| 26/11/26 |
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
|
ମଧୁବନ |
| “ମିଠେ ବଚ୍ଚେ: - ମିଠା ବାବାଙ୍କୁ ଏବଂ ମିଠା ରାଜଧାନୀକୁ ମନେ ପକାଅ ତେବେ ତୁମେମାନେ ବହୁତ ବହୁତ ମିଠା ହୋଇଯିବ ।” | |
| ପ୍ରଶ୍ନ:- | ତୁମେ ପିଲାମାନେ କେଉଁ ପୁରୁଷାର୍ଥ କରି ମନୁଷ୍ୟରୁ ଦେବତା ହେଉଛ? |
| ଉତ୍ତର:- | ତୁମେମାନେ ଏବେ ଜ୍ଞାନ ମାନ ସରୋବରରେ ବୁଡ ପକାଇ ଜ୍ଞାନ ପରୀ ହେଉଛ, ଜ୍ଞାନ ସ୍ନାନ କରିବା ଦ୍ୱାରା ତୁମର ଚରିତ୍ର ବଦଳିଯାଉଛି । ଯେଉଁ ସବୁ ଅବଗୁଣ ରହିଛି, ସେଗୁଡିକ ବାହାରିଯାଉଛି । ବାବାଙ୍କୁ ଏବଂ ବିଷ୍ଣୁପୁରୀକୁ ମନେ ପକାଇବା ଦ୍ୱାରା ତୁମେମାନେ ପବିତ୍ର ଦେବତା ହୋଇଯାଉଛ । ଦେବତାମାନଙ୍କ ଭିତରେ ପବିତ୍ରତାର ହିଁ ଆକର୍ଷଣ ରହିଥାଏ । ଏହି କାରଣରୁ ମନୁଷ୍ୟମାନେ ଦେବତାମାନଙ୍କ ମନ୍ଦିରକୁ ଦୂର-ଦୂରାନ୍ତରୁ ଆକର୍ଷିତ ହୋଇ ଆସିଥା’ନ୍ତି । |
| ଗୀତ:- | ହମାରେ ତୀର୍ଥ ନ୍ୟାରେ ହେଁ... |
ଓମ୍ ଶାନ୍ତି । ମିଠା-ମିଠା ରୁହାନୀ ପିଲାମାନେ ଏହି ଗୀତ ଶୁଣିଲେ । ପିଲାମାନେ ହିଁ ଭାଗ୍ୟବାନ ତାରକା ବୋଲି ଗାୟନ ରହିଛି । ଜ୍ଞାନ ସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମା, ଜ୍ଞାନ ଲକୀ (ଭାଗ୍ୟବାନ) ତାରକାମାନେ । ସେହି ସୂର୍ଯ୍ୟ ଚନ୍ଦ୍ରମା ତ ଏହି ରଙ୍ଗମଞ୍ଚ ବା ପୃଥିବୀକୁ ଆଲୋକିତ କରୁଛନ୍ତି, ସେଥିପାଇଁ ତୁମର ମହିମା ଗାୟନ କରାଯାଇଛି । ତୁମେମାନେ ହେଉଛ ଜ୍ଞାନ ତାରକା, ବାବାଙ୍କୁ ଜ୍ଞାନ ତାରକା ବୋଲି କୁହାଯିବ ନାହିଁ । ଜ୍ଞାନ ସୂର୍ଯ୍ୟ ନାମ ଶୁଣି ଭାବୁଛନ୍ତି ଯେ ବୋଧ ହୁଏ ସେହି ସୂର୍ଯ୍ୟ ଜ୍ଞାନ ସ୍ୱରୂପ ଅଟନ୍ତି କାହିଁକି ନା ଭାବୁଛନ୍ତି ଯେ ପଥର-ଗୋଡିରେ ଭଗବାନ ଅଛନ୍ତି ତେଣୁ ସୂର୍ଯ୍ୟଙ୍କୁ ବହୁତ ମାନୁଛନ୍ତି । ସେମାନେ ନିଜକୁ ସୂର୍ଯ୍ୟବଂଶୀ ବୋଲାଉଛନ୍ତି । ସୂର୍ଯ୍ୟଙ୍କର ପୂଜା କରୁଛନ୍ତି, ଝଣ୍ଡା ମଧ୍ୟ ସୂର୍ଯ୍ୟଙ୍କର ରହିଛି । ତୁମର ରହିଛି ତ୍ରିମୂର୍ତ୍ତିର ଝଣ୍ଡା । କେତେ ଆଶ୍ଚର୍ଯ୍ୟଜନକ କଥା । ଏଥିରେ ଲେଖା ମଧ୍ୟ ହୋଇଛି ସତ୍ୟ ମେବ ଜୟତେ । ବାସ୍ତବରେ ବିଶ୍ୱ ଉପରେ ବିଜୟ ତ ସିଏ ହିଁ ପ୍ରାପ୍ତ କରାଇଥା’ନ୍ତି । ତୁମେମାନେ ହେଉଛ ଶିବ ଶକ୍ତି ପାଣ୍ଡବ ସେନା । ସେମାନେ ନାମ ରଖିଦେଇଛନ୍ତି - ତ୍ରିମୂର୍ତ୍ତି ମାର୍ଗ, ତ୍ରିମୂର୍ତ୍ତି ହାଉସ । ଏହାର ଅର୍ଥ ମଧ୍ୟ ବାବା ବୁଝାଉଛନ୍ତି ଯେ ଏହି ତ୍ରିମୂର୍ତ୍ତିଙ୍କ ଦ୍ୱାରା ମୁଁ କ’ଣ କର୍ତ୍ତବ୍ୟ କରାଉଛି । ବ୍ରହ୍ମା ଦ୍ୱାରା ସ୍ଥାପନା.... । ସେମାନେ ତ୍ରିମୂର୍ତ୍ତିରୁ ଶିବଙ୍କୁ ଅଲଗା କରି ଏହି ଚିତ୍ରକୁ ଖଣ୍ଡିତ କରିଦେଇଛନ୍ତି । ଏବେ ତୁମେମାନେ ଜାଣୁଛ ଯେ ଏହି ତ୍ରିମୂର୍ତ୍ତିର ଚିତ୍ରରେ କେତେ ରହସ୍ୟ ଭରି ରହିଛି । ସତ୍ୟ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ରାଜତ୍ୱ ଦେଉଛନ୍ତି । ଆମେମାନେ ଶିବବାବାଙ୍କ ଦ୍ୱାରା କଳ୍ପ ପୂର୍ବ ସଦୃଶ ପୁଣି ଥରେ ପବିତ୍ରତା, ସୁଖ, ଶାନ୍ତି ଏବଂ ସମ୍ପତ୍ତିର ରାଜ୍ୟ ନେଉଛୁ । ପାଠ ସର୍ବଦା ବ୍ରହ୍ମଚର୍ଯ୍ୟରେ ରହି ହିଁ ପଢାଯାଇଥାଏ । ଏବେ ତ କେହି-କେହି ବିବାହ ପରେ ମଧ୍ୟ ପାଠ ପଢୁଛନ୍ତି କାହିଁକି ନା ଅଧିକ ରୋଜଗାର ହୋଇଥାଏ । ଏଠାରେ ତୁମର ଅସରନ୍ତି ଆମଦାନୀ ହେଉଛି । ପିଲାମାନେ ଜାଣିଛନ୍ତି ଯେ ଶିବବାବା ଆମକୁ ବିଶ୍ୱର ମାଲିକ କରିବାକୁ ଆସିଛନ୍ତି । ଶ୍ରୀମତ ଶ୍ରେଷ୍ଠ ବୋଲି ଏହାର ଗାୟନ ରହିଛି । ଯଦି ବାବାଙ୍କର ସନ୍ତାନ ହେଲେ ତେବେ ନିଶ୍ଚୟ ତାଙ୍କ ମତରେ ଚାଲିବେ । ଭାଇ-ଭାଇର ମତରେ ନୁହେଁ । ଭାଇ-ଭାଇର ମତରେ ତ ଅନେକ ଜନ୍ମ ଚାଲିଲ, ତା’ଦ୍ୱାରା କିଛି ଫାଇଦା ହେଲା ନାହିଁ । ବର୍ତ୍ତମାନ ବାବାଙ୍କର ମତରେ ଚାଲିବାକୁ ହେବ । ସାଧୁ-ସନ୍ଥ ଆଦି ସମସ୍ତେ ଭାଇ-ଭାଇ ଅଟନ୍ତି । ଏବେ ବାବା ଆସିଛନ୍ତି ଆମକୁ ଉଚ୍ଚ ମତ ଦେବା ପାଇଁ । ପ୍ରାକୃତିକ ଉପାୟରେ ମଧ୍ୟ ବହୁତ ଔଷଧ ଦେଉଛନ୍ତି । ସେସବୁ ଅଳ୍ପକାଳ ପାଇଁ ଉଦ୍ଧିଷ୍ଟ । ଏହା ହେଉଛି ୨୧ ଜନ୍ମ ପାଇଁ ପ୍ରାକୃତିକ ଉପଚାର । ସେମାନେ କହିବେ ଥଣ୍ଡା ପାଣିରେ ସ୍ନାନ କର, ଏପରି କର, ଖାଦ୍ୟ-ପାନୀୟରେ ସନ୍ତୁଳନ ରଖ । ଏଠାରେ ସେହି ଖାଇବା-ପିଇବାର କଥା ନାହିଁ । ଏଠାରେ ତ ମିଠା ବାବା ପିଲାମାନଙ୍କୁ କହୁଛନ୍ତି ଏବେ ମୋତେ ୟାଦ କର ତେବେ ତୁମେ ବହୁତ ମିଠା ହୋଇଯିବ । ଦେବତାମାନେ ମିଠା ହୋଇଥାନ୍ତି ନା, ତାଙ୍କଠାରେ କେତେ ଆକର୍ଷଣ ରହିଥାଏ । ଆଗରୁ ଶିବଙ୍କ ମନ୍ଦିର ମଧ୍ୟ ଉଚ୍ଚ-ଉଚ୍ଚ ପାହାଡମାନଙ୍କ ଉପରେ ତିଆରି ହେଉଥିଲା । ଲୋକମାନେ ପାଦରେ ଚାଲି-ଚାଲି ଦର୍ଶନ କରିବାକୁ ଯାଉଥିଲେ କାହିଁକି ନା ପବିତ୍ରତା ତାଙ୍କୁ ଆକର୍ଷିତ କରୁଥିଲା । ଯେବେ ଦେବତାମାନେ ପବିତ୍ର ଥିଲେ, ସେତେବେଳେ ଏହି ବିଶ୍ୱ ଉପରେ ରାଜତ୍ୱ କରୁଥିଲେ । ଏବେ ତାଙ୍କର ଚିତ୍ରଗୁଡିକ ଆଗରେ ଯାଇ ବନ୍ଦନା କରି ପୂଜା କରୁଛନ୍ତି । ବର୍ତ୍ତମାନ ସେହି ମିଠା ବାବାଙ୍କୁ ୟାଦ ତ ସମସ୍ତେ କରୁଛନ୍ତି । ତାଙ୍କୁ ଏଠାକୁ ଆସିବାକୁ ହିଁ ପଡିବ । ନିଶ୍ଚିତ ତାଙ୍କଠାରୁ ବୈକୁଣ୍ଠର ଅସରନ୍ତି ସୁଖ ମିଳୁଛି ସେଥିପାଇଁ ତ ତାଙ୍କୁ ସମସ୍ତେ ୟାଦ କରୁଛନ୍ତି । ଯେବେ ରାବଣ ରାଜ୍ୟ ଶେଷ ହେବ ତେବେ ଯାଇ ତ ବାବା ଆସି ସ୍ୱର୍ଗର ରାଜତ୍ୱ ଦେବେ । ବାବା ଭାରତକୁ ହିଁ ଆସୁଛନ୍ତି । ଶିବ ଜୟନ୍ତୀ ମଧ୍ୟ ଭାରତରେ ପାଳନ କରୁଛନ୍ତି କିନ୍ତୁ ତାଙ୍କଠାରୁ କ’ଣ ମିଳୁଛି, କେହି ହେଲେ ଜାଣିନାହାଁନ୍ତି । ବାବା କହୁଛନ୍ତି ମୁଁ ଆସିଛି ତୁମମାନଙ୍କୁ ଦିବ୍ୟ କରିବା ପାଇଁ । ତୁମେମାନେ କେତେ ବିକାରୀ ହୋଇଯାଇଥିଲ । ବାବା ଜ୍ଞାନର ସାଗର ଅଟନ୍ତି, ଏବେ ତୁମକୁ ସବୁ ଜ୍ଞାନ ମିଳୁଛି । ବୀଜରେ ହିଁ ସମସ୍ତ ଜ୍ଞାନ ଥିବ ନା । ସିଏ ହେଉଛନ୍ତି ବୀଜ, ସିଏ ସତ୍ୟ ଅଟନ୍ତି, ଚୈତନ୍ୟ ଅଟନ୍ତି ପୁଣି ଜ୍ଞାନର ସାଗର ଅଟନ୍ତି, ସତ୍ୟ କଥା ହିଁ କହୁଛନ୍ତି । ସିଏ ମଧ୍ୟ ଆତ୍ମା, କିନ୍ତୁ ପରମ ଅଟନ୍ତି । ପରମଆତ୍ମା ଅର୍ଥାତ୍ ପରମାତ୍ମା । ସିଏ ସର୍ବଦା ପରମଧାମରେ ରହିଥାନ୍ତି, ଉଚ୍ଚରୁ ଉଚ୍ଚ ଅଟନ୍ତି । ମନୁଷ୍ୟମାନେ କହୁଛନ୍ତି ସିଏ ନାମ-ରୂପରୁ ଅଲଗା ଅଟନ୍ତି । କିନ୍ତୁ ନାମ-ରୂପ ବିନା କୌଣସି ବି ବସ୍ତୁ ନ ଥାଏ । ତାଙ୍କର ନାମ ହେଉଛି ଶିବ । ସମସ୍ତେ ତାଙ୍କର ପୂଜା କରୁଛନ୍ତି, ସିଏ ନିରାକାର ଅଟନ୍ତି । ବର୍ତ୍ତମାନ ସିଏ ଆସିଛନ୍ତି । ଆଗରୁ ଆମେମାନେ ଦେହ-ଅଭିମାନୀ ଥିଲୁ । ଏବେ ବାବା କହୁଛନ୍ତି ପିଲାମାନେ, ଆତ୍ମ-ଅଭିମାନୀ ହୁଅ । ଗୀତାରେ ମଧ୍ୟ ରହିଛି ମନମନାଭବ । ଗୀତାରେ କେବଳ ଶିବଙ୍କ ବଦଳରେ କୃଷ୍ଣଙ୍କ ନାମ ଦେଇ ଦେଇଥିବାରୁ ତାହା ଖଣ୍ଡନ ହୋଇଯାଇଛି । କେବଳ ବହି ପଢିବା ଦ୍ୱାରା କ’ଣ ରାଜପଦ ମିଳିବ । ରାଜତ୍ୱ ହୋଇଥାଏ ସତ୍ୟଯୁଗରେ । ତେବେ ନିଶ୍ଚୟ ବାବା ସଗଂମଯୁଗରେ ଆସିବେ । ଏବେ ଡ୍ରାମା ଅନୁସାରେ ଭକ୍ତି ଶେଷ ହେଉଛି । ଭକ୍ତି ପରେ ରହିଛି ଜ୍ଞାନ । ଏହା ପୁରୁଣା ଦୁନିଆ, ସତ୍ୟଯୁଗ ହେଉଛି ନୂଆ ଦୁନିଆ । ସତ୍ୟଯୁଗରେ ସୂର୍ଯ୍ୟବଂଶୀମାନେ ରାଜତ୍ୱ କରୁଥିଲେ । ଏହା ହେଉଛି ରାଜଯୋଗ । ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ପାଇଁ । ସତ୍ୟଯୁଗରେ ଏମାନଙ୍କର ରାଜ୍ୟ ଥିଲା । ଏବେ କଳିଯୁଗରେ ଦେଖ କ’ଣ ହୋଇଯାଇଛି! ଏବେ ତୁମେମାନେ ସତ୍ୟଯୁଗକୁ ଯିବା ପାଇଁ ପୁଣି ପାଠ ପଢୁଛ । ଭକ୍ତିମାର୍ଗରେ ଯାହା କିଛି ବି ବେଦ ଶାସ୍ତ୍ର ଆଦି ରହିଛି ସେ ସବୁକୁ ଛାଡିବାକୁ ପଡିଥାଏ । ଜ୍ଞାନ ମିଳିଗଲା ପୁଣି ଭକ୍ତିର କୌଣସି ଆବଶ୍ୟକତା ନାହିଁ । ଜ୍ଞାନ ଦ୍ୱାରା ଆମେ ବିଶ୍ୱର ମାଲିକ ହେଉଛୁ ।
ବାବା ଆସିଛନ୍ତି - ଭକ୍ତିର ଫଳ ଦେବା ପାଇଁ । ଜ୍ଞାନ ଶୁଣାଉଛନ୍ତି । ଏବେ ଆମକୁ ପତିତରୁ ପାବନ ନିଶ୍ଚୟ ହେବାକୁ ହିଁ ପଡିବ କାହିଁକି ନା ପତିତମାନେ ତ ଘରକୁ ଫେରିପାରିବେ ନାହିଁ । ମୁକ୍ତିଧାମରେ ମଧ୍ୟ ସବୁ ପାବନ ଆତ୍ମାମାନେ ରହିଥାନ୍ତି । ସୁଖଧାମରେ ମଧ୍ୟ ସବୁ ପବିତ୍ର ରହିଥାନ୍ତି । ଏବେ କଳିଯୁଗରେ ସମସ୍ତେ ପତିତ ଅଟନ୍ତି । ଏବେ ସେମାନଙ୍କୁ କିଏ ପବିତ୍ର କରାଇବ? ଏକମାତ୍ର ବାବା ହେଉଛନ୍ତି ପତିତ-ପାବନ । ଏବେ ବାବା କହୁଛନ୍ତି ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ଆସୁଛି । ସବୁଠାରୁ ନମ୍ବରୱାନ ଭକ୍ତ ଏହି ଦାଦା ଥିଲେ । ପୁଣି ବ୍ରହ୍ମା କୁହ ଅଥବା ଲକ୍ଷ୍ମୀ-ନାରାୟଣଙ୍କର ଆତ୍ମା କୁହ । ଏହା ବହୁତ ଗୁଢ ରହସ୍ୟ କଥା । ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ଏବଂ ବ୍ରହ୍ମାଙ୍କ ନାଭିରୁ ବିଷ୍ଣୁ ବାହାରିଲେ... ବିଷ୍ଣୁ ୮୪ ଜନ୍ମ ପରେ ବ୍ରହ୍ମା ହୋଇଥାଆନ୍ତି । ଏକଥା କୌଣସି ଶାସ୍ତ୍ରରେ ନାହିଁ । ଏହି ବ୍ରହ୍ମା ବାବା ମଧ୍ୟ ଗୀତା ପାଠ କରୁଥିଲେ । ଯେବେ ଜ୍ଞାନ ମିଳିଗଲା, ଦେଖିଲେ ଯେ ବାବା ତ ବିଶ୍ୱର ବାଦଶାହୀ ଦେଉଛନ୍ତି । ପୁଣି ତାଙ୍କୁ ବିଷ୍ଣୁଙ୍କର ମଧ୍ୟ ସାକ୍ଷାତ୍କାର ହେଲା ତେଣୁ ତୁରନ୍ତ ଗୀତା ଆଦି ପଢିବା ଛାଡିଦେଲେ । ସେତେବେଳେ ଶିବବାବାଙ୍କର ପ୍ରବେଶତା ହୋଇଥିଲା ନା । ପୁଣି ତା’ପରେ ଗୀତାକୁ କେବେ ଛୁଇଁଲେ ବି ନାହିଁ । ଏକମାତ୍ର ବାବାଙ୍କୁ ହିଁ ୟାଦ କରିବାକୁ ଲାଗିଲେ । ଇଏ (ବ୍ରହ୍ମା) କହୁଛନ୍ତି ମୁଁ ମଧ୍ୟ ସେହି ବାବାଙ୍କଠାରୁ ଶୁଣିବାକୁ ଲାଗିଲି । ଶିବବାବା କହୁଛନ୍ତି - ମୁଁ ଯେତେବେଳେ ପିଲାମାନଙ୍କୁ ଜ୍ଞାନ ଶୁଣାଉଥିଲି ସେତେବେଳେ ଇଏ ବି ଶୁଣୁଥିଲେ । ଏହାଙ୍କ ଶରୀରରେ ମୁଁ ପ୍ରବେଶ କରି ଆସିଛି, ସେଥିପାଇଁ ଏହାଙ୍କ ନାମ ଅର୍ଜୁନ ରଖିଛି । ଶାସ୍ତ୍ରରେ ଘୋଡାର ରଥ ଦେଖାଉଛନ୍ତି । ଏଥିରେ କେତେ ଫରକ ରହିଛି । ଘୋଡା ଗାଡିରେ କ’ଣ ଜଣକୁ ବସାଇ ଜ୍ଞାନ ଦେଲେ? ଏବେ ତୁମେମାନେ ଜାଣିପାରୁଛ ଯେ ଏହା କିପରି ହୋଇପାରିବ । ତୁମେ ପ୍ରତ୍ୟକ୍ଷରେ ଦେଖୁଛ ଯେ - ବାବା କିପରି ଆସି ପାଠ ପଢାଉଛନ୍ତି । କେତେ ସେଣ୍ଟର୍ସ ରହିଛି । ତେବେ ପାଠ ପଢାଇବା ପାଇଁ ନିଶ୍ଚୟ ପାଠଶାଳା ଦରକାର, ନା କି ଯୁଦ୍ଧ ଭୂମି । ବାବା ରାଜଯୋଗ ଶିଖାଉଛନ୍ତି । ସତ୍ୟଯୁଗରେ କୌଣସି ଶାସ୍ତ୍ର ରହିବ ନାହିଁ । ମୁଁ ତୁମକୁ ଏବେ ଜ୍ଞାନ ଶୁଣାଉଛି । ବାସ୍ ସତ୍ୟଯୁଗରେ ଜ୍ଞାନର ଦରକାର ହିଁ ନାହିଁ । ପୁରୁଣା ଦୁନିଆରେ ଯାହା କିଛି ଅଛି ସବୁ ମାଟିରେ ମିଶିଯିବ । ଏହା ରାଜସ୍ୱ ଅଶ୍ୱମେଧ ଯଜ୍ଞ ଅଟେ । ଏହି ଶରୀର ରୂପୀ ରଥକୁ ଅଶ୍ୱ କୁହାଯାଉଛି, ଏହାକୁ ମଧ୍ୟ ସ୍ୱାହା କରିବାକୁ ହେବ । ଆତ୍ମା ବାବାଙ୍କର ହୋଇଗଲା ପୁଣି ଏହି ପୁରୁଣା ଶରୀର ବି ଶେଷ ହୋଇଯିବ । କୃଷ୍ଣପୁରୀକୁ ଏହି ବିକାରୀ ଶରୀର ନେଇକରି ଯିବ ନାହିଁ । ଆତ୍ମା ଅମର ଅଟେ । ହୋଲିରେ ଦେଖାଇଥାନ୍ତି - କୋକୀ (ଘସି ପରି ଗୋଟିଏ ଜିନିଷ ) ଜଳିଯାଇଥାଏ କିନ୍ତୁ ଏହାର ସୂତା ଜଳି ନ ଥାଏ । ବାବା ପୁଣି ବେହଦର କଥା ବୁଝାଉଛନ୍ତି - ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି ଶୁଣି ଆସିଛ ସେସବୁକୁ ଭୁଲିଯାଅ । ଏବେ ଭାରତ ମିଥ୍ୟା ରାଷ୍ଟ୍ର ହୋଇଯାଇଛି, କାଲି ଏହା ସତ୍ୟରାଷ୍ଟ୍ର ଥିଲା । ସତ୍ୟରାଷ୍ଟ୍ର ବାବା କରାଇଥିଲେ ପୁଣି ରାବଣ ଏହାକୁ ମିଥ୍ୟା ରାଷ୍ଟ୍ର କରିଦେଇଛି । ଏହି ରାବଣ ସମସ୍ତଙ୍କର ପୁରୁଣା ଶତ୍ରୁ ଅଟେ । ବାସ୍ ଯିଏ ଯାହା କହିଲା ତାକୁ ମାନି ନେଇ ଚାଲିଛନ୍ତି । ଯେପରି ଦିଲୱାଡା ମନ୍ଦିରରେ ଆଦି ଦେବଙ୍କର ନାମ ମହାବୀର ରଖି ଦେଇଛନ୍ତି । ମହାବୀର ହନୁମାନଙ୍କୁ କୁହାଯାଇଥାଏ । ଏବେ କେଉଁଠି ସିଏ ଏବଂ କେଉଁଠି ଇଏ ରହିଛନ୍ତି । ଏହି ମନ୍ଦିରରେ ସଠିକ ରୂପେ ତୁମର ସ୍ମୃତିଚିହ୍ନ ରହିଛି । ଉପରେ ସ୍ୱର୍ଗ ଅଛି, ତଳେ ତପସ୍ୟା କରୁଛନ୍ତି । ଆଦିନାଥଙ୍କର ମୂର୍ତ୍ତି ସୁନାର ତିଆରି କରିଛନ୍ତି । କହିଥାନ୍ତି ନା - ଭାରତ ସୁନାର ଚଢେଇ ଥିଲା । ଭାରତରେ ଯେତେ ସୁନା ଥିଲା ଆଉ କୌଣସି ସ୍ଥାନରେ ନ ଥିଲା । ସେଥିପାଇଁ ଏଠାରେ ସୁନାର ମହଲ ତିଆରି ହୋଇଥିଲା । ଏହାର ଛାତ ଉପରେ ଏବଂ କାନ୍ଥମାନଙ୍କରେ ହୀରା ନୀଳାମାନ ଲାଗିଥିଲା । ମନ୍ଦିରରେ କେତେ ହୀରା ନୀଳା ଥିଲା ଯାହାକୁ ପୁଣି ଲୁଟି କରିନେଇଗଲେ । ମନ୍ଦିରମାନଙ୍କରୁ ହୀରାନୀଳା ଲୁଟ କରି ନେଇ ମସ୍ଜିଦ୍ ମାନଙ୍କରେ ଲଗାଇ ଦେଲେ । ତେବେ ସେହି ସମୟରେ ତା’ର ମୂଲ୍ୟ କେତେ ହୋଇଥିବ । ଏଠାରେ ଅସରନ୍ତି ଧନ ଥିଲା ସେଥିପାଇଁ ତ ଲୁଟି କରି ନେଇଗଲେ । ଏକଥା ସମସ୍ତେ ଜାଣିଛନ୍ତି ଯେ ପ୍ରାଚୀନ ଭାରତ ବହୁତ ସମ୍ପତ୍ତିବାନ ଥିଲା । ଏବେ କେତେ ଗରୀବ ହୋଇଯାଇଛି । ଗରୀବମାନଙ୍କ ପ୍ରତି ଦୟା ଆସିଥାଏ । ରାବଣ ତୁମକୁ କେତେ ଇନସାଲବେଣ୍ଟ ବା ଦେବାଳିଆ କରିଦେଇଛି । ବାବା ପୁଣି ଆସି ସାଲବେଣ୍ଟ ବା ସାହୁକାର କରୁଛନ୍ତି । ଏହା ବେହଦର ନାଟକ ଅଟେ, ଏହାର ଆଦି-ମଧ୍ୟ-ଅନ୍ତକୁ କେହି ବି ଜାଣି ନାହାଁନ୍ତି । ବାବା ଜ୍ଞାନର ସାଗର ଅଟନ୍ତି । ଏପରି ନୁହେଁ ଯେ ସିଏ ସମସ୍ତଙ୍କର ଅନ୍ତରକୁ ବସି ଦେଖୁଛନ୍ତି । ଏସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଯେଉଁମାନେ ପାପ କରୁଛନ୍ତି ତାଙ୍କୁ ଦଣ୍ଡ ତ ମିଳି ହିଁ ଥାଏ । ମୋତେ ସମସ୍ତେ ଜ୍ଞାନର ସାଗର, ପତିତ-ପାବନ ବୋଲି କହୁଛନ୍ତି । ଡାକୁଛନ୍ତି ହେ ବାବା ଆସ, ଆସିକରି ଆମକୁ ଜ୍ଞାନ ଦିଅ । ପବିତ୍ର କରାଅ । ତେବେ ମୁଁ ଏହି କାର୍ଯ୍ୟ ଆସି କରୁଛି । ବାକି ଶାସ୍ତ୍ର ଗୁଡିକରେ ଯେଉଁ କଥା ଅଛି, ବାବା କହୁଛନ୍ତି ସେବୁକୁ ଭୁଲିଯାଅ ଏବଂ ଯାହା ମୁଁ ଶୁଣାଉଛି ତାହା ଶୁଣ । ଏବେ ତୁମେ ବାବାଙ୍କ ଦ୍ୱାରା ରାଜଯୋଗ ଶିଖୁଛ । ପୁଣି ତୁମେମାନେ ସୂର୍ଯ୍ୟବଂଶୀ ହେବ । ପୁଣି ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ, ଶୂଦ୍ରବଂଶୀ ହେବ । ଏହି ଜ୍ଞାନ ତୁମ ବୁଦ୍ଧିରେ ଅଛି । ସତ୍ୟଯୁଗରେ ଏସବୁ ଭୁଲିଯିବ । ସେଠାରେ ବାବାଙ୍କୁ କେହି ୟାଦ କରନ୍ତି ନାହିଁ । ବର୍ସା ମିଳିଗଲା ପୁଣି ୟାଦ କାହିଁକି କରିବେ । କେତେ ଭଲ ଭାବରେ ବୁଝାଯାଉଛି । ଏକଥା କୌଣସି ଶାସ୍ତ୍ରରେ ନାହିଁ । ବାବା ହେଉଛନ୍ତି ହିଁ ବୃକ୍ଷପତି । ସିଏ କହୁଛନ୍ତି ମୋତେ ୟାଦ କର । ରଚୟିତା ଜଣେ ହେବେ ନା, ଗୋଡି-ପଥର ମଧ୍ୟ କ’ଣ ରଚୟିତା ହେବେ?
ବାବା କହୁଛନ୍ତି ଯେ ରାବଣ ତୁମର ବୁଦ୍ଧିକୁ କେତେ ଖରାପ କରିଦେଇଛି । ବଡ-ବଡ ବିଦ୍ୱାନମାନଙ୍କର କେତେ ଅହଂକାର ରହିଛି । ସେମାନେ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ନା ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ବାବା କହୁଛନ୍ତି - ମୁଁ ତୁମକୁ ରାଜତ୍ୱ ଦେଇଥିଲି । ତୁମେମାନେ ସବୁ ଧନ-ଦୌଲତ ଶେଷ କରିଦେଲ, ଏବେ ଭିକ ମାଗୁଛ, ସେଥିପାଇଁ ତୁମକୁ ଆସୁରୀ ସମ୍ପ୍ରଦାୟ କୁହାଯାଉଛି । ଦେବତାମାନଙ୍କର କେତେ ମହିମା ଗାୟନ କରୁଛନ୍ତି । ପୁଣି କହୁଛନ୍ତି ଆମେ ନିର୍ଗୁଣ, ଆମ ପାଖରେ କୌଣସି ଗୁଣ ନାହିଁ । ଏବେ ତୁମ ସନ୍ତାନମାନଙ୍କୁ ଗୁଣ ଧାରଣ କରିବାକୁ ହେବ, ଅବଗୁଣଗୁଡିକୁ ବାହାର କରିଦିଅ । ରାବଣ ତୁମକୁ ମାଙ୍କଡ ସଦୃଶ କରିଦେଇଛି । ଏବେ ବାବା ତୁମକୁ ଦେବତା କରୁଛନ୍ତି । ଯାହାଙ୍କ ପାଖରେ ୫ ବିକାର ଅଛି ତାଙ୍କୁ ମାଙ୍କଡ କୁହାଯାଇଥାଏ । (ନାରଦର ଉଦାହରଣ) ଏବେ ଆମର ଚରିତ୍ର ବଦଳୁଛି ପୁଣି ଆମେ ଦେବତା ହୋଇଯିବୁ । ଏହି ଜ୍ଞାନ ସରୋବରରେ ବୁଡ ପକାଇ ଆମେ ଜ୍ଞାନ ପରୀ ହୋଇଯାଉଛୁ । ସେମାନେ ପୁଣି ପାଣିକୁ ମାନ-ସରୋବର ଭାବି ନେଇଛନ୍ତି । ଏହା ହେଉଛି ଜ୍ଞାନ ସ୍ନାନର କଥା । ଏକଥା ତ ପିଲାମାନେ ଜାଣିଛନ୍ତି, ବାବା ୫ ହଜାର ବର୍ଷ ପୂର୍ବଭଳି ଆମକୁ ବୁଝାଉଛନ୍ତି, ଏଥିରେ କୌଣସି ସଂଶୟ ଆସିପାରିବ ନାହିଁ । ପତିତ-ପାବନ ବାବାଙ୍କୁ ଏବଂ ବିଷ୍ଣୁପୁରୀକୁ ୟାଦ କର, ତେବେ ତୁମେ ପବିତ୍ର ହୋଇଯିବ । ମନୁଷ୍ୟ ମୁକ୍ତି ପାଇବା ପାଇଁ କେତେ ମୁଣ୍ଡ ପିଟୁଛନ୍ତି କିନ୍ତୁ ଘର ବିଷୟରେ କେହି ବି ଜାଣିନାହାଁନ୍ତି । କେହି-କେହି ଭାବୁଛନ୍ତି ଆତ୍ମା ଲୀନ ହୋଇଯିବ । କେହି ପୁଣି ଭାବୁଛନ୍ତି ଆତ୍ମା ଆଉ ଶରୀର ନିଏ ନାହିଁ । ଅନେକ ମତ ରହିଛି, ବାବାଙ୍କୁ କେହି ଜାଣି ହିଁ ନାହାଁନ୍ତି । ସାରା ଦୁନିଆ ଭାବୁଛି କୃଷ୍ଣ ଭଗବାନୁବାଚ । ଏଠାରେ ବାବା କହୁଛନ୍ତି ଶିବ ଭଗବାନୁବାଚ । କେତେ ରାତି-ଦିନର ଫରକ ରହିଛି । ଏହାର ନାମ ହିଁ ଏକଦମ୍ ବଦଳାଇ ଦେଇଛନ୍ତି । ଆଚ୍ଛା!
ମିଠା-ମିଠା ପିଲାମାନେ, ଏହା ବାପଦାଦା ଉଭୟ କହୁଛନ୍ତି । ଉଭୟଙ୍କର ସନ୍ତାନ ଅଟ ନା । ଇଏ ବି ଛାତ୍ର, ତୁମେମାନେ ବି ଛାତ୍ର । ଇଏ ମଧ୍ୟ ପାଠ ପଢୁଛନ୍ତି । ଯେଉଁମାନେ ଭାରତକୁ ପବିତ୍ର କରିବାର ସେବା କରୁଛନ୍ତି, ସେହିମାନେ ହିଁ ସନ୍ତାନ ଅଟନ୍ତି । ଯେଉଁମାନେ ପବିତ୍ର ହେଉନାହାଁନ୍ତି ତାଙ୍କୁ ଦେଖି ମଧ୍ୟ ବାବା ଯେପରି ଦେଖି ନ ଥାନ୍ତି । ଭାବନ୍ତି ଦଣ୍ଡ ଭୋଗ କରି ପୁଣି ଆସି ରୋଷେଇଆ ହେବେ । ଯେଉଁମାନେ ପବିତ୍ର ହେଉଛନ୍ତି, ସେହିମାନେ ବିଶ୍ୱର ମାଲିକ ହେବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର :—
(୧) ମିଠା ହେବା ପାଇଁ ହେଲେ ମିଠା ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ । ସଚ୍ଚା ବାବାଙ୍କ ସହିତ ସଚ୍ଚା ହୋଇ ରହିବାକୁ ହେବ । ଏକମାତ୍ର ବାବାଙ୍କର ଶ୍ରେଷ୍ଠ ମତରେ ହିଁ ଚାଲିବାକୁ ପଡିବ ।
(୨) ପୁରୁଷାର୍ଥ କରି ସମ୍ପୂର୍ଣ୍ଣ ହେବାକୁ ପଡିବ । ଭାରତକୁ ପବିତ୍ର କରିବାର ସେବା କରିବାକୁ ହେବ । କୌଣସି ବି କଥାରେ ସଂଶୟ ଆଣିବାର ନାହିଁ ।
| ବରଦାନ:- |
ଜ୍ଞାନୀ ତୁ ଆତ୍ମା ହୋଇ ଜ୍ଞାନ ସାଗର ଏବଂ ତାଙ୍କର ଜ୍ଞାନରେ ବୁଡି ରହୁଥିବା ସର୍ବ ପ୍ରାପ୍ତି ସ୍ୱରୂପ ଭବ । ଯେଉଁମାନେ ଜ୍ଞାନୀ ତୁ ଆତ୍ମା ସେମାନେ ସର୍ବଦା ଜ୍ଞାନ ସାଗର ଏବଂ ତାଙ୍କର ଜ୍ଞାନ ଭିତରେ ବୁଡି ରହିଥାଆନ୍ତି ସେମାନେ ସର୍ବ ପ୍ରାପ୍ତି ସ୍ୱରୂପ ହୋଇଥିବା କାରଣରୁ ସେମାନଙ୍କର ଇଚ୍ଛା ମାତ୍ରର ଅବିଦ୍ୟାର ସ୍ଥିତି ସ୍ୱତଃ ରହିଥାଏ । ଯେଉଁମାନେ ଅଂଶ ମାତ୍ରରେ ମଧ୍ୟ କୌଣସି ସ୍ୱଭାବ-ସଂସ୍କାରର ଅଧୀନ ଅଟନ୍ତି, ନାମ-ମାନ-ସମ୍ମାନ ଏବଂ ପଦ ମର୍ଯ୍ୟାଦାର ଇଚ୍ଛୁକ ଅଟନ୍ତି, କାହିଁକି, କ’ଣ, କିପରି ପ୍ରଶ୍ନଗୁଡିକର ଉତ୍ତର ପାଇବା ପାଇଁ ଚିତ୍କାର କରୁଥାଆନ୍ତି, ସାହାଯ୍ୟ ପାଇଁ ଡାକ ଛାଡୁଥାଆନ୍ତି, ଭିତରେ ଗୋଟିଏ ପ୍ରକାରର ବାହାରେ ଆଉ ଗୋଟିଏ ପ୍ରକାରର ରୂପ ରହିଥାଏ, ସେମାନଙ୍କୁ ଜ୍ଞାନୀ ତୁ ଆତ୍ମା କୁହାଯିବ ନାହିଁ । |
| ସ୍ଲୋଗାନ:- | ଏହି ଜୀବନରେ ଅତିନ୍ଦ୍ରୀୟ ସୁଖ ଏବଂ ଆନନ୍ଦନର ଅନୁଭୂତି କରୁଥିବା ଆତ୍ମାମାନେ ହିଁ ସହଜଯୋଗୀ ଅଟନ୍ତି । |
*** ଓମ୍ ଶାନ୍ତି ***
ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ବ୍ରାହ୍ମଣ ଜୀବନର ଲକ୍ଷ୍ୟ ହେଲା ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ବା କର୍ମାତୀତ ହେବା । ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ବିଶେଷ ଭାବରେ ନିଜ ଭିତରେ ଏକତ୍ରିକରଣର ଶକ୍ତି ଏବଂ ସମାହିତ କରିବାର ଶକ୍ତିକୁ ଧାରଣ କର । କର୍ମବନ୍ଧନୀ ଆତ୍ମାମାନେ ଯେଉଁଠାରେ ରହିଥିବେ କେବଳ ସେହିଠାରେ ହିଁ କୌଣସି କାର୍ଯ୍ୟ କରିପାରିବେ କିନ୍ତୁ କର୍ମାତୀତ ଆତ୍ମାମାନେ ଏକ ସମୟରେ ଚାରିଆଡେ ସେବାର ପାର୍ଟ କରିପାରିବେ କାହିଁକିନା କର୍ମାତୀତ ଅଟନ୍ତି । ସେମାନଙ୍କର ଗତି ବହୁତ ତୀବ୍ର ହୋଇଥାଏ । ଗୋଟିଏ ସେକେଣ୍ଡ ଭିତରେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ଯାଇଥାଆନ୍ତି ।