ଓଡ଼ିଆ ମୁରଲି · Brahma Kumaris

ଓଡ଼ିଆ ମୁରଲି · ମଇ 29, 2025

ଓମ୍ ଶାନ୍ତି · BapDada ·

ଆଜିର ମୁରଲି — today murli in Odia PDF, Odia murli today.

18
ମୁରଲିମଇ 29, 2025 · ଓଡ଼ିଆ
0:00--:--

ପାଠ ବାଛନ୍ତୁ → ହାଇଲାଇଟ୍ / ବକ୍ସ / ଅଣ୍ଡରଲାଇନ୍

29/05/25
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
ମଧୁବନ
“ମିଠେ ବଚ୍ଚେ:- ତୁମେମାନେ ପୁଣି ଥରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯାଇଛ, ତୁମେ ବାବାଙ୍କ ଦ୍ୱାରା ରଚୟିତା ଏବଂ ରଚନାକୁ ଜାଣିଯାଇଛ ତେଣୁ ଖୁସିରେ ରୋମାଞ୍ଚିତ ହୋଇଯିବା ଦରକାର ।”
ପ୍ରଶ୍ନ:- ବର୍ତ୍ତମାନ ସମୟରେ ବାବା ତୁମମାନଙ୍କୁ କାହିଁକି ଶୃଙ୍ଗାର କରୁଛନ୍ତି?
ଉତ୍ତର:- କାହିଁକି ନା ବର୍ତ୍ତମାନ ଆମକୁ ସଜବାଜ ହୋଇ ବିଷ୍ଣୁପୁରୀ ଅର୍ଥାତ୍ ଶ୍ୱଶୂର ଘରକୁ ଯିବାକୁ ହେବ । ଆମେ ଏହି ଜ୍ଞାନ ଦ୍ୱାରା ସୁସଜ୍ଜିତ ହୋଇ ବିଶ୍ୱର ମହାରାଜା-ମହାରାଣୀ ହେଉଛୁ । ବର୍ତ୍ତମାନ ଆମେ ସଂଗମଯୁଗରେ ଅଛୁ, ପିତାଙ୍କ ଘରୁ ଶ୍ୱଶୂର ଘରକୁ ନେଇଯିବା ପାଇଁ ବାବା ଶିକ୍ଷକ ହୋଇ ପାଠ ପଢାଉଛନ୍ତି ।
ଗୀତ:- ଆଖିର ୱହ ଦିନ ଆୟା ଆଜ...

ଓମ୍ ଶାନ୍ତି । ମିଠା ମିଠା ସନ୍ତାନଗଣ, ମିଠା ମିଠା ସିକିଲଧେ ଅର୍ଥାତ୍ ବହୁ ଦିନରୁ ଅଲଗା ହୋଇଯାଇଥିବା ସନ୍ତାନମାନେ ଗୀତ ଶୁଣିଲ । ତୁମେ ପିଲାମାନେ ହିଁ ଜାଣୁଛ ଯେ ଅଧାକଳ୍ପ ଯେଉଁ ପ୍ରେମିକକୁ ମନେ ପକାଇ ଆସୁଥିଲ, ବାସ୍ତବରେ ସେ ମିଳି ଯାଇଛନ୍ତି । ଦୁନିଆରେ କେହି ମଧ୍ୟ ଜାଣି ନାହାଁନ୍ତି ଯେ ଆମେ ଅଧାକଳ୍ପ ଭକ୍ତି କରିଥିଲେ, ଏକ ପ୍ରେମିକ ବାବାଙ୍କୁ ହିଁ ଡାକୁଥିଲେ । ଆମେ ସମସ୍ତେ ପ୍ରେମିକା ଅଟୁ, ସେ ପ୍ରେମିକ ଅଟନ୍ତି - ଏକଥା ମଧ୍ୟ କେହି ଜାଣନ୍ତି ନାହିଁ । ବାବା କହୁଛନ୍ତି ରାବଣ ତୁମକୁ ବିଲ୍‌କୁଲ୍ ହିଁ ତୁଚ୍ଛ ବୁଦ୍ଧି କରିଦେଇଛି । ବିଶେଷ କରି ଭାରତବାସୀଙ୍କୁ । ତୁମେମାନେ ହିଁ ଦିନେ ଦେବୀ-ଦେବତା ଥିଲ, ଏହା ମଧ୍ୟ ଭୁଲିଗଲ, ତେଣୁ ତୁଚ୍ଛ ବୁଦ୍ଧି ହୋଇଯାଇଛ । ନିଜର ଧର୍ମକୁ ଭୁଲିଯିବା, ଏହା ତୁଚ୍ଛ ବୁଦ୍ଧିର ଲକ୍ଷଣ ଅଟେ । ଏବେ ଏ କଥା କେବଳ ତୁମେମାନେ ହିଁ ଜାଣୁଛ । ଆମେ ଭାରତବାସୀ ସ୍ୱର୍ଗବାସୀ ଥିଲେ । ଏହି ଭାରତ ଦିନେ ସ୍ୱର୍ଗ ଥିଲା । କିଛି ସମୟ ଅତିବାହିତ ହୋଇଯାଇଛି । ୧୨୫୦ ବର୍ଷ ତ ସତ୍ୟଯୁଗ ଥିଲା ଏବଂ ୧୨୫୦ ବର୍ଷ ତ୍ରେତୟା ଯୁଗ ଥିଲା । ସେ ସମୟରେ ଅମାପ ସୁଖ ଥିଲା । ସୁଖକୁ ମନେ ପକାଇ ଲୋମମୂଳ ଟାଙ୍କୁରୀ ଉଠିବା ଦରକାର । ସତ୍ୟଯୁଗ, ତ୍ରେତୟା ଯୁଗ ଅତିକ୍ରମ କରିଯାଇଛି । ସତ୍ୟଯୁଗର ଆୟୁ କେତେ ଥିଲା, ଏହା ମଧ୍ୟ କେହି ଜାଣନ୍ତି ନାହିଁ । ଲକ୍ଷ ଲକ୍ଷ ବର୍ଷ କିପରି ହୋଇପାରିବ । ବର୍ତ୍ତମାନ ବାବା ଆସି ବୁଝାଉଛନ୍ତି ଯେ ତୁମକୁ ମାୟା କେତେ ମ୍ଳେଚ୍ଛ ବୁଦ୍ଧି କରିଦେଇଛି । ଦୁନିଆରେ ନିଜକୁ କେହି ତୁଚ୍ଛ ବୁଦ୍ଧି ଭାବନ୍ତି ନାହିଁ । ତୁମେମାନେ ଜାଣୁଛ ଯେ ଆମେ ମଧ୍ୟ କାଲି ତୁଚ୍ଛ ବୁଦ୍ଧି ଥିଲେ । ବର୍ତ୍ତମାନ ବାବା ଏତେ ବୁଦ୍ଧି ଦେଇଛନ୍ତି ଯାହାକି ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଆମେ ଜାଣିଗଲେ । କାଲି ଜାଣି ନ ଥିଲେ, ଆଜି ଜାଣିଗଲେ । ଯେତେ ଯେତେ ଜାଣିବେ, ସେତେ ଖୁସୀରେ ଲୋମମୂଳ ଟାଙ୍କୁରୀ ଉଠିବ । ଆମେ ପୁଣି ଥରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଛୁ । ବାସ୍ତବରେ ବାବା ଆମକୁ ସ୍ୱର୍ଗର ରାଜ୍ୟ ଭାଗ୍ୟ ଦେଇଥିଲେ ଆମେ ପୁଣି ହରାଇ ଦେଲେ । ଏବେ ପତିତ ହୋଇଯାଇଛୁ । ସତ୍ୟଯୁଗକୁ ପତିତ ଦୁନିଆ କୁହାଯିବ ନାହିଁ । ତାହା ପବିତ୍ର ଦୁନିଆ ଅଟେ । ମନୁଷ୍ୟ କହିଥାନ୍ତି ହେ ପତିତପାବନ ଆସ । ରାବଣ ରାଜ୍ୟରେ ତ କେହି ଶ୍ରେଷ୍ଠ ପବିତ୍ର ହୋଇପାରିବେ ନାହିଁ । ସର୍ବୋଚ୍ଚ ବାବାଙ୍କର ସନ୍ତାନ ହୋଇଛୁ, ତେଣୁ ଶ୍ରେଷ୍ଠ ମହାନ୍ ହୋଇଗଲେ । ତୁମେ ପିଲାମାନେ ବାବାଙ୍କୁ ଜାଣିଗଲ, ତାହା ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ । ନିଜ ମନକୁ ସକାଳୁ ଉଠି ପଚାର କାହିଁକି ନା ଅମୃତବେଳାର ସମୟ ବହୁତ ଭଲ । ଅମୃତବେଳାରେ ବସି ଏହି ଖିଆଲ କର, ବାବା ଆମର ପିତା ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି । ହେ ଈଶ୍ୱର ପିତା, ହେ ପରମପିତା ପରମାତ୍ମା ତ କହିଥା’ନ୍ତି । ତୁମେ ପିଲାମାନେ ଜାଣୁଛ ଯେ ଆମେ ଯାହାକୁ ହେ ଭଗବାନ କହି ମନେ ପକାଉଥିଲେ, ବର୍ତ୍ତମାନ ସେ ଆମକୁ ମିଳିଛନ୍ତି । ଆମେ ପୁଣି ଥରେ ବେହଦର ସମ୍ପତ୍ତି ନେଉଛୁ । ସେ ହେଲେ ଲୌକିକ ପିତା, ଇଏ ହେଲେ ବେହଦର ପିତା । ତୁମର ଲୌକିକ ପିତା ମଧ୍ୟ ସେହି ବେହଦର ବାବାଙ୍କୁ ମନେ ପକାଇଥାନ୍ତି । ତେଣୁ ସେ ପିତାଙ୍କର ପିତା, ପତିଙ୍କର ପତି ମଧ୍ୟ ଅଟନ୍ତି । ଏହା ମଧ୍ୟ ଭାରତବାସୀ ହିଁ କହିଥା’ନ୍ତି କାହିଁକି ନା ମୁଁ ବର୍ତ୍ତମାନ ହିଁ ପିତାଙ୍କର ପିତା, ପତିଙ୍କର ପତି ହୋଇଥାଏ । ଏବେ ମୁଁ ତୁମର ପିତା ଓ ତୁମେ ମୋର ସନ୍ତାନ ହୋଇଛ । ବାବା ବାବା କହୁଛ । ଏବେ ପୁଣି ତୁମକୁ ବିଷ୍ଣୁପୁରୀ ଅର୍ଥାତ୍ ଶ୍ୱଶୂର ଘରକୁ ନେଇଯାଉଛି । ଏହା ହେଉଛି ତୁମ ପିତାଙ୍କର ଘର । ପୁଣି ଶଶୁର ଘରକୁ ଯିବ । ପିଲାମାନେ ଜାଣୁଛନ୍ତି ଯେ ଆମକୁ ବାବା ବହୁତ ଭଲ ଶୃଙ୍ଗାର କରାଉଛନ୍ତି । ଏବେ ତୁମେ ପିତାଙ୍କ ଘରେ ଅଛ ନା । ତୁମକୁ ପାଠ ମଧ୍ୟ ପଢାଯାଉଛି । ତୁମେ ଏହି ଜ୍ଞାନରେ ସୁସଜ୍ଜିତ ହୋଇ ବିଶ୍ୱର ମହାରାଜା-ମହାରାଣୀ ହେଉଛ । ତୁମେ ଏଠାକୁ ଆସିଛ ବିଶ୍ୱର ମାଲିକ ହେବା ପାଇଁ । ତୁମେ ଭାରତବାସୀ ହିଁ ବିଶ୍ୱର ମାଲିକ ଥିଲ ଯେତେବେଳେ ସତ୍ୟଯୁଗ ଥିଲା । ଏବେ ତୁମେ ଏପରି କହିପାରିବ ନାହିଁ ଯେ ଆମେ ବିଶ୍ୱର ମାଲିକ ଅଟୁ । ବର୍ତ୍ତମାନ ତୁମେ ଜାଣୁଛ ଯେ ଭାରତର ମାଲିକ କଳିଯୁଗୀ ଅଟନ୍ତି । ଆମେ ତ ସଂଗମଯୁଗୀ ଅଟୁ । ପୁଣି ଆମେ ସତ୍ୟଯୁଗରେ ସାରା ବିଶ୍ୱର ମାଲିକ ହେବୁ । ଏହି କଥା ସବୁ ତୁମ ପିଲାମାନଙ୍କ ବୁଦ୍ଧିରେ ଆସିବା ଦରକାର । ଏ କଥା ଜାଣୁଛ ଯେ ବିଶ୍ୱର ବାଦଶାହୀ ଦେଉଥିବା ପିତା ସୃଷ୍ଟିକୁ ପୁଣି ଆସିଛନ୍ତି । ଏହି ସଂଗମଯୁଗରେ ସେ ଆସିଛନ୍ତି । ଜ୍ଞାନଦାତା ଏକ ବାବା ହିଁ ଅଟନ୍ତି । ବାବାଙ୍କ ବ୍ୟତୀତ କୌଣସି ବି ମନୁଷ୍ୟକୁ ଜ୍ଞାନଦାତା କହିପାରିବା ନାହିଁ, କାହିଁକି ନା କେବଳ ବାବାଙ୍କ ପାଖରେ ହିଁ ଏପରି ଜ୍ଞାନ ଅଛି ଯାହା ଦ୍ୱାରା ସାରା ବିଶ୍ୱର ସଦ୍‌ଗତି ହେଉଛି । ପଞ୍ଚତତ୍ତ୍ୱ ସହିତ ସମସ୍ତ ଆତ୍ମାଙ୍କର ସଦ୍‌ଗତି ହେଉଛି । ମନୁଷ୍ୟମାନଙ୍କ ପାଖରେ ସଦ୍‌ଗତିର ଜ୍ଞାନ ଆଦୌ ନାହିଁ ।

ଏହି ସମୟରେ ସମଗ୍ର ଦୁନିଆ ପଞ୍ଚତତ୍ତ୍ୱ ସହିତ ତମଃପ୍ରଧାନ ଅଟେ । ଏହା ମଧ୍ୟରେ ରହୁଥିବା ଆତ୍ମା ମଧ୍ୟ ତମଃପ୍ରଧାନ ଅଟନ୍ତି । ନୂଆ ଦୁନିଆ ସତ୍ୟଯୁଗ ଅଟେ । ସତ୍ୟଯୁଗବାସୀ ଦେବତା ଥିଲେ ପୁଣି ଦ୍ୱାପରରୁ ରାବଣ ସେମାନଙ୍କ ଉପରେ ବିଜୟ ପ୍ରାପ୍ତ କରିନେଲା । ଏବେ ପୁଣି ବାବା ଆସିଛନ୍ତି । ତୁମେ ପିଲାମାନେ କହିଥାଅ ଯେ ଆମେ ବାପଦାଦାଙ୍କ ପାଖକୁ ଯାଉଛୁ । ବାବା ଆମକୁ ଦାଦାଙ୍କ ଦ୍ୱାରା ସ୍ୱର୍ଗ ରାଜତ୍ୱର ସମ୍ପତ୍ତି ଦେଉଛନ୍ତି । ବାବା ତ ସ୍ୱର୍ଗର ବାଦଶାହୀ ହିଁ ଦେବେ । ତୁମ ପିଲାମାନଙ୍କ ବୁଦ୍ଧିରେ ଏହା ଆସିବା ଦରକାର ନା । କିନ୍ତୁ ମାୟା ଭୁଲାଇ ଦେଉଛି । ସ୍ଥାୟୀ ଖୁସୀ ରହୁ ନାହିଁ । ଯିଏ ନିଜେ ଭଲ ଭାବରେ ପଢିବେ ଏବଂ ଅନ୍ୟମାନଙ୍କୁ ପଢାଇବେ ସେ ଉଚ୍ଚ ପଦ ପାଇବେ । ଗାୟନ ରହିଛି ସେକେଣ୍ଡରେ ଜୀବନମୁକ୍ତି । ବାବାଙ୍କୁ ଗୋଟିଏ ଥରରେ ଚିହ୍ନିବା ଦରକାର ନା । ସମସ୍ତ ଆତ୍ମାମାନଙ୍କର ପିତା ଜଣେ ଅଟନ୍ତି । ବର୍ତ୍ତମାନ ସେହି ପିତା ଆସିଛନ୍ତି । କିନ୍ତୁ ସମସ୍ତେ ତାଙ୍କ ସହ ମିଶିପାରିବେ ନାହିଁ । ଏହା ଅସମ୍ଭବ ଅଟେ । ବାବା ତ ପାଠ ପଢାଇବାକୁ ଆସିଥାନ୍ତି । ତୁମେ ସମସ୍ତେ ମଧ୍ୟ ଶିକ୍ଷକ ଅଟ । କୁହାଯାଇଛି ଗୀତା ପାଠଶାଳା । ଏହି ଭାଷା ମଧ୍ୟ ସାଧାରଣ ଅଟେ । ଏ କଥା କହିଥାନ୍ତି ଯେ କୃଷ୍ଣ ଗୀତା ଶୁଣାଇଥିଲେ । ବର୍ତ୍ତମାନ ଏହା ତ କୃଷ୍ଣଙ୍କର ପାଠଶାଳା ନୁହେଁ । କୃଷ୍ଣଙ୍କର ଆତ୍ମା ଏଠାରେ ପାଠ ପଢୁଛି । ସତ୍ୟଯୁଗରେ କେହି କ’ଣ ଗୀତା ପାଠଶାଳାରେ ନିଜେ ପଢି ପୁଣି ପଢାଇବେ? କୃଷ୍ଣ ତ’ ସତ୍ୟଯୁଗରେ ଥାନ୍ତି ପୁଣି ପୁରା ଚକ୍ରରେ ୮୪ ଜନ୍ମ ନେଇଥା’ନ୍ତି । ଗୋଟିଏ ଜନ୍ମର ଶରୀରର ଗଠନ ପରବର୍ତ୍ତୀ ଜନ୍ମର ଶରୀର ସହିତ ସମାନ ହୋଇନଥାଏ । ଡ୍ରାମା ପ୍ଲାନ୍ ଅନୁସାରେ ପ୍ରତ୍ୟେକ ଆତ୍ମାଙ୍କ ମଧ୍ୟରେ ନିଜର ଅଭିନୟ ୮୪ ଜନ୍ମର ନିହିତ ଅଛି । ଗୋଟିଏ ସେକେଣ୍ଡ ଅନ୍ୟ ସେକେଣ୍ଡ ସହ ସମାନ ହୋଇ ନଥାଏ । ୫ ହଜାର ବର୍ଷ ତୁମେ ପାର୍ଟ ବଜାଉଛ । ଏକ ସେକେଣ୍ଡର ପାର୍ଟ ଅନ୍ୟ ସେକେଣ୍ଡର ପାର୍ଟ ସହିତ ସମାନ ହୋଇ ନଥାଏ । ଏହା କେତେ ବୁଝିବାର କଥା ଅଟେ । ଡ୍ରାମା ଅଟେ ନା । ପାର୍ଟ ପୁନରାବୃତ୍ତି ହେଉଛି । ବାକି ଶାସ୍ତ୍ର ଆଦି ତ ଭକ୍ତିମାର୍ଗର ଅଟେ । ଅଧାକଳ୍ପ ଭକ୍ତି କରାଯାଇଥାଏ ପୁଣି ସମସ୍ତଙ୍କୁ ମୁଁ ହିଁ ଆସି ସଦ୍‌ଗତି ଦେଇଥାଏ । ତୁମେମାନେ ଜାଣୁଛ ଯେ ୫ ହଜାର ବର୍ଷ ପୂର୍ବେ ଆମେ ରାଜତ୍ୱ କରିଥିଲେ । ସଦ୍‌ଗତିରେ ଥିବା ସମୟରେ ଦୁଃଖର ଚିହ୍ନ ବର୍ଣ୍ଣ ନ ଥିଲା । ବର୍ତ୍ତମାନ ତ ଦୁଃଖ ହିଁ ଦୁଃଖ ରହିଛି । ଏହାକୁ ଦୁଃଖଧାମ କୁହାଯାଏ । ଶାନ୍ତିଧାମ, ସୁଖଧାମ ଏବଂ ଦୁଃଖଧାମ । ଭାରତବାସୀମାନଙ୍କୁ ହିଁ ଆସି ସୁଖଧାମର ରାସ୍ତା ବତାଉଛି । କଳ୍ପ-କଳ୍ପ ପୁଣି ମୋତେ ହିଁ ଆସିବାକୁ ପଡିଥାଏ । ଅନେକ ଥର ଆସିଛି, ଆସୁଥିବି ମଧ୍ୟ । ଏହା ସମାପ୍ତ ହେବାର ନାହିଁ । ତୁମେ ଚକ୍ର ଲଗାଇ ଦୁଃଖଧାମକୁ ଆସିଥାଅ ପୁଣି ମୋତେ ଦୁଃଖରୁ ମୁକ୍ତ କରିବାକୁ ଆସିବାକୁ ପଡିଥାଏ । ବର୍ତ୍ତମାନ ତୁମକୁ ୮୪ ଜନ୍ମ ଚକ୍ରର ସ୍ମୃତି ଆସିଛି । ଏବେ ବାବାଙ୍କୁ ରଚୟିତା କୁହାଯାଉଛି । ଏପରି ନୁହେଁ ଯେ ସେ ଡ୍ରାମାର ରଚୟିତା ଅଟନ୍ତି । ରଚୟିତା ଅର୍ଥାତ୍ ଏହି ସମୟରେ ଆସି ସତ୍ୟଯୁଗ ରଚନା କରିଥା’ନ୍ତି । ସତ୍ୟଯୁଗରେ ଯାହାର ରାଜ୍ୟ ଥିଲା, ସେମାନେ ପୁଣି ହରାଇଲେ, ସେହିମାନଙ୍କୁ ହିଁ ଏ ପାଠ ପଢାଉଛି । ପିଲାମାନଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରୁଛି । ତୁମେ ମୋର ସନ୍ତାନ ଅଟ ନା । ତୁମକୁ କେହି ସାଧୁ ସନ୍ଥ ଆଦି ପଢାଉ ନାହାଁନ୍ତି । ଶିକ୍ଷାଦାତା ତ ଏକ ବାବା ଅଟନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି । ଯାହାଙ୍କୁ ମନେ ପକାଉଛନ୍ତି ସେ କେବେ ନିଶ୍ଚୟ ଆସିଥିବେ ନା । ଏହା ମଧ୍ୟ କେହି ବୁଝିପାରୁ ନାହାଁନ୍ତି ଯେ ତାଙ୍କୁ ସମସ୍ତେ କାହିଁକି ମନେ ପକାଇଥା’ନ୍ତି! ତେଣୁ ନିଶ୍ଚିତ ପତିତ ପାବନ ବାବା ଆସୁଛନ୍ତି । କ୍ରାଇଷ୍ଟଙ୍କୁ ଏପରି କହିବେ ନାହିଁ କି ପୁଣି ଥରେ ଆସ । ସେମାନେ ତ ଭାବିଥାନ୍ତି ଲୀନ ହୋଇଗଲେ । ପୁଣି ଏଠାକୁ ଆସିବାର କଥା ନାହିଁ । ସମସ୍ତେ ପତିତ ପାବନ ବାବାଙ୍କୁ ହିଁ ମନେ ପକାଇଥାନ୍ତି । ଆମ ଆତ୍ମାମାନଙ୍କୁ ପୁଣି ଥରେ ସମ୍ପତ୍ତି ଦିଅ । ଏବେ ତୁମ ପିଲାମାନଙ୍କ ସ୍ମୃତିରେ ଆସିଛି ଯେ - ବାବା ଆସିଛନ୍ତି । ନୂଆ ଦୁନିଆର ସ୍ଥାପନା କରିବେ । ସେମାନେ ଅର୍ଥାତ୍ ଧର୍ମସ୍ଥାପକମାନେ ପୁଣି ମଧ୍ୟ ନିଜ ସମୟାନୁସାରେ ରଜୋ, ତମୋରେ ହିଁ ଆସିବେ । ବର୍ତ୍ତମାନ ତୁମେ ପିଲାମାନେ ଜାଣୁଛ ଯେ ଆମେ ମାଷ୍ଟର ଜ୍ଞାନ ସାଗର ହେଉଛୁ ।

ଏକ ବାବା ହିଁ ଅଟନ୍ତି ଯିଏ କି ତୁମ ପିଲାମାନଙ୍କୁ ପାଠ ପଢାଇ ବିଶ୍ୱର ମାଲିକ କରିଦେଉଛନ୍ତି । ନିଜେ ମାଲିକ ହୋଇନଥା’ନ୍ତି ଏଣୁ ତାଙ୍କୁ ନିଷ୍କାମ ସେବାଧାରୀ କୁହାଯାଏ । ମନୁଷ୍ୟ କହିଥାନ୍ତି ଆମେ ଫଳର ଆଶା ରଖି ନଥାଉ, ନିଷ୍କାମ ସେବା କରିଥାଉ । କିନ୍ତୁ ଏପରି ହୋଇ ନ ଥାଏ । ଯେପରି ସଂସ୍କାର ନେଇ ଯାଇଥାନ୍ତି, ସେହି ଅନୁସାରେ ଜନ୍ମ ମିଳିଥାଏ । କର୍ମର ଫଳ ଅବଶ୍ୟ ମିଳିଥାଏ । ସନ୍ନ୍ୟାସୀ ମଧ୍ୟ ପୁନର୍ଜନ୍ମ ଗୃହସ୍ଥୀମାନଙ୍କ ପାଖରେ ନେଇ ପୁଣି ସଂସ୍କାର ଅନୁସାରେ ସନ୍ନ୍ୟାସ ଧର୍ମକୁ ଚାଲିଯାଇଥାନ୍ତି । ଯେପରି ବାବା ସୈନିକମାନଙ୍କର ମଧ୍ୟ ଉଦାହରଣ ଦେଇଥା’ନ୍ତି । କହିଥାନ୍ତି ଗୀତାରେ ଲେଖା ହୋଇଛି ଯେ ଯିଏ ଯୁଦ୍ଧ ସ୍ଥଳରେ ମରିବ ସେ ସ୍ୱର୍ଗକୁ ଯିବ, କିନ୍ତୁ ସ୍ୱର୍ଗକୁ ଯିବାର ସମୟ ତ ଜଣାଥିବା ଦରକାର । ସ୍ୱର୍ଗକୁ ତ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି । ଏବେ ତୁମେ ଜାଣୁଛ ଯେ ବାବା କ’ଣ ବୁଝାଉଛନ୍ତି, ଗୀତାରେ କ’ଣ ଲେଖି ଦେଇଛନ୍ତି । କହିଥା’ନ୍ତି, ଭଗବାନୁବାଚ, ମୁଁ ସର୍ବବ୍ୟାପୀ ଅଟେ । ବାବା କହୁଛନ୍ତି ମୁଁ ନିଜକୁ ଏପରି ଗାଳି କିପରି ଦେବି ଯେ ମୁଁ ସର୍ବବ୍ୟାପୀ ଅଟେ । କୁକୁର, ବିଲେଇ ସବୁଥିରେ ଅଛି । ମୋତେ ତ’ ଜ୍ଞାନର ସାଗର କହୁଛନ୍ତି । ମୁଁ ନିଜକୁ ପୁଣି ଏହା କିପରି କହିପାରିବି? ଏହା କେତେ ମିଥ୍ୟା କଥା ଅଟେ । ଜ୍ଞାନ ତ କାହା ପାଖରେ ନାହିଁ । ସନ୍ନ୍ୟାସୀମାନଙ୍କର କେତେ ସମ୍ମାନ ରହିଛି, କାହିଁକି ନା ପବିତ୍ର ଅଟନ୍ତି । ସତ୍ୟଯୁଗରେ ଗୁରୁ ତ କେହି ନ ଥାନ୍ତି । ଏଠି ତ ସ୍ତ୍ରୀକୁ କହିଥାନ୍ତି ତୁମର ପତି ଗୁରୁ ଈଶ୍ୱର ଅଟେ । ଅନ୍ୟ କାହାକୁ ଗୁରୁ କର ନାହିଁ । ଏହା ସେତେବେଳେ ବୁଝାଯାଉଥିଲା ଯେତେବେଳେ ଭକ୍ତି ସତ୍ତ୍ୱପ୍ରଧାନ ଥିଲା । ସତ୍ୟଯୁଗରେ ତ ଗୁରୁ ଆଦି ନ ଥିଲେ । ଭକ୍ତିର ଆରମ୍ଭରେ ମଧ୍ୟ କେହି ଗୁରୁ ନ ଥିଲେ । ପତିକୁ ହିଁ ସବୁ କିଛି ଭାବୁଥିଲେ, ତେଣୁ ଗୁରୁ କରୁ ନ ଥିଲେ । ଏହି ସବୁ କଥାକୁ ଏବେ ତୁମେ ବୁଝିପାରୁଛ ।

କେହି କେହି ତ ବ୍ରହ୍ମାକୁମାର-କୁମାରୀଙ୍କର ନାମ ଶୁଣି ଡରିଯାଇଥାନ୍ତି କାହିଁକି ନା ଭାବନ୍ତି ଏମାନେ ଭାଇ ଭଉଣୀ କରାଉଛନ୍ତି । ଆରେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେବା ତ’ ଭଲ ନା । ବି.କେ. ହିଁ ସ୍ୱର୍ଗର ସମ୍ପତ୍ତି ନେଇଥା’ନ୍ତି । ବର୍ତ୍ତମାନ ତୁମେ ନେଉଛ । ତୁମେ ବି.କେ ହୋଇଛ । ପତିପତ୍ନୀ ଦୁଇଜଣ କହିଥା’ନ୍ତି ଆମେ ଭାଇ ଭଉଣୀ ଅଟୁ । ଏହାଦ୍ୱାରା ଶରୀରର ଅଭିମାନ, ବିକାରର ଦୁର୍ଗନ୍ଧ ଚାଲିଯାଇଥାଏ । ଆମେ ଜଣେ ପିତାଙ୍କର ସନ୍ତାନ ଭାଇ ଭଉଣୀ ଅଟୁ । ବିକାରଗ୍ରସ୍ତ ହେବା ଏହା ତ ମହାପାପ ଅଟେ । ପବିତ୍ର ରହିବାର ଏହି ଯୁକ୍ତି ଡ୍ରାମାରେ ରହିଛି । ସନ୍ନ୍ୟାସୀମାନଙ୍କର ନିବୃତ୍ତି ମାର୍ଗ ଅଟେ । ତୁମେ ହେଉଛ ପ୍ରବୃତ୍ତିମାର୍ଗୀ । ଏବେ ତୁମକୁ ଏହି ଛି-ଛି ଦୁନିଆର ନିତୀନିୟମକୁ ଛାଡି ଏହି ଦୁନିଆକୁ ଭୁଲିବାକୁ ହେବ । ତୁମେ ସ୍ୱର୍ଗର ମାଲିକ ଥିଲ ପୁଣି ରାବଣ କେତେ ଛି ଛି କରିଦେଲା । ଏହା ମଧ୍ୟ ବାବା ବୁଝାଇଛନ୍ତି, କେହି କେହି କହିଥା’ନ୍ତି ଆମେ କିପରି ମାନିବୁ ଯେ ଆମେ ୮୪ ଜନ୍ମ ନେଇଛୁ “ତୁମେ ୮୪ ଜନ୍ମ ନେଉଛ ଏହା ଠିକ୍ କହୁଛି ନା । ୮୪ ଜନ୍ମ ନେଉ ନ ଥିବା ଆତ୍ମା ଜ୍ଞାନମାର୍ଗରେ ରହିପାରିବେ ନାହିଁ । ଜଣାଯାଏ ଯେ ଇଏ ଦେବୀ ଦେବତା ଧର୍ମର ନୁହଁନ୍ତି, ସ୍ୱର୍ଗକୁ ଆସିପାରିବେ ନାହିଁ । ପ୍ରଜାରେ ମଧ୍ୟ ବହୁତ କମ୍ ପଦ ପାଇବେ । ପ୍ରଜାମାନଙ୍କ ମଧ୍ୟରେ କମ ବେଶୀ ପଦ ମଧ୍ୟ ଅଛି ନା । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ଭଗବାନ ଆସି ରାଜଧାନୀ ସ୍ଥାପନ କରୁଛନ୍ତି । ଶ୍ରୀକୃଷ୍ଣ ତ ବୈକୁଣ୍ଠର ମାଲିକ ଥିଲେ । ସ୍ଥାପନା ତ ବାବା କରିଥାନ୍ତି । ବାବା ଆସି ଗୀତା ଶୁଣାଇଲେ ଯାହା ଦ୍ୱାରା ଏହି ପଦ ପାଇଲେ, ପୁଣି ପଢିବା-ପଢାଇବା ଦରକାର ହେବ ନାହିଁ । ତୁମେମାନେ ଏବେ ପାଠ ପଢି ପଦ ପ୍ରାପ୍ତ କରୁଛ । ପୁଣି କ’ଣ ଆଉ ଗୀତାର ଜ୍ଞାନ ପଢିବ ! ଜ୍ଞାନ ଦ୍ୱାରା ତ ସଦ୍‌ଗତି ମିଳିଗଲା । ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ । ଯେଉଁଭଳି ପୁରୁଷାର୍ଥ କଳ୍ପ ପୂର୍ବେ କରିଥିଲ ସେହିଭଳି ଏବେ ମଧ୍ୟ କରିବ । ସାକ୍ଷୀ ହୋଇ ଦେଖ । ଟିଚରଙ୍କୁ ମଧ୍ୟ ଦେଖ । ଇଏ ଆମକୁ ପଢାଇଛନ୍ତି, ଆମକୁ ମଧ୍ୟ ହୋସିଆର ହେବାର ଅଛି । ଉଚ୍ଚ ପଦ ପାଇବାର ସୁଯୋଗ ବହୁତ ଅଛି । ତେଣୁ ଚେଷ୍ଟା କର ଉଚ୍ଚରୁ ଉଚ୍ଚ ହେବା ପାଇଁ । ମୂଳ କଥା ହେଲା ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା । ଏହା ବୁଝିବାର କଥା ନା । ଗୃହସ୍ଥ ବ୍ୟବହାରରେ ମଧ୍ୟ ରୁହ, ବାବାଙ୍କୁ ମନେ ପକାଅ ତେବେ ପାବନ ହୋଇଯିବ । ଏଠି ସବୁ ଆତ୍ମା ପତିତ ଅଟନ୍ତି , ଏଥିରେ ଦୁଃଖ ହିଁ ଦୁଃଖ ରହିଛି । ସୁଖର ରାଜ୍ୟ କେବେ ଥିଲା, ଏହା କାହାକୁ ଜଣା ନାହିଁ । ଦୁଃଖରେ କହିଥାନ୍ତି ହେ ଭଗବାନ, ହେ ରାମ, ଏହି ଦୁଃଖ କାହିଁକି ଦେଲ? ଭଗବାନ ତ କାହାକୁ ଦୁଃଖ ଦେଉ ନାହାଁନ୍ତି । ରାବଣ ଦୁଃଖ ଦେଇଥାଏ । ଏବେ ତୁମେ ଜାଣୁଛ ଯେ ଆମ ରାଜ୍ୟରେ ଆଉ କୌଣସି ଧର୍ମ ରହିବ ନାହିଁ । ପୁଣି ପରେ ଅନ୍ୟ ସବୁ ଧର୍ମ ଆସିବେ । ତୁମେ ଭଲେ ଯେଉଁ ସ୍ଥାନକୁ ବି ଯାଅ । ପାଠପଢା ସାଥିରେ ଅଛି, ମନମନାଭବର ଲକ୍ଷ୍ୟ ତ’ ମିଳିଛି, ବାସ୍‌, ବାବାଙ୍କୁ ମନେ ପକାଅ । ବାବାଙ୍କଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ । ଏହି କଥା କ’ଣ ମନେ ରଖିପାରିବ ନାହିଁ । ଏହି କଥା ପକ୍କା ମନେ ରହିବା ଦରକାର ତେବେ ହିଁ ଅନ୍ତ ମତି ସୋ ଗତି ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ସକାଳୁ-ସକାଳୁ ଅମୃତବେଳାରୁ ଉଠି ବିଚାର କର ବାବା ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି, ଏବେ ବାବା ଆମମାନଙ୍କୁ ଜ୍ଞାନ ରତ୍ନରେ ସୁସଜ୍ଜିତ କରିବା ପାଇଁ ଆସିଛନ୍ତି । ସେ ପିତାଙ୍କର ପିତା, ପତିଙ୍କର ପତି ମଧ୍ୟ ଅଟନ୍ତି, ଏହିପରି ଚିନ୍ତନ କରି ଅପାର ଖୁସୀର ଅନୁଭବ କରିବାକୁ ହେବ ।

(୨) ପ୍ରତ୍ୟେକଙ୍କର ପୁରୁଷାର୍ଥକୁ ସାକ୍ଷୀ ହୋଇ ଦେଖିବାକୁ ହେବ । ଉଚ୍ଚ ପଦ ପାଇବାର ସୁଯୋଗ ଅଛି, ଏଣୁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ।

ବରଦାନ:- ଭାଇସ୍‌ଲେସ୍ ଅର୍ଥାତ୍ ନିର୍ବିକାରୀ ହେବାର ଶକ୍ତି ଦ୍ୱାରା ସୂକ୍ଷ୍ମବତନ ବା ତିନିଲୋକର ଅନୁଭବ କରୁଥିବା ଶ୍ରେଷ୍ଠ ଭାଗ୍ୟବାନ ଭବ ।
ଯେଉଁ ପିଲାମାନଙ୍କ ଭିତରେ ନିର୍ବିକାରୀ ସ୍ଥିତିର ଶକ୍ତି ରହିଛି, ବୁଦ୍ଧିଯୋଗ ବିଲ୍‌କୁଲ୍ ରିଫାଇନ୍ ଅର୍ଥାତ୍ ସ୍ୱଚ୍ଛ - ଏହିଭଳି ଭାଗ୍ୟବାନ ପିଲାମାନେ ଅତି ସହଜରେ ତିନିଲୋକର ପରିକ୍ରମା କରିପାରିବେ । ତେବେ ସୁକ୍ଷ୍ମବତନ ପର୍ଯ୍ୟନ୍ତ ନିଜର ସଂକଳ୍ପକୁ ପହଞ୍ଚାଇବା ପାଇଁ ସର୍ବସମ୍ବନ୍ଧର ସାରଯୁକ୍ତ ସୂକ୍ଷ୍ମ ସ୍ମୃତି ଆବଶ୍ୟକ । ଏହା ହିଁ ହେଉଛି ସବୁଠାରୁ ଶକ୍ତିଶାଳୀ ତାର । ଏହା ଭିତରେ ମାୟା ହସ୍ତକ୍ଷେପ କରିପାରିବ ନାହିଁ । ତେଣୁ ସୂକ୍ଷ୍ମବତନର ଚମକର ଅନୁଭବ କରିବା ପାଇଁ ନିଜକୁ ଭାଇସ୍‌ଲେସ୍ ସ୍ଥିତିର ଶକ୍ତିରେ ସମ୍ପନ୍ନ କର ।
ସ୍ଲୋଗାନ:- କୌଣସି ବି ବ୍ୟକ୍ତି, ବସ୍ତୁ ବା ବୈଭବ ପ୍ରତି ଆକର୍ଷିତ ହେବା ହିଁ କମ୍ପୋନିୟନ ଅର୍ଥାତ୍ ପ୍ରିୟ ସାଥୀ ବାବାଙ୍କୁ ସଂକଳ୍ପରେ ଛାଡପତ୍ର ଦେବା ।

*** ଓମ୍ ଶାନ୍ତି ***

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ପବିତ୍ରତା ସଂଗମଯୁଗୀ ବ୍ରାହ୍ମଣମାନଙ୍କର ମହାନ ଜୀବନର ମହାନତା ଅଟେ ଏବଂ ଶ୍ରେଷ୍ଠ ଶୃଙ୍ଗାର ମଧ୍ୟ ଅଟେ । ଯେପରି ସ୍ଥୁଳ ଶରୀରରେ ବିଶେଷ ଭାବରେ ନିଃଶ୍ୱାସ ପ୍ରଶ୍ୱାସ ଚାଲୁ ରହିବା ଅତି ଆବଶ୍ୟକ ଅଟେ, ଶ୍ୱାସକ୍ରିୟା ନାହିଁ ତ ଜୀବନ ନାହିଁ, ସେହିପରି ବ୍ରାହ୍ମଣ ଜୀବନର ଶ୍ୱାସକ୍ରିୟା ପବିତ୍ରତା ଅଟେ । ୨୧ ଜନ୍ମର ପ୍ରାରବ୍ଧ ପ୍ରାପ୍ତ କରିବାର ଆଧାର ଅର୍ଥାତ୍ ମୂଳଦୁଆ ହେଲା ପବିତ୍ରତା ।

ମୁରଲି କ'ଣ?

ମୁରଲି ହେଉଛି ବ୍ରହ୍ମାକୁମାରୀମାନଙ୍କ ଦୈନିକ ଆଧ୍ୟାତ୍ମିକ ଶିକ୍ଷା, ଯାହା ପ୍ରତିଦିନ ସକାଳେ ମଧୁବନରୁ ପ୍ରକାଶିତ ହୁଏ। ଏଠାରେ ଆପଣ ଆଜିର ମୁରଲି ଓଡ଼ିଆରେ ପଢ଼ିପାରିବେ, ଅଡିଓ ଶୁଣିପାରିବେ ଏବଂ PDF ଡାଉନଲୋଡ୍ କରିପାରିବେ। ଅଧ୍ୟୟନରେ ସହାୟତା ପାଇଁ ପାଠରେ ହାଇଲାଇଟ୍ କରିପାରିବେ — ଆପଣଙ୍କ ଚିହ୍ନ ଏହି ବ୍ରାଉଜରରେ ସୁରକ୍ଷିତ ରହେ।

28ଟି ଭାଷାରେ ମୁରଲି

Daily Murli · Madhuban ଉତ୍ସ: ମଧୁବନ ମୁରଲି ବିଭାଗ ଏହା ଏକ ସ୍ୱତନ୍ତ୍ର ପାଠକ ଆପ୍, ସରକାରୀ ୱେବସାଇଟ୍ ନୁହେଁ।