ଓଡ଼ିଆ ମୁରଲି · Brahma Kumaris

ଓଡ଼ିଆ ମୁରଲି · ନଭେମ୍ବର 28, 2026

ଓମ୍ ଶାନ୍ତି · BapDada ·

ଆଜିର ମୁରଲି — today murli in Odia PDF, Odia murli today.

18
ମୁରଲିନଭେମ୍ବର 28, 2026 · ଓଡ଼ିଆ
0:00--:--

ପାଠ ବାଛନ୍ତୁ → ହାଇଲାଇଟ୍ / ବକ୍ସ / ଅଣ୍ଡରଲାଇନ୍

28/11/26
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
ମଧୁବନ
“ମିଠେ ବଚ୍ଚେ:- ସମସ୍ତଙ୍କୁ ଏକମାତ୍ର ବାବାଙ୍କର ହିଁ ପରିଚୟ ଦିଅ, ଏକ ବାବାଙ୍କ ସହିତ ହିଁ ଆଦାନ-ପ୍ରଦାନ କର, ବାବାଙ୍କୁ ହିଁ ନିଜର ସଚ୍ଚା ସଚ୍ଚା ଚାର୍ଟ ଦିଅ ।”
ପ୍ରଶ୍ନ:- ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପିଲାମାନଙ୍କ ଦ୍ୱାରା ଅନେକ ପ୍ରକାରର ଭୁଲ ହୋଇ ଚାଲିଛି, ତା’ର କାରଣ କ’ଣ?
ଉତ୍ତର:- ତା’ର ମୁଖ୍ୟ କାରଣ ହେଉଛି - ଯୋଗରେ ବହୁତ ଦୁର୍ବଳ ଅଛନ୍ତି । ଯଦି ବାବାଙ୍କ ସ୍ମୃତିରେ ସର୍ବଦା ରହିବେ ତେବେ କୌଣସି ଖରାପ କର୍ମ ହୋଇପାରିବ ନାହିଁ । ଯଦି କାହାର ନାମ ରୂପରେ ଆକର୍ଷିତ ହେଲ, ତେବେ ଯୋଗ ଲାଗିବ ନାହିଁ । ତେଣୁ ସର୍ବଦା ପତିତରୁ ପାବନ ହେବାର ନିଶାରେ ରୁହ । ନିରନ୍ତର ଶିବବାବାଙ୍କ ସ୍ମୃତିରେ ରୁହ । ତୁମମାନଙ୍କର ପରସ୍ପର ସହିତ ଶାରୀରିକ ସ୍ନେହ ରହିବା ଉଚିତ୍ ନୁହେଁ ।
ଗୀତ:- ଜଲେ ନ କ୍ୟୋଁ ପରବାନେ....

ଓମ୍ ଶାନ୍ତି । ଭକ୍ତିମାର୍ଗରେ ଏହି ଗୀତ ଗାୟନ କରାଯାଇଛି । ଶେଷରେ ଏହି ଗୀତ ସବୁ ବନ୍ଦ ହୋଇଯିବ, ଏହାର କୌଣସି ଆବଶ୍ୟକତା ନାହିଁ । ଗାୟନ ମଧ୍ୟ ରହିଛି ଗୋଟିଏ ସେକେଣ୍ଡରେ ବାବାଙ୍କଠାରୁ ବର୍ସା ଅର୍ଥାତ୍ ସମ୍ପତ୍ତି ମିଳୁଛି । ତୁମେମାନେ ଜାଣିଛ ଯେ ଅବିନାଶୀ ବାବାଙ୍କଠାରୁ ଆମକୁ ଜୀବନମୁକ୍ତିର ସମ୍ପତ୍ତି ମିଳୁଛି । ଜୀବନମୁକ୍ତି ଅର୍ଥାତ୍ ଏହି ଦୁଃଖଧାମରୁ ମୁକ୍ତ, ଭ୍ରଷ୍ଟାଚାରପଣରୁ ମୁକ୍ତ । ପୁଣି କ’ଣ ହେବ? ସେଥିପାଇଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବହୁତ ଭଲ ଭାବରେ ବୁଝାଇବା ଦରକାର । ବାବା ରାତ୍ରି କ୍ଲାସରେ ମଧ୍ୟ ବୁଝାଇଥିଲେ ଯେ ଯଦି କେହି ଆସୁଛନ୍ତି ତେବେ ପ୍ରଥମେ ତାଙ୍କୁ ସର୍ବୋଚ୍ଚ ଭଗବାନଙ୍କ ପରିଚୟ ଦିଅ । ପଚାରୁଛନ୍ତି - ଏଠିକାର ଉଦ୍ଦେଶ୍ୟ କ’ଣ? ତେଣୁ ପ୍ରଥମେ ଅବିନାଶୀ ପିତାଙ୍କର ପରିଚୟ ଦେବାକୁ ହେବ । ଏବେ ସିଏ କହୁଛନ୍ତି ମୋତେ ୟାଦ କର ତେବେ ତୁମେ ପବିତ୍ର ହୋଇଯିବ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ । ତେବେ ବାବାଙ୍କର ନିଶ୍ଚୟ କୌଣସି କ୍ଷମତା ଥିବ ନା । ତାଙ୍କୁ କୌଣସି ଅଭିନୟ ତ ମିଳିଥିବ । ତାଙ୍କୁ ସମସ୍ତେ ସର୍ବୋଚ୍ଚ ପିତା ବୋଲି କହୁଛନ୍ତି । ସିଏ ଭାରତକୁ ହିଁ ଆସୁଛନ୍ତି । ଭାରତକୁ ହିଁ ଆସି ଶ୍ରେଷ୍ଠ କରୁଛନ୍ତି । ବାବା ବୈକୁଣ୍ଠର ଉପହାର ନେଇ ଆସୁଛନ୍ତି । ମନୁଷ୍ୟ ସୃଷ୍ଟିରେ ସର୍ବୋଚ୍ଚ ହେଉଛନ୍ତି ଦେବୀ-ଦେବତାମାନେ, ସୂର୍ଯ୍ୟବଂଶୀ କୁଳ, ଯେଉଁମାନେ ସତ୍ୟଯୁଗରେ ରାଜତ୍ୱ କରୁଥିଲେ । ସତ୍ୟଯୁଗର ସ୍ଥାପନକର୍ତ୍ତା ସର୍ବୋଚ୍ଚ ଭଗବାନ ହିଁ ଅଟନ୍ତି । ସମସ୍ତେ ତାଙ୍କୁ କହୁଛନ୍ତି ମଧ୍ୟ ସ୍ୱର୍ଗର ସ୍ଥାପନକର୍ତ୍ତା, ସ୍ୱର୍ଗୀୟ ଈଶ୍ୱର ପିତା । ସିଏ ଆମର ପିତା ଅଟନ୍ତି, ତାଙ୍କ ପାଇଁ କେବେ ଏପରି କହିପାରିବା ନାହିଁ ଯେ ବାବା ସର୍ବବ୍ୟାପୀ ଅଟନ୍ତି । ତାଙ୍କୁ ସର୍ବବ୍ୟାପୀ କହିବା ଦ୍ୱାରା ତାଙ୍କର ସମ୍ପତ୍ତି ଗୁପ୍ତ ହୋଇଯାଉଛି । କେତେ ମିଠା କଥା ଅଟେ, ବାବା କହିଲେ ସମ୍ପତ୍ତି ମନେ ପଡିବ । ସିଏ ନିଶ୍ଚିତ ନିଜର ପିଲାମାନଙ୍କୁ ହିଁ ସମ୍ପତ୍ତି ଦେବେ । ସମସ୍ତ ଆତ୍ମାମାନଙ୍କର ପିତା ଜଣେ ହିଁ ଅଟନ୍ତି । ସିଏ ଆସି ସୁଖ-ଶାନ୍ତିର ସମ୍ପତ୍ତି ଦେଉଛନ୍ତି, ରାଜଯୋଗ ଶିଖାଉଛନ୍ତି । ଅନ୍ୟ ସବୁ ଆତ୍ମାମାନେ ହିସାବ-କିତାବ ଚୁକ୍ତ କରି ଘରକୁ ଚାଲିଯିବେ । ଏବେ ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି । ସେଥିପାଇଁ ଏହି ମହାଭାରତ ଲଢେଇ ରହିଛି । ବର୍ତ୍ତମାନ ଅନେକ ଧର୍ମର ବିନାଶ, ଏକ ଧର୍ମର ସ୍ଥାପନା ହେବାର ଅଛି । ବୁଦ୍ଧି ମଧ୍ୟ କହୁଛି ଯେ ନିଶ୍ଚୟ କଳିଯୁଗ ପରେ ସତ୍ୟଯୁଗ ଆସିବ । ଦେବୀ-ଦେବତାମାନଙ୍କର ଇତିହାସର ପୁନରାବୃତ୍ତି ହେବ । ଗାୟନ ମଧ୍ୟ ରହିଛି ବ୍ରହ୍ମା ଦ୍ୱାରା ସ୍ଥାପନ କରୁଛନ୍ତି । ଆମକୁ ସର୍ବୋଚ୍ଚ ପଦ ପ୍ରାପ୍ତ କରାଉଛନ୍ତି ।

ବାବା କହୁଛନ୍ତି - ପିଲାମାନେ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । ଏବେ ମୃତ୍ୟୁଲୋକ ମୁର୍ଦ୍ଦାବାଦ ଏବଂ ଅମରଲୋକ ଜିନ୍ଦାବାଦ ହେବାର ଅଛି । ତୁମେ ସମସ୍ତେ ପାର୍ବତୀ ଅଟ, ଶିବବାବାଙ୍କଠାରୁ ଅମରକଥା ଶୁଣୁଛ । ପୁତ୍ର ଏବଂ କନ୍ୟାମାନେ ଉଭୟ ଅମର ହେବେ ନା । ଏହାକୁ ଅମରକଥା କୁହ, ତିଜରୀର (ତୃତୀୟ ନେତ୍ର) କଥା କୁହ । ପ୍ରାୟତଃ ମାତାମାନେ ହିଁ କଥା ଶୁଣିଥାନ୍ତି । କ’ଣ ଅମରପୁରୀରେ ପୁରୁଷ ରହିବେ ନାହିଁ? ଉଭୟ ରହିବେ, ଏକଥା ବାବା ହିଁ ବୁଝାଉଛନ୍ତି ଯେ ଭକ୍ତିର୍ମାଗର ଶାସ୍ତ୍ର କ’ଣ କହୁଛି ଏବଂ ବାବା କ’ଣ କହୁଛନ୍ତି? ଏକଥା ମଧ୍ୟ କହୁଛନ୍ତି ଯେ ଭକ୍ତିର ଫଳ ଭଗବାନ ଦେବାକୁ ଆସିଥା’ନ୍ତି! ବାସ୍ତବରେ ସତ୍ୟଯୁଗରେ ଏହି ଦେବୀ-ଦେବତାମାନଙ୍କର ହିଁ ବିଶ୍ୱ ଉପରେ ରାଜତ୍ୱ ଥିଲା । ଏମାନଙ୍କୁ କିଏ ଫଳ ଦେଲେ? କେହି ବି ସାଧୁ-ସନ୍ନ୍ୟାସୀ ଆଦି ତ ଭକ୍ତିର ଫଳ ଦେଇପାରିବେ ନାହିଁ । ଏକଥା ମଧ୍ୟ ଜାଣିଛ ଯେ ଭକ୍ତି ସମସ୍ତେ ସମାନ ଭାବେ କରି ନ ଥାନ୍ତି । ଯିଏ ବହୁତ ଭକ୍ତି କରିବେ ତାଙ୍କୁ ଫଳ ମଧ୍ୟ ନିଶ୍ଚୟ ସେହିଭଳି ହିଁ ମିଳିବ । ଯେଉଁମାନେ ପୂଜ୍ୟ ଥିଲେ ସେମାନେ ପୂଜାରୀ ହୋଇଯାଇଛନ୍ତି ପୁଣି ପୂଜ୍ୟ ହେବେ । ଭକ୍ତିର ଫଳ ତ ମିଳିବ ନା । ଏହି କଥା ମଧ୍ୟ ସମସ୍ତଙ୍କୁ ବୁଝାଇବାକୁ ହୋଇଥାଏ । ପ୍ରଥମେ ତ୍ରିମୂର୍ତ୍ତି ଚିତ୍ର ଉପରେ ବୁଝାଇବାକୁ ହେବ । ଏପରି ନୁହେଁ ଯେ ପ୍ରଥମେ ସିଢିର ଚିତ୍ର ଉପରେ ବୁଝାଇବ । ଏହା ହେଉଛି ବିସ୍ତାରର କଥା । ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ସିଏ ହେଉଛନ୍ତି ସର୍ବୋଚ୍ଚ । ତା’ ପରେ ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ପରିଚୟ ଦିଅ, ପୁଣି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ବନ୍ଧରେ ବୁଝାଅ । ଭକ୍ତିମାର୍ଗରେ ତ ଅନେକ ଚିତ୍ର ରହିଛି । ପ୍ରଥମେ-ପ୍ରଥମେ ଏହି କଥା କୁହ ଯେ ଇଏ ବେହଦର ବାବା ଅଟନ୍ତି - ଯାହାଙ୍କଠାରୁ ଆମେ ସ୍ୱର୍ଗର ସମ୍ପତ୍ତି ନେଉଛୁ । ସର୍ବୋଚ୍ଚ ଭଗବାନ ସର୍ବୋଚ୍ଚ ସମ୍ପତ୍ତି ଦେଉଛନ୍ତି । ଭାରତରେ ଶିବଜୟନ୍ତୀ ମଧ୍ୟ ପାଳନ କରାଯାଉଛି, ତେବେ ନିଶ୍ଚୟ ସ୍ୱର୍ଗୀୟ ଈଶ୍ୱର ପିତା ଆସି ସ୍ୱର୍ଗ ସ୍ଥାପନ କରିଥିବେ । ବାବା ହିଁ ସ୍ୱର୍ଗ ସ୍ଥାପନ କରୁଛନ୍ତି ପୁଣି ତାହା ୫ ହଜାର ବର୍ଷ ପରେ ନର୍କ ହୋଇଯାଉଛି । ତେଣୁ ରାମଙ୍କୁ ବି ଆସିବାକୁ ପଡୁଛି ଏବଂ ସମୟାନୁସାରେ ରାବଣକୁ ମଧ୍ୟ ଆସିବାକୁ ପଡୁଛି । ରାମ ଆଶୀର୍ବାଦ ଦେଉଛନ୍ତି, ରାବଣ ଅଭିଶାପ ଦେଉଛି । ଜ୍ଞାନ ଅର୍ଥାତ୍ ଦିନ ସରିଗଲେ ରାତ୍ରି ହୋଇଯାଉଛି । ଦିନରେ କେବଳ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀମାନେ ରହୁଛନ୍ତି । ଏହିକଥା ସଂକ୍ଷେପରେ ବୁଝାଇବା ବହୁତ ସହଜ ଅଟେ । ସର୍ବପ୍ରଥମେ ସର୍ବୋଚ୍ଚ ବାବାଙ୍କର ପରିଚୟ ଦେଇ ଦୃଢ କରାଇବା ଦରକାର । ଏହା ହିଁ ହେଉଛି ମୂଳ କଥା । ସତ୍ୟଯୁଗରେ ଦେବୀ-ଦେବତାମାନଙ୍କର କୁଳ ଥିଲା । ସମସ୍ତେ ସତ୍ତ୍ୱପ୍ରଧାନ ଥିଲେ ପୁଣି ସତ୍ୱ-ରଜୋ-ତମୋ ଗୁଣର ସ୍ଥିତିରେ ଆସିଥା’ନ୍ତି । ଏହା ହେଉଛି ଚକ୍ର । ଗୋଟିଏ ଜିନିଷ ସର୍ବଦା... ସ୍ଥାୟୀ ହୋଇ ରହେ ନାହିଁ । ତୁମମାନଙ୍କ ବୁଦ୍ଧିରେ ଏହି କଥା ମନେ ରହୁ ଯେ ଆମକୁ ସର୍ବୋଚ୍ଚ ବାବାଙ୍କୁ ମନେ ପକାଇବାକୁ ପଡିବ । ଆମେ ଯୋଗରେ ବହୁତ ଦୁର୍ବଳ ଅଟୁ । ବ୍ରହ୍ମାବାବା ମଧ୍ୟ ନିଜର ଅନୁଭବ ବତାଉଛନ୍ତି ଯେ ସିଏ ଘଡିକୁ ଘଡି ବାବାଙ୍କ ସ୍ମୃତି ଭୁଲି ଯାଉଥିଲେ କାରଣ ତାଙ୍କ ଉପରେ ବହୁତ ଦାୟିତ୍ୱ ଥିଲା । ସେଥିପାଇଁ ତ କୁହାଯାଉଛି ଯାହାଙ୍କର ମୁଣ୍ଡରେ ଏତେ ଦାୟିତ୍ୱ ଅଛି, ସିଏ ଯୋଗରେ କିପରି ରହିପାରିବେ । ବ୍ରହ୍ମାବାବାଙ୍କର ସାରା ଦିନ ବିଚାର ଚାଲୁଥିଲା । କେତେ କଥା ସମ୍ମୁଖକୁ ଆସୁଥିଲା । ବାବାଙ୍କୁ ସକାଳୁ ଉଠି ଯୋଗରେ ବସିବାରେ ଅଧିକ ମଜା ଲାଗୁଥିଲା । ଉତ୍ସାହ ମଧ୍ୟ ରହୁଥିଲା । ଓହୋ! ଏହା ସ୍ଥାପନା ହେବା ପରେ ମୁଁ ପୁଣି ଥରେ ବିଶ୍ୱର ମହାରାଜା ହେବି । ଯେପରି ବାବା ନିଜର ଅନୁଭବ ଶୁଣାଉଛନ୍ତି ଯେ ପ୍ରଥମ ମୁଖ୍ୟ କଥା ହେଉଛି - ବାବାଙ୍କର ପରିଚୟ । ଆଉ ଯଦି ଅନ୍ୟ କିଛି କଥା କେହି କହୁଛନ୍ତି ତାଙ୍କୁ କୁହ, ଏହାଦ୍ୱାରା କୌଣସି ପ୍ରାପ୍ତି ନହିଁ । ଆମେ ତୁମକୁ ସର୍ବୋଚ୍ଚ ପିତାଙ୍କର ପରିଚୟ ଦେଉଛୁ, ସିଏ ହିଁ ସର୍ବଶ୍ରେଷ୍ଠ ସମ୍ପତ୍ତି ଦେଉଛନ୍ତି ବିଶ୍ୱର ମାଲିକ ହେବା ପାଇଁ । ଆର୍ଯ୍ୟ ସମାଜୀମାନେ ଦେବତାମାନଙ୍କର ଚିତ୍ରକୁ ମାନନ୍ତି ନାହିଁ । ତୁମ ପାଖରେ ଚିତ୍ର ଦେଖୁଛନ୍ତି, ସେଥିପାଇଁ ବିଗିଡି ଯାଉଛନ୍ତି । ଯାହାଙ୍କୁ ସମ୍ପତ୍ତିର ଅଧିକାର ନେବାର ଥିବ ସିଏ ଶାନ୍ତିରେ ଆସି ଶୁଣିବେ । ମୁଖ୍ୟ କଥା ହେଉଛି ଜଣେ ହିଁ ସର୍ବୋଚ୍ଚ ଭଗବାନ ଅଟନ୍ତି । ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ସର୍ବୋଚ୍ଚ କହିବା ନାହିଁ । ସର୍ବୋଚ୍ଚ ବାବାଙ୍କଠାରୁ ହିଁ ଆମକୁ ସମ୍ପତ୍ତି ମିଳୁଛି । ସିଏ ହିଁ ପତିତ-ପାବନ ଅଟନ୍ତି । ଏହି କଥାକୁ ଦୃଢ ନିଶ୍ଚୟ କରିନିଅ । ଈଶ୍ୱର ଏକ ଅଟନ୍ତି । ବାବା ଅର୍ଥାତ୍ ସମ୍ପତ୍ତି । ବାବା ଭାରତକୁ ଆସି ସମ୍ପତ୍ତି ଦେଉଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ ହେଉଛି । ଏହି ମହାଭାରତ ଲଢେଇ ଦ୍ୱାରା ହିଁ ସ୍ୱର୍ଗର ଦ୍ୱାର ଖୋଲିଥାଏ । ସମସ୍ତେ ପତିତରୁ ପାବନ ହୋଇଥାନ୍ତି । ବେହଦର ବାବାଙ୍କଠାରୁ ହିଁ ଭାରତକୁ ସମ୍ପତ୍ତି ମିଳୁଛି । ଆଉ କୌଣସି କଥା ନାହିଁ । ଏଠାରେ ଗୋଟିଏ କଥା ରହିଛି । ବାବା କହୁଛନ୍ତି - ମୋତେ ମନେ ପକାଇଲେ ଆତ୍ମାରେ ଥିବା ଖାଦ ବାହାରିଯିବ । ଯଦି ଏହି ଗୋଟିଏ କଥା ବୁଝିଗଲେ ତା’ପରେ ଆଉ ସବୁ କିଛି ବୁଝାଅ । ଏତେ ଯେଉଁ ଚିତ୍ରଗୁଡିକ ରହିଛି, ସେସବୁ ହେଲା ବିସ୍ତାରର କଥା । ଆମେ କହୁଛୁ ଯେ ଜ୍ଞାନ ଅମୃତ ପିଇ ପବିତ୍ର ହୁଅ । ସେମାନେ କହୁଛନ୍ତି ଆମକୁ ବିଷ ଦରକାର । ସେ ସମ୍ବନ୍ଧରେ ମଧ୍ୟ ଏହି ଚିତ୍ର ରହିଛି, ସେଥିପାଇଁ କହୁଛନ୍ତି ଅମୃତ ଛାଡି ବିଷ କାହିଁକି ଗ୍ରହଣ କରୁଛ?

ଏହି ଆଧ୍ୟାତ୍ମିକ ଜ୍ଞାନ ଆଧ୍ୟାତ୍ମିକ ପିତା ହିଁ ଦେଉଛନ୍ତି । ସେହି ବାବା ସର୍ବବ୍ୟାପୀ କିପରି ହେବେ । ତୁମେ ଯଦି ବାବାଙ୍କୁ ସର୍ବବ୍ୟାପୀ ବୋଲି ମାନୁଛ ତେବେ ମାନ, ଆମେ ଏବେ ମାନିବୁ ନାହିଁ । ଆଗରୁ ଆମେ ମଧ୍ୟ ମାନୁଥିଲୁ । ଏବେ ବାବା କହୁଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ବାବାଙ୍କଠାରୁ ଆମକୁ ସମ୍ପତ୍ତି ମିଳୁଛି । ଏବେ ଭାରତ ନର୍କ ହୋଇଯାଇଛି, ତାକୁ ପୁଣି ଆମେ ସ୍ୱର୍ଗ ଅର୍ଥାତ୍ ପବିତ୍ର ଗୃହସ୍ଥ ଆଶ୍ରମ କରୁଛୁ । ଆଦି ସନାତନ ଦେବୀ-ଦେବତାମାନଙ୍କର ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ଏବେ ଏହା ହେଉଛି ଅପବିତ୍ର ବିକାରୀ ଦୁନିଆ । ବାବା କହୁଛନ୍ତି ମୋତେ ମନେ ପକାଅ । ସର୍ବୋଚ୍ଚ, ସର୍ବଶ୍ରେଷ୍ଠ, ଶିବବାବା ରଚୟିତା ଅଟନ୍ତି, ତାଙ୍କଠାରୁ ବର୍ସା ବା ସମ୍ପତ୍ତି ମିଳୁଛି । ଏବେ କଳିଯୁଗରେ ଅନେକ ମନୁଷ୍ୟ ରହିଛନ୍ତି, ସତ୍ୟଯୁଗରେ ତ ବହୁତ କମ୍ ମନୁଷ୍ୟ ରହିବେ । ତେବେ ସେହି ସମୟରେ ଅନ୍ୟ ସମସ୍ତେ ଶାନ୍ତିଧାମରେ ରହିବେ । ତେବେ ନିଶ୍ଚିତ ଏବେ ଲଢେଇ ଲାଗିବ ତେବେ ତ ମୁକ୍ତିଧାମକୁ ଯିବେ । ସବୁ କଥା ପିଲାମାନଙ୍କ ବୁଦ୍ଧିରେ ସ୍ଥାୟୀ ରହିବା ଆବଶ୍ୟକ । ପିଲାମାନଙ୍କୁ ନିଶ୍ଚିତ ସେବା କରିବାକୁ ହେବ । ସେବା କରିବା ଦ୍ୱାରା ହିଁ ଉଚ୍ଚ ପଦ ପାଇବ । ଏପରି ନୁହେଁ ଯେ ଯଦି ପରସ୍ପର ମଧ୍ୟରେ ମତଭେଦ ହେଲା ତେବେ ଶିବବାବାଙ୍କୁ ଭୁଲିଯିବ ଅଥବା ଶିବବାବାଙ୍କର ସେବା କରିବା ଛାଡିଦେବ । ତେବେ ତ ତୁମର ଏହି ପଦ ଭ୍ରଷ୍ଟ ହୋଇଯିବ । ପୁଣି ଏହି ସେବା ବଦଳରେ ଅପସେବା ହୋଇଯିବ । ପରସ୍ପର ମଧ୍ୟରେ ମତଭେଦ ଯୋଗୁଁ ସେବାକୁ ଛାଡିଦେବା, ଏହାଠାରୁ ଖରାପ କଥା ଆଉ କିଛି ନାହିଁ । ତୁମେ ବାବାଙ୍କୁ ମନେ ପକାଇଲେ ରୋଜଗାର ମଧ୍ୟ ହେବ । ଏବେ ଜ୍ଞାନ ମିଳିଛି ପବିତ୍ର ହୁଅ ଏବଂ ବାବାଙ୍କୁ ମନେ ପକାଅ । ଧୂରିଆ କୁହାଯାଇଥାଏ ଜ୍ଞାନର ଖେଳକୁ । ଏହାକୁ ଜ୍ଞାନ ଏବଂ ବିଜ୍ଞାନ ମଧ୍ୟ କୁହଯାଏ । ବିଜ୍ଞାନ ହେଉଛି ଯୋଗ, ଜ୍ଞାନ ହେଲା ସୃଷ୍ଟିଚକ୍ରର ଜ୍ଞାନ । ହୋଲି-ଧୂରିଆ, ମନୁଷ୍ୟମାନେ କିଛି ବୁଝୁ ନାହାଁନ୍ତି । ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ଜ୍ଞାନ ସମସ୍ତଙ୍କୁ ଶୁଣାଇବାକୁ ପଡିବ । ବାବା ବାରମ୍ବାର ବୁଝାଉଛନ୍ତି ଯେ ସର୍ବୋଚ୍ଚ ବାବାଙ୍କୁ ସର୍ବବ୍ୟାପୀ କହିପାରିବ ନାହିଁ । ନଚେତ୍ ନିଜେ କାହାକୁ ସ୍ମରଣ କରୁଛନ୍ତି? ବାବା କହୁଛନ୍ତି - ନିରନ୍ତର ମୋତେ ମନେ ପକାଅ । କିନ୍ତୁ ରଚୟିତାଙ୍କୁ ତ ଜାଣିନାହାଁନ୍ତି ତେଣୁ ପ୍ରାପ୍ତି କିପରି ହେବ? ନ ଜାଣିଥିବା କାରଣରୁ ସର୍ବବ୍ୟାପୀ କହିଦେଉଛନ୍ତି । ତେଣୁ ବାବାଙ୍କୁ ସର୍ବୋଚ୍ଚ ସିଦ୍ଧ କରି ବଝାଅ, ତେବେ ସର୍ବବ୍ୟାପୀର କଥା ବୁଦ୍ଧିରୁ ବାହାରିଯିବ । ଆମେ ସମସ୍ତେ ଭାଇ-ଭାଇ ଅଟୁ । ବାବା ପ୍ରତ୍ୟେକ ୫ ହଜାର ବର୍ଷ ପରେ ଆସି ସମ୍ପତ୍ତି ଦେଉଛନ୍ତି । ସତ୍ୟଯୁଗରେ ଦେବୀ-ଦେବତାମାନେ ରହିବେ । ଅନ୍ୟ ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇଚାଲ । ଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରୁଛନ୍ତି - କୁହ ଖ୍ରୀଷ୍ଟ ତ ସମସ୍ତଙ୍କ ପିତା ନୁହଁନ୍ତି ନା । ସମସ୍ତଙ୍କର ପିତା ତ ନିରାକାର ଅଟନ୍ତି, ଯାହାଙ୍କୁ ଆତ୍ମା ଡାକୁଛି - ହେ ଈଶ୍ୱର ପିତା, ଖ୍ରୀଷ୍ଟ ତାଙ୍କର ପୁତ୍ର ବୋଲି ଗାୟନ ରହିଛି । ପୁତ୍ରଠାରୁ ବର୍ସା କିପରି ମିଳିବ! ଖ୍ରୀଷ୍ଟ ତ ଈଶ୍ୱରଙ୍କର ରଚନା ଅଟନ୍ତି । ଏପରି କୌଣସି ଶାସ୍ତ୍ରରେ ଲେଖାଯାଇ ନାହିଁ ଯେ ଖ୍ରୀଷ୍ଟଙ୍କୁ ସ୍ମରଣ କରିବା ଦ୍ୱାରା ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଏକମାତ୍ର ଗୀତାରେ ହିଁ ରହିଛି ଯେ କେବଳ ମୋତେ ମନେ ପକାଅ । ଈଶ୍ୱର ପିତାଙ୍କର ଶାସ୍ତ୍ର ହିଁ ହେଉଛି ଗୀତା । କେବଳ ବାବାଙ୍କର ନାମ ବଦଳାଇ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ଏହି ଭୁଲ୍ କରିଦେଇଛନ୍ତି । ସର୍ବୋଚ୍ଚ ବାବା ଅଟନ୍ତି । ସିଏ ହିଁ ସୁଖ-ଶାନ୍ତିର ସମ୍ପତ୍ତି ଦେଉଛନ୍ତି । ଶିବଙ୍କର ଚିତ୍ର ସମସ୍ତଙ୍କୁ ନିଜ ନିଜ ପାଖରେ ରଖିବାକୁ ହେବ । ଶିବବାବା ଏହି ସମ୍ପତ୍ତି ଦେଉଛନ୍ତି ପୁଣି ତୁମେ ୮୪ ଜନ୍ମ ନେଇ ଏହାକୁ ହରାଇ ଦେଉଛ । ସିଢିର ଚିତ୍ର ଉପରେ ବୁଝାଇବାକୁ ହେବ - ପତିତ-ପାବନ ବାବା ହିଁ ଆସି ପବିତ୍ର ହେବାର ଉପାୟ ବତାଉଛନ୍ତି । ସେମାନେ କହୁଛନ୍ତି କୃଷ୍ଣ ଭଗବାନୁବାଚ, ତୁମେ କହୁଛ ଶିବ ଭଗବାନୁବାଚ । ପ୍ରଥମ ମହଲା ଅର୍ଥାତ୍ ମୂଳବତନରେ ସର୍ବୋଚ୍ଚ ବାବା ରହୁଛନ୍ତି, ପୁଣି ଦ୍ୱିତୀୟ ମହଲାରେ ଅଛି ସୂକ୍ଷ୍ମବତନ । ଏହା ହେଉଛି ତୃତୀୟ ମହଲା । ସୃଷ୍ଟି ଏହିଠାରେ ଅଛି, ପଛରେ ସୂକ୍ଷ୍ମବତନକୁ ଯାଇଥା’ନ୍ତି । ସେଠାରେ ଟ୍ରିବୁନାଲ ଅର୍ଥାତ୍ କଚେରୀ ବସିଥାଏ, ଦଣ୍ଡ ମିଳିଥାଏ । ଦଣ୍ଡ ଭୋଗ କରି ପବିତ୍ର ହୋଇ ଉପରକୁ ଚାଲିଯାଇଥାନ୍ତି । ବାବା ସବୁ ପିଲାମାନଙ୍କୁ ନେଇଯାଉଛନ୍ତି । ବର୍ତ୍ତମାନ ହେଉଛି ସଂଗମଯୁଗ । ଏହି ସଂଗମଯୁଗକୁ ୧୦୦ ବର୍ଷ ଦେବା ଦରକାର । ପିଲାମାନେ ପଚାରୁଛନ୍ତି ବାବା ସ୍ୱର୍ଗରେ କ’ଣ-କ’ଣ ହେବ? ବାବା କହୁଛନ୍ତି ପିଲାମାନେ ତାହା ଆଗକୁ ଗଲେ ଦେଖିପାରିବ । ପ୍ରଥମେ ତୁମେ ବାବାଙ୍କୁ ଜାଣ, ପତିତରୁ ପାବନ ହେବାର ନିଶାରେ ରୁହ । ସ୍ୱର୍ଗରେ ଯାହା ହେବାର ଥିବ ତାହା ହେବ । ତୁମେ ଏଭଳି ପବିତ୍ର ହୁଅ ଯେପରି ବାବାଙ୍କର ନୂଆ ଦୁନିଆର ସମ୍ପତ୍ତି ତୁମକୁ ମିଳିଯିବ । ଆଉ ମଝିରେ କ’ଣ ହେଉଛି, ଏହା ମଧ୍ୟ ଆଗକୁ ଯାଇ ଦେଖିବ । ତେଣୁ ଏହି ସବୁ କଥା ମନେ ରଖିବା ଉଚିତ୍ । ସ୍ମୃତିରେ ନ ରହିବା କାରଣରୁ ଉଚିତ୍ ସମୟରେ ଭୁଲିଯାଉଛନ୍ତି । ପିଲାମାନଙ୍କୁ ଭଲ କର୍ମ ମଧ୍ୟ କରିବାକୁ ହେବ । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ଖରାପ କର୍ମ ହେବ ହିଁ ନାହିଁ । ବହୁତ ଖରାପ କର୍ମ ମଧ୍ୟ କରୁଛନ୍ତି । ଏହି ବ୍ରାହ୍ମଣୀ ଭଲ ଲାଗୁଛନ୍ତି, ଏପରି କହିବା କଥା ନୁହେଁ । ଯଦି ସେହି ବ୍ରାହ୍ମଣୀ ଚାଲିଗଲେ ତେବେ ନିଜେ ମଧ୍ୟ ଦୂରେଇ ଯାଉଛନ୍ତି । ବ୍ରାହ୍ମଣୀଙ୍କ କାରଣରୁ ଜ୍ଞାନ ଛାଡି ଦେଉଛନ୍ତି ଅର୍ଥାତ୍ ବାବାଙ୍କଠାରୁ ସମ୍ପତ୍ତି ନେବାରୁ ବଞ୍ଚିତ ହୋଇଯାଉଛନ୍ତି । ଏହାକୁ ମଧ୍ୟ ଦୁର୍ଭାଗ୍ୟ କୁହାଯାଉଛି ।

କେତେକ ପିଲା ପରସ୍ପରର ନାମ ରୂପରେ ଫସି ମରୁଛନ୍ତି । ଏଠାରେ ତୁମମାନଙ୍କର ଶାରୀରିକ ସ୍ନେହ ରହିବା ଉଚିତ୍ ନୁହେଁ । ନିରନ୍ତର ଶିବବାବାଙ୍କୁ ମନେ ପକାଇବାକୁ ହେବ । କାହା ସହିତ ବି ଆଦାନ-ପ୍ରଦାନ କର ନାହିଁ । କୁହ, ଆମକୁ କାହିଁକି ଦେଉଛ? ତୁମର ଯୋଗ ତ ଶିବବାବାଙ୍କ ସହିତ ରହିଛି ନା । ଯିଏ ବାବାଙ୍କ ଘରେ ପ୍ରତ୍ୟକ୍ଷରେ ଦେଉ ନାହାଁନ୍ତି, ସେମାନଙ୍କର ଶିବବାବାଙ୍କ ପାଖରେ କିଛି ହେଲେ ଜମା ହେଉ ନାହିଁ । ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା ହେଉଛି, ତେଣୁ ତାଙ୍କ ଦ୍ୱାରା ସବୁ ଆଦାନ-ପ୍ରଦାନ କରିବାକୁ ହେବ । ଯଦି ମଝିରେ କେହି ଖାଇଗଲା ତେବେ ଶିବବାବାଙ୍କ ପାଖରେ ତ ଜମା ହେଲା ନାହିଁ । ଯଦି ଶିବବାବାଙ୍କୁ ଦେବାର ଅଛି ତେବେ ବ୍ରହ୍ମାଙ୍କ ମାଧ୍ୟମରେ ଦେବାକୁ ହେବ । ସେଣ୍ଟର ମଧ୍ୟ ବ୍ରହ୍ମାଙ୍କ ମାଧ୍ୟମରେ ଖୋଲ । ଯଦି ନିଜେ ସେଣ୍ଟର ଖୋଲୁଛନ୍ତି, ତେବେ ତାହା କ’ଣ ସେଣ୍ଟର ହେଲା । ବାପଦାଦା ଉଭୟ ଏକତ୍ର ରହିଛନ୍ତି । ବ୍ରହ୍ମାଙ୍କ ହାତକୁ ଆସିଲା ଅର୍ଥାତ୍ ଶିବବାବାଙ୍କର ହାତକୁ ଆସିଲା । ସେଣ୍ଟର ରହିଛି ଯାହାର କୌଣସି ସମାଚାର ହିଁ ନାହିଁ । ଲେଖିବା ଦରକାର ଶିବବାବା ଆପଣଙ୍କର ସେଣ୍ଟରର ଏହା ହିସାବ ପତ୍ର ଅଟେ । ସେଠ୍‌ଙ୍କ ପାଖକୁ ହିସାବ ପତ୍ର ଆସିବା ଦରକାର ନା । ବହୁତଙ୍କର ଶିବବାବାଙ୍କ ପାଖରେ ଜମା ହୋଇ ନ ଥାଏ । ଏତିକି ବି ବୁଦ୍ଧି ନାହିଁ, ଯଦିଓ ଜ୍ଞାନ ବହୁତ ଅଛି, କିନ୍ତୁ କୌଣସି ନିୟମ ପ୍ରମାଣେ ଚାଲୁନାହାଁନ୍ତି । ବାସ୍ ଆମେ ସେଣ୍ଟର ଖୋଲି ଦେଲୁ । ତୁମେ ଯାହାକୁ ଦେଲ ସିଏ ସେଣ୍ଟର ଖୋଲି ଦେଲେ । ଶିବବାବା କ’ଣ ଏହାକୁ ଖୋଲିଛନ୍ତି କି । ତେବେ ସେହି ସେଣ୍ଟରର ସମୃଦ୍ଧି ମଧ୍ୟ ହୋଇ ନ ଥାଏ । ଯଦି ସେଣ୍ଟର ଖୋଲିବାର ଅଛି, ତେବେ ଶିବବାବାଙ୍କ ମାଧ୍ୟମରେ ଖୋଲ । ଶିବବାବା ମୁଁ ଏତିକି ଦେଉଛି, ସେବାରେ ଲଗାଇ ଦେବେ । ପିଲାମାନେ ବହୁତ ଭୁଲ କରୁଛନ୍ତି କାରଣ ଯୋଗରେ ବହୁତ ଦୁର୍ବଳ ଅଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ଜ୍ଞାନକୁ ଜାଣିବା ସହିତ ନିଜର ଭବିଷ୍ୟତକୁ ଶ୍ରେଷ୍ଠ କରି ଗଢିବାର ଉପାୟ ମଧ୍ୟ ଶିଖିବାକୁ ହେବ । ଏକମାତ୍ର ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । କୌଣସି ଦେହଧାରୀଙ୍କ ସହିତ ବୁଦ୍ଧିଯୋଗ ଲଗାଇ ଭାଗ୍ୟହୀନ ହେବାର ନାହିଁ ।

(୨) ପରସ୍ପର ମଧ୍ୟରେ କୌଣସି କଥା କାରଣରୁ ବାବାଙ୍କର ସେବାକୁ ଛାଡିବାର ନାହିଁ । ସକାଳୁ-ସକାଳୁ ଉଠି ନିଜେ ନିଜ ସହିତ ବାର୍ତ୍ତାଳାପ କରିବାକୁ ହେବ । ଯୋଗ କରିବାର ମେହନତ କରିବାକୁ ହେବ ।

ବରଦାନ:- ନିଜର ଶ୍ରେଷ୍ଠ ଧାରଣା ଗୁଡିକ ପ୍ରତି ତ୍ୟାଗ କରିବାରେ ମଧ୍ୟ ଭାଗ୍ୟର ଅନୁଭବ କରୁଥିବା ସଚ୍ଚା ତ୍ୟାଗୀ ଭବ ।
ବ୍ରାହ୍ମଣମାନଙ୍କର ଶ୍ରେଷ୍ଠ ଧାରଣା ହେଲା ସମ୍ପୂର୍ଣ୍ଣ ପବିତ୍ରତା । ଏହି ଧାରଣା ପାଇଁ ଗାୟନ ରହିଛି - “ପ୍ରାଣ ପଛକେ ଚାଲିଯାଉ କିନ୍ତୁ ଧର୍ମ ନ ଯାଉ ।” ଯେ କୌଣସି ପ୍ରକାରର ପରିସ୍ଥିତିରେ ନିଜର ଏହି ଧାରଣା ପାଇଁ କିଛି ବି ତ୍ୟାଗ କରିବାକୁ ପଡୁ, ସହନ କରିବାକୁ ପଡୁ, ସମ୍ମୁଖୀନ କରିବାକୁ ପଡୁ, ସାହସ ରଖିବାକୁ ପଡୁ ତେବେ ବି ଖୁସି ଖୁସିରେ କର - ଏଥିରେ ତ୍ୟାଗକୁ ତ୍ୟାଗ ନ ଭାବି ଭାଗ୍ୟର ଅନୁଭବ କର, ତେବେ କୁହାଯିବ ସଚ୍ଚା ତ୍ୟାଗୀ । ଏହିଭଳି ଧାରଣା ସମ୍ପନ୍ନ ଆତ୍ମାମାନଙ୍କୁ ହିଁ ସଚ୍ଚା ବ୍ରାହ୍ମଣ କୁହାଯାଏ ।
ସ୍ଲୋଗାନ:- ସର୍ବଶକ୍ତିଗୁଡିକୁ ନିଜର ନିୟନ୍ତ୍ରଣରେ ରଖିଥିବା ଆତ୍ମାମାନେ ହିଁ ମାଷ୍ଟର ସର୍ବଶକ୍ତିମାନ ଅଟନ୍ତି ।

*** ଓମ୍ ଶାନ୍ତି ***

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ଯେପରି ସାକାର ରୂପରେ ତୁମେମାନେ ଦେଖିଛ ଯେ ବ୍ରହ୍ମାବାବାଙ୍କର ଅନ୍ତିମ ସମ୍ପନ୍ନ ବା କର୍ମାତୀତ ସ୍ଥିତିର ପାର୍ଟ କେବଳ ଆଶୀର୍ବାଦ ଦେବାର ହିଁ ଥିଲା । ଆଶୀର୍ବାଦର ମଧ୍ୟ ବିଶେଷତା ଏବଂ ଆଶୀର୍ବାଦର ମଧ୍ୟ କମାଲ ଥିଲା । ସେହିଭଳି ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କର । ସବୁଠାରୁ ସହଜ ଏବଂ ଶକ୍ତିଶାଳୀ ସେବା ଏହା ହିଁ ଅଟେ । ଏବେ ବିଶେଷ ଆତ୍ମାମାନଙ୍କର ପାର୍ଟ ହେଲା କେବଳ ଆଶୀର୍ବାଦ ଦେବା । ଚାହେଁ ନୟନ ଦ୍ୱାରା ଦିଅ, ଚାହେଁ ମସ୍ତକମଣୀ ଦ୍ୱାରା ଦିଅ । କର୍ମ କରୁଥିଲେ ମଧ୍ୟ କର୍ମର ବନ୍ଧନଗୁଡିକରୁ ସର୍ବଦା ଅତୀତ ଅର୍ଥାତ୍ ନିଆରା ହୋଇ ରୁହ । କେବେ ବି କର୍ମର ବଶୀଭୂତ ନୁହେଁ, କର୍ମେନ୍ଦ୍ରିୟଗୁଡିକ ଦ୍ୱାରା ପ୍ରତ୍ୟେକ କର୍ମ କରୁଥିଲେ ମଧ୍ୟ ଅଧିକାରୀ ପଣିଆର ନିଶାରେ ରୁହ, ଏହା ହିଁ ହେଉଛି ସମ୍ପୂର୍ଣ୍ଣତାର ସ୍ଥିତି ।

ମୁରଲି କ'ଣ?

ମୁରଲି ହେଉଛି ବ୍ରହ୍ମାକୁମାରୀମାନଙ୍କ ଦୈନିକ ଆଧ୍ୟାତ୍ମିକ ଶିକ୍ଷା, ଯାହା ପ୍ରତିଦିନ ସକାଳେ ମଧୁବନରୁ ପ୍ରକାଶିତ ହୁଏ। ଏଠାରେ ଆପଣ ଆଜିର ମୁରଲି ଓଡ଼ିଆରେ ପଢ଼ିପାରିବେ, ଅଡିଓ ଶୁଣିପାରିବେ ଏବଂ PDF ଡାଉନଲୋଡ୍ କରିପାରିବେ। ଅଧ୍ୟୟନରେ ସହାୟତା ପାଇଁ ପାଠରେ ହାଇଲାଇଟ୍ କରିପାରିବେ — ଆପଣଙ୍କ ଚିହ୍ନ ଏହି ବ୍ରାଉଜରରେ ସୁରକ୍ଷିତ ରହେ।

28ଟି ଭାଷାରେ ମୁରଲି

Daily Murli · Madhuban ଉତ୍ସ: ମଧୁବନ ମୁରଲି ବିଭାଗ ଏହା ଏକ ସ୍ୱତନ୍ତ୍ର ପାଠକ ଆପ୍, ସରକାରୀ ୱେବସାଇଟ୍ ନୁହେଁ।