ଓଡ଼ିଆ ମୁରଲି · Brahma Kumaris

ଆଜିର ମୁରଲି · ନଭେମ୍ବର 24, 2026

ଓମ୍ ଶାନ୍ତି · BapDada · ନଭେମ୍ବର 24, 2026

ଆଜିର ମୁରଲି — today murli odia, ପ୍ରତିଦିନ ନୂଆ।

18
ଡାଉନଲୋଡ୍ PDF
0:00--:--

ପାଠ ବାଛନ୍ତୁ → ହାଇଲାଇଟ୍ / ବକ୍ସ / ଅଣ୍ଡରଲାଇନ୍

24/11/26
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
ମଧୁବନ
“ମିଠେ ବଚ୍ଚେ:- ଜ୍ଞାନ ଧନର ଦାନ କରିବା ପାଇଁ ବିଚାର ସାଗର ମନ୍ଥନ କର, ଦାନର ସଉକ ରଖ ତେବେ ବୁଦ୍ଧିରେ ମନ୍ଥନ ଜାରି ରହିବ ।
ପ୍ରଶ୍ନ:- ଜ୍ଞାନ ମାର୍ଗରେ ସର୍ବଦା ନିଜକୁ ସୁସ୍ଥ ରଖିବାର ଉପାୟ କ’ଣ?
ଉତ୍ତର:- ସର୍ବଦା ନିଜେ ନିଜକୁ ସୁସ୍ଥ ରଖିବା ପାଇଁ ବାବାଙ୍କ ଦ୍ୱାରା ଯେଉଁ ଜ୍ଞାନର ଘାସ (ମୁରଲୀ) ମିଳୁଛି ତାକୁ ଖାଇବା ପରେ ପୁଣି ପାକୁଳି କରିବା ଦରକାର ଅର୍ଥାତ୍ ମୁରଲୀକୁ ଶୁଣିବା ପରେ ଚିନ୍ତନ ମନ୍ଥନ କରିବା ଦରକାର । ଯେଉଁ ପିଲାମାନଙ୍କର ମନ୍ଥନ କରିବାର ଅର୍ଥାତ୍ ହଜମ କରିବାର ଅଭ୍ୟାସ ଅଛି, ସେମାନେ ରୋଗରେ ପଡି ପାରିବେ ନାହିଁ । ସଦା ସୁସ୍ଥ ସିଏ ଯାହା ଭିତରେ କୌଣସି ବିକାରର ବେମାରୀ ନାହିଁ ।
ଗୀତ:- ତୁ ପ୍ୟାର କା ସାଗର ହୈ.....

ଓମ୍ ଶାନ୍ତି । ପିଲାମାନେ ଗୀତ ଶୁଣିଲେ । ମନୁଷ୍ୟମାନେ ଯେଉଁ ଗୀତ ଆଦି ରଚନା କରୁଛନ୍ତି, ଶାସ୍ତ୍ର ଆଦି ଶୁଣାଉଛନ୍ତି, ତାହାର ଅର୍ଥ କିଛି ବୁଝିପାରୁ ନାହାଁନ୍ତି । ଯାହା କିଛି ସେମାନେ ପଢି ଆସିଛନ୍ତି ତାହା ଦ୍ୱାରା କାହାର କଲ୍ୟାଣ ହୋଇ ନାହିଁ, ଆହୁରି ଅକଲ୍ୟାଣ ହିଁ ହୋଇ ଆସିଛି । ସମସ୍ତଙ୍କର କଲ୍ୟାଣକାରୀ ଏକମାତ୍ର ଈଶ୍ୱର ହିଁ ଅଟନ୍ତି । ତୁମେମାନେ ଜାଣୁଛ ଯେ ଆମର କଲ୍ୟାଣକାରୀ ପିତା ଆସିଛନ୍ତି । ସିଏ ଆମ୍ଭମାନଙ୍କୁ କଲ୍ୟାଣର ରାସ୍ତା ବତାଉଛନ୍ତି । ବିଶେଷ ଭାବରେ ତୁମ ଭାରତବାସୀଙ୍କର, ସାଧାରଣ ଭାବେ ସାରା ଦୁନିଆର କଲ୍ୟାଣକାରୀ ଏକମାତ୍ର ବାବା ହିଁ ଅଟନ୍ତି । ସତ୍ୟଯୁଗରେ ସମସ୍ତଙ୍କର କଲ୍ୟାଣ ହୋଇଥିଲା, ତୁମେ ସମସ୍ତେ ସୁଖଧାମରେ ଥିଲ ଏବଂ ଆଉ ସମସ୍ତେ ଶାନ୍ତିଧାମରେ ଥିଲେ । ଏକଥା ପିଲାମାନଙ୍କ ବୁଦ୍ଧିରେ ରହିଛି କିନ୍ତୁ ସମୟ ଅନୁଯାୟୀ ଏହି ସବୁ ପଏଣ୍ଟ ଭୁଲି ଯାଉଛନ୍ତି, ପୁରା ଧାରଣ କରୁନାହାଁନ୍ତି । ଯଦି ଗୋଟିଏ ଜ୍ଞାନ ବିନ୍ଦୁ ଉପରେ ବିଚାର ସାଗର ମନ୍ଥନ କରିଚାଲିବ, ତେବେ ଏପରି ହେବ ନାହିଁ । ଜୀବଜନ୍ତୁଙ୍କ ପାଖରେ ଯେତିକି ବୁଦ୍ଧି ଅଛି, ଆଜିକାଲି ମନୁଷ୍ୟମାନଙ୍କ ପାଖରେ ସେତିକି ବି ବୁ୍‌ଦ୍ଧି ନାହିଁ । ଧରାଯାଉ ଗାଈ ଘାସ ଖାଇଲେ, ତା’ପରେ ପାକୁଳି କରିଥାନ୍ତି । ତୁମକୁ ମଧ୍ୟ ଭୋଜନ ମିଳୁଛି । କିନ୍ତୁ ତୁମେ ପୁଣି ସାରାଦିନ ଜ୍ଞାନର ଚିନ୍ତନ ମନ୍ଥନ କରୁନାହଁ । ସେମାନେ ତ ସାରା ଦିନ ପାକୁଳି ହିଁ କରିଥାନ୍ତି । ତୁମମାନଙ୍କୁ ଜ୍ଞାନ ରୂପକ ଘାସ ମିଳୁଛି । ଯୋଗ ଏବଂ ଜ୍ଞାନ । ଏହା ଉପରେ ଦିନ ସାରା ବିଚାର ସାଗର ମନ୍ଥନ କରିବା ଉଚିତ୍ । ଯେଉଁମାନଙ୍କର ସେବାର ଆଗ୍ରହ ନାହିଁ, ସେମାନେ ବିଚାର ସାଗର ମନ୍ଥନ କରି କ’ଣ କରିବେ । ଯଦି ସେବାର ସଉକ ନାହିଁ ତେବେ ବିଚାର ସାଗର ମନ୍ଥନ କରିବେ ହିଁ ନାହିଁ । କାହା-କାହାର ଏପରି ତ ଜ୍ଞାନ ଧନ ଦେବାର ସଉକ ରହିଥାଏ । ଗୋଶାଳାରେ ମନୁଷ୍ୟମାନେ ଯାଇ ଗାଈ-ଗୋରୁଙ୍କୁ ଘାସ ଆଦି ଦେଇଥାନ୍ତି । ଏହାକୁ ମଧ୍ୟ ସେମାନେ ପୁଣ୍ୟ ବୋଲି ଭାବିଥାନ୍ତି । ବାବା ତୁମ୍ଭମାନଙ୍କୁ ଏହି ଜ୍ଞାନ ରୂପୀ ଘାସ ଖୁଆଉଛନ୍ତି । ଯଦି ଏହି ସମ୍ବନ୍ଧରେ ବିଚାର ସାଗର ମନ୍ଥନ କରିବ ତେବେ ଖୁସିରେ ରହିବ ଏବଂ ସେବାରେ ଆଗ୍ରହ ମଧ୍ୟ ରହିବ । କେହି କେହି ଲୋଟା ଭରି ନେଉଛନ୍ତି ଅଥବା ବୁନ୍ଦାଏ ନେଉଛନ୍ତି, ସେମାନେ ମଧ୍ୟ ସ୍ୱର୍ଗକୁ ଚାଲିଯିବେ । ସ୍ୱର୍ଗର ଦ୍ୱାର ତ ନିଶ୍ଚୟ ଖୋଲିବ । ଏଭଳି ଜ୍ଞାନ ସାଗରକୁ ସମ୍ପୂର୍ଣ୍ଣ ଭାବରେ ହପ୍ ଅର୍ଥାତ୍ ପାନ କରିବାର ଅଛି । କେହି-କେହି ତ ପୂରା ପାନ କରିଥାନ୍ତି, କେହି-କେହି ପୁଣି ବୁନ୍ଦାଏ ନେଇଥାନ୍ତି ତଥାପି ମଧ୍ୟ ସ୍ୱର୍ଗକୁ ଆସିଯାନ୍ତି । ଆଉ ଯେତେ-ଯେତେ ଅଧିକ ଧାରଣ କରିବ ସେତେ ଉଚ୍ଚପଦ ପାଇବ । କିନ୍ତୁ ଗୋଟିଏ ବୁନ୍ଦା ଦ୍ୱାରା ମଧ୍ୟ ସ୍ୱର୍ଗକୁ ଚାଲିଯିବ । ମନୁଷ୍ୟମାନଙ୍କ ମୃତ୍ୟୁ ସମୟରେ ସେମାନଙ୍କୁ ଗଙ୍ଗା ଜଳର ଗୋଟିଏ ବୁନ୍ଦା ଦେଇଥାନ୍ତି । କେହି-କେହି ଘରେ ସର୍ବଦା ଗଙ୍ଗାଜଳ ହିଁ ପିଇଥାନ୍ତି । ବହୁତ ପିଉଥିବେ । ଗଙ୍ଗା ତ ବହି ଚାଲିଛି । ତାକୁ ତ କେହି ସମ୍ପୂର୍ଣ୍ଣ ପିଇ ପାରିବେ ନାହିଁ । ତୁମ୍ଭମାନଙ୍କ ପାଇଁ ତ କୁହାଯାଇଛି - ସାରା ସାଗରକୁ ହପ୍ କରିନେଲ । ଯେଉଁମାନେ ଜ୍ଞାନ ସାଗରଙ୍କ ପାଖକୁ ଆସିଯାଉଛନ୍ତି, ଅଧିକ ସେବା କରୁଛନ୍ତି, ସେହିମାନେ ହିଁ ରୁଦ୍ରମାଳାରେ ଗୁନ୍ଥା ହେବେ । ଯେତେ-ଯେତେ ଯିଏ ଜ୍ଞାନକୁ ଧାରଣ କରୁଛନ୍ତି ଏବଂ ଅନ୍ୟମାନଙ୍କର କଲ୍ୟାଣ କରୁଛନ୍ତି, ସେମାନେ ଉଚ୍ଚ ପଦ ମଧ୍ୟ ପାଇବେ । ଯେତିକି ଧାରଣ କରିବେ ସେତିକି ଖୁସୀ ମଧ୍ୟ ରହିବ । ଧନୀ ଲୋକମାନେ ଖୁସୀ ହୋଇଥାନ୍ତି ନା । ଯେଉଁମାନଙ୍କ ପାଖରେ ଅମାପ ଧନ ରହିଥାଏ, ସେମାନେ ଦାନ କରିଥାନ୍ତି, କଲେଜ, ଧର୍ମଶାଳା, ମନ୍ଦିର ଆଦି ତିଆରି କରାଇଥାନ୍ତି, ସେମାନଙ୍କୁ ସେତିକି ଖୁସି ମଧ୍ୟ ମିଳିଥାଏ । ଏଠାରେ ତ ତୁମ୍ଭମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନ ମିଳୁଛି । ୨୧ ଜନ୍ମ ପାଇଁ ଅବିନାଶୀ ସମ୍ପତ୍ତି ମିଳୁଛି । ଯେଉଁମାନେ ଭଲ ଭାବରେ ଏହାକୁ ଧାରଣ କରି ଦାନ କରିଥାନ୍ତି, ସେମାନଙ୍କୁ ଭଲ ପଦ ମିଳିଥାଏ । କେହି-କେହି ପିଲାମାନେ ଲେଖୁଛନ୍ତି - ବାବା ଆମର ଇଚ୍ଛା ହେଉଛି ଚାକିରୀ ଛାଡି ଏହି ଆତ୍ମିକ ସେବାରେ ଲାଗିଯିବୁ । ପ୍ରୋଜେକ୍ଟର, ପ୍ରଦର୍ଶନୀ ନେଇ ବୁଲି ବୁଲି ସେବା କରିବୁ । ଯଦି ଏହି ଜ୍ଞାନର ଗୋଟିଏ ବୁନ୍ଦା ମଧ୍ୟ କାହାକୁ ମିଳିଯିବ, ତେବେ କଲ୍ୟାଣ ହୋଇଯିବ । ସେବାର ସଉକ ବହୁତ ରହିଥାଏ । ବାକି ପ୍ରତ୍ୟେକଙ୍କର ଅବସ୍ଥାକୁ ବାବା ଜାଣିଛନ୍ତି । ସେବା ସହିତ ପୁଣି ଗୁଣ ମଧ୍ୟ ରହିବା ଆବଶ୍ୟକ । ନା କ୍ରୋଧ ଆସିବା ଉଚିତ୍‌‌, ନା କୌଣସି ଓଲଟା-ସିଧା ଖିଆଲ ଆସିବା ଉଚିତ୍ । ବିକାରର କୌଣସି ବ୍ୟାଧି ନ ରହୁ । ସର୍ବଦା ସୁସ୍ଥ ରହିବା ଆବଶ୍ୟକ । ଯାହାଙ୍କ ପାଖରେ ବିକାର କମ୍ ଅଛି, ବାବା କହିବେ ଇଏ ସୁସ୍ଥ ଅଛନ୍ତି । ବାବା ତ ମହିମା କରିବେ ନା । ଗାୟନ ମଧ୍ୟ ରହିଛି - କିଏ-କିଏ ଉତ୍ତମ ମହାରଥୀ ଅଟନ୍ତି । ସେମାନେ ପୁଣି ଅସୁର ଏବଂ ଦେବତାମାନଙ୍କର ଲଢେଇ ବୋଲି କହିଛନ୍ତି । ଏଥିରେ ଦେବତାମାନେ ବିଜୟୀ ହେଲେ । ଏବେ ଆମର ଲଢେଇ ୫ ବିକାର ରୂପୀ ଅସୁରମାନଙ୍କ ସହିତ ହେଉଛି । ଆଉ କୌଣସି ପ୍ରଜାତିର ମନୁଷ୍ୟ ଅସୁର ହୋଇନଥାନ୍ତି । ଯାହାଙ୍କ ପାଖରେ ଆସୁରୀ ସ୍ୱଭାବ ରହିଛି, ସେମାନଙ୍କୁ ହିଁ ଅସୁର କୁହାଯାଇଥାଏ । ପ୍ରଥମ ନମ୍ବରର ଆସୁରୀ ସ୍ୱଭାବ ହେଉଛି କାମ ବିକାରର । ସେଥିପାଇଁ ସନ୍ନ୍ୟାସୀମାନେ ମଧ୍ୟ ଏହାକୁ ତ୍ୟାଗ କରି ପଳାଇଥାଆନ୍ତି । ଏହି ଆସୁରୀ ଗୁଣଗୁଡିକ ଛାଡିବା ପାଇଁ ପରିଶ୍ରମ କରିବାକୁ ପଡିଥାଏ । ଗୃହସ୍ଥ ବ୍ୟବହାରରେ ରହି ଆସୁରୀ ସ୍ୱଭାବ ଛାଡିବାକୁ ହେବ । ପବିତ୍ର ହେବା ଦ୍ୱାରା ମୁକ୍ତି ଜୀବନମୁକ୍ତି ମିଳିଥାଏ । ଏହା କେତେ ଉଚ୍ଚ ପ୍ରାପ୍ତି । ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡି ପଳାଇଯାଇଥାନ୍ତି, କିଛି ହେଲେ ପ୍ରାପ୍ତି ନାହିଁ । ଏହି ଚିତ୍ର ଗୁଡିକରେ କେତେ ଭଲ ଭଲ କଥା ବୁଝିବା ପାଇଁ ରହିଛି । ଦୁନିଆଁରେ ଲୋକମାନେ ତ କେବଳ ଚିତ୍ର ଗୁଡିକର ପ୍ରଦର୍ଶନୀ କରୁଛନ୍ତି । କେବଳ ଚିତ୍ର ଦେଖିବା ପାଇଁ କେତେ ଲୋକ ଯାଉଛନ୍ତି । ଏହାଦ୍ୱାରା କିଛି ହେଲେ ଲାଭ ନାହିଁ । ଏଠାରେ ଥିବା ଏହି ଚିତ୍ରଗୁଡିକରେ କେତେ ଜ୍ଞାନ ରହିଛି, ଏଥିରେ ବହୁତ ଫାଇଦା ମଧ୍ୟ ରହିଛି । ଏଥିରେ କଳା କୌଶଳର କୌଣସି କଥା ହିଁ ନାହିଁ । ନା ତିଆରି କରିଲାବାଲାର କୌଣସି ଚତୁରତା ରହିଛି । ସେମାନଙ୍କର ନାମ ତ ଚିତ୍ର ଉପରେ ଲେଖା ହୋଇଥାଏ । ଚିତ୍ରକାରକୁ ମଧ୍ୟ ପୁରସ୍କାର ମିଳିଥାଏ । କେତେକ ସନ୍ତାନ ଏତିକି ମାତ୍ର ବୁଝୁଛନ୍ତି ଯେ, ହଁ ବାବାଙ୍କୁ ନିଶ୍ଚିତ ୟାଦ କରିବା ଦରକାର । ଯଦି ଏତିକି କହିଲେ ତେବେ ମଧ୍ୟ ପ୍ରଜା ହେଲେ । ପ୍ରଜା ତ ଅସଂଖ୍ୟ ହେବେ । ମୁଁ ତ ହେଉଛି ଜ୍ଞାନର ସାଗର । ଜ୍ଞାନର ଗୋଟିଏ ବୁନ୍ଦା ମଧ୍ୟ କାହାକୁ ମିଳିବା ଦ୍ୱାରା ସିଏ ସ୍ୱର୍ଗକୁ ଆସିଯିବେ ।

ତୁମ୍ଭେମାନେ ବୁଝୁଛ ଯେ ପ୍ରଦର୍ଶନୀ, ମେଳା ଦ୍ୱାରା ବହୁତ ଆତ୍ମାଙ୍କର କଲ୍ୟାଣ ହୋଇଥାଏ । ଈଶ୍ୱର କଲ୍ୟାଣକାରୀ ଅଟନ୍ତି ନା । ତୁମମାନଙ୍କର ମଧ୍ୟ କଲ୍ୟାଣ ହେଉଛି । କିନ୍ତୁ ସେଥିରେ ପୁଣି ନିଜର ମଧ୍ୟ ବିଚାର ସାଗର ମନ୍ଥନ ଚାଲୁଥାଉ । ଯଦି ସ୍ମୃତିରେ ଏହି କଥା ଆଣିବ, ତେବେ ବହୁତ ଫାଇଦା ହେବ । ଓଲଟା-ସିଧା କଥା ତ ଗୋଟିଏ କାନରେ ଶୁଣି ଆଉ ଗୋଟିଏ ପଟେ ବାହାର କରିଦେବା ଉଚିତ୍ । ବାବା କହୁଛନ୍ତି ମୁଁ ତୁମକୁ ବହୁତ ସୁନ୍ଦର କଥା ଶୁଣାଉଛି । ନମ୍ବରୱାନ ମୁଖ୍ୟ କଥା ହେଉଛି କାହାକୁ ହେଲେ ବି ବାବାଙ୍କର ପରିଚୟ ଦିଅ । କେବଳ ଏକମାତ୍ର ବାବାଙ୍କୁ ମନେ ପକାଅ, ସିଏ ହିଁ ସବୁ କିଛି ଅଟନ୍ତି । ଭକ୍ତିମାର୍ଗରେ ଅନେକ ଏହିପରି ଭକ୍ତ ଅଛନ୍ତି । ତାଙ୍କୁ କୁହ, ଆପଣ ତ ଏହା ବହୁତ ଭଲ କାମ କରୁଛନ୍ତି । ଅଙ୍ଗୁଳି ଦ୍ୱାରା ଈଶାରା କରିଥା’ନ୍ତି, ଯେ ସବୁ କିଛି ପରମାତ୍ମା କରାଉଛନ୍ତି । ସିଏ ସମସ୍ତଙ୍କର କଲ୍ୟାଣକାରୀ ଯିଏକି ଉପରେ ରହିଥାନ୍ତି । ତୁମେ ଆତ୍ମାମାନେ ମଧ୍ୟ ସେହିଠାରେ ହିଁ ରହିଥାଅ । ଏହିସବୁ ଜ୍ଞାନର କଥା ତୁମେମାନେ ବର୍ତ୍ତମାନ ହିଁ ବୁଝୁଛ ।

ବାବା କହୁଛନ୍ତି ପିଲାମାନେ, ବର୍ତ୍ତମାନ ତୁମର ଏହି ଶରୀର ରୂପୀ ବସ୍ତ୍ର ପୁରୁଣା ହୋଇଗଲାଣି । ସତ୍ୟଯୁଗ ଓ ତ୍ରେତାରେ ତୁମର ଏହି ଶରୀର କେତେ ସୁନ୍ଦର ଥିଲା । ଏହି ସଢି ଯାଇଥିବା ପୁରୁଣା ଚିରା ବସ୍ତ୍ର କେଉଁ ପର୍ଯ୍ୟନ୍ତ ପିନ୍ଧିବ । କିନ୍ତୁ ଏକଥା କେହିହେଲେ ବି ବୁଝିପାରୁ ନାହାଁନ୍ତି । ଯେବେ ବାବା ଆସି ବୁଝାଇବେ, ତେବେ ଯାଇ ବୁଝିପାରିବେ । ଏବେ ତୁମ୍ଭେମାନେ ବୁଝୁଛ ଯେ - ଜ୍ଞାନଦାତା ଏକମାତ୍ର ହିଁ ବାବା ଅଟନ୍ତି । ସିଏ ହେଉଛନ୍ତି ଜ୍ଞାନର ସାଗର । ଯିଏ ସମ୍ପୂର୍ଣ୍ଣ ସାଗରକୁ ହପ ଅର୍ଥାତ୍ ପାନ କରିନେଇଥାନ୍ତି - ସିଏ ହିଁ ବିଜୟମାଳାର ଦାନା ହୋଇଯାଇଥାନ୍ତି । ସେମାନେ ସର୍ବଦା ସେବାରେ ହିଁ ତତ୍ପର ରହିଥାନ୍ତି । ବାବା ଆସିଛନ୍ତି ହିଁ ସନ୍ତାନମାନଙ୍କୁ ପାବନ କରିବାକୁ, ପାବନ ହୋଇ ପୁଣି ଫେରିବାକୁ ହେବ । ଯେଉଁଠାରୁ ଆସିଛନ୍ତି ପୁଣି କ୍ରମାନ୍ୱୟରେ ସେହିଠାକୁ ହିଁ ଯିବେ । ଆଗପଛ ହୋଇପାରିବ ନାହିଁ । ନାଟକରେ ଅଭିନେତାଙ୍କର ଅଭିନୟ ସମୟ ଅନୁସାରେ ହୋଇଥାଏ ନା । ଏଥିରେ ମଧ୍ୟ ଯେଉଁମାନେ ଅଭିନେତା ଅଟନ୍ତି, ସେମାନେ କ୍ରମାନ୍ୱୟରେ ନିଜ-ନିଜ ସମୟରେ ଆସିବେ । ଏହା ଅବିନାଶୀ ନାଟକ ତିଆରି ହୋଇଛି । ବ୍ରହ୍ମରେ ଆମେ ଆତ୍ମାମାନେ ବିନ୍ଦୁ ରୂପେ ରହିଥାଉ । ସେଠାରେ ଆଉ କିଛି କ’ଣ ହେବ । କେଉଁଠି ଏକ ବିନ୍ଦୁରୂପୀ ଆତ୍ମା ଏବଂ କେଉଁଠି ଏତେ ବଡ ଶରୀର । ଆତ୍ମା ରହିବା ପାଇଁ କେତେ ଅଳ୍ପ ସ୍ଥାନ ନେଉଛି । ବ୍ରହ୍ମ ମହତତ୍ତ୍ୱ କେତେ ବଡ ଅଟେ । ଯେପରି ଆକାଶର କୌଣସି ଅନ୍ତ ନାହିଁ, ସେହିପରି ବ୍ରହ୍ମ ମହତତ୍ତ୍ୱର ମଧ୍ୟ ଅନ୍ତ ନ ଥାଏ । କେତେ ଚେଷ୍ଟା କରୁଛନ୍ତି ଏହାର ଶେଷ କେଉଁଠି ଜାଣିବା ପାଇଁ, କିନ୍ତୁ ଜାଣିପାରୁ ନାହାଁନ୍ତି, ସେଥିପାଇଁ କେତେ ମୁଣ୍ଡ ପିଟୁଛନ୍ତି । କିନ୍ତୁ ଏହା ଏଭଳି କୌଣସି ଜିନିଷ ନୁହେଁ, ଯାହାକୁ ଧରିପାରିବେ ବା ଏହାର ଅନ୍ତ ପର୍ଯ୍ୟନ୍ତ ଯିବେ । ବିଜ୍ଞାନର କେତେ ବଡିମା ରହିଛି । କିନ୍ତୁ ଏହା ଦ୍ୱାରା ଟିକିଏ ହେଲେ ଲାଭ ନାହିଁ । ଶୁଣିଛ ନା - ଆକାଶ ହିଁ ଆକାଶ, ପାତାଳ ହିଁ ପାତାଳ ରହିଛି । ଭାବୁଛନ୍ତି ଚନ୍ଦ୍ରପୃଷ୍ଠରେ ଦୁନିଆ ଥିବ । ଏହା ମଧ୍ୟ ଡ୍ରାମାରେ ସେମାନଙ୍କର ଅଭିନୟ ରହିଛି । ଏହାଦ୍ୱାରା ଲାଭ କିଛି ନାହିଁ । ବାବା ତ ଆସି ଆମକୁ ବିଶ୍ୱର ମାଲିକ କରୁଛନ୍ତି । ଏଥିରେ କେତେ ଫାଇଦା ରହିଛି । ବାକି ଚନ୍ଦ୍ରପୃଷ୍ଠକୁ ଯାଅ, ଯାଦୁ ମନ୍ତ୍ର ଦ୍ୱାରା ବିଭୂତି ଆଦି ବାହାର କର.... ଏହା ଦ୍ୱାରା ଲାଭ କ’ଣ । ବର୍ତ୍ତମାନ ତ ଆମ୍ଭେମାନେ ଅବିନାଶୀ ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ନେଉଛୁ । କଳ୍ପ-କଳ୍ପ ଏହି ସମ୍ପତ୍ତି ଆମେ ନେଇଆସିଛୁ । ବିଶ୍ୱ ଇତିହାସ- ଭୂଗୋଳର ପୁନରାବୃତ୍ତି ହୋଇଥାଏ । ଏହି ଚକ୍ର ଘୂରି ଚାଲିଛି । ଦୁନିଆରେ ପ୍ରଥମେ କେବଳ ଭାରତ ହିଁ ଥିଲା । ଭାରତବାସୀ ହିଁ ଏହି ବିଶ୍ୱର ମାଲିକ ଥିଲେ । ସତ୍ୟଯୁଗରେ ଦେବତାମାନଙ୍କୁ କୌଣସି ଅନ୍ୟ ଭୂଖଣ୍ଡ ବିଷୟରେ ଜଣା ନ ଥିଲା । ଏହାର ତ ପରେ ବୃଦ୍ଧି ହୋଇଥାଏ । ନୂଆ-ନୂଆ ଧର୍ମସ୍ଥାପକମାନେ ଆସି ନିଜ-ନିଜର ଧର୍ମସ୍ଥାପନ କରିଥା’ନ୍ତି । କିନ୍ତୁ ଏମାନେ ତ କୌଣସି ସଦ୍‌ଗତି କରୁନାହାଁନ୍ତି । କେବଳ ଧର୍ମ ସ୍ଥାପନ କରୁଛନ୍ତି । ସେମାନଙ୍କର କ’ଣ ମହିମା ଗାୟନ କରାଯିବ! ସେମାନେ ମୁକ୍ତିଧାମରୁ ଅଭିନୟ କରିବାକୁ ଆସୁଛନ୍ତି । ମନୁଷ୍ୟମାନେ କହୁଛନ୍ତି ଆମେ ଯାଇ ମୋକ୍ଷରେ ବସି ରହିବୁ । ଏହି ଆବାଗମନ ଚକ୍ରରେ ଆସିବୁ ହିଁ କାହିଁକି! କିନ୍ତୁ ଏଥିରେ ତ ଆସିବାକୁ ହିଁ ପଡିବ । ପୁନର୍ଜନ୍ମ ନେବାକୁ ହିଁ ହେବ । ପୁଣି ଘରକୁ ଫେରିବାକୁ ପଡିବ । ଏହା ପୂର୍ବ-ପ୍ରସ୍ତୁତ ଡ୍ରାମାର ଚକ୍ର ଅଟେ । ଲକ୍ଷ-ଲକ୍ଷ ବର୍ଷର କୌଣସି ଡ୍ରାମା ତ ହୋଇ ନ ଥାଏ । ଏହା ତ ପ୍ରାକୃତିକ ଅନାଦି ଡ୍ରାମା ଅଟେ, ଏହାକୁ ଈଶ୍ୱରୀୟ ନିୟମ କୁହାଯାଉଛି । ରଚୟିତା ଏବଂ ରଚନାର ଯେଉଁ ନିୟମ ରହିଛି - ତାକୁ ଜାଣିବାକୁ ହୋଇଥାଏ । ଏପରି କେହି ମନୁଷ୍ୟ ନାହାଁନ୍ତି ଯିଏକି ପୁରୁଷାର୍ଥ କରିବେ - ସୃଷ୍ଟିଚକ୍ରକୁ ଜାଣିବା ପାଇଁ । ଏହି ସୃଷ୍ଟିର ଚକ୍ର କିପରି ଘୂରୁଛି, ସେମାନଙ୍କର ଏହି ଚିନ୍ତନ ଆସିବ ହିଁ ନାହିଁ । ସର୍ବ ପୁରାତନ ଚିତ୍ର ହେଉଛି ଶିବଲିଙ୍ଗ । ବର୍ତ୍ତମାନ ଈଶ୍ୱର ଆସିଛନ୍ତି ପୁଣି ତାଙ୍କର ସ୍ମାରକୀ ତିଆରି କରୁଛନ୍ତି । ପ୍ରଥମେ ଯେବେ ଶିବଙ୍କର ପୂଜା ଆରମ୍ଭ ହୋଇଥାଏ, ସେତେବେଳେ ହୀରାର ଶିବଲିଙ୍ଗ ତିଆରି କରିଥାନ୍ତି । ପୁଣି ଯେବେ ଭକ୍ତି ରଜୋ ଓ ତମୋଗୁଣୀ ହୋଇଯାଇଥାଏ, ତେବେ ପଥରର ମଧ୍ୟ ଶିବଲିଙ୍ଗ ତିଆରି କରିଥାନ୍ତି । ଶିବବାବା ତ ହୀରାର ନୁହଁନ୍ତି । ସିଏ ତ ଗୋଟିଏ ବିନ୍ଦୁ ଅଟନ୍ତି, କେବଳ ପୂଜା କରିବା ପାଇଁ ତାଙ୍କୁ ବଡ କରି ତିଆରି କରିଛନ୍ତି । ଭାବୁଛନ୍ତି ଯେ ଆମେ ହୀରାର ଶିବଲିଙ୍ଗ ତିଆରି କରିବୁ । ଯଦି ସୋମନାଥଙ୍କର ଏତେ ବଡ ମନ୍ଦିରରେ ଗୋଟିଏ ବିନ୍ଦୁ ରଖିବେ ତେବେ କେହି ବୁଝି ବି ପାରିବେ ନାହିଁ । ବାବା ବୁଝାଉଛନ୍ତି - ଭକ୍ତିମାର୍ଗରେ କ’ଣ କ’ଣ ହୋଇଥାଏ । ବୈଜ୍ଞାନିକମାନେ ଆବିଷ୍କାର କରାଇ ଚାଲିଛନ୍ତି । ଭଲ-ଭଲ ଜିନିଷ ସବୁ ବାହାର କରି ଚାଲିଛନ୍ତି । ବିନାଶ ପାଇଁ ମଧ୍ୟ ଉଦ୍ଭାବନ କରିଚାଲିଛନ୍ତି । ଆଗରୁ କ’ଣ ବିଜୁଳି ଥିଲା । ଲୋକମାନେ ମାଟିର ଦୀପ ଜଳାଉଥିଲେ ।

ବାବା ବୁଝାଉଛନ୍ତି ମିଠା-ମିଠା ପିଲାମାନେ ଅଳ୍ପରେ ସନ୍ତୁଷ୍ଟ ହୋଇଯାଅ ନାହିଁ । ଭଲ ଭାବରେ ଧାରଣ କରି ଜ୍ଞାନ ସାଗରକୁ ଶୋଷି ନିଅ । ଯେଉଁମାନେ ଭଲ ସେବା କରିବେ, ତେବେ ପଦ ମଧ୍ୟ ଭଲ ପାଇବେ । ସାରା ଦିନ ଖୁସିର ନିଶା ଚଢି ରହିବା ଉଚିତ୍ । ଏହା ତ ଛି ଛି ବିକାରୀ ଦୁନିଆ । ବର୍ତ୍ତମାନ ଏଠାରୁ ଚାଲିଯିବା । ଏହି ପୁରୁଣା ଦୁନିଆ ତ ନିଶ୍ଚିତ ବିନାଶ ହୋଇଯିବ । ସେଥିପାଇଁ ପ୍ରସ୍ତୁତି ଚାଲିଛି । ଆଉ ଅଳ୍ପ ଦିନ ରହିଛି, ଏଥିରେ ମଧ୍ୟ ଅନେକ ସେବା କରିବାକୁ ହେବ । ସାରା ଭାରତ କ’ଣ ବିଦେଶରେ ମଧ୍ୟ ସବୁଆଡେ ଚକ୍ର ଲଗାଇବାକୁ ହେବ । ସମ୍ବାଦପତ୍ର ଦ୍ୱାରା ବିଦେଶର କୋଣ-ଅନୁକୋଣକୁ ଏହି ସମ୍ବାଦ ଯିବା ଆବଶ୍ୟକ । ଏହି ସିଢିର ଚିତ୍ର ଦ୍ୱାରା ତୁରନ୍ତ ବୁଝିଯିବେ । ବାବା ଆସୁଛନ୍ତି ହିଁ ପିଲାମାନଙ୍କୁ ପୁନର୍ବାର ସ୍ୱର୍ଗବାସୀ କରିବା ପାଇଁ । ବାସ୍ତବରେ ଲକ୍ଷ୍ମୀ-ନାରାୟଣ ଏହି ଭାରତରେ ହିଁ ରାଜ୍ୟ କରିଯାଇଛନ୍ତି । ମହିମା ଗାନ ତ ବହୁତ କରୁଛନ୍ତି କି ଭାରତ ପ୍ରାଚୀନ ଦେଶ ଅଟେ । ବହୁତ ମହିମା ଗାନ କରୁଛନ୍ତି ଯେ ଭାରତ ଏହିପରି ଥିଲା, ଭାରତରେ ଏହିପରି ପବିତ୍ର ଦେବୀମାନେ ଥିଲେ । ତୁମ୍ଭେମାନେ ଜାଣିଛ ଯେ ଆମେ ବାବାଙ୍କଠାରୁ ୨୧ ଜନ୍ମର ପ୍ରାରବ୍ଧ ପାଉଛୁ । ବାବା ଅତି ସରଳ ଭାବରେ ପାଠ ପଢାଉଛନ୍ତି । ଚିତ୍ରରେ ଦେଖାଉଛନ୍ତି ଯେ ଦ୍ରୌପଦୀଙ୍କର ପାଦ ସେବା କରୁଥିଲେ, କିନ୍ତୁ ଏପରି କିଛି ନାହିଁ । ବାବା ତ କହୁଛନ୍ତି ଯେ ପିଲାମାନେ ଭକ୍ତିମାର୍ଗରେ ଧକ୍କା ଖାଇ-ଖାଇ ଥକିଗଲେଣି । ଏବେ ମୁଁ ତୁମର ଥକ୍କାପଣ ଦୂର କରୁଛି, ତୁମେମାନେ ଧକ୍କା ଖାଇ-ଖାଇ ପତିତ ହୋଇଯାଇଛ । ବାବା କହୁଛନ୍ତି ମୁଁ ତୁମମାନଙ୍କର ଥକ୍କାପଣ ଦୂର କରୁଛି । ତୁମେ ଆଉ ଦୁଃଖ ଦେଖିବ ନାହିଁ । ଟିକିଏ ହେଲେ ବି ଦୁଃଖର ନାମ ରହିବ ନାହିଁ । କିନ୍ତୁ ପୁରୁଷାର୍ଥ କରି ତୁମକୁ ଉଚ୍ଚ ପଦ ପ୍ରାପ୍ତ କରିବାକୁ ହେବ । ଯଦି କେହି ଭଲ ପଦ ପ୍ରାପ୍ତ କରନ୍ତି ତେବେ କହନ୍ତି ନା - ଇଏ ପୂର୍ବଜନ୍ମରେ ଭଲ କର୍ମ କରିଛନ୍ତି । ଗାୟନ ତ ହୋଇଥାଏ ନା । କିନ୍ତୁ କେହି ଜାଣିନାହାଁନ୍ତି ଯେ ଲକ୍ଷ୍ମୀ-ନାରାୟଣ କେତେବେଳେ ପୁରୁଷାର୍ଥ କରି ଏହିପଦ ପାଇଥିଲେ! ବର୍ତ୍ତମାନ ବାବା ତୁମମାନଙ୍କୁ ଏହିପରି କର୍ମ ଶିଖାଉଛନ୍ତି । ତୁମକୁ ମଧ୍ୟ କହୁଛନ୍ତି ଶ୍ରେଷ୍ଠ କର୍ମ କରି ଉଚ୍ଚ ପଦ ପାଅ । ଏଠାରେ ମନୁଷ୍ୟମାନଙ୍କର କର୍ମ ବିକର୍ମ ହୋଇଥାଏ । ସେଠାରେ ତ ସ୍ୱର୍ଗ ହିଁ ରହିବ । ସେଠାରେ କର୍ମ ଅକର୍ମ ହୋଇଥାଏ । ସେଠାରେ ଏହି ଜ୍ଞାନ ରହେ ନାହିଁ । ବାବା କହୁଛନ୍ତି - କର୍ମର ଗତିକୁ ମୁଁ ଜାଣିଛି । ବର୍ତ୍ତମାନ ସମୟରେ ଯିଏ ଭଲ କର୍ମ କରିବେ ସିଏ ଫଳ ମଧ୍ୟ ଭଲ ପାଇବେ । ଏହା କର୍ମକ୍ଷେତ୍ର ଅଟେ । କେହି-କେହି ବହୁତ ଭଲ କର୍ମ କରିଥାନ୍ତି । କେହି-କେହି ଅଛନ୍ତି ଯେଉଁମାନଙ୍କୁ ସେବାର ନିଶା ଲାଗି ରହିଥାଏ । ପଚାରୁଛନ୍ତି ବାବା ଆମ ପାଖରେ କ’ଣ କୌଣସି ଦୁର୍ବଳତା ଅଛି କି? ନା, ସେବା ତ ଯେତିକି କରିପାରିବୁ, ସେତିକି କରିବୁ । ସେବା ବୃଦ୍ଧି ହୋଇ ଚାଲିବ । ସେବାଧାରୀ ବି ବାହାରିବେ । ମନରେ ସାନ୍ତ୍ୱନା ରହିଛି ଯେ - ଆଉ ଅଳ୍ପ ଦିନ ବାକି ଅଛି । ଏବେ ଏପରି ପୁରୁଷାର୍ଥ କରିବୁ ଯେ ସେଠାରେ ମଧ୍ୟ ଉଚ୍ଚପଦ ପାଇବୁ । ବାବା ଏହି ଜ୍ଞାନ ରୂପୀ ଘାସ ଖୁଆଉଛନ୍ତି, କହୁଛନ୍ତି ଏହାକୁ ଚିନ୍ତନ ମନ୍ଥନ କର ତେବେ ଧାରଣା ଦୃଢ ହୋଇଯିବ । ଖୁସିର ନିଶା ମଧ୍ୟ ଚଢିବ । ବହୁତ ସେବା କରିବାକୁ ହେବ, ବହୁତଙ୍କୁ ସନ୍ଦେଶ ଦେବାକୁ ହେବ । ତୁମେମାନେ ପୈଗମ୍ବର ଅର୍ଥାତ୍ ବାର୍ତ୍ତାବହଙ୍କର ସନ୍ତାନ ପୈଗମ୍ବର ଅଟ । ଦିନେ ବଡ ବଡ ସମ୍ବାଦପତ୍ରରେ ମଧ୍ୟ ତୁମର ଚିତ୍ର ବାହାରିବ । ବିଦେଶ ପର୍ଯ୍ୟନ୍ତ ତ ସମ୍ବାଦପତ୍ର ଯାଉଛି ନା । ଏହି ଚିତ୍ର ଦ୍ୱାରା ବୁଝିଯିବେ, ଏହି ଜ୍ଞାନ ତ ଈଶ୍ୱର ପିତାଙ୍କର ଅଟେ । ବାକି ପରିଶ୍ରମ ରହିଛି ମନମନାଭବ ହେବାରେ । ଏହି ଭାରତବାସୀ ହିଁ ପରିଶ୍ରମ କରିଥା’ନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ବାବା ଯେଉଁ ଭଲ ଭଲ କଥା ଶୁଣାଉଛନ୍ତି, ତା ଉପରେ ବିଚାର ସାଗର ମନ୍ଥନ କରି ଅନେକଙ୍କର କଲ୍ୟାଣକାରୀ ହେବାକୁ ପଡିବ । ଓଲଟା ସିଧା କଥାଗୁଡିକୁ ଗୋଟିଏ କାନରେ ଶୁଣି ଆଉ ଗୋଟିଏ କାନରେ ବାହାର କରିଦେବାକୁ ହେବ ।

(୨) ଭିତରେ ଯଦି କୌଣସି ଆସୁରୀ ସ୍ୱଭାବ ଅଛି, ତେବେ ତାକୁ ତ୍ୟାଗ କରିବାକୁ ହେବ । ବାବା ଯେଉଁ ଜ୍ଞାନର ଘାସ ଖୁଆଉଛନ୍ତି ତାକୁ ସବୁବେଳେ ପାକୁଳି ଅର୍ଥାତ୍ ଚିନ୍ତନ-ମନ୍ଥନ କରିବାକୁ ହେବ ।

ବରଦାନ:- ସର୍ବ ସମ୍ପତ୍ତିକୁ ବିଶ୍ୱ କଲ୍ୟାଣ ପ୍ରତି ବ୍ୟବହାର କରୁଥିବା ସିଦ୍ଧି ସ୍ୱରୂପ ଭବ ।
ଯେପରି ନିଜର ଲୌକିକ ଘର ଗୃହସ୍ଥ କାର୍ଯ୍ୟରେ, ନିଜର ବ୍ୟକ୍ତିଗତ ସ୍ୱଭାବ-ସଂସ୍କାରର ଜଞ୍ଜାଳରେ ବହୁତ ସମୟ ଲଗାଇ ଦେଉଛ କିନ୍ତୁ ନିଜ ନିଜର ବିନାଶୀ ଜଞ୍ଜାଳ ଠାରୁ ଉର୍ଦ୍ଧ୍ୱରେ ଅର୍ଥାତ୍ ଉପରାମ ସ୍ଥିତିରେ ରୁହ, ଏବଂ ପ୍ରତ୍ୟେକ ସଂକଳ୍ପ, ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ସନ୍ତୁଳନ ରଖ ଯାହାକି ସର୍ବ ସମ୍ପତ୍ତିର ମିତବ୍ୟୟିତା ଦ୍ୱାରା କମ ଖର୍ଚ୍ଚ କରୁଥିବା ଆତ୍ମା ହୋଇଯିବ । ଏବେ ସମୟ ରୂପକ ସମ୍ପତ୍ତି, ଶକ୍ତି ରୂପକ ସମ୍ପତ୍ତି ଏବଂ ସ୍ଥୂଳ ଧନ ରୂପକ ସମ୍ପତ୍ତିକୁ ଖର୍ଚ୍ଚ କରିବାରେ କମ୍ ଖର୍ଚ୍ଚ କରୁଥିବା ଅଧିକାରୀ ହୁଅ, ଏଗୁଡିକୁ ନିଜ ପରିବର୍ତ୍ତେ ବିଶ୍ୱର କଲ୍ୟାଣ ଅର୍ଥେ ବ୍ୟବହାର କର ଯାହାଦ୍ୱାରା ସିଦ୍ଧି ସ୍ୱରୂପ ହୋଇଯିବ ।
ସ୍ଲୋଗାନ:- ଯଦି ଜଣଙ୍କର ଲଗନରେ ସର୍ବଦା ମଗ୍ନ ରହିବ, ତେବେ ନିର୍ବିଘ୍ନ ହୋଇଯିବ ।

*** ଓମ୍ ଶାନ୍ତି ***

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ଏବେ ସେବାର ବା କର୍ମ ବନ୍ଧନରେ ମଧ୍ୟ ବାନ୍ଧି ହୁଅ ନାହିଁ । ମୋ’ର ସ୍ଥାନ, ମୋ’ର ସେବା, ମୋ’ର ବିଦ୍ୟାର୍ଥୀ, ଏମାନେ ମୋ’ର ସହଯୋଗୀ ଆତ୍ମା, ଏହା ମଧ୍ୟ ସେବାର କର୍ମ ବନ୍ଧନ ଅଟେ । ତେଣୁ ଏହି ସବୁ କର୍ମବନ୍ଧନ ଠାରୁ ନିଆରା ଅର୍ଥାତ୍ କର୍ମାତୀତ । ବ୍ରହ୍ମାବାବା ଯେପରି ସର୍ବଦା ନିଆରା ଏବଂ ପ୍ରିୟ ହେବାର ସନ୍ତୁଳନ ରଖିଥିଲେ, ସମସ୍ତଙ୍କୁ ଆପଣାର ପଣିଆର ଅନୁଭୂତି କରାଇ ମଧ୍ୟ ପ୍ରତ୍ୟେକଙ୍କର ସମ୍ବନ୍ଧ ସେହି ଏକ ନିରାକାର ବାବାଙ୍କ ସହିତ ଯୋଡିଥିଲେ, ସେହିପରି ତୁମେମାନେ ମଧ୍ୟ ସମସ୍ତଙ୍କୁ ଆପଣାର ଅନୁଭୂତି କରାଇ ପ୍ରତ୍ୟେକ ଆତ୍ମାମାନଙ୍କୁ ବାବାଙ୍କର ପାଖାପାଖି ହେବାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାବାଲା ହୁଅ, ତେବେ କୁହାଯିବ ବାପ୍ ସମାନ ।

ମୁରଲି କ'ଣ?

ମୁରଲି ହେଉଛି ବ୍ରହ୍ମାକୁମାରୀମାନଙ୍କ ଦୈନିକ ଆଧ୍ୟାତ୍ମିକ ଶିକ୍ଷା, ଯାହା ପ୍ରତିଦିନ ସକାଳେ ମଧୁବନରୁ ପ୍ରକାଶିତ ହୁଏ। ଏଠାରେ ଆପଣ ଆଜିର ମୁରଲି ଓଡ଼ିଆରେ ପଢ଼ିପାରିବେ, ଅଡିଓ ଶୁଣିପାରିବେ ଏବଂ PDF ଡାଉନଲୋଡ୍ କରିପାରିବେ। ଅଧ୍ୟୟନରେ ସହାୟତା ପାଇଁ ପାଠରେ ହାଇଲାଇଟ୍ କରିପାରିବେ — ଆପଣଙ୍କ ଚିହ୍ନ ଏହି ବ୍ରାଉଜରରେ ସୁରକ୍ଷିତ ରହେ।

28ଟି ଭାଷାରେ ମୁରଲି

Daily Murli · Madhuban ଉତ୍ସ: ମଧୁବନ ମୁରଲି ବିଭାଗ ଏହା ଏକ ସ୍ୱତନ୍ତ୍ର ପାଠକ ଆପ୍, ସରକାରୀ ୱେବସାଇଟ୍ ନୁହେଁ।