ଓଡ଼ିଆ ମୁରଲି · Brahma Kumaris

ଆଜିର ମୁରଲି · ମଇ 28, 2025

ଓମ୍ ଶାନ୍ତି · BapDada · ମଇ 28, 2025

ଆଜିର ମୁରଲି — today murli in Odia PDF, Odia murli today.

18
ମୁରଲିମଇ 28, 2025 · ଓଡ଼ିଆ
0:00--:--

ପାଠ ବାଛନ୍ତୁ → ହାଇଲାଇଟ୍ / ବକ୍ସ / ଅଣ୍ଡରଲାଇନ୍

28/05/25
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
ମଧୁବନ
“ମିଠେ ବଚ୍ଚେ:- ବର୍ତ୍ତମାନ ଡ୍ରାମାର ଚକ୍ର ଶେଷ ହେବାକୁ ଯାଉଛି, ତୁମକୁ କ୍ଷୀରଖଣ୍ଡ ଭଳି ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ ନୂଆ ଦୁନିଆକୁ ଆସିବାକୁ ହେବ, ସେଠାରେ ସମସ୍ତେ କ୍ଷୀରଖଣ୍ଡ, ଏଠାରେ ସମସ୍ତେ ଲୁଣପାଣି ।
ପ୍ରଶ୍ନ:- ତୁମେ ତ୍ରିନେତ୍ରୀ ସନ୍ତାନମାନେ କେଉଁ ଜ୍ଞାନକୁ ଜାଣି ତ୍ରିକାଳଦର୍ଶୀ ହୋଇଯାଇଛ?
ଉତ୍ତର:- ତୁମମାନଙ୍କୁ ବର୍ତ୍ତମାନ ସାରା ବିଶ୍ୱର ଇତିହାସ-ଭୂଗୋଳର ଜ୍ଞାନ ମିଳିଛି, ସତ୍ୟଯୁଗରୁ ନେଇ କଳିଯୁଗର ଶେଷ ପର୍ଯ୍ୟନ୍ତ ଇତିହାସ-ଭୂଗୋଳକୁ ତୁମେମାନେ ଜାଣିଛ । ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି ଯେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରୁଛି । ସବୁ ସଂସ୍କାର ଆତ୍ମାରେ ହିଁ ରହୁଛି । ବର୍ତ୍ତମାନ ବାବା କହୁଛନ୍ତି - ପିଲାମାନେ ନାମ ରୂପର ଆକର୍ଷଣ ଠାରୁ ଦୂରେଇ ରୁହ । ନିଜକୁ ଅଶରୀରୀ ଆତ୍ମା ମନେ କର ।
ଗୀତ:- ଧୀରଜ ଧର ମନୁଆ.....

ଓମ୍ ଶାନ୍ତି । କଳ୍ପ କଳ୍ପ ପିଲାମାନଙ୍କୁ କୁହାଯାଇଛି ଏବଂ ପିଲାମାନେ ଜାଣିଛନ୍ତି, ମନ କହୁଛି ଯେତେ ଶୀଘ୍ର ସତ୍ୟଯୁଗ ଆସିବ ସେତେ ଶୀଘ୍ର ଦୁଃଖରୁ ମୁକ୍ତି ମିଳିଯିବ । କିନ୍ତୁ ଡ୍ରାମା ବହୁତ ଧିରେ ଧିରେ ଗତି କରୁଛି । ବାବା ଧୈର୍ଯ୍ୟ ଦେଉଛନ୍ତି ଯେ ବାକି ଅଳ୍ପ ଦିନ ଅଛି । ବଡ ବଡ ବିଦ୍ୱାନ-ପଣ୍ଡିତମାନଙ୍କ ଦ୍ୱାରା ମଧ୍ୟ ବାଣୀ ଶୁଣିବାକୁ ମିଳିବ ଯେ ଦୁନିଆ ବଦଳିଯିବ । ପୋପଙ୍କ ଭଳି ବଡ ବଡ ବିଦ୍ୱାନ ଲୋକ ମଧ୍ୟ କହୁଛନ୍ତି ଯେ ଦୁନିଆ ବଦଳିବାର ଅଛି । ଆଚ୍ଛା ପୁଣି ଶାନ୍ତି କିପରି ହେବ? ଏହି ସମୟରେ ସବୁ ଲୁଣ-ପାଣି ଅର୍ଥାତ୍ ମତଭେଦରେ ଅଛନ୍ତି । ଏବେ ଆମେ କ୍ଷୀରଖଣ୍ଡ ଅର୍ଥାତ୍ ଏକମତ ହେଉଛେ । ସେପଟରେ ଅର୍ଥାତ୍ ବିଦେଶରେ ଦିନକୁ ଦିନ ଲୁଣପାଣି ଅର୍ଥାତ୍ ନକରାତ୍ମକ ହୋଇ ଚାଲିଛନ୍ତି । ପରସ୍ପର ମଧ୍ୟରେ ଲଢେଇ ଝଗଡା କରି ବିନାଶକୁ ପ୍ରାପ୍ତ କରିବେ । ସେଥିପାଇଁ ପ୍ରସ୍ତୁତି ଚାଲିଛି । ଏହି ଡ୍ରାମାର ଚକ୍ର ଏବେ ପୂର୍ଣ୍ଣ ହେଉଛି । ପୁରୁଣା ଦୁନିଆ ଶେଷ ହେଉଛି । ନୂଆ ଦୁନିଆର ସ୍ଥାପନା ହେଉଛି । ନୂଆ ଦୁନିଆରୁ ପୁରୁଣା, ପୁରୁଣାରୁ ନୂଆ ଦୁନିଆ ପୁଣି ହେବ । ଏହାକୁ ଦୁନିଆର ଚକ୍ର କୁହାଯାଇଛି, ଯାହାର ପୁଣି ପୁନରାବୃତ୍ତି ହେଉଛି । ଏପରି ନୁହେଁ, ଲକ୍ଷ ଲକ୍ଷ ବର୍ଷ ପରେ ପୁରୁଣା ଦୁନିଆ ନୂଆ ହେବ, ତୁମେ ପିଲାମାନେ ଭଲ ଭାବରେ ଜାଣିଯାଇଛ, ଭକ୍ତି ସଂପୂର୍ଣ୍ଣ ଅଲଗା ଅଟେ । ଭକ୍ତିର ସଂଯୋଗ ରାବଣ ସାଥୀରେ ରହିଛି । ଜ୍ଞାନର ସଂଯୋଗ ରାମଙ୍କ ସାଥିରେ ଅଛି । ଏହିକଥା ତୁମେ ଏବେ ବୁଝିପାରିଛ । ଏବେ ବାବାଙ୍କୁ ଡାକୁଛନ୍ତି ମଧ୍ୟ - ହେ ପତିତପାବନ ଆସ, ଆସି ନୂଆ ଦୁନିଆ ସ୍ଥାପନ କର । ନୂଆ ଦୁନିଆରେ ନିଶ୍ଚିତ ରୂପେ ସୁଖ ମିଳିଥାଏ । ଏବେ ସବୁ ପିଲାମାନେ ଜାଣି ଗଲେଣି ଯେ ଏବେ ଆମେ ଘରକୁ ଯିବା । ଏହି ନାଟକ ଶେଷ ହେବାକୁ ଯାଉଛି । ଆମେ ପୁନର୍ବାର ସତ୍ୟଯୁଗକୁ ଯିବା ପୁଣି ୮୪ ଜନ୍ମର ଚକ୍ରରେ ଆସିବା । ସ୍ୱ (ନିଜେ) ଆତ୍ମାକୁ ସୃଷ୍ଟିଚକ୍ରର ଦର୍ଶନ ହୋଇଥାଏ ଅର୍ଥାତ୍ ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳିଥାଏ, ତେଣୁ ତାକୁ ତିନେତ୍ରୀ କୁହାଯାଏ । ଏବେ ତୁମେମାନେ ତ୍ରିନେତ୍ରୀ ଅଟ ଏବଂ ଆଉ ସବୁ ମନୁଷ୍ୟଙ୍କର କେବଳ ଏହି ସ୍ଥୂଳ ଚକ୍ଷୁ ଅଛି । ଜ୍ଞାନର ନେତ୍ର କାହାର ନାହିଁ । ତ୍ରିନେତ୍ରୀ ହେଲେ ତେବେ ଯାଇ ତ୍ରିକାଳଦର୍ଶୀ ହୋଇପାରିବ କାହିଁକି ନା ଆତ୍ମାକୁ ଜ୍ଞାନ ମିଳିଥାଏ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଆଉ ଏକ ଶରୀର ନେଇଥାଏ । ସଂସ୍କାର ଆତ୍ମାରେ ରହିଥାଏ । ଆତ୍ମା ଅବିନାଶୀ ଅଟେ । ଏବେ ବାବା କହୁଛନ୍ତି ନାମ ରୂପଠାରୁ ଦୂରେଇ ରୁହ । ନିଜକୁ ଅଶରୀର ଆତ୍ମା ଭାବ । ଦେହ ଭାବ ନାହିଁ । ଏହା ମଧ୍ୟ ଜାଣୁଛ ଯେ ଆମେ ଅଧାକଳ୍ପରୁ ପରମାତ୍ମାଙ୍କୁ ମନେ ପକାଇ ଆସିଛେ । ଏଠି ଯେତେବେଳେ ବେଶୀ ଦୁଃଖ ହୋଇଥାଏ, ସେତେବେଳେ ବେଶୀ ମନେ ପକାଇଥାନ୍ତି, ଏବେ କେତେ ଦୁଃଖ । ପୂର୍ବେ ଏତେ ଦୁଃଖ ନ ଥିଲା । ଯେବେଠାରୁ ଇଂରେଜ ଆସିଲେ ସେହିଦିନ ଠାରୁ ଏହି ରାଜାମାନେ ମଧ୍ୟ ପରସ୍ପର ମଧ୍ୟରେ ଲଢେଇ କଲେ । ଅଲଗା ଅଲଗା ହୋଇଗଲେ । ସତ୍ୟଯୁଗରେ ତ ଗୋଟିଏ ରାଜ୍ୟ ଥିଲା ।

ଏବେ ସତ୍ୟଯୁଗ ଠାରୁ କଳିଯୁଗର ଶେଷ ପର୍ଯ୍ୟନ୍ତ ଇତିହାସ ଭୂଗୋଳକୁ ବୁଝୁଛେ । ସତ୍ୟଯୁଗ-ତ୍ରେତୟାରେ ଏକ ରାଜ୍ୟ ଥିଲା । ଏପରି ଗୋଟିଏ ରାଜଧାନୀ ଅନ୍ୟ କୌଣସି ଧର୍ମର ହୋଇ ନ ଥାଏ । ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଦେଖ ଭାଗ ଭାଗ ହୋଇଯାଇଛନ୍ତି, ସତ୍ୟଯୁଗରେ ତ ସମଗ୍ର ବିଶ୍ୱ ଜଣଙ୍କ ହାତରେ ରହିଥାଏ । ତାହା କେବଳ ସତ୍ୟଯୁଗ-ତ୍ରେତୟାରେ ହିଁ ହୋଇଥାଏ । ଏହି ବେହଦର ଇତିହାସ-ଭୂଗୋଳ ଏବେ ତୁମ ବୁଦ୍ଧିରେ ଅଛି । ଆଉ କୌଣସି ସତସଙ୍ଗରେ ଇତିହାସ-ଭୂଗୋଳ କଥା ଶୁଣିଯାଇ ନ ଥାଏ । ସେଠି ତ ରାମାୟଣ, ମହାଭାରତ ଆଦି ଶୁଣିଥାନ୍ତି । ଏଠାରେ ସେ କଥା ଶୁଣାଯାଉନାହିଁ । ଏଠାରେ ବିଶ୍ୱର ଇତିହାସ-ଭୂଗୋଳ ବିଷୟରେ ଜ୍ଞାନ ଦିଆଯାଉଛି । ତୁମର ବୁଦ୍ଧିରେ ଅଛି ଯେ ଉଚ୍ଚରୁ ଉଚ୍ଚ ଆମର ବାବା ଅଟନ୍ତି । ବାବାଙ୍କୁ ଅନ୍ତରରୁ ଧନ୍ୟବାଦ, ଯିଏ ଆମକୁ ସମ୍ପୂର୍ଣ୍ଣ ଜ୍ଞାନ ଶୁଣାଇଲେ । ଗୋଟିଏ ହେଲା ଆତ୍ମାମାନଙ୍କର ବୃକ୍ଷ ଅନ୍ୟଟି ହେଲା ମନୁଷ୍ୟମାନଙ୍କର ବୃକ୍ଷ । ମନୁଷ୍ୟମାନଙ୍କ ବୃକ୍ଷର ଉପରେ କିଏ ଅଛନ୍ତି? ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ବ୍ରହ୍ମାଙ୍କୁ ହିଁ କହିବେ । ଏହା ଜାଣିଥାନ୍ତି ଯେ ବ୍ରହ୍ମା ମୁଖ୍ୟ ଅଟନ୍ତି କିନ୍ତୁ ତାଙ୍କର ଇତିହାସ-ଭୂଗୋଳକୁ ଅର୍ଥାତ୍ ଜୀବନ କାହାଣୀକୁ କେହି ଜାଣି ନାହାଁନ୍ତି । ଏବେ ତୁମ ବୁଦ୍ଧିରେ ଅଛି - ଉଚ୍ଚରୁ ଉଚ୍ଚ ପିତା ପରମଧାମ ନିବାସୀ । ପୁଣି ସୂକ୍ଷ୍ମବତନର କଥା ମଧ୍ୟ ତୁମକୁ ଜଣା ଅଛି । ମନୁଷ୍ୟ ହିଁ ଫରିସ୍ତା ହୋଇଥାନ୍ତି, ଏଣୁ ସୂକ୍ଷ୍ମବତନ ଦର୍ଶାଯାଇଛି । ତୁମେ ଆତ୍ମାମାନେ ହିଁ ଯାଇଥାଅ, ଶରୀର ତ ସୂକ୍ଷ୍ମବତନକୁ ଯିବ ନାହିଁ । ଆତ୍ମା କିପରି ଯାଇଥାଏ, ଯେଉଁ ମାଧ୍ୟମରେ ଅନୁଭବ କରାଯାଏ, ତାକୁ କୁହାଯାଏ ତୃତୀୟ ନେତ୍ର, ଦିବ୍ୟଦୃଷ୍ଟି ଅଥବା ଧ୍ୟାନ । ତୁମେ ଧ୍ୟାନରେ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଦେଖିଥାଅ । ମନୁଷ୍ୟ ଦେଖାଇଥାନ୍ତି ଯେ ଶଙ୍କରଙ୍କର ଆଖି ଖୋଲିଲେ ବିନାଶ ହୋଇଥାଏ । ଏବେ ଏଥିରୁ କେହି ବୁଝିପାରିବେ ନାହିଁ । ଏବେ ତୁମେ ଜାଣୁଛ ଯେ ବିନାଶ ତ ଡ୍ରାମାନୁସାରେ ହିଁ ହେବ । ପରସ୍ପର ମଧ୍ୟରେ ଲଢେଇ କରି ବିନାଶ ହୋଇଯିବେ । ବାକି ଶଙ୍କର କ’ଣ କରିଥାନ୍ତି! ଡ୍ରାମାନୁସାରେ ଏହି ନାମ ରଖି ଦେଇଛନ୍ତି । ତେଣୁ ବୁଝାଇବାକୁ ପଡିଥାଏ ଯେ ବ୍ରହ୍ମା-ବିଷ୍ଣୁ-ଶଙ୍କର ତିନି ଜଣ ଅଟନ୍ତି । ସ୍ଥାପନା ପାଇଁ ବ୍ରହ୍ମାଙ୍କୁ ରଖାଯାଇଛି, ପାଳନା ପାଇଁ ବିଷ୍ଣୁଙ୍କୁ, ବିନାଶ ପାଇଁ ଶଙ୍କରଙ୍କୁ ରଖି ଦିଆଯାଇଛି । ବାସ୍ତବରେ ଏହା ପୂର୍ବ ପ୍ରସ୍ତୁତ ଅନାଦି ଡ୍ରାମା ଅଟେ । ଶଙ୍କରଙ୍କର ପାର୍ଟ କିଛି ବି ନାହିଁ । ବ୍ରହ୍ମା ଏବଂ ବିଷ୍ଣୁଙ୍କର ପାର୍ଟ ତ ସାରା କଳ୍ପରେ ଅଛି । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି । ବ୍ରହ୍ମାଙ୍କର ୮୪ ଜନ୍ମ ପୂର୍ଣ୍ଣ ହୋଇଛି ତ ବିଷ୍ଣୁଙ୍କର ମଧ୍ୟ ପୂର୍ଣ୍ଣ ହୋଇଛି । ଶଙ୍କର ତ ଜନ୍ମ ମରଣ ଠାରୁ ଭିନ୍ନ ଅଟନ୍ତି ଏଣୁ ଶିବ ଓ ଶଙ୍କରଙ୍କୁ ମିଶାଇ ଦେଇଛନ୍ତି । ବାସ୍ତବରେ ଶିବବାବାଙ୍କର ତ ବହୁତ ପାର୍ଟ ରହିଛି, ସେ ଆତ୍ମାମାନଙ୍କୁ ପାଠ ପଢାଇଥା’ନ୍ତି ।

ଭଗବାନଙ୍କୁ କୁହାଯାଉଛି ଜ୍ଞାନର ସାଗର । ଯଦି ସେ ପ୍ରେରଣାରେ କାର୍ଯ୍ୟ କରିଥାନ୍ତେ ତେବେ ସୃଷ୍ଟି ଚକ୍ରର ଜ୍ଞାନ କିପରି ଦେଇଥାନ୍ତେ! ତେଣୁ ବାବା କହୁଛନ୍ତି - ପିଲାମାନେ ପ୍ରେରଣାର ତ କୌଣସି କଥା ନାହିଁ । ବାବାଙ୍କୁ ତ ଆସିବାକୁ ପଡିଥାଏ । ବାବା କହୁଛନ୍ତି - ପିଲାମାନେ, ମୋ ପାଖରେ ସୃଷ୍ଟି ଚକ୍ରର ଜ୍ଞାନ ରହିଛି । ମୋତେ ଏହି ପାର୍ଟ ମିଳିଛି ଏଣୁ ମୋତେ ହିଁ ଜ୍ଞାନର ସାଗର ନଲେଜଫୁଲ୍ କହିଥା’ନ୍ତି । ନଲେଜ ଅର୍ଥାତ୍ ଜ୍ଞାନ କାହାକୁ କୁହାଯାଏ, ତାହା ତ’ ଯେବେ ମିଳିବ ତେବେ ଜଣା ପଡିବ । ଯଦି ଜ୍ଞାନ ମିଳି ନାହିଁ ତେବେ ଅର୍ଥ କିପରି ଜଣାପଡିବ । ଆଗେ ତୁମେ ମଧ୍ୟ କହୁଥିଲ ଈଶ୍ୱର ପ୍ରେରଣା ଦେଇଥା’ନ୍ତି । ସେ ସବୁ କିଛି ଜାଣୁଛନ୍ତି । ଆମେ ଯେଉଁ ପାପ କରୁଛୁ, ଈଶ୍ୱର ଦେଖୁଛନ୍ତି । ବାବା କହୁଛନ୍ତି ଏହି ଧନ୍ଦା ମୁଁ କରି ନ ଥାଏ । ଏମାନେ ତ ଯେପରି କର୍ମ କରିଥା’ନ୍ତି ତାହାର ଦଣ୍ଡ ନିଜେ ହିଁ ଭୋଗିଥା’ନ୍ତି, ମୁଁ କାହାକୁ ଦଣ୍ଡ ଦେଇ ନ ଥାଏ । ନା କୌଣସି ପ୍ରେରଣା ଦ୍ୱାରା ଦଣ୍ଡ ଦେବି । ଯଦି ମୁଁ ପ୍ରେରଣା ଦ୍ୱାରା କରିବି ତେବେ ତା’ର ଅର୍ଥ ମୁଁ ହିଁ ଦଣ୍ଡ ଦେଉଛି । କାହାକୁ ଯଦି ମାରିବା ପାଇଁ କହିବ, ତେବେ ଏହା ମଧ୍ୟ ଦୋଷ ଅଟେ । କହିଲାବାଲାର ମଧ୍ୟ ଦୋଷ ହେବ । ଯଦି ଶଙ୍କର ପ୍ରେରଣା ଦେବେ ତେବେ ସେ ମଧ୍ୟ ଦୋଷି ହେବେ । ବାବା କହୁଛନ୍ତି ମୁଁ ତ ତୁମ ପିଲାମାନଙ୍କୁ ସୁଖ ଦେଉଛି । ତୁମେ ମୋର ମହିମା କରିଥାଅ - ବାବା ଆସି ଦୁଃଖ ହରଣ କର । ମୁଁ କ’ଣ ଦୁଃଖ ଦେଉଛି ।

ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ ତେଣୁ କେତେ ଖୁସି ହେବା ଦରକାର । ଏଠାରେ ପ୍ରତ୍ୟକ୍ଷତାର ଆଭାସ ଆସିଥାଏ । ବାବା ଆମକୁ ପଢାଉଛନ୍ତି । ଏହାକୁ ମେଳା କୁହାଯାଉଛି । ସେବାସ୍ଥାନକୁ ତୁମେ ଯାଉଛ ସେଠାରେ କୌଣସି ଆତ୍ମା, ପରମାତ୍ମାଙ୍କର ମିଳନ ହେଉଛି ବୋଲି କହିପାରିବ ନାହିଁ । ଆତ୍ମା ପରମାତ୍ମାଙ୍କର ମେଳା ଏଠାରେ ଅର୍ଥାତ୍ ମଧୂବନରେ ଲାଗିଥାଏ । ଏହା ମଧ୍ୟ ତୁମେ ଜାଣୁଛ ଯେ ଏବେ ମେଳା ଲାଗିଛି । ବାବା ପିଲାମାନଙ୍କ ଗହଣରେ ଆସିଛନ୍ତି । ଆତ୍ମାମାନେ ସବୁ ଏଠାରେ ଅଛନ୍ତି । ଆତ୍ମା ହିଁ ମନେ ପକାଉଛି ଯେ ବାବା ଆସିଛନ୍ତି । ଏହା ସବୁଠାରୁ ଶ୍ରେଷ୍ଠ ମେଳା ଅଟେ । ବାବା ଆସି ସବୁ ଆତ୍ମାମାନଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରୁଛନ୍ତି । ଏହି ମିଳନ ମେଳା କେତେ ସୁଖଦାୟୀ, ଯାହାଦ୍ୱାରା ମନୁଷ୍ୟ ପାରସ ବୁଦ୍ଧି ହୋଇଥାନ୍ତି । ସେ ମେଳାମାନଙ୍କରେ ତ ମନୁଷ୍ୟ ମଇଳା ହୋଇଯାଇଥାନ୍ତି । ପଇସା ବରବାଦ କରିଥାନ୍ତି, କିନ୍ତୁ କିଛି ମିଳି ନ ଥାଏ । ତାକୁ ମାୟାବୀ, ଆସୁରୀ ମେଳା କୁହାଯିବ । ଏହା ହେଉଛି ଈଶ୍ୱରୀୟ ମେଳା । ରାତି-ଦିନର ପାର୍ଥକ୍ୟ ରହିଛି । ତୁମେ ମଧ୍ୟ ଆସୁରୀ ମେଳାରେ ଥିଲ । ବର୍ତ୍ତମାନ ଅଛ ଈଶ୍ୱରୀୟ ମେଳାରେ । ତୁମେ ହିଁ ଜାଣୁଛ ବାବା ଆସିଛନ୍ତି । ଯଦି ସମସ୍ତେ ଜାଣିଯିବେ ତେବେ ଜଣାନାହିଁ କେତେ ଭିଡ଼ ହୋଇଯିବ । ଏତେ ଘର ରହିବା ପାଇଁ କେଉଁଠୁ ଆଣିବି! ଶେଷ ସମୟରେ ଗାୟନ କରିଥାନ୍ତି ନା - ହେ ପ୍ରଭୁ ତୁମର ଲୀଳା । କେଉଁ ଲୀଳା? ସୃଷ୍ଟି ପରିବର୍ତ୍ତନର ଲୀଳା । ଏହା ସବୁଠାରୁ ବଡ ଲୀଳା ଅଟେ । ପୁରୁଣା ଦୁନିଆ ଶେଷ ହେବା ପୂର୍ବରୁ ନୂଆ ଦୁନିଆର ସ୍ଥାପନା ହୋଇଥାଏ, ଏଣୁ ସବୁବେଳେ ଯାହାକୁ ବି ବୁଝାଅ ପ୍ରଥମେ ସ୍ଥାପନା, ବିନାଶ ପୁଣି ପାଳନା ଏହି କ୍ରମରେ କହିବାକୁ ହେବ । ଯେବେ ସ୍ଥାପନା ଶେଷ ହୋଇଯିବ ତେବେ ପୁଣି ବିନାଶ ଆରମ୍ଭ ହୋଇଯିବ, ପୁଣି ପାଳନା ହେବ । ତେଣୁ ତୁମ ପିଲାମାନଙ୍କୁ ଏହି ଖୁସୀ ରହୁଛି ଯେ - ଆମେ ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ ଅଟୁ । ପୁଣି ଆମେ ଚକ୍ରବ୍ରର୍ତ୍ତୀ ରାଜା ହେଉଛୁ । ଏହା କାହାକୁ ଜଣାନାହିଁ ଏହି ଦେବତାମାନଙ୍କର ରାଜ୍ୟ କେଉଁ ଆଡ଼େ ଗଲା । ଚିହ୍ନ ବର୍ଣ୍ଣ ହଜି ଗଲାଣି । ଦେବତା ବଦଳରେ ନିଜକୁ ହିନ୍ଦୁ କହିଦେଉଛନ୍ତି । ଯେଉଁମାନେ ହିନ୍ଦୁସ୍ତାନରେ ରହୁଛନ୍ତି ସେମାନଙ୍କୁ ହିନ୍ଦୁ କହୁଛନ୍ତି । ଲକ୍ଷ୍ମୀ ନାରାୟଣଙ୍କୁ ତ ଏପରି କେବେ କହିବେ ନାହିଁ । ତାଙ୍କୁ ତ ଦେବତା କୁହାଯାଏ । ଏବେ ଏହି ମେଳାକୁ ଡ଼୍ରାମାନୁସାରେ ତୁମେ ଆସିଛ । ଏହା ଡ଼୍ରାମାରେ ନିର୍ଦ୍ଧାରିତ ରହିଛି । ଧୀରେ ଧୀରେ ତୁମର ସଂଖ୍ୟା ବଢି ଚାଲିବ । ତୁମର ଯାହା କିଛି ପାର୍ଟ ଚାଲୁଛି, ପୁଣି କଳ୍ପ ପରେ ଚାଲିବ । ଏହି ଚକ୍ରର ପୁନରାବୃତ୍ତି ହୋଇଥାଏ । ପୁନଃ ରାବଣ ରାଜ୍ୟରେ ଆସୁରୀ ପାଳନା ହେବ । ତୁମେ ଏବେ ଈଶ୍ୱରୀୟ ସନ୍ତାନ ଅଟ ପୁଣି ଦୈବୀ ସନ୍ତାନ ହେବ ପୁଣି କ୍ଷତ୍ରୀୟ ହେବ । ତୁମେ ଯେଉଁ ଅପବିତ୍ର ପ୍ରବୃତ୍ତିମାର୍ଗୀ ହୋଇ ଯାଇଥିଲ ଏବେ ପୁଣି ପବିତ୍ର ପ୍ରବୃତ୍ତିମାର୍ଗୀ ହେଉଛ । ଏହି ଦୈବୀଗୁଣଧାରୀମାନେ ମଧ୍ୟ ମନୁଷ୍ୟ ଅଟନ୍ତି । ବାକି ସେମାନଙ୍କୁ ଏତେ ଭୁଜା ଆଦି ଦେଇଛନ୍ତି, ବିଷ୍ଣୁ କିଏ, ଏହା କେହି ମଧ୍ୟ କହିପାରିବେ ନାହିଁ । ମହାଲକ୍ଷ୍ମୀଙ୍କର ମଧ୍ୟ ପୂଜା କରନ୍ତି । ଜଗଦମ୍ବାଙ୍କ ଠାରୁ କେବେ ଧନ ମାଗି ନ ଥାନ୍ତି । ଯଦି ଧନ ବେଶୀ ମିଳିଗଲା କହିବେ ଲକ୍ଷ୍ମୀଙ୍କର ପୂଜା କରିଥିଲୁ, ତେଣୁ ସେ ଭଣ୍ଡାର ଭରି ଦେଲେ । ଏଠି ତ ତୁମେ ଜଗଦମ୍ବାଙ୍କଠାରୁ ସବୁ କିଛି ପାଉଛ ପରମପିତା ପରମାତ୍ମା ଶିବଙ୍କ ଦ୍ୱାରା, ଦାତା ତ ସେ ହିଁ ଅଟନ୍ତି । ତୁମେ ପିଲାମାନେ ବାପଦାଦାଙ୍କ ଠାରୁ ମଧ୍ୟ ଭାଗ୍ୟବାନ ଅଟ । ଦେଖ, ଜଗତଅମ୍ବାଙ୍କର କେତେ ମେଳା ଲାଗୁଛି । ବ୍ରହ୍ମାଙ୍କର ଏତେ ନୁହେଁ । ବ୍ରହ୍ମାଙ୍କୁ ତ ଗୋଟିଏ ଜାଗାରେ ବସାଇ ଦେଇଛନ୍ତି, ଆଜମିରରେ ବଡ଼ ମନ୍ଦିର ରହିଛି । ଦେବୀମାନଙ୍କର ମନ୍ଦିର ବହୁତ ରହିଛି କାହିଁକିନା ଏହି ସମୟରେ ତୁମର ବହୁତ ମହିମା ରହିଛି । ତୁମେ ଭାରତର ସେବା କରୁଛ । ପୂଜା ମଧ୍ୟ ତୁମର ବେଶୀ ହେଉଛି । ତୁମେ ଭାଗ୍ୟବାନ ଅଟ । ଜଗତଅମ୍ବାଙ୍କ ପାଇଁ ଏପରି କେବେ କହିବେ ନାହିଁ କି ସେ ସର୍ବବ୍ୟାପୀ ଅଟନ୍ତି । ତୁମର ମହିମା ହୋଇ ଚାଲିଛି । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ସର୍ବବ୍ୟାପୀ କୁହନ୍ତି ନାହିଁ । ମୋତେ କହି ଦେଇଥାନ୍ତି କୋଣ-କୋଣରେ ଅଛନ୍ତି, କେତେ ଗ୍ଳାନୀ କରିଛନ୍ତି ।

ତୁମର ମୁଁ କେତେ ମହିମା ବୃଦ୍ଧି କରାଉଛି । ଭାରତମାତାଙ୍କର ଜୟ କହିଥାନ୍ତି ନା । ଭାରତମାତା ତ ତୁମେମାନେ ଅଟ ନା । ଧରଣୀ ମାଆ ନୁହେଁ । ଧରଣୀ ଆଦି ସବୁ ତମଃପ୍ରଧାନ ହୋଇଯାଇଛି, ସତ୍ୟ ଯୁଗରେ ସତ୍ତ୍ୱପ୍ରଧାନ ହୋଇଥାଏ, ସେଥିପାଇଁ କହିଥାନ୍ତି ଦେବତାମାନଙ୍କର ପାଦ ପତିତ ଦୁନିଆରେ ପଡ଼ିନଥାଏ । ଯେବେ ସତ୍ତ୍ୱପ୍ରଧାନ ଧରଣୀ ହୋଇଥାଏ ତେବେ ଆସିଥାନ୍ତି । ଏବେ ତୁମକୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଶ୍ରୀମତ ଅଧାରରେ ପରିଚାଳିତ ହୋଇ ବାବାଙ୍କୁ ମନେ ପକାଇଲେ ଉଚ୍ଚପଦ ପାଇବ । ଏହି ଚିନ୍ତନ କରିବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା ବିକର୍ମ ବିନାଶ ହେବ । ଶ୍ରୀମତ ମିଳି ଚାଲିଛି । ସତ୍ୟଯୁଗରେ ତ ତୁମର ଆତ୍ମା ପବିତ୍ର ଶୁଦ୍ଧ ସୁନା ସମାନ ହୋଇଯାଇଥାଏ , ତେବେ ଶରୀର ମଧ୍ୟ ପବିତ୍ର ସୁନା ଭଳି ମିଳିଥାଏ । ପୁଣି ସୁନାରେ ଖାଦ ପଡିଗଲେ ଗହଣା ମଧ୍ୟ ସେହିପରି ହୋଇଥାଏ । ଆତ୍ମା ମିଥ୍ୟା ତ ଶରୀର ମଧ୍ୟ ମିଥ୍ୟା ଅଟେ । ଖାଦ ପଡିବା ଦ୍ୱାରା ସୁନାର ମୂଲ୍ୟ ମଧ୍ୟ କମ୍ ହୋଇଯାଇଥାଏ । ତୁମର ମୂଲ୍ୟ ଏବେ କିଛି ବି ନୁହେଁ । ପୂର୍ବେ ତୁମେ ବିଶ୍ୱର ମାଲିକ ୨୪ କ୍ୟାରେଟ୍ ର ଥିଲ । ବର୍ତ୍ତମାନ ୯ କ୍ୟାରେଟ୍ କହିବା । ଏହି ବାବା ପିଲାମାନଙ୍କ ସହିତ ରୁହରିହାନ (ବାର୍ତ୍ତାଳାପ) କରୁଛନ୍ତି । ପିଲାମାନଙ୍କୁ ଉତ୍ସାହିତ କରାଉଛନ୍ତି, ଯାହା ତୁମେ ଶୁଣି-ଶୁଣି ପରିବର୍ତ୍ତନ ହୋଇଯାଉଛ । ମନୁଷ୍ୟରୁ ଦେବତା ହୋଇଯାଉଛ । ସେଠି ହୀରା ନୀଳାର ମହଲ ହେବ, ସ୍ୱର୍ଗରେ ପୁଣି କ’ଣ ନ ରହିବ! ସେଠିକାର ଶୁବିରସ ଆଦି ତୁମେ ପାନ କରି ଆସିଥାଅ । ସେଠାକାର ଫଳ ମଧ୍ୟ ବହୁତ ବଡ ବଡ ହୋଇଥାଏ । ଏଠି ତ ସେଭଳି ଫଳ ମିଳିପାରିବ ନାହିଁ । ସୂକ୍ଷ୍ମବତନରେ ତ କିଛି ନ ଥାଏ । ଏବେ ତୁମେ ସତକୁ ସତ ସତ୍ୟଯୁଗକୁ ଯାଉଛ । ଏହା ହେଉଛି ଆତ୍ମା ଏବଂ ପରମାତ୍ମାଙ୍କର ମେଳା, ଏହା ଦ୍ୱାରା ତୁମେ ଉଜ୍ଜ୍ୱଳ ହେଉଛ ।

ତୁମେ ପିଲାମାନେ ଯେତେବେଳେ ଏଠାକୁ (ମଧୁବନ) ଆସୁଛ ସେତେବେଳେ ମୁକ୍ତ ଅଟ, ଘରଦ୍ୱାର ଧନ୍ଦା ଆଦିର କୌଣସି ଚିନ୍ତା ନ ଥାଏ । ତେଣୁ ଏଠି ତୁମକୁ ଯୋଗର ଯାତ୍ରାରେ ରହିବା ପାଇଁ ମୌକା ମିଳୁଛି । ସେଠି ତ ଘରଦ୍ୱାର ଆଦି ମନେ ପଡୁଥିବ । ଏଠି ତ କିଛି ନାହିଁ । ରାତି ୨ଟା ବେଳେ ଉଠି କରି ଏଠାରେ ବସିଯାଅ । ସେବାକେନ୍ଦ୍ରକୁ ତ ରାତିରେ ତୁମେ ଯାଇପାରିବ ନାହିଁ । ଏଠି ତ ସହଜ ଅଟେ । ଶିବ ବାବାଙ୍କର ସ୍ମୃତିରେ ଆସି ବସ, ଆଉ କେହି ମନେ ନ ପଡନ୍ତୁ । ଏଠି ତୁମକୁ ସହଯୋଗ ମଧ୍ୟ ମିଳିଥାଏ, ଜଲ୍‌ଦି ଶୋଇ ଯାଅ ପୁଣି ଜଲ୍‌ଦି ଉଠିଯାଅ । ୩ରୁ ୫ଟା ପର୍ଯ୍ୟନ୍ତ ଆସି ବସ । ବାବା ମଧ୍ୟ ଆସିଯିବେ, ପିଲାମାନେ ଖୁସୀ ହେବେ । ବାବା ହେଲେ ଯୋଗ ଶିକ୍ଷାଦାତା ଶିକ୍ଷକ । ଇଏ ବ୍ରହ୍ମା ମଧ୍ୟ ଛାତ୍ର ଅଟନ୍ତି । ଉଭୟ ବାବା ଏବଂ ଦାଦା ଆସିଯିବେ । ତୁମକୁ ଏଠାରେ ଯୋଗ କରିବା ଏବଂ ନିଜ ସ୍ଥାନରେ ଯୋଗ କରିବାର ଫରକ ମଧ୍ୟ ଜଣା ପଡିବ । ଏଠି କିଛି ବି ମନେ ପଡି ନ ଥାଏ, ଏଥିରେ ବହୁତ ଫାଇଦା ଅଛି । ବାବା ଉପଦେଶ ଦେଇଥା’ନ୍ତି ଯେ - ଏଠାରେ ବହୁତ ଭଲ ଯୋଗ ହୋଇପାରିବ । ଏବେ ଦେଖିବା ପିଲାମାନେ ଉଠି ପାରୁଛନ୍ତି କି ନାହିଁ? କେତେକଙ୍କର ସକାଳେ ଉଠିବାର ଅଭ୍ୟାସ ଅଛି । ତୁମର ସନ୍ନ୍ୟାସ ହେଉଛି ୫ ବିକାରର ଏବଂ ବୈରାଗ୍ୟ ସମଗ୍ର ପୁରୁଣା ଦୁନିଆରୁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ବର୍ତ୍ତମାନ ସୃଷ୍ଟି ପରିବର୍ତ୍ତନର ଲୀଳା ଚାଲିଛି ସେଥିପାଇଁ ନିଜକୁ ପରିବର୍ତ୍ତନ କରିବାକୁ ହେବ । କ୍ଷୀରଖଣ୍ଡ ହୋଇ ରହିବାକୁ ହେବ ।

(୨) ସକାଳୁ ସକାଳୁ ଉଠି ଏକମାତ୍ର ବାବାଙ୍କ ସ୍ମୃତିରେ ବସିବାକୁ ହେବ, ସେହି ସମୟରେ ଅନ୍ୟ କେହି ବି ମନେ ପଡିବା ଉଚିତ୍ ନୁହେଁ । ପୁରୁଣା ଦୁନିଆରୁ ବେହଦର ବୈରାଗୀ ହୋଇ ୫ ବିକାର ଠାରୁ ସନ୍ନ୍ୟାସ କରିବାକୁ ହେବ ।

ବରଦାନ:- ବେହଦର ସ୍ଥିତିରେ ସ୍ଥିତ ରହି, ସେବାର ଆକର୍ଷଣ ଠାରୁ ନ୍ୟାରା ଏବଂ ପ୍ୟାରା ବିଶ୍ୱ କଲ୍ୟାଣକାରୀ ଭବ ।
ବିଶ୍ୱ ସେବାଧାରୀ ଅର୍ଥାତ୍ ବେହଦର ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମା । ଏହିଭଳି ସେବାଧାରୀ ସେବା କରୁଥିଲେ ମଧ୍ୟ ସବୁଥିରୁ ନିଆରା ଏବଂ ସର୍ବଦା ବାବାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ ହୋଇ ରହିଥାଆନ୍ତି, ସେବାର ଆକର୍ଷଣରେ ଆସନ୍ତି ନାହିଁ କାହିଁକି ନା ସେବାର ଆକର୍ଷଣ ମଧ୍ୟ ସୁନାର ଜଞ୍ଜିର ଅଟେ । ଏହି ବନ୍ଧନ ମଧ୍ୟ ବେହଦରୁ ହଦ୍‌କୁ ଅର୍ଥାତ୍ ବିଶ୍ୱ ସେବାରୁ ସୀମିତ ସେବାକୁ ନେଇ ଆସିଥାଏ । ସେଥିପାଇଁ ଦେହର ସ୍ମୃତିଠାରୁ, ଈଶ୍ୱରୀୟ ସମ୍ବନ୍ଧଠାରୁ, ସେବାର ସାଧନ ଗୁଡିକର ଆକର୍ଷଣଠାରୁ ନିଆରା ଏବଂ ବାବାଙ୍କର ପ୍ୟାରା ହୁଅ, ତାହାହେଲେ ବିଶ୍ୱ ସେବାଧାରୀର ବରଦାନ ପ୍ରାପ୍ତ ହୋଇଯିବ ଏବଂ ସର୍ବଦା ସଫଳତା ମିଳିବାକୁ ଲାଗିବ ।
ସ୍ଲୋଗାନ:- ଯଦି ବ୍ୟର୍ଥ ସଂକଳ୍ପଗୁଡିକୁ ଗୋଟିଏ ସେକେଣ୍ଡ ଭିତରେ ବନ୍ଦ କରିବାର ଅଭ୍ୟାସ କରିବ ତେବେ ଶକ୍ତିଶାଳୀ ହୋଇଯିବ ।

*** ଓମ୍ ଶାନ୍ତି ***

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ତୁମ ସମସ୍ତଙ୍କର ପ୍ରଥମ ପ୍ରବୃତ୍ତି ହେଲା ନିଜର ଦେହର ପ୍ରବୃତ୍ତି ଅର୍ଥାତ୍ ପାଳନା କରିବା, ତା’ପରେ ହେଲା ଦେହର ସମ୍ବନ୍ଧର ପ୍ରବୃତ୍ତି । ତେଣୁ ପ୍ରଥମ ପ୍ରବୃତ୍ତି ହେଲା - ଦେହର ପ୍ରତ୍ୟେକ କର୍ମେନ୍ଦ୍ରିୟ ଗୁଡିକୁ ପବିତ୍ର କରିବା । ଯେତେ ଦିନ ପର୍ଯ୍ୟନ୍ତ ଦେହର ପ୍ରବୃତ୍ତିକୁ ପବିତ୍ର କରି ନାହଁ ସେତେ ଦିନ ପର୍ଯ୍ୟନ୍ତ ଦେହର ସମ୍ବନ୍ଧ ଗୁଡିକର ପ୍ରବୃତ୍ତି ଚାହେଁ ହଦର ଅର୍ଥାତ୍ ଲୌକିକ ହେଉ ବା ବେହଦର ଅର୍ଥାତ୍ ସେବା ଅର୍ଥେ ହେଉ, ତାକୁ ମଧ୍ୟ ପବିତ୍ର କରିପାରିବ ନାହିଁ । ତେଣୁ ପ୍ରଥମେ ନିଜେ ନିଜକୁ ପଚାର ଯେ ନିଜର ଶରୀର ରୂପୀ ଘରକୁ ଅର୍ଥାତ୍ ସଂକଳ୍ପକୁ, ବୁଦ୍ଧିକୁ, ନୟନକୁ ଏବଂ ମୁଖକୁ ଆତ୍ମ-ଅଭିମାନୀ ଅର୍ଥାତ୍ ପବିତ୍ର କରିଛି ତ! ଏହିଭଳି ପବିତ୍ର ଆତ୍ମାମାନେ ହିଁ ମହାନ ଅଟନ୍ତି ।

ମୁରଲି କ'ଣ?

ମୁରଲି ହେଉଛି ବ୍ରହ୍ମାକୁମାରୀମାନଙ୍କ ଦୈନିକ ଆଧ୍ୟାତ୍ମିକ ଶିକ୍ଷା, ଯାହା ପ୍ରତିଦିନ ସକାଳେ ମଧୁବନରୁ ପ୍ରକାଶିତ ହୁଏ। ଏଠାରେ ଆପଣ ଆଜିର ମୁରଲି ଓଡ଼ିଆରେ ପଢ଼ିପାରିବେ, ଅଡିଓ ଶୁଣିପାରିବେ ଏବଂ PDF ଡାଉନଲୋଡ୍ କରିପାରିବେ। ଅଧ୍ୟୟନରେ ସହାୟତା ପାଇଁ ପାଠରେ ହାଇଲାଇଟ୍ କରିପାରିବେ — ଆପଣଙ୍କ ଚିହ୍ନ ଏହି ବ୍ରାଉଜରରେ ସୁରକ୍ଷିତ ରହେ।

Also searched astoday murli in odia pdf · odia murli today · today murli odia · today odia murli · today odia murali · todays murli in odia · bk odia murli · bk odia murli today · ajira murali · ajira odia murali · daily murli odia · odia pdf murli · om shanti odia murli today

28ଟି ଭାଷାରେ ମୁରଲି

Daily Murli · Madhuban ଉତ୍ସ: ମଧୁବନ ମୁରଲି ବିଭାଗ ଏହା ଏକ ସ୍ୱତନ୍ତ୍ର ପାଠକ ଆପ୍, ସରକାରୀ ୱେବସାଇଟ୍ ନୁହେଁ।