| 25/11/26 |
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
|
ମଧୁବନ |
| “ମିଠେ ବଚ୍ଚେ:- ଶିବବାବାଙ୍କର ସନ୍ତାନ ହୋଇ କୌଣସି ବି ଭୁଲ୍ କରନାହିଁ, ଭୁଲ୍ କରିବା ଦ୍ୱାରା ବାବାଙ୍କର ନାମ ବଦନାମ କରିଦେବ ।” | |
| ପ୍ରଶ୍ନ:- | ସବୁଠାରୁ ବଡ ପ୍ରବୃତ୍ତି ଅର୍ଥାତ୍ ପରିବାର କାହାର ଅଟେ ଏବଂ କିପରି? |
| ଉତ୍ତର:- | ସବୁଠାରୁ ବଡ ପ୍ରବୃତ୍ତି ଶିବବାବାଙ୍କର ଅଟେ । ଭକ୍ତିମାର୍ଗରେ ସମସ୍ତେ ତାଙ୍କୁ ତ୍ୱମେବ ମାତାଶ୍ଚ ପିତା କହି ଡାକୁଛନ୍ତି, ତେବେ ସେ ପ୍ରବୃତ୍ତିବାଲା ହେଲେ ନା । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ସେ ସାକାରରେ ଆସି ନାହାଁନ୍ତି ସେତେବେଳ ପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରବୃତ୍ତି ନାହିଁ, କାହିଁକିନା ଉପରେ ତ’ ଆତ୍ମାମାନେ ବାବାଙ୍କ ସାଥିରେ ନିରାକାର ରୂପରେ ରହିଥା’ନ୍ତି । ଯେତେବେଳେ ସାକାରରେ ଆସି ଏହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି, ସେତେବେଳେ ହିଁ ଏହା ସବୁଠାରୁ ବଡ ପ୍ରବୃତ୍ତି ହୋଇଯାଉଛି । |
ଓମ୍ ଶାନ୍ତି । ବିଶେଷ ଭାବେ ଭାରତ ଏବଂ ସାଧାରଣ ଭାବେ ସାରା ଦୁନିଆର ଲୋକେ ଏକଥା ଜାଣିନାହାଁନ୍ତି ଯେ ବେହଦର ବାବା ନିବୃତ୍ତିବାଲା ଅଟନ୍ତି ଅଥବା ପ୍ରବୃତ୍ତିବାଲା ଅଟନ୍ତି? ଯେବେ ବାବା ଆସୁଛନ୍ତି, ତେବେ ବଚ୍ଚେ-ବଚ୍ଚେ କହି ସମ୍ବୋଧନ କରୁଛନ୍ତି କାହିଁକିନା ତାଙ୍କୁ ହିଁ ତ୍ୱମେବ ମାତାଶ୍ଚ ପିତା ତ୍ୱମେବ କୁହାଯାଉଛି... ତେଣୁ ସିଏ ଗୃହସ୍ଥୀ ହୋଇଗଲେ ନା । ସେଠାରେ ତ’ ସମସ୍ତେ ଜାଣିଛନ୍ତି ଯେ - ଶିବ ନିରାକାର ଅଟନ୍ତି । ଯଦିଓ ଶିବଙ୍କର ଆକାର ରହିଛି କିନ୍ତୁ ତାଙ୍କର କେହି ସନ୍ତାନ ତ’ ନାହାଁନ୍ତି । ଯଦିବା ଅଛନ୍ତି ତେବେ ସବୁ ଆତ୍ମାମାନେ ତାଙ୍କର ସନ୍ତାନ ଅଟନ୍ତି । ସମସ୍ତ ଆତ୍ମାମାନେ ଏକାଭଳି ସନ୍ତାନ ଅଟନ୍ତି, ସେଥିପାଇଁ ଭାବି ନେଇଛନ୍ତି ଯେ ସମସ୍ତେ ପରମାତ୍ମା ଅଟନ୍ତି । ଆତ୍ମା ବି ବିନ୍ଦୁ ରୂପ ଅଟେ, ପରମାତ୍ମାଙ୍କର ରୂପ ମଧ୍ୟ ବିନ୍ଦୁ ଅଟେ । ଗୃହସ୍ଥୀ ଲୋକମାନେ ହିଁ ଗାଇଥା’ନ୍ତି ତ୍ୱମେବ ମାତାଶ୍ଚ ପିତା... ସନ୍ନ୍ୟାସୀ ନିବୃତ୍ତିମାର୍ଗୀ କହିଦେଉଛନ୍ତି ଯେ ପରମାତ୍ମା ବ୍ରହ୍ମ ଅଟନ୍ତି । ସେମାନେ ତ୍ୱମେବ ମାତାଶ୍ଚ ପିତା କହିବେ ନାହିଁ । ସେମାନଙ୍କର ମାର୍ଗ ହିଁ ଅଲଗା । ବ୍ରହ୍ମାବାବା ବି ଭୁଲ୍ରେ ଲକ୍ଷ୍ମୀ ନାରାୟଣଙ୍କ ସମ୍ମୁଖରେ ଯାଇ ମହିମା ଗାଉଥିଲେ - ତ୍ୱମେବ ମାତାଶ୍ଚ ପିତା... ଅଥବା କହିବେ ଅଚ୍ୟୁତମ୍ କେଶବମ୍... ଭକ୍ତିମାର୍ଗରେ ତ’ ଅଗଣିତ ସ୍ତୁତି ଗାଇଥା’ନ୍ତି । ବାସ୍ତବରେ ପରମାତ୍ମା ପିତା ଅଟନ୍ତି, ତାଙ୍କଠାରୁ ବର୍ସା କିପରି ଏବଂ କ’ଣ ମିଳିବ ଜାଣିନଥା’ନ୍ତି । ତୁମେମାନେ ଜାଣିଛ - ସିଏ ପିତା ବି ଅଟନ୍ତି, ଦାଦା ବି ଅଟନ୍ତି, ବଡ ମାଆ ମଧ୍ୟ ଅଟନ୍ତି, ପ୍ରଜାପିତା ମଧ୍ୟ ଅଟନ୍ତି । ଶିବବାବା ଏହାଙ୍କ ଦ୍ୱାରା କହୁଛନ୍ତି ପିଲାମାନେ, ମୁଁ ତୁମର ପିତା ବି ଅଟେ ପୁଣି ମୋତେ ବି ପ୍ରବୃତ୍ତିମାର୍ଗରେ ଆସିବାକୁ ପଡୁଛି । ଏହି ବ୍ରହ୍ମା ମୋର ଯୁଗଳ ଅଟନ୍ତି, ସନ୍ତାନ ମଧ୍ୟ ଅଟନ୍ତି । ଯେବେ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି ତେବେ ପ୍ରବୃତ୍ତିମାର୍ଗୀ ହୋଇଯାଉଛି । ମୋତେ ହିଁ ସୁପ୍ରିମ୍ ବାବା, ସୁପ୍ରିମ୍ ଶିକ୍ଷକ, ସୁପ୍ରିମ୍ ଗୁରୁ ବୋଲି ମଧ୍ୟ କହୁଛନ୍ତି । ଗୁରୁ ମୁକ୍ତି ପାଇଁ ବାଟ ଦେଖାଇଥା’ନ୍ତି । ସେସବୁ ହେଲା ମିଛ କଥା । ଏହା ହେଉଛି ସତ୍ୟ । ଇଂରାଜୀରେ ପରମାତ୍ମାଙ୍କୁ ଟ୍ରୁଥ୍ ବା ସତ୍ୟ ବୋଲି କହିଥା’ନ୍ତି । ତେବେ ସିଏ ଆସି କେଉଁ ସତ୍ୟକଥା କହୁଛନ୍ତି, ଏକଥା କେହି ଜାଣିନାହାନ୍ତି । ତୁମେମାନେ ମଧ୍ୟ ମୋତେ ଜାଣି ନ ଥିଲ । ତେଣୁ ଏହା ଯେପରି ନୂଆ କଥା ହୋଇଗଲା ନା । ସେ ହିଁ ଜ୍ଞାନର ସାଗର, ସତ୍ୟଖଣ୍ଡର ସ୍ଥାପନକର୍ତ୍ତା ଅଟନ୍ତି । ସିଏ ନିଶ୍ଚୟ କେବେ ସତ୍ୟ କଥା ବତାଇ ଯାଇଛନ୍ତି ତେବେ ହିଁ ତ’ ଗାୟନ ରହିଛି । ସତ୍ୟରାଷ୍ଟ୍ରକୁ ସ୍ୱର୍ଗ ବୋଲି କହୁଛନ୍ତି । ସେଠାରେ ଦୈବୀ ଦୁନିଆ ଦେଖାଉଛନ୍ତି । ବର୍ତ୍ତମାନ ହେଉଛି ପୁରୁଣା ଦୁନିଆ, ପୁଣି ନୂଆ ଦୁନିଆ ହେବାର ଅଛି । ଏହି ପୁରୁଣା ଦୁନିଆରେ ନିଆଁ ଲାଗିବ । ସ୍ଥାପନା ସମୟରେ ବିନାଶର ମଧ୍ୟ ଗାୟନ କରାଯାଇଥାଏ । କରନ-କରାବନହାର ପରମାତ୍ମା ବୋଲି ଗାୟନ ରହିଛି । ସିଏ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି । କିପରି କରାଉଛନ୍ତି? ଏକଥା ତ’ ସିଏ ନିଜେ ହିଁ ଆସି କହିବେ । ମନୁଷ୍ୟମାନେ କିଛି ବି ଜାଣିନାହାନ୍ତି । କହୁଛନ୍ତି ପରମାତ୍ମା କରନ କରାବନହାର ଅଟନ୍ତି । ଆଉ ପୁଣି ଡ୍ରାମା ବିଷୟରେ ବି ଜଣାପଡିଗଲା । କଳିଯୁଗର ଅନ୍ତ, ସତ୍ୟଯୁଗର ଆଦି... ଏହି ସଙ୍ଗମଯୁଗକୁ ହିଁ ଶ୍ରେଷ୍ଠ ବୋଲି ମାନିବା ଦରକାର । କଳିଯୁଗ ପରେ ଆସୁଛି ସତ୍ୟଯୁଗ । ପୁଣି ଚକ୍ର ଆଧାରରେ ତଳକୁ ଖସିବାକୁ ହୋଇଥାଏ । ସ୍ୱର୍ଗ, ନର୍କର ଗାୟନ ରହିଛି ନା । ମନୁଷ୍ୟ ମରିଗଲେ କହିଥା’ନ୍ତି ସ୍ୱର୍ଗବାସୀ ହେଲେ । ତେବେ ନିଶ୍ଚୟ କୌଣସି ସମୟରେ ସ୍ୱର୍ଗବାସୀ ହୋଇଥିଲେ । ଏକଥା ବିଶେଷ ରୂପେ ଭାରତବାସୀ ହିଁ କହୁଛନ୍ତି କାହିଁକିନା ଜାଣିଛନ୍ତି ଭାରତ ସବୁଠାରୁ ପ୍ରାଚୀନ ଦେଶ ଅଟେ । ତେବେ ନିଶ୍ଚୟ ଏହିଠାରେ ହିଁ ସ୍ୱର୍ଗ ଥିବ । ଏହି କଥା କେତେ ସହଜ ଅଟେ କିନ୍ତୁ ଡ୍ରାମାନୁସାରେ ବୁଝୁନାହାନ୍ତି ସେଥିପାଇଁ ତ’ ବାବା ବୁଝାଇବା ପାଇଁ ଆସୁଛନ୍ତି । ଡାକୁଛନ୍ତି ମଧ୍ୟ ବାବା ଆସ । ଆପଣଙ୍କ ପାଖରେ ଯେଉଁ ଜ୍ଞାନ ଅଛି ତାହା ଆମକୁ ଆସି ଦିଅ । ପତିତମାନଙ୍କୁ ପବିତ୍ର କରିବାକୁ ଆସ । ପୁଣି କହୁଛନ୍ତି ଆମର ଦୁଃଖ ଦୂରକରି ସୁଖ ଦିଅ, କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ସେ କେଉଁ ଜ୍ଞାନ ଦେବେ! କେଉଁ ସୁଖ ଦେବେ! ଏବେ ତୁମେମାନେ ଜାଣୁଛ ଯେ ସିଏ ଆମର ପିତା ଅଟନ୍ତି ତେବେ ନିଶ୍ଚୟ ପିତାଙ୍କଠାରୁ ହିଁ ରଚନା ହୋଇଥିବ । ପିତା ଅର୍ଥାତ୍ ରଚୟିତା । ପିଲାମାନେ ତାଙ୍କୁ ପିତା ବୋଲି କହୁଛନ୍ତି ତେବେ ସେମାନେ ରଚନା ହୋଇଗଲେ । ରଚନା ମଧ୍ୟ ନିଶ୍ଚିତ କେଉଁଠାରୁ ଜନ୍ମ ହୋଇଥିବେ । ପୁଣି ପିଲାମାନଙ୍କୁ ସମ୍ପତ୍ତି ମଧ୍ୟ ଦେଇଥିବେ । ଏହା ତ’ ସାଧାରଣ କଥା ଅଟେ, ସେଥିପାଇଁ ହିଁ ମୋତେ ତ୍ୱମେବ ମାତାଶ୍ଚ ପିତା କହୁଛନ୍ତି । ତେଣୁ ବାବା ବହୁତ ବଡ ଗୃହସ୍ଥି ହେଲେ ନା । ଡାକୁଛନ୍ତି ମଧ୍ୟ ହେ ମାତା ପିତା ଆସ, ଆସି ପବିତ୍ର କରାଅ । ତେଣୁ ପିତା ତ’ ହେଲେ କିନ୍ତୁ ମାତାଙ୍କ ବିନା ରଚନା କିପରି ହୋଇପାରିବ । ପୁଣି ବାବା ଏଠାରେ କିପରି ରଚନା ରଚୁଛନ୍ତି । ଏହା ହେଉଛି ବିଲ୍କୁଲ୍ ନୂଆ କଥା । ଏଠାରେ ମଧ୍ୟ ଅନେକଙ୍କ ବୁଦ୍ଧିରେ ଏକଥା ରହୁନାହିଁ ଅନ୍ୟ ସବୁ ଜାଗାରେ କେବଳ ପରମାତ୍ମାଙ୍କୁ ପିତା ବୋଲି କହି ଡାକୁଛନ୍ତି । ଏଠାରେ ଉଭୟ ଅଛନ୍ତି ପିତା ମାତା, ତେଣୁ ଏହା ପ୍ରବୃତ୍ତିମାର୍ଗ ହେଲା ନା । ସେଠାରେ କେବଳ ପିତା ବୋଲି କହିବା ଦ୍ୱାରା ସେମାନଙ୍କୁ ମୁକ୍ତିର ବର୍ସା ମିଳିଥାଏ । ସେମାନେ ପରେ ହିଁ ଆସିଥାନ୍ତି । ଏକଥା ତ’ ସମସ୍ତେ ଜାଣିଛନ୍ତି ଯେ ଖ୍ରୀଷ୍ଟିୟାନ୍ ଧର୍ମ ପୂର୍ବରୁ ବୌଦ୍ଧି ଧର୍ମ ଥିଲା, ସେମାନଙ୍କ ପୂର୍ବରୁ ଇସ୍ଲାମୀ ଧର୍ମ ଥିଲା । ଏହି ସିଢ଼ି ଚିତ୍ରରେ ଅନ୍ୟ ଧର୍ମ ତ’ ନାହିଁ ସେଥିପାଇଁ ସୃଷ୍ଟିଚକ୍ର ପାଖରେ ଏହି ଚିତ୍ର ରହିବା ଦରକାର । ଏହା ହେଉଛି ପାଠଶାଳା, ତେବେ ପାଠଶାଳାରେ କ’ଣ କେବେ ଗୋଟିଏ ବହି ରହିବ? ପାଠଶାଳାରେ ତ’ ମାନଚିତ୍ର ମଧ୍ୟ ରହିବା ଦରକାର । ଏହି ଭୌତିକ ବିଦ୍ୟା ତ’ କେବେ କାମରେ ଆସିବ ନାହିଁ । ମାନଚିତ୍ରରୁ ମନୁଷ୍ୟମାନେ ତୁରନ୍ତ ବୁଝିଯିବେ । ଏହି ସିଢିର ଚିତ୍ର ତୁମର ମୁଖ୍ୟ ମାନଚିତ୍ର ଅଟେ । ବାବା କେତେ ବିସ୍ତାର ଭାବରେ ବୁଝାଉଛନ୍ତି ତଥାପି ବି ପଥର ବୁଦ୍ଧିମାନେ ବୁଝୁନାହାନ୍ତି । ବାବା ବୁଝାଇଛନ୍ତି - ପ୍ରଦର୍ଶନୀରେ ତ୍ରିମୂର୍ତ୍ତି ଚିତ୍ର ସମ୍ବନ୍ଧରେ ହିଁ ପ୍ରଥମେ ବୁଝାଇବାକୁ ହେବ । ଇଏ ତୁମର ବାବା ଅଟନ୍ତି, ସିଏ ଦାଦା ଅଟନ୍ତି । ଜ୍ଞାନ କିପରି ଦେବେ? ସମ୍ପତ୍ତି କିପରି ଦେବେ? ଭାରତବାସୀମାନଙ୍କୁ ହିଁ ବର୍ସା ମିଳିବାର ଅଛି । ପରମପିତା ପରମାତ୍ମା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ୩ଟି ଧର୍ମର ସ୍ଥାପନା କରୁଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କୁ ହିଁ ରଚନା କରୁଛନ୍ତି, ଏହା ହେଲା ଯଜ୍ଞ, ଏହାକୁ ରୁଦ୍ର ଜ୍ଞାନ ଯଜ୍ଞ ବୋଲି କୁହାଯାଇଥାଏ ଏବଂ ଭକ୍ତିମାର୍ଗର ଯେଉଁ ସବୁ ଯଜ୍ଞ ରହିଛି - ତାହା ସବୁ ପରେ ଆରମ୍ଭ ହୋଇଥାଏ କାହିଁକିନା ପ୍ରଥମେ ପ୍ରଥମେ ହୋଇଥାଏ ଶିବଙ୍କର ପୂଜା, ପୁଣି ଦେବତାମାନଙ୍କର ପୂଜା ହୋଇଥାଏ । ସେହି ସମୟରେ କୌଣସି ଯଜ୍ଞ ହୋଇ ନ ଥାଏ । ପରେ ଏହି ଯଜ୍ଞ କରିବା ଆରମ୍ଭ କରିଥାନ୍ତି । ପ୍ରଥମେ ଦେବତାମାନଙ୍କର ପୂଜା କରିଥା’ନ୍ତି, ତାଙ୍କୁ ଫୁଲ ଚଢେଇଥା’ନ୍ତି । ଏବେ ତୁମେ ପୂଜା ଯୋଗ୍ୟ ନୁହଁ । ଲୋକମାନେ ଶିବଙ୍କ ଉପରେ ଅରଖ-ଦୁଦୁରା ଆଦି କାହିଁକି ଚଢ଼ାଇଥାଆନ୍ତି? ବାବା ବୁଝାଉଛନ୍ତି - ତୁମେମାନେ ସମସ୍ତେ କଣ୍ଟା ଥିଲ । ତା ଭିତରୁ ପୁଣି କେହି ସଦା ଗୋଲାପ, କେହି ଗୋଲାପ ଆଉ କେହି ମୋତି ଫୁଲ ମଧ୍ୟ ହେଉଛନ୍ତି । କେହି ପୁଣି ଅରଖ ଫୁଲ ମଧ୍ୟ ହୋଇଯାଉଛନ୍ତି । ଯଦି ସମ୍ପୂର୍ଣ୍ଣ ପାଠ ନ ପଢ଼ିବେ ତେବେ ଅରଖ ଫୁଲ ହୋଇଯିବେ । ସେମାନେ କୌଣସି କାମରେ ଲାଗିବେ ନାହିଁ । ଶିବବାବାଙ୍କ ଉପରେ ସବୁ କଣ୍ଟା ଚଢ଼ିଥାଆନ୍ତି, ପୁଣି ବାବା ସେମାନଙ୍କୁ ଫୁଲ କରିଥା’ନ୍ତି, କିନ୍ତୁ ଫୁଲମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରକାରର ହୋଇଯାଇଥାନ୍ତି । ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ଫୁଲ ରହିଥାଏ ନା । ତୁମମାନଙ୍କ ମଧ୍ୟରେ ବି ପିଲାମାନେ କ୍ରମାନୁସାରେ ରହିଛନ୍ତି । କେହି ସିଂହାସନର ଅଧିକାରୀ ହେବେ, କେହି ପୁଣି କ’ଣ ହେବେ - ଏହିସବୁ କଥା ବାବା ହିଁ ବୁଝାଉଛନ୍ତି ଆଉ କେହି ବୁଝାଇପାରିବେ ନାହିଁ । ଭକ୍ତିମାର୍ଗ କେତେ ଲମ୍ବା ଚଉଡା ଅଟେ । କିନ୍ତୁ ସେଥିରେ ଟିକିଏ ହେଲେ ବି ଜ୍ଞାନ ନାହିଁ । ସତ୍ୟଯୁଗରେ ଏହି ଦେବୀ ଦେବତା ମାନେ ଥିଲେ । କଳିଯୁଗରେ ଜଣେ ହେଲେ ବି ଦେବତା ନାହାଁନ୍ତି । ତେବେ ନିଶ୍ଚୟ ପରମାତ୍ମା ଆସି ମନୁଷ୍ୟମାନଙ୍କୁ ଦେବତା କରିଥିବେ । ତେବେ ବାବା ଆସି ମନୁଷ୍ୟମାନଙ୍କୁ ଏପରି କର୍ମ ଶିଖାଇଥା’ନ୍ତି ଯାହାକୁ ମନୁଷ୍ୟମାନେ ଶିଖି, ଦୈବୀଗୁଣ ଧାରଣ କରି ଦେବୀ ଦେବତା ହୋଇଯାଇଥାଆନ୍ତି । ଅନ୍ୟ ଧର୍ମର ଆତ୍ମାମାନେ କ’ଣ ଶିଖାଇବେ? କାହିଁକିନା ସେମାନଙ୍କୁ ତ’ ଉପରୁ ପଛରେ ଆସିବାର ଅଛି । ତେଣୁ ସେମାନେ କେବଳ ପବିତ୍ରତାର ଜ୍ଞାନ ଦେଇଥା’ନ୍ତି । ଯୀଶୁଖ୍ରୀଷ୍ଟ ଯେବେ ଆସିଥା’ନ୍ତି ସେ ସମୟରେ ଖ୍ରୀଷ୍ଟିଆନ୍ ତ’ କେହି ନ ଥା’ନ୍ତି । ଖ୍ରୀଷ୍ଟିଆନ୍ ଧର୍ମର ଆତ୍ମାମାନେ ଉପରୁ ତାଙ୍କ ପଛରେ ଆସିଥା’ନ୍ତି । ବାବା ବୁଝାଉଛନ୍ତି ମୁଖ୍ୟ ୪ଟି ଧର୍ମ ରହିଛି, ଯେଉଁମାନେ ଧର୍ମ ସ୍ଥାପନ କରୁଛନ୍ତି, ସେମାନଙ୍କର ଯେଉଁ ଶାସ୍ତ୍ର ରହିଛି, ତାକୁ ଧର୍ମଶାସ୍ତ୍ର କୁହାଯାଇଥାଏ । ତେବେ ମୁଖ୍ୟ ହେଲା ୪ଟି ଧର୍ମ । ବାକି ସବୁ ହେଉଛି ଛୋଟ ଛୋଟ ଧର୍ମ, ଯାହାକି ବୃଦ୍ଧି ପାଇଚାଲିବ । ଇସ୍ଲାମ ଧର୍ମର, ବୌଦ୍ଧିମାନଙ୍କର ନିଜ ନିଜର ଶାସ୍ତ୍ର ରହିଛି । ଏହା ହିଁ ଧର୍ମଶାସ୍ତ୍ର ଅଟେ । ବ୍ରାହ୍ମଣ ଧର୍ମ ତ’ ବର୍ତ୍ତମାନ ସମୟର ଅଟେ । ସେମାନେ ଗାନ କରିଥା’ନ୍ତି ବ୍ରାହ୍ମଣ ଦେବତାୟ ନମଃ... ତେଣୁ ସେହି ବ୍ରାହ୍ମଣମାନଙ୍କୁ ବୁଝାଇବାକୁ ହେବ ଯେ ପରମାତ୍ମା ଯେବେ ବ୍ରହ୍ମାଙ୍କ ଦ୍ୱାରା ଆସି ବ୍ରହ୍ମା ମୁଖ ବଂଶାବଳୀ ରଚନା କରୁଛନ୍ତି, ସେହିମାନେ ହିଁ ସଚ୍ଚା ବ୍ରାହ୍ମଣ ଅଟନ୍ତି । ତୁମେମାନେ ତ’ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହିଁ ନୁହଁ । ତୁମେମାନେ କେବଳ ନିଜକୁ ବ୍ରାହ୍ମଣ ବୋଲାଉଛ, କିନ୍ତୁ ଏହାର ଅର୍ଥ ଜାଣିନାହଁ । ବ୍ରହ୍ମାଭୋଜନ ଖାଇବା ସମୟରେ ସଂସ୍କୃତରେ ଶ୍ଳୋକ ପଢ଼ି ବ୍ରହ୍ମାଭୋଜନର ମହିମା ଗାଇଥା’ନ୍ତି । ଏସବୁ ଫାଲ୍ତୁ ମହିମା କରୁଛନ୍ତି । ସେମାନଙ୍କୁ ପଚାରିବା ଦରକାର ଯେ ତୁମେମାନେ ବ୍ରାହ୍ମଣ କିପରି ହେଲ? ସେଥିପାଇଁ ତ’ ପ୍ରଥମେ ବ୍ରହ୍ମାଙ୍କର ଆବଶ୍ୟକତା ରହିଛି - ଯାହାଙ୍କ ଦ୍ୱାରା ପରମାତ୍ମା ସୃଷ୍ଟି ରଚନା କରିବେ । ତେଣୁ ତୁମେମାନେ ହେଉଛ ସଚ୍ଚା ବ୍ରାହ୍ମଣ । ବ୍ରାହ୍ମଣମାନଙ୍କର ତ’ ଚୁଟୀ ଦେଖାଇଥା’ନ୍ତି ନା । ବିରାଟ ରୂପରେ ପୁଣି ବ୍ରାହ୍ମଣମାନଙ୍କୁ ଦେଖାଇ ନ ଥା’ନ୍ତି । ତେବେ ବ୍ରାହ୍ମଣମାନେ କେଉଁଠୁ ଆସିଲେ । ତୁମେମାନେ ନିଜକୁ ବ୍ରାହ୍ମଣ ବୋଲି କହୁଛ, ତେବେ ପରମାତ୍ମା ଯେବେ ଆସି ବ୍ରହ୍ମାଙ୍କ ଦ୍ୱାରା ନୂଆ ରଚନା କରିବେ ତେବେ ଯାଇ ତୁମେମାନେ ବ୍ରାହ୍ମଣ ହେବ । ପୁଣି ବ୍ରାହ୍ମଣମାନେ ହିଁ ଦେବତା ହୋଇଥା’ନ୍ତି । ସଙ୍ଗମଯୁଗରେ ହିଁ ଏହି ବ୍ରାହ୍ମଣ ହୋଇଥା’ନ୍ତି । କଳିଯୁଗରେ ସମସ୍ତେ ଶୁଦ୍ର ଅଟନ୍ତି । ବ୍ରାହ୍ମଣମାନଙ୍କର ବହୁତ ମହିମା କରିଥା’ନ୍ତି । ଏହି ସବୁ କଥା ବାବା ବୁଝାଉଛନ୍ତି । ଅଲଫ୍ ଆଉ ବେ ଅର୍ଥାତ୍ ବାବା ଏବଂ ବାଦଶାହୀ, ବାକି ସବୁ ବିସ୍ତାରର କଥା ରହିଛି । ଭକ୍ତି ବିଷୟରେ ବି ବୁଝାଇବାକୁ ହେବ । ବାବା କହିଦେଉଛନ୍ତି ଯେ ତୁମେମାନେ କ’ଣ ଭକ୍ତ ଅଟ, ବାବା ତ କେବେ କ୍ରୋଧ ଆଦି କରି ନ ଥାଆନ୍ତି । ବାବା ତ’ ନିଶ୍ଚିତ ବୁଝାଇବେ ନା, କାହିଁକି ନା ଯଦି ପିଲାମାନେ ଭୁଲ୍ କରିବେ ତେବେ ବଦନାମ କାହାର ହେବ? ଶିବବାବାଙ୍କର, ସେଥିପାଇଁ ବାବା ପିଲାମାନଙ୍କର କଲ୍ୟାଣ ପାଇଁ ଶିକ୍ଷା ଦେଉଛନ୍ତି । ଧରିନିଅ ବ୍ରହ୍ମାଙ୍କ ଦ୍ୱାରା କୌଣସି ଭୁଲ୍ ହୋଇଯାଉଛି, ତେବେ ବି ତାହା ସୁଧାରିବା ପାଇଁ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଏହା ଦ୍ୱାରା ବି ତୁମର ଲାଭ ହେବ କାହିଁକିନା ଇଏ ସବୁଠାରୁ ମୂଖ୍ୟ ସନ୍ତାନ ଅଟନ୍ତି ନା । ସମସ୍ତ ଆଧାର ଏହାଙ୍କ ଉପରେ ଅଛି, ଏହାଙ୍କ ଦ୍ୱାରା କୌଣସି କ୍ଷତି ହେବ ନାହିଁ । ଯଦି ବ୍ରହ୍ମା କହୁଛନ୍ତି ଏହିପରି କର, ତେବେ କରିଦେବା ଉଚିତ୍ । ତେବେ କ୍ଷତିରୁ ମଧ୍ୟ ତୁମେ ଲାଭ ପାଇପାରିବ । କ୍ଷତିର କୌଣସି କଥା ହିଁ ନାହିଁ । ପ୍ରତ୍ୟେକ କଥାରେ କଲ୍ୟାଣ ହିଁ କଲ୍ୟାଣ ରହିଛି । ଅକଲ୍ୟାଣ ହେବା ମଧ୍ୟ ଡ୍ରାମାରେ ଥିଲା । ଭୁଲ୍ ତ’ ସମସ୍ତଙ୍କ ଦ୍ୱାରା ହୋଇ ଚାଲିବ । କିନ୍ତୁ ଅନ୍ତ ସମୟରେ କଲ୍ୟାଣ ତ କୌଣସି ଅବସ୍ଥାରେ ବି ହେବାର ଅଛି କାହିଁକିନା ବାବା ହେଉଛନ୍ତି କଲ୍ୟାଣକାରୀ । ତେଣୁ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ବାବା ସମସ୍ତଙ୍କୁ ସଦ୍ଗତି ଦେଇ ଦେଉଛନ୍ତି । ବର୍ତ୍ତମାନ ସମସ୍ତଙ୍କର ବିନାଶର ସମୟ ଅଟେ । ପାପର ବୋଝ ସମସ୍ତଙ୍କ ମୁଣ୍ଡ ଉପରେ ରହିଛି, ତେଣୁ ସମସ୍ତଙ୍କର ହିସାବ କିତାବ ଚୁକ୍ତ ହେବ । ଦଣ୍ଡ ମିଳିବାରେ ଡେରି ଲାଗି ନ ଥାଏ । ଯଦି ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳୁଛି ତେବେ କ’ଣ ଗୋଟିଏ ସେକେଣ୍ଡେରେ ପାପର ଦଣ୍ଡ ଭୋଗ କରିପାରିବେ ନାହିଁ! ଯେପରି କାଶୀ କଳ୍ପବଟରେ ହୋଇଥାଏ । ଆତ୍ମା ଶରୀର ଛାଡି ଚାଲିଯାଇଥାଏ । କିନ୍ତୁ ଏପରି ନୁହେଁ ଯେ ଆତ୍ମା ଯାଇ ଶିବବାବାଙ୍କ ସହିତ ମିଶିବ । ନା, କେବଳ ପୂର୍ବ ପାପଗୁଡିକର ହିସାବ ଚୁକ୍ତ ହୋଇ ପୁଣି ନୂଆ ରୂପରେ ଆରମ୍ଭ ହୋଇଯାଇଥାଏ । ମଝିରେ କେହି ଘରକୁ ଫେରିଯାଇପାରିବେ ନାହିଁ । ଯଦିଓ ଜ୍ଞାନ ଗୋଟିଏ ସେକେଣ୍ଡର ଅଟେ କିନ୍ତୁ ପାଠ ତ’ ପଢ଼ିବାକୁ ହେବ । ପ୍ରତ୍ୟେକ ଦିନ ଶିବବାବାଙ୍କର ଆତ୍ମା ଯିଏକି ଜ୍ଞାନର ସାଗର ଅଟନ୍ତି, ସିଏ ହିଁ ଆସି ପାଠ ପଢ଼ାଉଛନ୍ତି । କୃଷ୍ଣ ତ’ ଦେହଧାରୀ ଅଟନ୍ତି । ସିଏ ତ’ ପୁନର୍ଜନ୍ମରେ ଆସୁଛନ୍ତି । ବାବା ତ’ ଅଜନ୍ମା ଅଟନ୍ତି, ଯେଉଁମାନଙ୍କର ପାଠ ପଢ଼ିବାର ନାହିଁ ସେମାନେ ତ’ ନିଶ୍ଚୟ ବିଘ୍ନ ପକାଇବେ । ଯଜ୍ଞରେ ବିଘ୍ନ ତ’ ନିଶ୍ଚୟ ପଡିବ । ଅବଳାମାନଙ୍କ ଉପରେ ଅତ୍ୟାଚାର ହେବ । ସେସବୁ କିଛି କଳ୍ପ ପୂର୍ବ ସଦୃଶ ହେଉଛି । ଅସୁରମାନେ କିପରି ଗଣ୍ଡଗୋଳ କରୁଛନ୍ତି, ଚିତ୍ରକୁ ଚିରି ଦେଉଛନ୍ତି, କେବେ କେବେ ବି ନିଆଁ ଲଗାଇବାକୁ ମଧ୍ୟ ଡେରି କରୁ ନାହାଁନ୍ତି । ମୁଁ କ’ଣ କରିବି । ଅନ୍ତର ମନରେ ଜାଣୁଛି ଯେ ଏସବୁ ହେଉଛି ଡ୍ରାମା, କିନ୍ତୁ ବାହ୍ୟ ଭାବରେ ପୋଲିସ୍ ଆଦିଙ୍କୁ ରିପୋର୍ଟ କରିବାକୁ ପଡିବ । କିନ୍ତୁ ଅନ୍ତରରେ ଜାଣିଥା’ନ୍ତି ଯେ କଳ୍ପ ପୂର୍ବ ସଦୃଶ ଯାହା ହୋଇଥିଲା ତାହା ହିଁ ହେବ, ଏଥିରେ ଦୁଃଖ କରିବାର କୌଣସି କଥା ନାହିଁ । କ୍ଷତି ହୋଇଗଲା, ଧରିନେବା କପଡା ଧୋବା ଘରକୁ ଯାଇଥିଲା ସେଠି ନଷ୍ଟ ହୋଇଗଲା, ପୁଣି ନୂଆ ତିଆରି କରାଯିବ ।
ବାବା କହିଦେଇଛନ୍ତି - ଯେଉଁଠାରେ ପ୍ରଦର୍ଶନୀ ଆଦି କରୁଛ ସେଠାରେ ୮ ଦିନ ପାଇଁ ଏହାର ବୀମା କରିଦିଅ । ଯଦି କୌଣସି ଭଲ ଲୋକ ହୋଇଥିବେ ତେବେ ପାଉଣା ମଧ୍ୟ ନେବେ ନାହିଁ । ଯଦି ବୀମା ନ କଲ ତେବେ ବି କ’ଣ ହେବ । ପୁଣି ନୂଆ ଭଲ ଚିତ୍ର ତିଆରି ହୋଇଯିବ । ତୁମର ପ୍ରତି ପାଦରେ ପଦ୍ମର ରୋଜଗାର ହେଉଛି । ତୁମମାନଙ୍କର ପାଦେ-ପାଦେରେ, ସେକେଣ୍ଡ-ସେକେଣ୍ଡ ବହୁତ ମୂଲ୍ୟବାନ ଅଟେ । ତୁମେମାନେ ପଦମପତି ହେଉଛ, ୨୧ ଜନ୍ମ ପାଇଁ ବାବାଙ୍କଠାରୁ ବର୍ସା ନେଉଛ, ତେଣୁ କେତେ ଭଲ ଭାବରେ ବୁଝାଇବା ଦରକାର । ସ୍ୱର୍ଗରେ ତୁମ ପାଖରେ ଅଗଣିତ ଧନ ରହିବ । ଗଣତିର କୌଣସି କଥା ନାହିଁ । ତେବେ ବାବା ତୁମମାନଙ୍କୁ କେତେ ଧନବାନ ସୁଖୀ କରୁଛନ୍ତି । ଏହି ରୋଜଗାର କେତେ ଶ୍ରେଷ୍ଠ ଅଟେ । ପ୍ରଜାମାନେ ମଧ୍ୟ କେତେ ସାହୁକାର ହେଉଛନ୍ତି । ଏହା ହେଉଛି ୨୧ ଜନ୍ମ ପାଇଁ ରୋଜଗାର । ଏହା ହେଉଛି ମନୁଷ୍ୟରୁ ଦେବତା ହେବାର ପାଠଶାଳା । କିଏ ପାଠ ପଢ଼ାଉଛନ୍ତି? ବାବା । ତେଣୁ ଏହି ପାଠପଢାରେ କେବେ ହେଲେ ଅବହେଳା କରିବା ଉଚିତ୍ ନୁହେଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି କଥା ସ୍ମୃତିରେ ରହୁ ଯେ ଏହି କଲ୍ୟାଣକାରୀ ଯୁଗରେ ପ୍ରତ୍ୟେକ କଥାରେ କଲ୍ୟାଣ ରହିଛି, ଆମର ଅକଲ୍ୟାଣ ହୋଇପାରିବ ନାହିଁ । ପ୍ରତ୍ୟେକ କଥାରେ କଲ୍ୟାଣ ବୋଲି ଭାବି ସର୍ବଦା ନିଶ୍ଚିନ୍ତ ରହିବାକୁ ହେବ ।
(୨) ସର୍ବଦା ଗୋଲାପ ଫୁଲ ଭଳି ହେବା ପାଇଁ ପାଠପଢ଼ାରେ ପୁରା ପୁରା ଧ୍ୟାନ ଦେବାକୁ ହେବ । ପାଠପଢାରେ ଅବହେଳା କରିବାର ନାହିଁ । ଅରଖ ଫୁଲ ଭଳି ହେବାର ନାହିଁ ।
| ବରଦାନ:- |
ଅମୃତବେଳାର ମହତ୍ୱକୁ ଜାଣି ଏହି ସମୟକୁ ଯଥାର୍ଥ ଭାବରେ କାର୍ଯ୍ୟରେ ଲଗାଉଥିବା ସଦା ଶକ୍ତି ସମ୍ପନ୍ନ ଭବ । ନିଜକୁ ଶକ୍ତି ସମ୍ପନ୍ନ କରିବା ପାଇଁ ପ୍ରତିଦିନ ଅମୃତବେଳାରେ ଶରୀର ଦ୍ୱାରା ମନ ଦ୍ୱାରା ଭ୍ରମଣ କର । ଯେପରି ଅମୃତବେଳାରେ ସମୟର ମଧ୍ୟ ସହଯୋଗ ମିଳିଥାଏ, ବୁଦ୍ଧିର ସତୋପ୍ରଧାନ ଅବସ୍ଥାର ମଧ୍ୟ ସହଯୋଗ ମିଳିଥାଏ, ତେଣୁ ଏହିଭଳି ବରଦାନୀ ସମୟରେ ମନର ସ୍ଥିତି ମଧ୍ୟ ସବୁଠାରୁ ଶକ୍ତିଶାଳୀ ଅବସ୍ଥାରେ ରହିବା ଦରକାର । ତେବେ ଶକ୍ତିଶାଳୀ ଅବସ୍ଥାର ଅର୍ଥ ହେଲା ବାବାଙ୍କ ସମାନ ବୀଜ ରୂପ ସ୍ଥିତି । ସାଧାରଣ ସ୍ଥିତିରେ ତ କର୍ମ କରିବା ସମୟରେ ମଧ୍ୟ ରହିପାରିବ କିନ୍ତୁ ବରଦାନର ସମୟକୁ ଯଥାର୍ଥ ଭାବରେ ବ୍ୟବହାର କର ଯାହାଦ୍ୱାରା ସବୁ ପ୍ରକାରର ଦୁର୍ବଳତା ଗୁଡିକ ସମାପ୍ତ ହୋଇଯିବ । |
| ସ୍ଲୋଗାନ:- | ନିଜର ଶକ୍ତି ରୂପକ ସମ୍ପତ୍ତି ଦ୍ୱାରା ଶକ୍ତିହୀନ, ପରବଶ ଆତ୍ମାମାନଙ୍କୁ ଶକ୍ତିଶାଳୀ କର । |
*** ଓମ୍ ଶାନ୍ତି ***
ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ବ୍ରହ୍ମାବାବା ଯେପରି ସର୍ବଦା ବାଣୀଠାରୁ ଉର୍ଦ୍ଧ୍ୱରେ ନିଜର ଶ୍ରେଷ୍ଠ ସ୍ଥିତିରେ ରହିବାର ଅଭ୍ୟାସ କରିଚାଲିଥିଲେ ଯାହାଦ୍ୱାରା ସେ ସମସ୍ତ ବ୍ୟକ୍ତ ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ ଶକ୍ତିଶାଳୀ ନ୍ୟାରା ପ୍ୟାରା ସ୍ଥିତିରେ ସ୍ଥିତ ରହୁଥିଲେ । ସେହିପରି ତୁମେମାନେ ମଧ୍ୟ ସେହିଭଳି ଶ୍ରେଷ୍ଠ ସ୍ଥିତିରେ ସ୍ଥିତ ରହିବାର ଅଭ୍ୟାସ କରିଚାଲ, ଯାହାଦ୍ୱାରା କର୍ମ କରୁଥିଲେ ମଧ୍ୟ ବିଶେଷ ଶାନ୍ତିର ଶକ୍ତିର ଅନୁଭବ କରିଚାଲିବ ଏବଂ ଏହି ଅଭ୍ୟାସ ଦ୍ୱାରା ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହୋଇଯିବ ।