| 26/05/25 |
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
|
ମଧୁବନ |
| “ମିଠେ ବଚ୍ଚେ:- ତୁମମାନଙ୍କୁ ଉତ୍ତମ ସଙ୍ଗ କରିବାକୁ ହେବ, ଯଦି ଖରାପ ସଙ୍ଗର ରଙ୍ଗ ଲାଗିଗଲା, ତେବେ ତଳକୁ ଖସିଯିବ କାରଣ କୁସଙ୍ଗ ବୁଦ୍ଧିକୁ ତୁଚ୍ଛ କରିଦିଏ ।” | |
| ପ୍ରଶ୍ନ:- | ବର୍ତ୍ତମାନ ପିଲାମାନଙ୍କ ଭିତରେ କେଉଁ ଉତ୍ସାହ ରହିବା ଦରକାର? |
| ଉତ୍ତର:- | ତୁମମାନଙ୍କର ଉତ୍ସାହ ରହିବା ଦରକାର ଯେ ଗାଆଁ ଗାଆଁରେ ଯାଇ ସେବା କରିବୁ । ତୁମ ପାଖରେ ଯାହା କିଛି ଅଛି, ତାହା ସେବା ଅର୍ଥେ ରହିଛି । ବାବା ପିଲାମାନଙ୍କୁ ପରାମର୍ଶ ଦେଉଛନ୍ତି - ପିଲାମାନେ, ଏହି ପୁରୁଣା ଦୁନିଆରୁ ନିଜର ପଣତକୁ ମୁକ୍ତ କର ଅର୍ଥାତ୍ ସମ୍ବନ୍ଧ ତୁଟାଅ । କୌଣସି ଜିନିଷରେ ମମତ୍ତ୍ୱ ରଖ ନାହିଁ, କିମ୍ବା କାହା ସହିତ ମନ ଲଗାଅ ନାହିଁ । |
| ଗୀତ:- | ଇସ୍ ପାପ କି ଦୁନିଆ ସେ... |
ଓମ୍ ଶାନ୍ତି । କୁହାଯାଏ ପାପ ଆତ୍ମାମାନଙ୍କର ଦୁନିଆ ଏବଂ ପୁଣ୍ୟ ଆତ୍ମାମାନଙ୍କର ଦୁନିଆ, ତେବେ ସବୁଥିରେ ଆତ୍ମାର ହିଁ ନାମକୁ ଯୋଡା ଯାଇଛି । ଏବେ ଏଠାରେ ବହୁତ ଦୁଃଖ ରହିଛି ତେଣୁ ସମସ୍ତେ ଭଗବାନଙ୍କୁ ଡାକୁଛନ୍ତି । ପୁଣ୍ୟ ଆତ୍ମାମାନଙ୍କର ଦୁନିଆରେ ଏଭଳି କେବେ କେହି କହି ନ ଥା’ନ୍ତି, ଯେ କୁଆଡେ ନେଇଚାଲ ପ୍ରଭୁ । ତୁମେ ପିଲାମାନେ ଜାଣିଛ ଯେ, ଆମକୁ ଏବେ କୌଣସି ପଣ୍ଡିତ, କିମ୍ବା ସନ୍ନ୍ୟାସୀ କିମ୍ବା ଶାସ୍ତ୍ରବାଦୀ ଶୁଣାଉ ନାହାଁନ୍ତି । ଇଏ (ବ୍ରହ୍ମା) ନିଜେ ମଧ୍ୟ କହୁଛନ୍ତି ଯେ ମୁଁ ଏହି ଜ୍ଞାନ ଜାଣି ନ ଥିଲି, ରାମାୟଣ ଆଦି ଶାସ୍ତ୍ର ତ ବହୁତ ପଢୁଥିଲି । ବାକି ଏହି ଜ୍ଞାନ ମୁଁ ନିଜେ ତୁମମାନଙ୍କୁ ଶୁଣାଉଛି ଏବଂ ଏଇ ବ୍ରହ୍ମା ମଧ୍ୟ ଶୁଣୁଛନ୍ତି । ବର୍ତ୍ତମାନ ଏହା ହେଲା ପାପ ଆତ୍ମାଙ୍କର ଦୁନିଆ । ପୁଣ୍ୟ ଆତ୍ମାମାନଙ୍କ ପାଇଁ କେବଳ ଏତିକି କହିବେ ଯେ ଏମାନେ ଏହିଠାରେ ହିଁ ଜନ୍ମ ନେଇଥିଲେ । ବାସ୍ ଏହିଭଳି କହି କହି ଶିବଙ୍କର ମଧ୍ୟ ପୂଜା କରି ଚାଲିଛନ୍ତି । ତୁମେ ପିଲାମାନେ ଏବେ କାହାର ପୂଜା କରିବ? ତୁମେ ଜାଣୁଛ ଯେ ସବୁଠାରୁ ଉଚ୍ଚ ଭଗବାନ ଶିବ ଅଟନ୍ତି, ସେ ହେଲେ ଆଜ୍ଞାକାରୀ ପିତା, ଟିଚର ଏବଂ ଆଜ୍ଞାକାରୀ ଗୁରୁ । ସାଥିରେ ଘରକୁ ନେଇଯିବାର ଗ୍ୟାରେଣ୍ଟି ଅନ୍ୟ କୌଣସି ଗୁରୁମାନେ ଦେଇପାରିବେ ନାହିଁ । ତାହା ମଧ୍ୟ ସେମାନେ କ’ଣ ସମସ୍ତଙ୍କୁ ଅର୍ଥାତ୍ ସାରା ବିଶ୍ୱର ଆତ୍ମାମାନଙ୍କୁ ନେଇ ଯାଇପାରିବେ । ଏବେ ତୁମେ ସମ୍ମୁଖରେ ବସିଛ, ଏଠାରୁ ଯେତେବେଳେ ନିଜ ଘରକୁ ଚାଲିଯିବ ବାବାଙ୍କୁ ଭୁଲିଯିବ । ବାବାଙ୍କ ସମ୍ମୁଖରେ ଶୁଣିଲେ ମଜା ଆସିବ । ବାବା ସବୁବେଳେ କହୁଛନ୍ତି ଯେ - ସନ୍ତାନମାନେ ଭଲ ଭାବରେ ପାଠପଢ । ପାଠପଢାରେ କେବେ ବି ଅବହେଳା କର ନାହିଁ । କୁସଂଗରେ ପଡ ନାହିଁ । ନଚେତ୍ ଆହୁରି ମଧ୍ୟ ତୁଚ୍ଛ ବୁଦ୍ଧି ହୋଇଯିବ । ପିଲାମାନେ ଜାଣିଛନ୍ତି ଆମେ କ’ଣ ଥିଲୁ, କ’ଣ ପାପ କରିଛୁ । ଏବେ ଆମେ ଦେବତା ହେବାକୁ ଯାଉଛୁ, ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ତେବେ ଏଠାରେ ଘର ତିଆରି କରିବାର ଚିନ୍ତା କାହିଁକି କରିବା । ଏହି ପୁରୁଣା ଦୁନିଆରେ ଯାହା କିଛି ବି ଅଛି ସେସବୁକୁ ଭୁଲିଯାଅ । ନଚେତ୍ ତାହା ବିଘ୍ନ ପକାଇବ । ଏହି ଦୁନିଆରେ ଆଉ ମନ ଲାଗୁନାହିଁ । ଆମେ ନୂଆ ଦୁନିଆରେ ନିଜର ହୀରା-ନୀଳାରେ ମହଲ ତିଆରି କରିବା । ଏହି ଦୁନିଆର ଧନ ସମ୍ପତ୍ତି କିମ୍ବା କୌଣସି ବସ୍ତୁ ଯଦି ଭଲ ଲାଗୁଥିବ, ତେବେ ଶରୀର ତ୍ୟାଗ କରିବା ସମୟରେ ସେଥି ପ୍ରତି ମୋହ ଆସିବ । ଯଦି ମୋର ମୋର ବୋଲି କହୁଥିବ ତେବେ ତାହା ଶେଷ ସମୟରେ ସାମ୍ନାକୁ ଆସିଯିବ । ଏ ସବୁ ତ ଏଇଠି ବିନାଶ ହୋଇଯିବ । ଆମେ ସମସ୍ତେ ନିଜର ରାଜଧାନୀକୁ ଚାଲିଯିବା, ତେଣୁ ଏଠି କାହିଁକି ମନ ଲଗେଇବା । ସେଠାରେ ବହୁତ ସୁଖ ରହିଛି । ତା’ର ନାମ ହିଁ ହେଲା ସ୍ୱର୍ଗ । ବର୍ତ୍ତମାନ ଆମେ ନିଜ ରାଜ୍ୟକୁ ଯିବା । ଏହା ତ ରାବଣର ରାଜ୍ୟ, ଆମର ନୁହେଁ । ସେଥିପାଇଁ ଏଠାରୁ ମୁକ୍ତ ହେବାର ପୁରୁଷାର୍ଥ କରିବାକୁ ହେବ । ପୁରୁଣା ଦୁନିଆରୁ ଆମର ମୋହ ତୁଟାଇବା ପାଇଁ ବାବା କହୁଛନ୍ତି - କୌଣସି ବସ୍ତୁରେ ମମତା ରଖ ନାହିଁ । ଖାଇବାରେ ବେଶୀ କିଛି ଖର୍ଚ୍ଚ ହୋଇ ନ ଥାଏ । ବେକାର ବସ୍ତୁରେ ଖର୍ଚ୍ଚ ବହୁତ ହୋଇଥାଏ । ତୁମମାନଙ୍କୁ ସେବା କରିବାର ବହୁତ ଉମଙ୍ଗ-ଉତ୍ସାହ ରହିବା ଦରକାର । କେହି କେହି ଏମିତି ସନ୍ତାନ ଅଛନ୍ତି ଯେଉଁମାନଙ୍କୁ ଗାଆଁ ଗାଆଁରେ ସେବା କରିବାର ସଉକ ରହିଛି । ବାକି ଯାହାକୁ ସେବାର ସଉକ ନାହିଁ, ସିଏ କେଉଁ କାମର । ଯେପରି ପିତା ସେହିପରି ପୁତ୍ର ହେବା ଦରକାର । ବାବାଙ୍କର ହିଁ ପରିଚୟ ଦିଅ । ବାବାଙ୍କୁ ମନେ ପକାଅ ଏବଂ ବାବାଙ୍କଠାରୁ ସମ୍ପତ୍ତି ନିଅ । ପିଲାମାନଙ୍କର ସଉକ ରହିଥାଏ ଯେ ଆମେ ବାବାଙ୍କର ସେବା କରିବାକୁ ଯାଉଛୁ । ତେବେ ବାବା ମଧ୍ୟ ସାହାସ ଦେଇଥା’ନ୍ତି । ବାବା ତୁମମାନଙ୍କର ସେବା କରିବା ପାଇଁ ଆସୁଛନ୍ତି, ତେବେ ତୁମର ସବୁ କିଛି ସେବା ପାଇଁ ଉଦ୍ଦିଷ୍ଟ । ଏହି ବାବାଙ୍କର ପରିଚୟ ସମସ୍ତଙ୍କୁ ଦିଅ । ବାବା ତ କେବଳ ଜଣେ ଯିଏକି ଭାରତରେ ଆସିଥିଲେ, ଭାରତରେ ଦେବତାମାନଙ୍କର ରାଜ୍ୟ ଥିଲା । କାଲିର କଥା, ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ତା’ପରେ ପୁଣି ରାମ ସୀତାଙ୍କର ରାଜ୍ୟ ହେଲା, ପୁଣି ବାମ ମାର୍ଗରେ ତଳକୁ ଖସିଲେ । ରାବଣ ରାଜ୍ୟ ଆରମ୍ଭ ହେଲା, ସିଢିରୁ ତଳକୁ ଖସିଲେ ଏବେ ପୁଣି ଚଢତି ଅର୍ଥାତ୍ ଆରୋହଣ କଳା ହେଉଛି, ଏହା ସେକେଣ୍ଡର କଥା ।
ଗୋଟିଏ ହେଉଛି ପ୍ରକୃତ ସ୍ନେହ ଏବଂ ଅନ୍ୟଟି ଲୋକ ଦେଖାଣିଆ ସ୍ନେହ । ପ୍ରକୃତ ସ୍ନେହ ବାବାଙ୍କ ସହିତ ସେତେବେଳେ ହେବ ଯେତେବେଳେ ନିଜକୁ ଆତ୍ମା ମନେ କରିବ । ଏବେ ତୁମମାନଙ୍କର ଏହି ଦୁନିଆ ସହିତ ଲୋକ ଦେଖାଣିଆ ସ୍ନେହ ରହିଛି । ଏହା ତ ବିନାଶ ହେବ । ସେବାଧାରୀ ସନ୍ତାନମାନେ କେବେ ବି ଭୋକରେ ମରିବେ ନାହିଁ । ତେଣୁ ସେବା ପାଇଁ ପିଲାମାନଙ୍କର ସଉକ ରହିବା ଦରକାର । ତୁମର ଈଶ୍ୱରୀୟ ମିଶନ ବହୁତ ସହଜ ଅଟେ । କେହି ବୁଝିପାରୁନାହାଁନ୍ତି ଯେ ଧର୍ମର ସ୍ଥାପନା କିପରି ହୋଇଥାଏ । କ୍ରାଏଷ୍ଟ ଆସିଲେ, ଖ୍ରୀଷ୍ଟଧର୍ମ ସ୍ଥାପନା କଲେ, ଧର୍ମ ସବୁ ବଢି ବଢି ଚାଲିଲା । ତାଙ୍କ ମତରେ ଚାଲିଚାଲି ତଳକୁ ଖସିବାରେ ଲାଗିଲେ । ଏବେ ତୁମମାନଙ୍କୁ ଦେହୀ - ଅଭିମାନୀ ହେବାକୁ ପଡିବ । ଅଧାକଳ୍ପ ରାବଣ ରାଜ୍ୟରେ ଆସି ଆମେ ବାବାଙ୍କୁ ଭୁଲିଗଲେ । ଏବେ ବାବା ଆସି ଜାଗ୍ରତ କରାଉଛନ୍ତି ଏବଂ କହୁଛନ୍ତି, ଡ଼୍ରାମାନୁସାରେ ତୁମକୁ ତଳକୁ ଖସିବାର ଥିଲା । ତୁମର କୌଣସି ଦୋଷ ନାହିଁ । ରାବଣ ରାଜ୍ୟରେ ଦୁନିଆର ଅବସ୍ଥା ଏଭଳି ହୋଇଥାଏ । ବାବା କହୁଛନ୍ତି, ଏବେ ମୁଁ ତୁମମାନଙ୍କୁ ରାଜଯୋଗର ପାଠ ପଢାଇବା ପାଇଁ ଆସିଛି । ତୁମେ ପୁଣି ଥରେ ନିଜର ରାଜ୍ୟ ନିଅ । ମୁଁ ଆଉ କୌଣସି କଷ୍ଟ ଦେଉ ନାହିଁ । ପ୍ରଥମ କଥା ହେଲା ବଜାରର ଛି ଛି ଅର୍ଥାତ୍ ଖରାପ ଜିନିଷ ଖାଅନାହିଁ, ମୋତେ ମନେ ପକାଅ । ଏବେ ତୁମେମାନେ ଜାଣୁଛ ଯେ, ଏହା ଡ଼୍ରାମାର ଚକ୍ର ଅଟେ, ଯାହାର ପୁଣି ପୁନରାବୃତ୍ତି ହେବ । ତୁମର ବୁଦ୍ଧିରେ ଡ଼୍ରାମାର ଆଦି, ମଧ୍ୟ, ଅନ୍ତର ଜ୍ଞାନ ରହିଛି । ଯେଉଁ ଜ୍ଞାନକୁ ତୁମେମାନେ କାହାକୁ ମଧ୍ୟ ବୁଝାଇ ପାରିବ । ପ୍ରଥମତଃ ବାବାଙ୍କର ସ୍ମୃତି ରହିବା ଦରକାର । ସେବା ପାଇଁ ପରସ୍ପର ମିଶି ଗ୍ରୁପ୍ କରିନେବା ଦରକାର । ମାତାମାନେ ମଧ୍ୟ ସେବା କରିବା ପାଇଁ ବାହାରିବା ଦରକାର । ଏଥିରେ ଡ଼ରିବାର କିଛି କଥା ନାହିଁ । ଚିତ୍ର ଆଦି ସବୁ ତୁମକୁ ମିଳିବ । ତୁମ ଦ୍ୱାରା ସେବା ବହୁତ ହେବ । କହିବେ ଆପଣମାନେ ଚାଲି ଯାଉଛନ୍ତି, ପୁଣି ଆମକୁ କିଏ ଶିଖାଇବ? କୁହ, ଆମେ ସେବା କରିବା ପାଇଁ ପ୍ରସ୍ତୁତ ଅଛୁ । ଘରର ବ୍ୟବସ୍ଥା କର । ତୁମେମାନେ ଅନେକଙ୍କର କଲ୍ୟାଣର ନିମିତ୍ତ ହୋଇଯିବ । ବାବା ସେବା ପାଇଁ ଉମଙ୍ଗ ଉତ୍ସାହ ଦେଉଛନ୍ତି । ପିଲାମାନଙ୍କ ଭିତରେ ସାହସ ରହିଲେ ସେବା ମଧ୍ୟ ବଢିଥାଏ । ଏହା କୌଣସି ମେଳା ନୁହେଁ ଯେ ୧୦-୧୫ ଦିନ ମେଳା ଚାଲିବ, ପୁଣି ବନ୍ଦ ହୋଇଯିବ । ଏହି ମେଳା ତ ସବୁବେଳେ ଚାଲିଥିବ । ଏଠାରେ ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ ମିଳନ ହୋଇଥାଏ, ଯାହାକୁ ସଚ୍ଚା ମେଳା ଅର୍ଥାତ୍ ପ୍ରକୃତ ମିଳନ କୁହାଯାଇଥାଏ । ତାହା ତ’ ବର୍ତ୍ତମାନ ଚାଲିଛି । ମେଳା (ମିଳନ) ବନ୍ଦ ସେତେବେଳେ ହେବ ଯେତେବେଳେ ସେବା ଶେଷ ହେବ । ଡ୍ରାମାନୁସାରେ ପିଲାମାନଙ୍କୁ ସେବାର ବହୁତ ସଉକ ରହିବା ଦରକାର । ବେହଦ ବାବାଙ୍କ ପାଖରେ ଯେଉଁ ଜ୍ଞାନ ଅଛି, ତାହା ପିଲାମାନଙ୍କ ବୁଦ୍ଧିରେ ଅଛି । ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କ ଦ୍ୱାରା ଆମେ କେତେ ଶ୍ରେଷ୍ଠ ହେବା ପାଇଁ ଆସିଛେ । ଏଭଳି ନିଜେ ନିଜ ସହିତ କଥାବାର୍ତ୍ତା ହୁଅ । ପରସ୍ପର ମଧ୍ୟରେ ସେମିନାର (ଆଲୋଚନା) କର । ବାବାଙ୍କ ଠାରୁ ରାୟ ନେଇ ସେବାରେ ଲାଗିଯାଅ । ଯଦି କୌଣସି ସହଯୋଗର ଆବଶ୍ୟକତା ପଡେ, ତେବେ ବାବା ସଦାସର୍ବଦା ପ୍ରସ୍ତୁତ ଅଛନ୍ତି । ଏସବୁ ଡ୍ରାମାରେ ନିଧାର୍ଯ୍ୟ ଅଛି । ଚିନ୍ତା କରିବାର କିଛି ନାହିଁ । ନହେଲେ ସ୍ଥାପନା କିପରି ହେବ । ଦ୍ୱିତୀୟ କଥା ହେଲା, ଯିଏ କରିବ ସିଏ ପାଇବ । ଏବେ ତୁମେ ପିଲାମାନେ ପଥର ବୁଦ୍ଧିରୁ ହୀରା ସମାନ ହେଉଛ । ବାବା ଜ୍ଞାନ ଦ୍ୱାରା ଏତେ ସିଧା କରୁଛନ୍ତି, ମାୟା ପୁଣି ନାକକୁ ଧରି ପଛକୁ ବୁଲାଇ ଦେଉଛି ଅର୍ଥାତ୍ ବୁଦ୍ଧି ହଟେଇ ଦେଉଛି ।
ତୁମେମାନେ ବହୁତ ଭଲ ସାଙ୍ଗ କରିବା ଦରକାର । ଖରାପ ସାଙ୍ଗର ରଙ୍ଗ ଲାଗିଲେ ତଳକୁ ଖସିଯିବ । ବାବା ବାଇସ୍କୋପ ଅର୍ଥାତ୍ ସିନେମା ଆଦି ଦେଖିବାକୁ ମନା କରିଥା’ନ୍ତି । ଯାହାକୁ ବାଇସ୍କୋପ୍ (ସିନେମା) ଦେଖିବାର ଅଭ୍ୟାସ ଥିବ ସେ ପତିତ ନ ହୋଇ ରହିପାରିବ ନାହିଁ । ଏଠାରେ ସମସ୍ତଙ୍କର ଆସୁରୀ ଚାଲିଚଳନ ରହିଛି । ଏହାର ନାମ ହିଁ ହେଉଛି ବୈଶ୍ୟାଳୟ । ବାବା ଶିବାଳୟ ସ୍ଥାପନ କରୁଛନ୍ତି । ଏହି ବୈଶ୍ୟାଳୟକୁ ପୂରା ନିଆଁ ଲାଗିଯିବ । କୁମ୍ଭକର୍ଣ୍ଣ ଭଳି ଆସୁରୀ ନିଦରେ ସମସ୍ତେ ଶୋଇ ରହିଛନ୍ତି । ତୁମେ ଜାଣୁଛ ଯେ ଆମେ ଶିବାଳୟକୁ ଯାଉଛୁ । ପୂର୍ବରୁ ଆମେ ମଧ୍ୟ ମାଙ୍କଡ ସଦୃଶ ଥିଲୁ । ଏହା ଉପରେ ରାମାୟଣରେ ମଧ୍ୟ କାହାଣୀ ରହିଛି । ବର୍ତ୍ତମାନ ତୁମେ ବାବାଙ୍କର ସହଯୋଗୀ ହୋଇଛ । ତୁମେ ନିଜର ଶକ୍ତି ବଳରେ ରାଜ୍ୟ ସ୍ଥାପନ କରୁଛ । ପୁଣି ଏହି ରାବଣର ରାଜ୍ୟ ବିନାଶ ହୋଇଯିବ । ବାବା ତୁମମାନଙ୍କୁ ଅନେକ ପ୍ରକାରର ଉପାୟ ବତାଉଛନ୍ତି । ଯଦି କାହାକୁ ଏହି ଜ୍ଞାନର ଦାନ ଦେବ ନାହିଁ ତେବେ ଫଳ କିପରି ମିଳିବ । ପ୍ରଥମେ ୧୦-୧୫ ଜଣଙ୍କୁ ରାସ୍ତା ଦେଖାଅ ଅର୍ଥାତ୍ ବାବାଙ୍କର ସନ୍ଦେଶ ଦିଅ ତା’ ପରେ ଯାଇ ଖାଇବା ଉଚିତ୍ । ପ୍ରଥମେ ଶୁଭକାର୍ଯ୍ୟ କରି ଆସ, ଏଥିରେ ହିଁ ତୁମର କଲ୍ୟାଣ ରହିଛି । କୌଣସି ବି ଦେହଧାରୀକୁ ମନେ ପକାଅ ନାହିଁ । ଏହା ତ’ ପତିତ ଦୁନିଆ । କେବଳ ପତିତ ପାବନ ବାବାଙ୍କୁ ହିଁ ମନେ ପକାଅ, ତେବେ ଯାଇ ପାବନ ଦୁନିଆର ମାଲିକ ହୋଇପାରିବ, ତୁମର ଅନ୍ତ ମତି ସୋ ଗତି ହୋଇଯିବ । ତେଣୁ କାହାକୁ ନା କାହାକୁ ସନ୍ଦେଶ ଶୁଣାଇଲା ପରେ ଯାଇ ଖାଦ୍ୟ ଖାଇବା ଦରକାର । ତୁମେ ସମସ୍ତଙ୍କୁ ଏହି ସନ୍ଦେଶ ଦେଇଚାଲ ଯେ ବାବାଙ୍କୁ ନିରନ୍ତର ମନେପକାଇଲେ ଏପରି ଶ୍ରେଷ୍ଠ ହୋଇଯିବ । ଆଚ୍ଛା! -
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ରାତ୍ରି କ୍ଲାସ୍- ୧୭-୩-୬୮
କେବେ ବି ଯଦି କୌଣସି ଭାଷଣ ଆଦି କରିବାକୁ ଯାଉଛ ତେବେ ପରସ୍ପର ମିଶି ଦୁଇ ଚାରିଥର ଅଭ୍ୟାସ କର, ନୂଆ ନୂଆ ପଏଣ୍ଟ ଯୋଡି ଠିକ୍ ଭାବରେ ପ୍ରସ୍ତୁତ କର, ତେବେ ଶୁଦ୍ଧ ଭାଷଣ କରିପାରିବ । ମୂଳ ଗୋଟିଏ କଥା ଉପରେ (ଗୀତାର ଭଗବାନଙ୍କ ଉପରେ) ହିଁ ଯଦି ତୁମେ ବିଜୟ ପ୍ରାପ୍ତ କରିପାରିଲ ତେବେ ସବୁ କଥାରେ ବିଜୟ ପ୍ରାପ୍ତ କରିପାରିବ । ଏଥିପାଇଁ ତୁମକୁ ଏହିଭଳି, ଆଲୋଚନା ଚକ୍ର ଇତ୍ୟାଦି କରିବାକୁ ପଡିବ । ଧୀରେ ଧୀରେ ବୁଝିବାକୁ ଲାଗିବେ ଏବଂ ବ୍ରାହ୍ମଣ ପରିବାରର ବୃଦ୍ଧି ହୋଇଚାଲିବ । ମାୟାର ତୋଫାନ ତ ସମସ୍ତଙ୍କୁ ଲାଗିଥାଏ । ବିଶେଷ କରି ଲେଖିଥାନ୍ତି ଯେ ବାବା ମୁଁ କାମ ବିକାରର ଚାପୁଡା ଖାଇଲି, ଏହାକୁ ହିଁ କୁହାଯାଏ - କରିଥିବା ରୋଜଗାରକୁ ସମାପ୍ତ କରିଦେବା । କ୍ରୋଧ କରିଲେ କୁହାଯିବ କିଛି କ୍ଷତି ହେଲା । ଏଥିପାଇଁ ବୁଝାଇବାକୁ ପଡିବ, ଯେ କାମ ଉପରେ ବିଜୟ ପ୍ରାପ୍ତ କରିଲେ ଜଗତଜିତ ହୋଇପାରିବ, ନଚେତ ସମ୍ପୂର୍ଣ୍ଣ ରୂପେ ପରାଜିତ ହୋଇଯିବ । କାମ ବିକାରଠାରୁ ପରାଜିତ ହେଉଥିବା ଆତ୍ମାମାନଙ୍କର ସବୁ ରୋଜଗାର ସମାପ୍ତ ହୋଇଯାଇଥାଏ । ତା’ ସହିତ ଦଣ୍ଡ ମଧ୍ୟ ଭୋଗ କରିଥା’ନ୍ତି । ଆମର ଲକ୍ଷ୍ୟ ବହୁତ ଉଚ୍ଚ ତେଣୁ ବହୁତ ସାବଧାନୀ ରଖିବାକୁ ପଡିବ । ତୁମେମାନେ ଜାଣୁଛ ଯେ ୫୦୦୦ ବର୍ଷ ପୂର୍ବେ ମଧ୍ୟ ଆମକୁ ବାଦଶାହୀ ମିଳିଥିଲା । ବର୍ତ୍ତମାନ ପୁଣି ଥରେ ଦୈବୀ ରାଜଧାନୀ ସ୍ଥାପନ ହେଉଛି । ଏହି ପାଠପଢା ଆଧାରରେ ଆମେ ସେହି ରାଜଧାନୀକୁ ଯାଉଛେ । ତେବେ ସବୁ କିଛି ପାଠପଢା ଉପରେ ନିର୍ଭର କରୁଛି । ପାଠପଢା ଏବଂ ଜ୍ଞାନର ଧାରଣା ଆଧାରରେ ହିଁ ବାବାଙ୍କ ସମାନ ହୋଇପାରିବ । ତୁମମାନଙ୍କର ରେଜିଷ୍ଟର ମଧ୍ୟ ଦରକାର, ଯାହାଦ୍ୱାରା ଜଣା ପଡିବ ଯେ କେତେ ଜଣଙ୍କୁ ନିଜ ସମାନ କରିଛ । ଯେତେ ବେଶୀ ଧାରଣା କରିବ ସେତେ ମିଠା ହେବ । ବାବାଙ୍କୁ ବହୁତ ମଧୁର ଅର୍ଥାତ୍ ସ୍ନେହୀ ସନ୍ତାନ ଦରକାର । ତୁମ ପିଲାମାନଙ୍କ ପାଇଁ ସେହି ଦିନ ଆଜି ଆସିଯାଇଛି ଯାହା ପାଇଁ ମନୁଷ୍ୟମାନେ ବହୁତ ଚେଷ୍ଟା କରିଆସିଛନ୍ତି ଯେ କିପରି ମୁକ୍ତି ଅର୍ଥାତ୍ ମୋକ୍ଷ ପ୍ରାପ୍ତ କରିବୁ । ବାବା ଏବେ ସମସ୍ତଙ୍କୁ ଏକାସାଥୀରେ ମୁକ୍ତି ଏବଂ ଜୀବନମୁକ୍ତି ଦେଉଛନ୍ତି । ଯେଉଁମାନେ ଦେବତା ହେବାର ପୁରୁଷାର୍ଥ କରିବେ ସେମାନେ ଜୀବନମୁକ୍ତିରେ (ସତ୍ୟଯୁଗକୁ) ଆସିବେ । ବାକି ସମସ୍ତେ ମୁକ୍ତି ଅର୍ଥାତ୍ ପରମଧାମକୁ ଚାଲିଯିବେ । ଏହାର ହିସାବ ଆକୁରେଟ୍ ବାହାର କରିପାରିବ ନାହିଁ । କେହି କେହି ତ ଏହିଠାରେ ରହିବେ । ବିନାଶର ସାକ୍ଷାତ୍କାର କରିବେ । ଏହି ଶୁଭ ସମୟକୁ ମଧ୍ୟ ଦେଖିବେ । ତେବେ ପ୍ରତି କଥାରେ ପୁରୁଷାର୍ଥ କରିବାକୁ ପଡିଥାଏ । ଏପରି ମଧ୍ୟ ନୁହେଁ ଯେ ଯୋଗରେ ବସିଗଲେ ସବୁ କାମ ହୋଇଯିବ । ଘର ମିଳିଯିବ । ନା, ଡ୍ରାମାରେ ଯାହା ଥିବ ତାହା ହିଁ ହେବ, ତେଣୁ ସେଭଳି ଆଶା ରଖିବା ଉଚିତ୍ ନୁହେିଁ । ପୁରୁଷାର୍ଥ ତ କରିବାକୁ ହେବ । ବାକି ତାହା ହିଁ ହୋଇଥାଏ ଯାହା ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଆଗକୁ ଗଲେ ତୁମର ବୃତ୍ତି ଅର୍ଥାତ୍ ଭାବନା ମଧ୍ୟ ଭାଇ-ଭାଇର ହୋଇଯିବ । ଯେତେ ପୁରୁଷାର୍ଥ କରିବ ସେତେ ସେହିଭଳି ବୃତ୍ତି ରହିବ । ଆମେ ଅଶରୀର ହୋଇ ଆସିଥିଲୁ । ଏବେ ୮୪ ଜନ୍ମର ଚକ୍ର ପୂର୍ଣ୍ଣ କରିଲୁ । ଏବେ ବାବା କହୁଛନ୍ତି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ ।
ତୁମକୁ ବାସ୍ତବରେ କାହା ସହିତ ଶାସ୍ତ୍ର ଆଦି ଉପରେ ବିବାଦ କରିବା ଉଚିତ୍ ନୁହେଁ । ମୂଳ କଥା ହେଲା ଯୋଗ ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିବା । ତୁମକୁ ଚକ୍ରବର୍ତ୍ତୀ ରାଜା ହେବାକୁ ପଡିବ, ତେଣୁ କେବଳ ଏହି ଚକ୍ରକୁ ବୁଝିବାକୁ ହେବ । ଏହାର ହିଁ ଗାୟନ ରହିଛି ସେକେଣ୍ଡରେ ଜୀବନମୁକ୍ତି । ତୁମମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଅଧାକଳ୍ପ ଭକ୍ତି ଚାଲିଆସିଛି । ଜ୍ଞାନ ତିଳେ ମାତ୍ରେ ନ ଥିଲା । ଜ୍ଞାନ କେବଳ ବାବାଙ୍କ ପାଖରେ ଅଛି, ଯାହାକି ବାବାଙ୍କ ଦ୍ୱାରା ହିଁ ଜାଣିଥା’ନ୍ତି । ବାବା କେତେ ଅସାଧାରଣ, ସେଥିପାଇଁ କୋଟିକରେ କେହି ବାହାରୁଛନ୍ତି । ଲୌକିକ ଦୁନିଆର ଶିକ୍ଷକ କ’ଣ ଏପରି କହିପାରିବେ ଯେ ମୁଁ ପିତା, ଶିକ୍ଷକ ଏବଂ ଗୁରୁ ଅଟେ । ଏ କଥା ବାବା କହୁଛନ୍ତି ମୁଁ ତୁମର ପିତା, ଶିକ୍ଷକ, ଗୁରୁ ଅଟେ । ଯାହାକୁ ମନୁଷ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ । ଭାରତକୁ ମାତୃଭୂମି ବୋଲି ମଧ୍ୟ କହିଥା’ନ୍ତି କାହିଁକି ନା ଅମ୍ବାଙ୍କର ବହୁତ ମହିମା ହୋଇଥାଏ । ଅମ୍ବାଙ୍କ ମନ୍ଦିରରେ ବହୁତ ବଡ ମେଳା ମଧ୍ୟ ଲାଗିଥାଏ । ଅମ୍ବା ଶବ୍ଦ ସମସ୍ତଙ୍କୁ ମଧୁର ଲାଗିଥାଏ । ଛୋଟ ପିଲାମାନେ ମଧ୍ୟ ମାଆକୁ ଭଲ ପାଇଥାଆନ୍ତି, କାରଣ ମାଆ ଖୁଆଇବା ପିଇବାର ଦାୟିତ୍ୱ ନେଇଥା’ନ୍ତି । ତେବେ ଅମ୍ବାଙ୍କର ବାବା ମଧ୍ୟ ଥିବା ଦରକାର ନା । ଇଏ ଜଗଦମ୍ବା ତ କନ୍ୟା ଅଟନ୍ତି ବ୍ରହ୍ମାଙ୍କର ପୋଷ୍ୟ କନ୍ୟା, ତାଙ୍କର ପତି ତ କେହି ନାହାଁନ୍ତି । ଏହା ନୂଆ କଥା ନା । ପ୍ରଜାପିତା ବ୍ରହ୍ମା ନିଶ୍ଚିତ ରୂପେ ପୋଷ୍ୟ ଭାବେ ଗ୍ରହଣ କରୁଥିବେ । ଏହି ସବୁ କଥା ବାବା ହିଁ ଆସି ପିଲାମାନଙ୍କୁ ବୁଝାଉଛନ୍ତି । ଭକ୍ତିମାର୍ଗରେ କେତେ ମେଳା ଲାଗୁଛି, ପୂଜା ହେଉଛି । କାହିଁକି ନା ତୁମେମାନେ ସେବା କରୁଛ । ମମ୍ମା ଯେତେ ଜଣଙ୍କୁ ପଢାଇଥିବେ ସେତେ ଆଉ କେହି ପଢାଇ ପାରିବେ ନାହିଁ । ମମ୍ମାଙ୍କର ମହିମା ବହୁତ ରହିଛି, ତାଙ୍କର ମେଳା ମଧ୍ୟ ବହୁତ ଲାଗିଥାଏ । ଏବେ ତୁମେମାନେ ଜାଣୁଛ ଯେ ବାବା ଆସି ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ତୁମମାନଙ୍କୁ ବୁଝାଇଛନ୍ତି । ଏବେ ତୁମେ ବାବାଙ୍କର ଘରକୁ ମଧ୍ୟ ଜାଣିଗଲ । ବାବାଙ୍କ ସହିତ ସ୍ନେହ ରହିଛି, ତ ନିଜ ଘର ଶାନ୍ତିଧାମ ସହିତ ମଧ୍ୟ ସ୍ନେହ ରହିଛି । ଏହି ଜ୍ଞାନ ତୁମକୁ ଏବେ ମିଳୁଛି । ଏହି ପାଠପଢା ଦ୍ୱାରା କେତେ ପ୍ରାପ୍ତି ହୋଇଥାଏ । ତେଣୁ ଖୁସୀ ହେବା ଦରକାର ନା । ତୁମେମାନେ ବହୁତ ସାଧାରଣ । ଦୁନିଆକୁ ଜଣା ନାହିଁ ଯେ ବାବା ଆସି ତୁମମାନଙ୍କୁ ଏହି ଜ୍ଞାନ ଶୁଣାଉଛନ୍ତି । ବାବା ଆସି ସବୁ ନୂଆ ନୂଆ କଥା ପିଲାମାନଙ୍କୁ ଶୁଣାଇଥା’ନ୍ତି । ଏହି ବେହଦର ପାଠପଢା ଦ୍ୱାରା ନୂଆ ଦୁନିଆର ସ୍ଥାପନା ହୋଇଥାଏ । ପୁରୁଣା ଦୁନିଆରୁ ବୈରାଗ୍ୟ ଆସିଯାଇଥାଏ ଏବଂ ଜ୍ଞାନର ଖୁସୀ ବା ନିଶା ରହିଥାଏ । ଏବେ ବାବାଙ୍କୁ ଏବଂ ଘରକୁ ମନେ ପକାଅ । ଘରକୁ ତ ସମସ୍ତଙ୍କୁ ଯିବାକୁ ପଡିବ । ବାବା ତ ସମସ୍ତଙ୍କୁ କହିବେ ନା ପିଲାମାନେ ମୁଁ ତୁମକୁ ମୁକ୍ତି ଜୀବନମୁକ୍ତିର ବର୍ସା (ସମ୍ପତ୍ତି) ଦେବା ପାଇଁ ଆସିଛି । ପୁଣି ତୁମେମାନେ ଭୁଲି ଯାଉଛ କାହିଁକି । ମୁଁ ତୁମର ବେହଦର ପିତା, ତୁମମାନଙ୍କୁ ରାଜଯୋଗର ଶିକ୍ଷା ଦେବା ପାଇଁ ଆସିଛି । ତେବେ କ’ଣ ତୁମେମାନେ ଶ୍ରୀମତରେ ଚାଲିବ ନାହିଁ । ଯଦି ଶ୍ରୀମତ ଅନୁସାରେ ନ ଚାଲିବ ତେବେ ବହୁତ କ୍ଷତି ହୋଇଯିବ । ଏହା ହେଉଛି ବେହଦର କ୍ଷତି । ବାବାଙ୍କର ହାତ ଛାଡିଲ ତ ପ୍ରାପ୍ତି ବଦଳରେ କ୍ଷତି ହୋଇଯିବ । ଆଚ୍ଛା ଶୁଭରାତ୍ରୀ । ଓମ୍ ଶାନ୍ତି ।
ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଦୁନିଆରେ ଯାହା କିଛି ଅଛି ସେଗୁଡିକୁ ଭୁଲିଯିବାକୁ ହେବ । ବାବାଙ୍କ ସମାନ ଆଜ୍ଞାକାରୀ ହୋଇ ସେବା କରିବାକୁ ହେବ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ ।
(୨) ଏହି ପତିତ ଦୁନିଆରେ ନିଜେ ନିଜକୁ ଖରାପ ସଂଗରୁ ରକ୍ଷା କରିବାକୁ ହେବ । ବଜାରର ଖରାପ ଖାଦ୍ୟ ଖାଇବାର ନାହିଁ କିମ୍ବା ବାଇସ୍କୋପ ଅର୍ଥାତ୍ ସିନେମା ଦେଖିବାର ନାହିଁ ।
| ବରଦାନ:- |
ତ୍ରିକାଳଦର୍ଶୀ ସ୍ଥିତି ଦ୍ୱାରା ବ୍ୟର୍ଥର ଖାତାକୁ ସମାପ୍ତ କରୁଥିବା ସଦା ସଫଳତା ମୂରତ ଭବ । ତ୍ରିକାଳଦର୍ଶୀ ସ୍ଥିତିରେ ସ୍ଥିତ ହେବାର ଅର୍ଥ ହେଲା ପ୍ରତ୍ୟେକ ସଂକଳ୍ପ, ବାଣୀ ବା କର୍ମ କରିବା ପୂର୍ବରୁ ଚେକ୍ କରିବା ଯେ ଏହା ବ୍ୟର୍ଥ ଅଟେ ବା ସମର୍ଥ ଅଟେ! କାରଣ ବ୍ୟର୍ଥ ଗୋଟିଏ ସେକେଣ୍ଡରେ ପଦ୍ମଗୁଣା କ୍ଷତି କରାଇଥାଏ ଏବଂ ସମର୍ଥ ଗୋଟିଏ ସେକେଣ୍ଡରେ ପଦ୍ମଗୁଣା ରୋଜଗାର କରାଇଥାଏ । ତେଣୁ ଗୋଟିଏ ସେକେଣ୍ଡର ବ୍ୟର୍ଥ ମଧ୍ୟ ରୋଜଗାରରେ ବହୁତ କ୍ଷତି କରାଇ ଦେଇଥାଏ ଯାହାଦ୍ୱାରା ଜମା କରିଥିବା ରୋଜଗାର ମଧ୍ୟ ଲୁଚିଯାଇଥାଏ, ସେଥିପାଇଁ ଏକକାଳଦର୍ଶୀ ହୋଇ କର୍ମ କରିବା ପରିବର୍ତ୍ତେ ତ୍ରିକାଳଦର୍ଶୀ ସ୍ଥିତିରେ ସ୍ଥିତ ହୋଇ ପ୍ରତ୍ୟେକ କର୍ମ କର, ତାହା ହେଲେ ବ୍ୟର୍ଥ ସମାପ୍ତ ହୋଇଯିବ ଏବଂ ତୁମେ ସଦାକାଳ ପାଇଁ ସଫଳତା ମୂରତ ହୋଇଯିବ । |
| ସ୍ଲୋଗାନ:- | ମାନ, ସ୍ୱାଭିମାନ ଏବଂ ସାଧନର ତ୍ୟାଗ ହିଁ ମହାନ ତ୍ୟାଗ ଅଟେ । |
*** ଓମ୍ ଶାନ୍ତି ***
ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ଯେପରି ଦେହ ଏବଂ ଦେହୀ ଦୁଇଟିଯାକ ଅଲଗା ଅଲଗା ଅଟେ କିନ୍ତୁ ଅଜ୍ଞାନତା ବଶତଃ ଉଭୟଙ୍କୁ ମିଶାଇ ଦେଉଛନ୍ତି, ମୋ’ରକୁ ମୁଁ ମନେ କରୁଛନ୍ତି ଏବଂ ଏହି ଗୋଟିଏ ଭୁଲ୍ କାରଣରୁ ଏତେ ସବୁ ଦୁଃଖ ଅଶାନ୍ତି ପ୍ରାପ୍ତ କରିଆସିଛନ୍ତି । ସେହିପରି ଅପବିତ୍ରତା ଏବଂ ବିସ୍ମୃତିର ସଂସ୍କାର ଯାହାକି ବ୍ରାହ୍ମଣ ଜୀବନର ସଂସ୍କାର ନୁହେଁ, ଶୂଦ୍ର ଜୀବନର ଅଟେ, ଏଗୁଡିକୁ ମଧ୍ୟ ମୋ’ର ମନେ କରି ଦେବା କାରଣରୁ ମାୟାର ବଶୀଭୂତ ହୋଇଯାଉଛ ଏବଂ ଦୁଃଖୀ ହେଉଛ ।