ଓଡ଼ିଆ ମୁରଲି · Brahma Kumaris

ଆଜିର ମୁରଲି

ଓମ୍ ଶାନ୍ତି · BapDada ·

ଆଜିର ମୁରଲି — today murli in Odia PDF, Odia murli today.

18
ମୁରଲିନଭେମ୍ବର 29, 2026 · ଓଡ଼ିଆ
0:00--:--

ପାଠ ବାଛନ୍ତୁ → ହାଇଲାଇଟ୍ / ବକ୍ସ / ଅଣ୍ଡରଲାଇନ୍

29/11/26
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ଅବ୍ୟକ୍ତ ବାପଦାଦା”
ପୁନରାବୃତ୍ତି: ୩୦-୧୧-୧୨ ମଧୁବନ

“ସନ୍ତୁଷ୍ଟମଣୀ ଆତ୍ମାମାନଙ୍କର ଭାଗ୍ୟ - ଅନ୍ତରର ଗୀତ, ଯାହା ପାଇବାର ଥିଲା ପାଇଗଲି”

ଆଜି ପିଲାମାନଙ୍କର ସ୍ନେହ ସମ୍ପନ୍ନ ସ୍ମୃତିର ଆକର୍ଷଣ ବାପଦାଦାଙ୍କୁ ଏହି ସାକାରୀ ଦୁନିଆକୁ ଡାକି ଆଣିଛି । ବାପଦାଦା ମଧ୍ୟ ପିଲାମାନଙ୍କୁ ଏହି ସାକାରୀ ଦୁନିଆରେ ସାକାର ରୂପରେ ଦେଖୁଛନ୍ତି । ଚାରିଆଡର ପିଲାମାନେ ମଧ୍ୟ ବାବାଙ୍କୁ ଦେଖୁଛନ୍ତି ଏବଂ ବାବା ମଧ୍ୟ ସାକାର ସ୍ୱରୂପରେ ପିଲାମାନଙ୍କୁ ଦେଖୁଛନ୍ତି ଏବଂ ଦିଲ୍ ଭିତରେ ଚାରିଆଡର ପିଲାମାନଙ୍କ ପ୍ରତି ବାଃ! ପିଲାମାନେ ବାଃ! କହି କଳ୍ପ କଳ୍ପର ପାତ୍ର ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ପ୍ରତ୍ୟେକ ସନ୍ତାନର ଭାଗ୍ୟକୁ ଏବଂ ପ୍ରାପ୍ତିକୁ ଦେଖି ମିଳନ କରୁଛନ୍ତି । ଦିଲ୍ ଭିତରେ ପ୍ରତ୍ୟେକ ସନ୍ତାନର ଭାଗ୍ୟକୁ ଦେଖି ହର୍ଷିତ ହେଉଛନ୍ତି । ତେବେ ପ୍ରତ୍ୟେକ ସନ୍ତାନର ଚେହେରାରେ ତା’ର ଚମକୁଥିବା ଭାଗ୍ୟ ଦେଖାଯାଉଛି । ମସ୍ତକରେ ଆଲୋକର ପ୍ରାପ୍ତି ଚମକୁଛି । ହାତ ଦୁଇଟିରେ ଜ୍ଞାନର ଭଣ୍ଡାର ଦେଖାଯାଉଛି । ଦିଲ୍ ଭିତରେ ଦିଲାରାମ ବାବା ଦେଖାଯାଉଛନ୍ତି । ପାଦ ଦୁଇଟିରେ କଦମରେ ପଦମର ରୋଜଗାର ଦେଖାଯାଉଛି । ଏହିଭଳି ଭାଗ୍ୟକୁ ଦେଖି ସମସ୍ତଙ୍କର ଚେହେରା ଚମକଦାର ଦେଖାଯାଉଛି । ଚାରିଆଡର ସବୁ ପିଲାମାନେ ସନ୍ତୁଷ୍ଟ ସ୍ୱରୂପ ଦେଖାଯାଉଛନ୍ତି । ପିଲାମାନଙ୍କର ଏହିଭଳି ଚମକୁଥିବା ଚେହେରାକୁ ଦେଖି ଅନ୍ୟ ଆତ୍ମାମାନେ ମଧ୍ୟ ଭାବୁଛନ୍ତି ଏମାନଙ୍କୁ କ’ଣ ମିଳିଛି! ତେବେ ତୁମେମାନେ ସେମାନଙ୍କୁ କ’ଣ ଉତ୍ତର ଦେବ? ଯାହା ପାଇବାର ଥିଲା ତାହା ପାଇଗଲୁ.... । ସମସ୍ତେ ଗୋଟିଏ ଗୋଟିଏ ସନ୍ତୁଷ୍ଟମଣୀ ରୂପରେ ଚମକୁଛନ୍ତି । ଏହିଭଳି ନିଜର ମୂର୍ତ୍ତିକୁ ତୁମେମାନେ ମଧ୍ୟ ଦେଖୁଛ ନା! ବାପଦାଦା ମଧ୍ୟ ଏହିଭଳି ସନ୍ତୁଷ୍ଟମଣୀ ଆତ୍ମାମାନଙ୍କୁ ଦେଖି କେଉଁ ଗୀତ ଗାଉଛନ୍ତି? ବାଃ ମୋର ସନ୍ତୁଷ୍ଟ ଆତ୍ମାମାନେ ବାଃ!

ତେବେ ଆଜି କେବଳ ପିଲାମାନଙ୍କର ଦିଲ୍‌ର ଅଭିଯୋଗକୁ ପୂରା କରିବା ପାଇଁ ଆସିଛୁ । ତୁମମାନଙ୍କର ଉଲୁଗୁଣା ବା ଅଭିଯୋଗ ତ ପୂରା ହେଲା ନା! ଆଗକୁ ଡ୍ରାମା ଯେପରି ନିମିତ୍ତ କରିବ ସେହିପରି ମିଳନ କରିଚାଲିବା । ଆଜି ଡ୍ରାମାରେ ଏତିକି ହିଁ ମିଳନ କରିବାର ଅଛି ।

ସବୁ ପିଲା ବହୁତ ଭଲ ଭାବରେ ଏହି ରଥର ସେବା କରିଛନ୍ତି । ବାପଦାଦା ସେବାରେ ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ ବିଶେଷ ଅଭିନନ୍ଦନ ଦେଉଛନ୍ତି । ଏବେ କେବଳ ପିଲାମାନଙ୍କର ଉଲୁଗୁଣା ପୂରଣ କରିବା ପାଇଁ ଆସିଛୁ । ତେବେ ସମସ୍ତେ ଠିକ୍ ଅଛ ତ? ଠିକ୍ ଅଛ, ସମସ୍ତେ ହାତ ଉଠାଅ । ରଥର ସେବା କରିଥିବା ଆତ୍ମାମାନଙ୍କୁ ମଧ୍ୟ ଦିଲ୍‌ର ଅଭିନନ୍ଦନ । ଚାହେଁ ଯେଉଁଠି ବି ରଥକୁ ରହିବାକୁ ପଡିଲା କିନ୍ତୁ ବାପଦାଦା ଦେଖିଲେ ଯେ ଗୁଜୁରାଟ ମଧ୍ୟ କମ ନୁହେଁ । କେଉଁଠି ଅଛନ୍ତି ଗୁଜୁରାଟବାଲା! ତେବେ ବାପଦାଦା ତାଙ୍କ ସାଥୀରେ ନିମିତ୍ତ ହୋଇଥିବା ପାଣ୍ଡବ ନିରବୈର ବଚ୍ଚା ମଧ୍ୟ ବହୁତ ସହଯୋଗ ଦେଇଛି । ଆସ (ସରଳା ଦିଦୀଙ୍କୁ) ବହୁତ ଭଲ କରିଲ । ସମସ୍ତ ଦାଦୀମାନଙ୍କୁ ନିମିତ୍ତ ହୋଇ ସମ୍ଭାଳିବା ପାଇଁ ତୁମକୁ ଏବଂ ତୁମର ସାଥୀମାନଙ୍କୁ ବହୁତ ବହୁତ ଅଭିନନ୍ଦନ ।

ଏବେ ବାପଦାଦା କମାଲ ଦେଖିବାକୁ ଚାହୁଁଛନ୍ତି, କେଉଁ କମାଲ ଦେଖିବାକୁ ଚାହୁଁଛନ୍ତି? ତୁମ ତିନିଜଣଙ୍କ ଉପରେ ସାରା ବ୍ରାହ୍ମଣ ପରିବାରର ବହୁତ ଭରସା ରହିଛି (ନିରବୈର ଭାଇ, ରମେଶ ଭାଇ, ବୃଜମୋହନ ଭାଇ) ଏବେ ବାପଦାଦା ମଧ୍ୟ ଭାବୁଛନ୍ତି ଗୋଟିଏ ବିଚାର କରି, ଅଲଗା ଅଲଗା ବିଚାର ତ ନିଶ୍ଚିତ ଥାଏ କିନ୍ତୁ ପରସ୍ପର ସହିତ ବିଚାରକୁ ମିଶାଇବା, ତାହା ନିଜ ହାତରେ ଥାଏ । ତେଣୁ ବାପଦାଦା ମଧ୍ୟ ତୁମେ ନିମିତ୍ତ ହୋଇଥିବା ପାଣ୍ଡବମାନଙ୍କ ଭିତରେ ଏହି କମାଲ ଦେଖିବାକୁ ଚାହୁଁଛନ୍ତି, ବିଚାର ତ ଭିନ୍ନ ଭିନ୍ନ ହୋଇଥାଏ କିନ୍ତୁ ତାକୁ ମିଶାଇବାକୁ ମଧ୍ୟ ପଡେ । ତେଣୁ ଏବେ ତିନିଜଣଯାକ ଏହି କମାଲ କରି ଦେଖାଅ, ତିନି ଜଣ ନୁହେଁ କିନ୍ତୁ ତିନି ଜଣ ଯାକ ଏକ ଅଟ, ବାକି ତ ସମସ୍ତେ ଭଲ ଅଟ, ନିମିତ୍ତ ହୋଇ ଚଲାଉଛ, ଆଚ୍ଛା!

ଦେଶ ବିଦେଶର ଭାଇ ଭଉଣୀମାନଙ୍କୁ ବହୁତ ବହୁତ ଅଭିନନ୍ଦନ, ଯାହାକି ଦୁଇଜଣ ଯାକ ନିମିତ୍ତ ଦାଦୀମାନଙ୍କର ବହୁତ ଭଲ ଯତ୍ନ ନେଇଛନ୍ତି, ସେଥିପାଇଁ ବିଶେଷ ଅଭିନନ୍ଦନ । ଅନ୍ୟ ସବୁଆଡର ଭାଇ ଭଉଣୀ ମାନଙ୍କୁ ବିଶେଷ ଭାବରେ ଦିଲ୍‌ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେଉଛନ୍ତି ଏବଂ ସେମାନେ ସର୍ବଦା ଦିଲ୍ ଭିତରେ ସମାହିତ ହୋଇ ରହିଛନ୍ତି ସେଥିପାଇଁ ସର୍ବଦା ନିଜେ ମଧ୍ୟ ସ୍ମୃତି ସ୍ୱରୂପ ହୋଇ ରୁହ ଏବଂ ପରସ୍ପରକୁ ମଧ୍ୟ ସ୍ମରଣ କରାଉଥାଅ । ଆଚ୍ଛା!

ଆଜି ତ କେବଳ ସମସ୍ତଙ୍କ ଉିତରେ ଯେଉଁ ସଂକଳ୍ପ ଥିଲା, ମିଶିବୁ, ମିଶିବୁ, ମିଶିବୁ - ଶାରୀରୀକ ହିସାବରେ ତ ତାହା ପୂରଣ ହେଲା । ଆଗକୁ ଯେଉଁଭଳି ଡ୍ରାମାରେ ଥିବ ସେହିଭଳି ମିଶିବା ହେବ । ବାପଦାଦା କେବେ ବି ପିଲାମାନଙ୍କ ଠାରୁ ଦୂରେଇ ରହିପାରିବେ ନାହିଁ । ପିଲାମାନେ ଯେପରି ବାବାଙ୍କଠାରୁ ଦୂରେଇ ରହିପାରିବେ ନାହିଁ, ସେହିପରି ବାବା ମଧ୍ୟ ପିଲାମାନଙ୍କ ଠାରୁ ଦୂରେଇ ରହିପାରିବେ ନାହିଁ । ବାପଦାଦା ସବୁ ପିଲାଙ୍କୁ ଦେଖି ଖୁସି ହେଉଛନ୍ତି, ଅଭିନନ୍ଦନ ମଧ୍ୟ ଦେଉଛନ୍ତି ଯେ ଏବେ ସମସ୍ତେ ଭାବନ୍ତୁ ଯେ ମୁଁ ଏହି ବେହଦ କାର୍ଯ୍ୟ ପାଇଁ, କେବଳ ନିଜ ପାଇଁ ନୁହେଁ, ନିଜ ସହିତ ସେବାର ମଧ୍ୟ ନିମିତ୍ତ ଅଟ । ଏବେ ଏହିଭଳି କମାଲ ଦେଖାଅ, ଦୁନିଆରେ ତ ହଲଚଲ୍ ଲାଗି ରହିଛି କିନ୍ତୁ ସେହି ହଲଚଲ୍‌କୁ ଅଚଳ କରିବାବାଲା ନିମିତ୍ତ ତୁମେମାନେ ଅଟ । ସେମାନେ ନିଜର କାର୍ଯ୍ୟକୁ ତ ଛାଡୁ ନାହାଁନ୍ତି । ତେଣୁ ତୁମେମାନେ ମଧ୍ୟ ନିଜକୁ ନିମିତ୍ତ ମନେ କରି ସେମାନେ ହଲଚଲ୍ ହେଲେ ତୁମେ ଅଚଳ ରୁହ, ଦୁଇଟି ପାର୍ଟ ଏକା ସାଥୀରେ କରିଚାଲ । ଆଚ୍ଛା! ଆଜି କେବଳ ମିଳନ କରିବା ପାଇଁ ଆସିଥିଲୁ ।

ଚାରିଆଡର ପିଲାମାନଙ୍କୁ ନିଜ ନିଜର କାର୍ଯ୍ୟ କରିଥିବାରୁ ଅଭିନନ୍ଦନ ମଧ୍ୟ ଗ୍ରହଣ କର ଏବଂ ଭବିଷ୍ୟତ ପାଇଁ ପ୍ରତ୍ୟେକ ବର୍ଗର ପ୍ରତ୍ୟେକ ଜୋନ୍ ଆଗକୁ ଆଗକୁ ବଢି ଚାଲିବେ, ଏହା ବାପଦାଦାଙ୍କର ଅଭିନନ୍ଦନ ଅଟେ ।

ଡବଲ ବିଦେଶୀ:- ଡବଲ ବିଦେଶୀ ଯେଉଁମାନେ ବି ଆସିଛନ୍ତି, ସେମାନେ ଛିଡା ହୋଇଯାଅ । ବାପଦାଦା ଏବେ ତୁମମାନଙ୍କୁ ଡବଲ ବିଦେଶୀ କହୁନାହାଁନ୍ତି, ଡବଲ ପୁରୁଷାର୍ଥୀ କହୁଛନ୍ତି କାହିଁକିନା ଡବଲ ପୁରୁଷାର୍ଥୀ ଏବେ ବି ଚାରିଆଡେ ବଢି ବଢି ଚାଲିଛନ୍ତି । ଛୋଟ ଛୋଟ ସ୍ଥାନ ଗୁଡିକ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି, ସେଥିପାଇଁ ସେବାର ମଧ୍ୟ ଅଭିନନ୍ଦନ ଏବଂ ଡବଲ ପୁରୁଷାର୍ଥର ମଧ୍ୟ ଅଭିନନ୍ଦନ । ଏବେ ଆଉ ନିଜକୁ ଡବଲ ବିଦେଶୀ କୁହ ନାହିଁ, ଡବଲ ତୀବ୍ର ପୁରୁଷାର୍ଥୀ କୁହ । ଠିକ୍ କଥା ନା! ଡବଲ ପୁରୁଷାର୍ଥୀ, ଡବଲ ଅର୍ଥାତ୍ ତୀବ୍ର ପୁରୁଷାର୍ଥୀ । ତେଣୁ ବାପଦାଦାଙ୍କର ମନେ ଅଛି ଯେ ଡବଲ ପୁରୁଷାର୍ଥୀ କେଉଁଠୁ କେଉଁଠୁ ଆସିଛନ୍ତି, କିନ୍ତୁ ସବୁଠାରୁ ଦୂରରୁ କିଏ ଆସିଛନ୍ତି, କିଏ ଆସିଛନ୍ତି? ଆମେରିକାବାଲା । ସେମାନେ ମଧ୍ୟ ଏହି ଦୁନିଆର ଅଟନ୍ତି । କିନ୍ତୁ ବାପଦାଦା କେଉଁଠୁ ଆସିଛନ୍ତି? ପିଲାମାନେ କହିଲେ ଏବଂ ବାବା ଆସି ହାଜିର ହୋଇଗଲେ । ଚାହେଁ ଶରୀରର କିଛି ବି ହୋଇଥାଉ କିନ୍ତୁ ପିଲାମାନଙ୍କ କଥା ଅଲଗା । ବାବା ସର୍ବଦା ଜୀ ହାଜିର ହୋଇ ଯାଉଛନ୍ତି । ଆଚ୍ଛା, ଚାରିଆଡର ନିଜର ପାର୍ଟକୁ ବହୁତ ବହୁତ ଭଲ ଭାବରେ କରୁଥିବା ଏହିଭଳି ବାବା ଯାହା କହିଲେ ପିଲାମାନେ କରିଦେଖାଇଲେ, ଏହିଭଳି ପିଲାମାନେ ସର୍ବଦା ବାବାଙ୍କର ଦିଲ୍‌ରେ ରହିଥାଆନ୍ତି ।

ବାପଦାଦା ପିଲାମାନଙ୍କର କାହାଣୀ ଗୁଡିକୁ ମଧ୍ୟ ଶୁଣୁଛନ୍ତି । କେତେକ ପିଲା କେବଳ ସ୍ନେହୀ ନୁହଁନ୍ତି କିନ୍ତୁ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗୀ ମଧ୍ୟ ହେଉଛନ୍ତି ଏବଂ ନିଜର ଭବିଷ୍ୟତ ଜମା କରିବାରେ ମଧ୍ୟ ବୁଦ୍ଧିମାନ ଅଟନ୍ତି ସେଥିପାଇଁ ଦେଖ କେତେ କେତେ ଦେଶରୁ ଆସିଯାଇଛନ୍ତି । ବାପଦାଦା ଏହି ସ୍ନେହୀ ସହଯୋଗୀ ତଥା ସବୁ କାର୍ଯ୍ୟରେ ହାତ ଲଗାଉଥିବା ସଂଗଠନକୁ ଦେଖି ଖୁସି ହେଉଛନ୍ତି । ତୁମେମାନେ ମଧ୍ୟ ଖୁସି, ବାବା ମଧ୍ୟ ଖୁସି ଏବଂ ପରିବାର ମଧ୍ୟ ଖୁସି । ମଧୁବନବାଲା ତ କହୁଛନ୍ତି ଡବଲ ବିଦେଶୀମାନେ ମଧୁବନର ଶୃଙ୍ଗାର ଅଟନ୍ତି ଏବଂ ବାବାଙ୍କର ବିଶ୍ୱ କଲ୍ୟାଣୀ ନାମକୁ ବିଦେଶରେ ପ୍ରମାଣିତ କରିଛନ୍ତି ସେଥିପାଇଁ ସମସ୍ତେ ସର୍ବଦା ତୀବ୍ର ପୁରୁଷାର୍ଥୀ ହୋଇ ରହିଥାଅ । ପୁରୁଷାର୍ଥୀ ନୁହେଁ ତୀବ୍ର ପୁରୁଷାର୍ଥୀ କାହିଁକିନା ଏବେ ସମସ୍ତଙ୍କ ପାଇଁ ତୀବ୍ର ପୁରୁଷାର୍ଥୀ ହେବାର ସମୟ ଅଛି । ପୁରୁଷାର୍ଥ କରିବାର ସମୟ ଏବେ ଯାଇ ସାରିଲାଣି, ଏବେ ତୀବ୍ର ପୁରୁଷାର୍ଥ କରିବାର ସମୟ । ତେଣୁ କେବେ ବି ସାଧାରଣ ପୁରୁଷାର୍ଥୀ ହେବାର ନାହିଁ । ସବୁବେଳେ ଚେକ୍ କରୁଥାଅ, ପୁରୁଷାର୍ଥରେ ତୀବ୍ରତା ଅଛି ତ? ସାଧାରଣ ପୁରୁଷାର୍ଥ ହୋଇଯାଉ ନାହିଁ ତ! ଏମିତି ବି ଏବେ ସମୟ ମଧ୍ୟ ସୂଚନା ଦେଉଛି - ତୀବ୍ର ପୁରୁଷାର୍ଥୀ ହୁଅ । ତେଣୁ ବାବା ମଧ୍ୟ ଖୁସି ଅଛନ୍ତି, ପରିବାର ମଧ୍ୟ ଖୁସି ଅଛି ଏବଂ ସମସ୍ତଙ୍କୁ ଅଭିନନ୍ଦନ ଦେଉଛୁ । ବାବାଙ୍କୁ ଖୁସି ଲାଗୁଛି, କେତେ ଦେଶରୁ ପିଲାମାନେ ଆସି ଏକାଠି ହୋଇଛନ୍ତି । ଆଚ୍ଛା!

ପୂର୍ବର ମୁରଲୀ (୧-୧୧-୨୬) ର ଅବଶିଷ୍ଟାଂଶ – ପୁନରାବୃତ୍ତି:୦୫-୦୩-୧୨

ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି ଯେ ଏବେ ସଂକଟର ସମୟ ଆସିଲା କି ଆସିଲା ସେଥିପାଇଁ ଏବେ ଅତି କମ୍‌ରେ ସମ୍ପର୍କରେ ଥିବା ଆତ୍ମାମାନଙ୍କୁ ଯଜ୍ଞ ସ୍ନେହୀ ତ କର । ଡାକ୍ତରମାନଙ୍କର ମଧ୍ୟ ସମାଚାର ଶୁଣିଲୁ । ଭଲ ସେବା କରୁଛନ୍ତି । କିନ୍ତୁ ଏବେ ଡାକ୍ତରମାନେ ଆହୁରି ନିଜର ଡାକ୍ତର ଭାଇମାନଙ୍କୁ ସ୍ନେହୀ ସହଯୋଗୀ କରି ସଂଖ୍ୟା ବଢାଇଚାଲ । ଯୋଜନା ତ ଭଲ କରିଛ । ବାପଦାଦା ମଧ୍ୟ ଶୁଣିଛନ୍ତି, ତା’ଦ୍ୱାରା ବୃଦ୍ଧି ହୋଇପାରିବ । ନାମ ବିଖ୍ୟାତ ହୋଇପାରିବ ଏବଂ ଅନ୍ୟ ବର୍ଗବାଲା ମଧ୍ୟ ଚାରିଆଡେ ଯେଉଁ ସବୁ ଭି.ଆଇ.ପି.ମାନଙ୍କୁ ବାହାର କରିଛନ୍ତି ସେଥିରୁ ପ୍ରମାଣିତ ହେଉଛି ଯେ ସେମାନେ ସମ୍ପର୍କ ଭଲ ରଖିଛନ୍ତି । ଏବେ ସମ୍ପର୍କରେ ଥିବା ଆତ୍ମାମାନଙ୍କୁ ସମ୍ବନ୍ଧକୁ ଆଣ । ରହି ନ ଯାଆନ୍ତୁ । ସମାପ୍ତିର ସମୟ ଆସିଯିବ ଏବଂ ସେମାନେ ସେହି ସହଯୋଗୀ ହୋଇ ରହିଯିବେ, ଏହା ଠିକ୍ ନୁହେଁ, ସେଥିପାଇଁ ଏବେ ସେମାନଙ୍କୁ ସମ୍ବନ୍ଧକୁ ଆଣ । ନିକଟ ସମ୍ବନ୍ଧକୁ ଆଣ । ବାପଦାଦା ଦେଖୁଛନ୍ତି ଯେ ଯେବେଠାରୁ ବର୍ଗଗୁଡିକ ତିଆରି ହେଲାଣି ସେବେଠାରୁ ଚାରଆଡେ ବହୁତ ଭଲ ସେବାର ବିସ୍ତାର ହୋଇଛି । ଏହା ବହୁତ ଭଲ ସାଧନ ଅଟେ କିନ୍ତୁ ବାପଦାଦା ସବୁ ଜୋନ୍‌ଗୁଡିକୁ ମଧ୍ୟ କହୁଛନ୍ତି ଏବେ ୱାରିସ୍ ତିଆରି କରିବାର ବିଧିକୁ ଆଉ ଟିକିଏ ତୀବ୍ର କର, ନଚେତ୍ ଉଲୁଗୁଣା ଶୁଣିବାକୁ ପଡିବ । କହିବେ ଆମେ ସହଯୋଗୀ ହୋଇ ରହିଗଲୁ । ସେଥିପାଇଁ ତୁମେ ଯୋଜନା ନିଶ୍ଚିତ କର ତା’ପରେ ଯାହା ଭାଗ୍ୟରେ ଥିବ । ଆହୁରି ମଧ୍ୟ ବାହାରି ପାରିବେ, ବାପଦାଦା ସ୍ନେହୀ, ସହଯୋଗୀ ମାନଙ୍କର ତାଲିକା ମଧ୍ୟ ଦେଖିଛନ୍ତି, ସମସ୍ତେ ନିଜ ନିଜ ସମୟରେ ତାଲିକା ଦେଉଛନ୍ତି, ତେବେ ସେହି ତାଲିକାଗୁଡିକ ଅନୁସାରେ ବହୁତ ପାଖାପାଖି ଅଛନ୍ତି, ସେମାନଙ୍କ ଭିତରୁ ମଧ୍ୟ ବାହାରି ପାରିବ । ଏବେ ଏଥିପାଇଁ ଚେଷ୍ଟା କର ।

ଆଚ୍ଛା ପ୍ରଥମ ଥର ଆସିବାବାଲାଙ୍କୁ ଡବଲ ଅଭିନନ୍ଦନ ଦିଆଯାଉଛି, କାହିଁକି ଜାଣିଛ? କାହିଁକିନା ହାହାକାର ସମୟ ଆସିବା ପୂର୍ବରୁ ନିଜର ଭାଗ୍ୟ ତିଆରି କରିନେଇଛ । ଅହୋ ପ୍ରଭୁ, ଅହୋ ପ୍ରଭୁ କହିବା ପରିବର୍ତ୍ତେ ମେରା ବାବା ତ କହିପାରୁଛ ନା ସେଥିପାଇଁ ଆସିଥିବା ପିଲାମାନଙ୍କୁ ଦେଖି ବାପଦାଦା ଖୁସି ହେଉଛନ୍ତି । ପିଲାମାନେ ଆସିଗଲେ, ଆସିଗଲେ, ଆସିଗଲେ । ଦେଖ ଅଧା କ୍ଲାସ୍ ତ ପ୍ରଥମଥର ବାଲା ଅଛନ୍ତି । ଏବେ ତୀବ୍ର ପୁରୁଷାର୍ଥ କରିବାକୁ ପଡିବ । ପୁରୁଷାର୍ଥୀ ହେବାର ନାହିଁ, ତୀବ୍ର ପୁରୁଷାର୍ଥୀ ହେବାର ଅଛି । ଏବେ ବି ଯଦି ତୀବ୍ର ପୁରୁଷାର୍ଥ କରିଦେଲ, ତେବେ ଆଗକୁ ବଢି ପାରିବ । ତୀବ୍ର ପୁରୁଷାର୍ଥ ପାଇଁ ସୁଯୋଗ ଅଛି । ସାଧାରଣ ପୁରୁଷାର୍ଥର ସମୟ ଯାଇସାରିଲାଣି ଏବଂ ବାପଦାଦା ଆସିଥିବା ପ୍ରତ୍ୟେକ ପିଲାମାନଙ୍କୁ ଚକ୍ର ଲଗାଇ ଦେଖୁଛନ୍ତି ଯେ ପିଲାମାନେ ଠିକ୍ ଭାବରେ ଆଗକୁ ବଢୁଛନ୍ତି ନା ଢିଲାଢାଲା ଭାବରେ ଆଗକୁ ବଢୁଛନ୍ତି । ବାପଦାଦା ତ ଚାରିଆଡେ ଚକ୍ର ଲଗାଉଛନ୍ତି । ତୁମେମାନେ ତ ଚାରିଆଡକୁ ଯାଇପାରିବ ନାହିଁ । କିନ୍ତୁ ବାପଦାଦା ପ୍ରତିଦିନ ଚକ୍ର ଲଗାଉଛନ୍ତି । ବାବାଙ୍କ ସାଥୀରେ ଯେଉଁମାନେ ବିଶେଷ କରି ଆଡଭାନ୍ସ ପାର୍ଟୀରେ ଯାଇଛନ୍ତି ସେମାନେ ମଧ୍ୟ ଚକ୍ର ଲଗାଇବାକୁ ଯାଉଛନ୍ତି । ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି ଯେ ଆମର ଭାଇମାନେ ଭଉଣୀମାନେ ଆସିଗଲେ, ଆସିଗଲେ ସେଥିପାଇଁ ଆଗକୁ ବଢିଚାଲ, ସାରା ପରିବାର ତୁମମାନଙ୍କୁ ଅଭିନନ୍ଦନ ଦେଉଛି । ଆଚ୍ଛା!

ଆଜି ମଧୁବନ ବାଲାଙ୍କୁ ବାପଦାଦା ବିଶେଷ କରି ଗୋଟିଏ କଥା ପାଇଁ ଅଭିନନ୍ଦନ ଦେଉଛନ୍ତି । ତାହା କେଉଁ କଥା? ସମସ୍ତେ ଆଜି ପର୍ଯ୍ୟନ୍ତ ବହୁତ ସ୍ନେହର ସହିତ ସେବା କରିଛନ୍ତି । ଯେତେ ବି ବଡ ପରିବାର ଆସୁଛି କିନ୍ତୁ ମଧୁବନ ବାଲା ହିଁ ସେବାରେ ନିମିତ୍ତ ହେଉଛନ୍ତି । ଯଦିଓ ପ୍ରତ୍ୟେକ ଜୋନ୍‌ବାଲା ସହଯୋଗୀ ହେଉଛନ୍ତି ପୁଣି ବି ଯେଉଁମାନେ ସ୍ଥାୟୀ ଭାବରେ ରହୁଛନ୍ତି, ସେମାନଙ୍କର ସହଯୋଗ ବିନା ତ କରିପାରିବେ ନାହିଁ ସେଥିପାଇଁ ପ୍ରତ୍ୟେକ ମଧୁବନ ନିବାସୀ କେବଳ ତଳବାଲା ଅର୍ଥାତ୍ ଶାନ୍ତିବନବାଲା ନୁହଁନ୍ତି, ଉପରବାଲା, ହସ୍ପିଟାଲବାଲା ଯେଉଁମାନେ ବି ସହଯୋଗ ଦେଉଛନ୍ତି ଏବଂ ଅକ୍ଳାନ୍ତ ଭାବରେ ସହଯୋଗ ଦେଉଛନ୍ତି, ସେମାନେ ନିଜ ନିଜ ନାମରେ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର କର । ଆଚ୍ଛା!

ମଧୁବନବାଲା ଉଠ, ଯେଉଁମାନେ ବି ଏଠାରେ ବସିଛନ୍ତି, ସେମାନଙ୍କୁ ବିଶେଷ ଅଭିନନ୍ଦନ ।

ବର୍ଗୀକରଣ ସେବା ବିଷୟରେ:- ବାପଦାଦା ଦେଖୁଛନ୍ତି ଯେଉଁ ସବୁ ବର୍ଗଗୁଡିକ ତିଆରି ହୋଇଛି, ସେମାନେ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ ଭଲ କରୁଛନ୍ତି । ବାପଦାଦା ଅଭିନନ୍ଦନ ଦେଉଛନ୍ତି ଯେ ଭଲ ଭଲ ଆତ୍ମାମାନେ ସମ୍ବନ୍ଧ-ସମ୍ପର୍କରେ ଆସିଛନ୍ତି । କିନ୍ତୁ ବାପଦାଦା ସମୟକୁ ଦୃଷ୍ଟିରେ ରଖି ଆଜି ଏକଥା ମଧ୍ୟ କହିଛନ୍ତି ଯେ ସହଯୋଗୀ ତ ଅଟନ୍ତି କିନ୍ତୁ ଏବେ ସେମାନଙ୍କୁ ଯଜ୍ଞ ସ୍ନେହୀ କର, ୱାରିସ୍ କ୍ଲାଲିଟୀ କର । ଯେଉଁମାନେ ବି ସହଯୋଗୀ ଅଛନ୍ତି, ସେମାନଙ୍କୁ ନିଜ ନିଜ ଜୋନ୍‌ରେ ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି ଯେ ତାଲିକା ତ ଆସିଯାଇଛି, ଭଲ କଥା କିନ୍ତୁ ପ୍ରତ୍ୟେକ ଜୋନ୍ ଗୋଟିଏ ଗୋଟିଏ ବର୍ଗକୁ ନିଜର ଭିନ୍ନ ଭିନ୍ନ ସ୍ଥାନର ସହଯୋଗୀ ବା ସ୍ନେହୀ ଆତ୍ମାମାନଙ୍କୁ ତିନି ଦିନ ପାଇଁ ଏକାଠି କର । ସେମାନଙ୍କୁ ସର୍ମ୍ପକରେ ଆଣ । ସେମାନେ ଆସି ରୁହନ୍ତୁ, ମିଟିଙ୍ଗ୍ କରନ୍ତୁ ଏବଂ ଆଗାମୀ ଦିନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ । ତେବେ ସବୁ ଜୋନ୍ ଯେଉଁଠାରେ ବି ସେମାନଙ୍କର ସହଯୋଗୀମାନେ ଅଛନ୍ତି । ସବୁ ଜୋନ୍‌ରୁ କୌଣସି ବଡ ସ୍ଥାନରେ, ଜୋନ୍ ଭିତରେ ଯେଉଁଠି ବି ହେଉ ସହଯୋଗୀମାନଙ୍କୁ ଏକାଠି କରି ସେମାନଙ୍କର ମିଟିଙ୍ଗ୍ କର ଏବଂ ସେମାନଙ୍କ ଭିତରେ ବିଶେଷ କରି ଆହୁରି ଆଗକୁ ବଢିବା ପାଇଁ ବଳ ଭରିଦିଅ । ଆଜି ପର୍ଯ୍ୟନ୍ତ ଯାହା ସବୁ କରହିଛନ୍ତି ସେଥିପାଇଁ ଧନ୍ୟବାଦ ଦିଅ ଏବଂ ଆହୁରି ଆଗକୁ ବଢିବାର ଯୋଜନା ପ୍ରସ୍ତୁତ କରି ଦିଅ କାହିଁକିନା ସେମାନଙ୍କୁ ମଧ୍ୟ ଆଗକୁ ବଢିବାର ବିଧି ଶୁଣାଇବାକୁ ପଡିବ । ତେଣୁ ସବୁ ଜୋନ୍‌ବାଲା ମିଶି ଗୋଟିଏ ଗୋଟିଏ ବର୍ଗକୁ ଯେଉଁଠାରେ ବିଶେଷ ସ୍ଥାନ ଅଛି ସେଠାରେ ଏକାଠି କର । ତା’ପରେ ଦେଖିବ ସେହି ସଂଗଠନ ଭିତରୁ କେତେ ଜଣ ଆସୁଛନ୍ତି, ଆଗକୁ କ’ଣ ଚାହୁଁଛନ୍ତି? ଏହିଭଳି ଯଦି ସମ୍ପର୍କରେ ଆଣିବ, ତେବେ ସେମାନେ ୱାରିସ୍ ଅର୍ଥାତ୍ ଉତ୍ତରାଧିକାରୀ ହୋଇଯିବେ ।

ବରଦାନ:- ସର୍ବଦା ସୀଥୀରେ ରହିବାର ଅନୁଭବ ଦ୍ୱାରା ମେହନତକୁ ଅବିଦ୍ୟା କରୁଥିବା ଅତୀନ୍ଦ୍ରିୟ ସୁଖ ବା ଆନନ୍ଦ ସ୍ୱରୂପ ଭବ ।
ଯେପରି ପିଲାଟିଏ ଯଦି ତା’ର ପିତାଙ୍କର କୋଳରେ ଥିବ ତେବେ ସେ କ୍ଲାନ୍ତ ହୁଏ ନାହିଁ । ଯଦି ନିଜ ଗୋଡରେ ଚାଲିବ ତେବେ ଥକିଯିବ ମଧ୍ୟ ଏବଂ କାନ୍ଦିବ ମଧ୍ୟ । ଏଠାରେ ମଧ୍ୟ ତୁମେ ପିଲାମାନେ ବାବାଙ୍କର କୋଳରେ ବସି ପୁରୁଷାର୍ଥ ମାର୍ଗରେ ଚାଲୁଛ, ସେଥିପାଇଁ ଟିକିଏ ବି ମେହନତର ବା ମୁଶକିଲ୍‌ର ଅନୁଭବ ହେଉ ନାହିଁ । ସଂଗମଯୁଗରେ ଯେଉଁମାନେ ଏହିଭଳି ସର୍ବଦା ସାଥୀରେ ରହୁଥିବା ଆତ୍ମାମାନେ ଅଛନ୍ତି ସେମାନଙ୍କ ପାଇଁ ମେହନତ ଅବିଦ୍ୟା ମାତ୍ର ଅଟେ ଅର୍ଥାତ୍ ମେହନତ କାହାକୁ କୁହାଯାଏ, ସେମାନଙ୍କୁ ଜଣା ନଥାଏ । ସେମାନଙ୍କ ପାଇଁ ପୁରୁଷାର୍ଥ କରିବା ମଧ୍ୟ ଯେପରିକି ସ୍ୱାଭାବିକ କର୍ମ ହୋଇଯାଇଥାଏ, ସେଥିପାଇଁ ସଦା ଅତୀନ୍ଦ୍ରିୟ ସୁଖ ବା ଆନନ୍ଦ ସ୍ୱରୂପ ସ୍ୱତଃ ହିଁ ହୋଇଯାଆନ୍ତି ।
ସ୍ଲୋଗାନ:- ବିଶୁଦ୍ଧ ଗୋଲାପ ଅର୍କ ହୋଇ ନିଜର ବୃତ୍ତି ଦ୍ୱାରା ବାୟୁମଣ୍ଡଳରେ ଆତ୍ମ ଅଭିମାନୀ ସ୍ଥିତିର ସୁଗନ୍ଧ ବିଚ୍ଛୁରିତ କର ।
 
*** ଓମ୍ ଶାନ୍ତି ***
ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର । ଯେପରି ବ୍ରହ୍ମାବାବା ସର୍ବଦା ଅଶରୀରୀ ସ୍ଥିତିରେ ରହି, ଶରୀରର ଆଧାର ନେଇ କର୍ମ କରୁଥିଲେ ଏବଂ ଶରୀରଠାରୁ ଅଲଗା ହୋଇ ଯାଉଥିଲେ । ଏହି ଅଭ୍ୟାସ ଦ୍ୱାରା ହିଁ ସେ କର୍ମାତୀତ ହୋଇଗଲେ । ସେହିପରି ତୁମେମାନେ କର୍ମଧନ୍ଦା କରୁଥିଲେ ମଧ୍ୟ ଏଭଳି ଅନୁଭବ କର ଯେପରି କୌଣସି ବସ୍ତ୍ରକୁ ଧାରଣ କରି କାର୍ଯ୍ୟ କରୁଛି ଏବଂ କାର୍ଯ୍ୟ ଶେଷ ହେବା ପରେ ପୁଣି ବସ୍ତ୍ରଠାରୁ ଅଲଗା ହୋଇଯାଉଛି । ଶରୀର ଏବଂ ଆତ୍ମାର ନିଆରାପଣିଆ ଚାଲିବା ବୁଲିବା ସମୟରେ ମଧ୍ୟ ଅନୁଭବ ହେଉ ।

ମୁରଲି କ'ଣ?

ମୁରଲି ହେଉଛି ବ୍ରହ୍ମାକୁମାରୀମାନଙ୍କ ଦୈନିକ ଆଧ୍ୟାତ୍ମିକ ଶିକ୍ଷା, ଯାହା ପ୍ରତିଦିନ ସକାଳେ ମଧୁବନରୁ ପ୍ରକାଶିତ ହୁଏ। ଏଠାରେ ଆପଣ ଆଜିର ମୁରଲି ଓଡ଼ିଆରେ ପଢ଼ିପାରିବେ, ଅଡିଓ ଶୁଣିପାରିବେ ଏବଂ PDF ଡାଉନଲୋଡ୍ କରିପାରିବେ। ଅଧ୍ୟୟନରେ ସହାୟତା ପାଇଁ ପାଠରେ ହାଇଲାଇଟ୍ କରିପାରିବେ — ଆପଣଙ୍କ ଚିହ୍ନ ଏହି ବ୍ରାଉଜରରେ ସୁରକ୍ଷିତ ରହେ।

28ଟି ଭାଷାରେ ମୁରଲି

Daily Murli · Madhuban ଉତ୍ସ: ମଧୁବନ ମୁରଲି ବିଭାଗ ଏହା ଏକ ସ୍ୱତନ୍ତ୍ର ପାଠକ ଆପ୍, ସରକାରୀ ୱେବସାଇଟ୍ ନୁହେଁ।