ୍ନେହରେ ଚାଲିବା ଦରକାର ଯାହାକି ଅନ୍ୟମାନେ ବୁଝିବେ ଯେ ଏହାଙ୍କ ପାଖରେ କ୍ରୋଧ ନାହିଁ । ବହୁତ ସ୍ନେହ ରହିଛି । ମଦ, ସିଗାରେଟ୍ ଆଦି ପିଇବା ବହୁତ ଖରାପ ଅଭ୍ୟାସ, ଏହିପରି ସବୁ ଖରାପ ଅଭ୍ୟାସ ଛାଡି ଦେବା ଦରକାର । ତୁମକୁ ଦୈବୀଗୁଣ ଏହିଠାରେ ହିଁ ଧାରଣ କରିବାକୁ ହେବ । ରାଜଧାନୀ ସ୍ଥାପନ କରିବା ପାଇଁ ମେହନତ କରିବାକୁ ପଡୁଛି । ଅନ୍ୟ ଧର୍ମର ଆତ୍ମାମାନେ ରାଜଧାନୀ ସ୍ଥାପନ କରୁନାହାଁନ୍ତି । ସେମାନେ ଉପରୁ ଏକଦମ ପଛରେ ଆସୁଛନ୍ତି । ତୁମେମାନେ ୨୧ ଜନ୍ମ ପାଇଁ ପ୍ରାରବ୍ଧ ଗଢୁଛ, ଏଥିରେ ମାୟାର ବହୁତ ତୋଫାନ ଆସିବ । ତଥାପି ବି ପୁରୁଷାର୍ଥ କରି ଦୈବୀଗୁଣ ଧାରଣ କରିବାକୁ ହେବ । ଯଦି କ୍ରୋଧରେ କଥା ହେବ ତ ଲୋକେ କହିବେ ଏହାଙ୍କ ପାଖରେ ଭୂତ ଅଛି । ଏହାର ଅର୍ଥ ବେହଦ ବାବାଙ୍କର ତୁମେ ନାମ ବଦନାମ କଲ । ପୁଣି ଏପରି ଉଚ୍ଚ ପଦ କିପରି ପାଇପାରିବ? ତୁମକୁ ବହୁତ ମିଠା ଅନାସକ୍ତ ହେବାକୁ ପଡିବ । ଏଠାରେ ରହି, ସବୁ କିଛି କରି ଯୋଗ ଏକମାତ୍ର ପ୍ରେମିକଙ୍କ ସହିତ ରହିବା ଦରକାର । ବାବା କହିଛନ୍ତି ଯେ ମୋତେ ୟାଦ କର ତେବେ ପାପ ଭସ୍ମ ହୋଇଯିବ, ଏହାକୁ ଯୋଗଅଗ୍ନି କୁହାଯାଉଛି । ଏଠାରେ ହଠଯୋଗର ଆବଶ୍ୟକତା ନାହିଁ । ନିଜର ଶରୀର ସୁସ୍ଥ ରଖିବାକୁ ହେବ, ଏହା ବହୁତ ମୂଲ୍ୟବାନ ଶରୀର ଅଟେ । ଶୁଦ୍ଧ ଭୋଜନ ମଧ୍ୟ ଖାଇବା ଦରକାର । ଦେବତାମାନଙ୍କୁ କିପରି ଭୋଗ ଲଗାଉଛନ୍ତି । ଶ୍ରୀନାଥ ଦ୍ୱାରକୁ ଯାଇ ଦେଖ, ବଙ୍ଗଳାରେ କାଳୀଙ୍କ ପାଖରେ ଛେଳିକୁ ବଳି ଚଢାଇ ପ୍ରସାଦ ଅର୍ପଣ କରନ୍ତି । ସେମାନେ ନିଜର ପିତୃପୁରୁଷମାନଙ୍କୁ ମଧ୍ୟ ମାଛ ଖୁଆଇଥାନ୍ତି । ନଚେତ୍ ଭାବନ୍ତି ଯେ ପିତୃପୁରୁଷମାନେ ନାରାଜ ହୋଇଯିବେ । କେହି ଜଣେ ଏହିପରି ନିୟମ କରିଦେଇଛନ୍ତି, ତେଣୁ ତାହା ହିଁ ହୋଇ ଆସୁଛି । ଦେବୀ-ଦେବତାମାନଙ୍କ ରାଜ୍ୟରେ କୌଣସି ପାପ ହୋଇ ନ ଥାଏ । ତାହା ହେଉଛି ରାମରାଜ୍ୟ । ଏଠାରେ କର୍ମ-ବିକର୍ମ ହୋଇଥାଏ । ସେଠାରେ କର୍ମ-ଅକର୍ମ ହୋଇଥାଏ । ଏବେ ହରିଦ୍ୱାରରେ ଯାଇ ରହୁଛନ୍ତି । କୃଷ୍ଣଙ୍କୁ ହରି ବୋଲି କହୁଛନ୍ତି । ତେବେ କୃଷ୍ଣ ତ ସତ୍ୟଯୁଗରେ ଥିଲେ । ବାସ୍ତବରେ ହରି ନାମ ଶିବଙ୍କର ଅଟେ । ସିଏ ଦୁଃଖ ହରିଲାବାଲା ଅଟନ୍ତି । କିନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କ ନାମ ଲେଖି, ଶ୍ରୀକୃଷ୍ଣଙ୍କୁ ହରି ବୋଲି ଭାବି ନେଇଛନ୍ତି । ବାସ୍ତବରେ ଦୁଃଖ ହରିଲାବାଲା ହେଉଛନ୍ତି ଶିବବାବା । ସତ୍ୟଯୁଗକୁ ହରିଙ୍କର ଦ୍ୱାର କୁହାଯାଇଥାଏ । ଭକ୍ତମାର୍ଗରେ ଯାହା ମନକୁ ଆସୁଛି କହିଚାଲିଛନ୍ତି ।

ବାବା କହୁଛନ୍ତି - ମୁଁ ସଂଗମଯୁଗରେ ଆସୁଛି, ପୁରୁଣା ଦୁନିଆକୁ ନୂଆ କରିବା ପାଇଁ । ରାବଣ ହେଉଛି ଆମର ପୁରୁଣା ଶତ୍ରୁ । ପ୍ରତ୍ୟେକ ବର୍ଷ ରାବଣକୁ ଜଳାଉଛନ୍ତି । କେତେ ପଇସା ଖର୍ଚ୍ଚ କରୁଛନ୍ତି । ସମୟ, ପଇସା ସବୁ କିଛି ନଷ୍ଟ ହେଉଛି । ବଙ୍ଗଳାରେ କେତେ ଦେବୀଙ୍କ ମୂର୍ତ୍ତି ତିଆରି କରୁଛନ୍ତି, ସେମାନଙ୍କୁ ଖୁଆଇ-ପିଆଇ ପୂଜା କରି ପୁଣି ଯାଇ ବୁଡାଇ ଦେଇ ଆସୁଛନ୍ତି । ଏହା ଉପରେ ଏକ ଗୀତ ମଧ୍ୟ ରହିଛି । ପିଲାମାନଙ୍କୁ ବହୁତ ମିଠା ହେବାକୁ ପଡିବ । କେବେ ହେଲେ କ୍ରୋଧରେ କଥା ହେବା ଉଚିତ୍ ନୁହେଁ । ବାବାଙ୍କ ଉପରେ କେବେ ଋଷ ନାହିଁ । ଋଷି କରି ଯଦି ପାଠପଢା ଛାଡି ଦେଲ ତେବେ ନିଜ ଗୋଡରେ କୁରାଢୀ ମାରିଲ । ଏଠାକୁ ତୁମେ ଆସିଛ ବିଶ୍ୱର ମାଲିକ ହେବା ପାଇଁ । ମହାରାଜା ଶ୍ରୀ ନାରାୟଣ, ମହାରାଣୀ ଶ୍ରୀ ଲକ୍ଷ୍ମୀଙ୍କୁ କୁହାଯାଇଥାଏ । ବାକି ଶ୍ରୀ ଶ୍ରୀ ହେଉଛି ଶିବବାବାଙ୍କର ଉପାଧି । ଦେବତାମାନଙ୍କୁ ଶ୍ରୀ ବୋଲି କୁହାଯାଇଥାଏ । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ ।

ଏବେ ତୁମେ ଚିନ୍ତା କର ଆମେ କ’ଣ ଥିଲୁ? ମାୟା ଆମର ବୁଦ୍ଧିକୁ ପରିବର୍ତ୍ତନ କରି ଆମକୁ କ’ଣ କରିଦେଇଛି । ଭାରତ କେତେ ସାହୁକାର ଥିଲା । ପୁଣି କାଙ୍ଗାଳ କିପରି ହେଲା? କ’ଣ ହେଲା? କିଛି ବି ବୁଝୁ ନାହାଁନ୍ତି । ଏବେ ତୁମେମାନେ ଜାଣୁଛ ଆମେମାନେ ଦେବତା ଥିଲୁ, ପୁଣି କ୍ଷତ୍ରିୟ ହୋଇଛୁ । ସେମାନେ ଆତ୍ମା ହିଁ ପରମାତ୍ମା ବୋଲି କହିଦେଉଛନ୍ତି । ନଚେତ୍ ହମ ସୋର ଅର୍ଥ କେତେ ସହଜ ଅଟେ । ସେମାନେ କହୁଛନ୍ତି ଥରେ ମାତ୍ର ମନୁଷ୍ୟ ଜନ୍ମ ହୋଇଥାଏ । କିନ୍ତୁ ବାବା ବୁଝାଉଛନ୍ତି ଯେ ମନୁଷ୍ୟମାନଙ୍କର ୮୪ ଜନ୍ମ ହୋଇଥାଏ । ସେହି ୮୪ ଜନ୍ମ ମଧ୍ୟରୁ ତୁମର ଏହି ସଂଗମର ଗୋଟିଏ ଜନ୍ମ ଦୁର୍ଲଭ ଅଟେ । ଯେବେକି ତୁମେମାନେ ବେହଦର ବାବାଙ୍କ ଠାରୁ ସ୍ୱର୍ଗର ବର୍ସା ପାଉଛ । ତୁମେମାନେ ବହୁତ ରୟାଲ ପିତାଙ୍କର ସନ୍ତାନ ଅଟ, ତେଣୁ ତୁମମାନଙ୍କ ଭିତରେ କେତେ ରାଜକୀୟତା ରହିବା ଦରକାର । ରାଜକୀୟ ଗୁଣଧାରୀ ମନୁଷ୍ୟ କେବେ ଜୋରରେ କଥା ହୋଇ ନ ଥାନ୍ତି । ଦୁନିଆରେ ଘରେ-ଘରେ କେତେ ଗଣ୍ଡଗୋଳ ହେଉଛି । ସ୍ୱର୍ଗରେ ଏପରି କୌଣସି କଥା ନାହିଁ । ଏହି ବାବା ମଧ୍ୟ ବଲ୍ଲଭାଚାରୀ କୂଳର ଥିଲେ । ତଥାପି ବି କେଉଁଠି ସେହି ସତ୍ୟଯୁଗର ଦେବତାମାନେ ଏବଂ କେଉଁଠି ଆଜିକାଲିର ବୈଷ୍ଣବ ଲୋକେ! ଏପରି ନୁହେଁ ଯେ ବୈଷ୍ଣବ ଅଟନ୍ତି, ତେବେ ବିକାରଗ୍ରସ୍ତ ହୋଇ ନଥା’ନ୍ତି । ରାବଣ ରାଜ୍ୟରେ ସମସ୍ତେ ବିକାରରୁ ଜନ୍ମ ନେଇଥାନ୍ତି । ସତ୍ୟଯୁଗରେ ସମ୍ପୂର୍ଣ୍ଣ ନିର୍ବିକାରୀ ହେବେ । ଏବେ ତୁମେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ହେଉଛ ଏବଂ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ । ତୁମମାନଙ୍କର ଚଳଣି ବହୁତ ମିଠା ରାଜକୀୟ ହେବା ଦରକାର । କୌଣସି ଯୁକ୍ତିତର୍କ ଅଥବା ଶାସ୍ତ୍ରବାଦ କରିବାର ନାହିଁ । ସେମାନେ ଯେତେବେଳେ ଶାସ୍ତ୍ରବାଦ କରିବା ପାଇଁ ବସିଥାଆନ୍ତି, ତେବେ ପରସ୍ପର ଭିତରେ ମାଡଗୋଳ ମଧ୍ୟ ହୋଇଯାଆନ୍ତି । ବିଚରା ସେମାନଙ୍କର କୌଣସି ଦୋଷ ମଧ୍ୟ ନାହିଁ । ସେମାନେ ଏହି ଜ୍ଞାନକୁ ଜାଣି ହିଁ ନାହାଁନ୍ତି । ଏହା ହେଉଛି ରୁହାନୀ ଜ୍ଞାନ, ଯାହାକି ରୁହାନୀ ବାବାଙ୍କଠାରୁ ମିଳୁଛି । ସିଏ ଜ୍ଞାନର ସାଗର ଅଟନ୍ତି । ତାଙ୍କର ଶରୀରର ନାମ ନାହିଁ, ସିଏ ଅବ୍ୟକ୍ତମୂର୍ତ୍ତ ଅଟନ୍ତି । କହୁଛନ୍ତି ମୋର ନାମ ଶିବ ଅଟେ । ମୁଁ ସ୍ଥୂଳ ଅଥବା ସୂକ୍ଷ୍ମ ଶରୀର ନେଉନାହିଁ । ମୋତେ ହିଁ ଜ୍ଞାନର ସାଗର, ଆନନ୍ଦର ସାଗର କହୁଛନ୍ତି । ଶାସ୍ତ୍ରରେ କ’ଣ କ’ଣ ସବୁ ଲେଖାଯାଇଛି । ହନୁମାନ ପବନ ପୁତ୍ର ଥିଲେ, ତେବେ ପବନ ଦ୍ୱାରା କିପରି ପିଲା ଜନ୍ମ ହେବ! ପୁଣି ପରମାତ୍ମାଙ୍କ ପାଇଁ କହୁଛନ୍ତି କଚ୍ଛ ମଚ୍ଛ ଅବତାର, କେତେ ଗାଳି ଦେଇଛନ୍ତି । ବାବା ଆସି ଉଲୁଗୁଣା ଦେଉଛନ୍ତି ଯେ ତୁମେମାନେ ଆସୁରୀ ମତରେ ମୋତେ ଏତେ ଗାଳି ଦେଇଛ । ୨୪ ଅବତାରରେ ପେଟ ପୂରିଲା ନାହିଁ ଯେ ପୁଣି କୋଣେ-କୋଣେ ମାଟି-ଗୋଡିରେ କହି ଦେଲେ । ଏହି ସବୁ ଶାସ୍ତ୍ର ଦ୍ୱାପରରୁ ଲେଖା ହୋଇଛି । ପ୍ରଥମେ-ପ୍ରଥମେ କେବଳ ଶିବଙ୍କର ପୂଜା ହେଉଥିଲା । ଗୀତା ମଧ୍ୟ ପରେ ରଚନା ହୋଇଛି । ଏବେ ବାବା ବୁଝାଉଛନ୍ତି, ଏସବୁ ଅନାଦି ଖେଳ ଅଟେ । ଏବେ ମୁଁ ଆସିଛି ତୁମକୁ ବିଶ୍ୱର ମାଲିକ କରିବା ପାଇଁ, ତେଣୁ ବାବାଙ୍କୁ ପୁରା ଅନୁକରଣ କରିବା ଉଚିତ୍ । ତୁମର ଲକ୍ଷଣ ମଧ୍ୟ ବହୁତ ଭଲ ହେବା ଦରକାର । ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ ନା । କଳିଯୁଗ ଅନ୍ତରେ କ’ଣ କ’ଣ ଅଛି ପୁଣି ସତ୍ୟଯୁଗରେ କ’ଣ ଦେଖିବ । କଳିଯୁଗରେ ଭାରତ ଦରିଦ୍ର ହୋଇଯାଇଛି, ସତ୍ୟଯୁଗରେ ଭାରତ ସାହୁକାର ହେବ । ସେହି ସମୟରେ ଆଉ କୌଣସି ରାଷ୍ଟ୍ର ନ ଥାଏ । ଏବେ ଗୀତାର ଅଧ୍ୟାୟର ପୁନରାବୃତ୍ତି ହେଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ଆମେମାନେ ରୟାଲ ପିତାଙ୍କର ସନ୍ତାନ ଅଟୁ, ତେଣୁ ନିଜର ଚାଲି-ଚଳଣକୁ ବହୁତ ରାଜକୀୟ କରିବାକୁ ହେବ । ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବାର ନାହିଁ । ବହୁତ ବହୁତ ମଧୁର ସ୍ୱଭାବଯୁକ୍ତ ହେବାକୁ ପଡିବ ।

(୨) କେବେ ବି ବାବାଙ୍କ ଉପରେ ବା ପରସ୍ପର ମଧ୍ୟରେ ରୁଷିବାର ନାହିଁ । କାହା ଉପରେ ରୁଷି କେବେ ବି ପାଠପଢାକୁ ଛାଡିବାର ନାହିଁ । ଯାହା ବି ଖରାପ ଅଭ୍ୟାସ ସବୁ ରହିଛି, ସେଗୁଡିକୁ ଛାଡି ଦେବାକୁ ହେବ ।

ବରଦାନ:- ଫୁଲଷ୍ଟପ୍ ଅର୍ଥାତ୍ ବିନ୍ଦୁ ଲଗାଇବା ଦ୍ୱାରା ଶ୍ରେଷ୍ଠ ସ୍ଥିତି ରୂପକ ପଦକ ପ୍ରାପ୍ତ କରୁଥିବା ମହାବୀର ଭବ ।
ଏହା ଅନାଦି ଡ୍ରାମାରେ ଆତ୍ମିକ ସେନା ବାହିନୀର ସୈନିକମାନଙ୍କୁ କେହି କୌଣସି ମେଡାଲ ବା ପଦକ ଦିଅନ୍ତି ନାହିଁ କିନ୍ତୁ୍‌ ଡ୍ରାମା ଅନୁସାରେ ସେମାନଙ୍କୁ ଶ୍ରେଷ୍ଠ ସ୍ଥିତି ରୂପକ ପଦକ ସ୍ୱତଃ ହିଁ ପ୍ରାପ୍ତ ହୋଇଯାଇଥାଏ । ଏହି ପଦକ ସେହିମାନଙ୍କୁ ପ୍ରାପ୍ତ ହୋଇଥାଏ ଯେଉଁମାନେ ପ୍ରତ୍ୟେକ ଆତ୍ମାର ପାର୍ଟକୁ ସାକ୍ଷୀ ସ୍ଥିତିରେ ରହି ଦେଖିବା ସହିତ ଫୁଲଷ୍ଟପର ମାତ୍ରା ସହଜରେ ଲଗାଇ ଦିଅନ୍ତି । ଏହିଭଳି ଆତ୍ମାମାନଙ୍କର ମୂଳଦୁଆ ଅନୁଭବ ଆଧାରରେ ମଜବୁତ ଥାଏ, ସେଥିପାଇଁ କୌଣସି ବି ସମସ୍ୟା ରୂପକ ପ୍ରତିବନ୍ଧକ ସେମାନଙ୍କୁ ଅଟକାଇ ପାରେ ନାହିଁ ।
ସ୍ଲୋଗାନ:- ପ୍ରତ୍ୟେକ ପରିସ୍ଥିତି ରୂପକ ପାହାଡକୁ ଅତିକ୍ରମ କରି ନିଜର ଲକ୍ଷ୍ୟ ସ୍ଥଳକୁ ପ୍ରାପ୍ତ କରୁଥିବା ଉଡନ୍ତା ପକ୍ଷୀ ହୁଅ ।

*** ଓମ୍ ଶାନ୍ତି ***

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ପରସ୍ପରର କଥାକୁ ସ୍ୱୀକାର କରିବା ଏବଂ ସତ୍କାର ଦେବା, ଯେତେବେଳେ ଏହି ଦୁଇଟି ଯାକ କଥାର ଧାରଣା ହୋଇଯାଏ ସେତେବେଳେ ସମ୍ପୂର୍ଣ୍ଣତା ଏବଂ ସଫଳତା ଦୁଇଟିଯାକ ପାଖକୁ ଆସିଯାଇଥାଏ କାହିଁକିନା ପରସ୍ପରକୁ ସତ୍କାର ଦେବା ହିଁ ଭବିଷ୍ୟତର ଅଧିକାର ନେବା ।

ମୁରଲି କ'ଣ?

ମୁରଲି ହେଉଛି ବ୍ରହ୍ମାକୁମାରୀମାନଙ୍କ ଦୈନିକ ଆଧ୍ୟାତ୍ମିକ ଶିକ୍ଷା, ଯାହା ପ୍ରତିଦିନ ସକାଳେ ମଧୁବନରୁ ପ୍ରକାଶିତ ହୁଏ। ଏଠାରେ ଆପଣ ଆଜିର ମୁରଲି ଓଡ଼ିଆରେ ପଢ଼ିପାରିବେ, ଅଡିଓ ଶୁଣିପାରିବେ ଏବଂ PDF ଡାଉନଲୋଡ୍ କରିପାରିବେ। ଅଧ୍ୟୟନରେ ସହାୟତା ପାଇଁ ପାଠରେ ହାଇଲାଇଟ୍ କରିପାରିବେ — ଆପଣଙ୍କ ଚିହ୍ନ ଏହି ବ୍ରାଉଜରରେ ସୁରକ୍ଷିତ ରହେ।

28ଟି ଭାଷାରେ ମୁରଲି

Daily Murli · Madhuban ଉତ୍ସ: ମଧୁବନ ମୁରଲି ବିଭାଗ ଏହା ଏକ ସ୍ୱତନ୍ତ୍ର ପାଠକ ଆପ୍, ସରକାରୀ ୱେବସାଇଟ୍ ନୁହେଁ।